ରାୟଗଡ଼ା ଜିଲ୍ଲା

]

ରାୟଗଡ଼ା
ଜିଲ୍ଲା
ଓଡ଼ିଶାରେ ଅବସ୍ଥାନ
ଓଡ଼ିଶାରେ ଅବସ୍ଥାନ
ଦେଶଭାରତ
ରାଜ୍ୟଓଡ଼ିଶା
ଲୋକ ସଭାକୋରାପୁଟ
ଭାଷାଓଡ଼ିଆ, ଇଂରାଜୀ, ତେଲୁଗୁ
ବିଧାନ ସଭା୩ଟି ଆସନ
Area
 • ଜିଲ୍ଲା7,584.7 km2 (2,928.5 sq mi)
Population
 (୨୦୧୧)
 • ଜିଲ୍ଲା୯୬୭୯୧୧
 • Density136/km2 (350/sq mi)
 • Urban
୧୪୭୭୫୬
 • Rural
୮୧୪୨୦୩
 • ୬ ବର୍ଷରୁ କମ ଶିଶୁ
୧୪୧୧୬୭
Time zoneIST (+୫.୩୦)
ଡାକ କୋଡ଼ (ପିନ)
୭୬୫ xxx
ତାର (ଏସ.ଟି.ଡ଼ି)+୦୬୮୫x
ଯାନବାହାନ ପଞ୍ଚୀକରଣOD-18
ଜିଲ୍ଲାପାଳଶ୍ରୀ ସରୋଜ କୁମାର ମିଶ୍ର
WebsiteOfficial website


ରାୟଗଡ଼ା ଓଡ଼ିଶାର ଦକ୍ଷିଣରେ ଥିବା ଏକ ପ୍ରଶାସନିକ ଜିଲ୍ଲା । ଏହା ରାଜଧାନୀ ଭୁବନେଶ୍ୱରରୁ ୩୯୦ କି.ମି. ଦୁରରେ ଅବସ୍ଥିତ । ରାୟଗଡ଼ା ସହର ଏହି ଜିଲ୍ଲାର ପ୍ରଶାସନିକ ମୁଖ୍ୟସ୍ଥଳ ଯେଉଁଠି ସବୁ ସରକାରୀ ଅଫିସ ଆଉ ବେସରକାରି କମ୍ପାନୀର ପ୍ରଧାନ ଅଫିସସବୁ ଅଛି ।

ଇତିହାସ

୧୯୯୨ ମସିହା ଅକ୍ଟୋବର ୨ତାରିଖ ଦିନ ରାୟଗଡ଼ା ଏକ ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ପାଇଲା । ୧ ଅକ୍ଟୋବର ୧୯୯୨ ପୂର୍ବରୁ ଏହା କୋରାପୁଟ ଜିଲ୍ଲାର ଅନ୍ତର୍ଭୁକ୍ତ ଥିଲା । ଓଡ଼ିଶାର ଯେଉଁସବୁ ଜିଲ୍ଲାରେ ଇତିହାସ ଏବଂ କିମ୍ବଦନ୍ତୀ ପରସ୍ପରକୁ କୋଳାଗ୍ରତ କରିଅଛନ୍ତି, ସେହିସବୁ ଜିଲ୍ଲାମାନଙ୍କ ମଧ୍ୟରୁ ରାୟଗଡା ଅନ୍ୟତମ । ଏଠାକାର ସବୁଜ ବନାନୀ, ସହରକୁ ଛୁଇଁ ବହିଯାଇଥିବା ନାଗାବଳୀ ନଦୀର ଦୃଶ୍ୟ ଭାରି ମନଲୋଭା । ସହରଠାରୁ ମାତ୍ର ୧୦ କି:ମି: ଦୂରରେ ଥିବା ଜେ:କେ: କାଗଜକଳ ଏବଂ ଥେରୁବାଲିର ଫେରୋକ୍ରୋମ କାରଖାନା ସହରକୁ ସର୍ବଦା ଚଳଚଞ୍ଚଳ କରିଥାଏ । ଇତିହାସକାର କହନ୍ତି, ସମୁଦ୍ରଗୁପ୍ତ ଏହି ସହରକୁ ଅକ୍ତିଆର କରିବାପାଇଁ ଯୁଦ୍ଧ କରିଥିଲେ । ଅଦ୍ୟାପି ଏହାର ପ୍ରମାଣ ସହରଠାରୁ ତିରିଶ ମିନିଟ୍‌ ଦୂରର ଚମ୍ପିକୋଟା ନାମକ ଗାଆଁରେ ବିଦ୍ୟମାନ ।

ଭୂଗୋଳ

ଓଡ଼ିଶାର ଦକ୍ଷିଣ ଭାଗରେ ଅବସ୍ଥିତ ରାୟଗଡ଼ା ଜିଲ୍ଲାର ଆୟତନ ୭,୫୮୪ ବର୍ଗ କିମି ।

ଅବସ୍ଥିତି

ଖଣିଜ ସମ୍ପଦ

ରାୟଗଡ଼ା ଜିଲ୍ଲା ବକ୍ସାଇଟରେ ଭରପୁର ଅଟେ । ବର୍ତ୍ତମାନ୍ ଏହି ଜିଲ୍ଲାରେ ଉତ୍କଳ ଅଲୁମିନା, ଏଲ୍ &ଟି ଭଳି କମ୍ପାନି ଅବସ୍ଥାପିତ ।

ଜନସଂଖ୍ୟା

୨୦୧୧ ଜନଗଣନା ଅନୁସାରେ, ରାୟଗଡ଼ା ଜିଲ୍ଲାର ଲୋକସଂଖ୍ୟା ୯,୬୭,୯୧୧ |

  • ପୁରୁଷ: ୪,୭୧,୯୬୦
  • ମହିଳା: ୪,୯୫,୯୫୧
    • ଛ ବର୍ଷରୁ କମ: ୧,୪୧,୧୬୭
  • ସାକ୍ଷରତା ହାର: ୫୦.୮୮%
    • ପୁରୁଷ: ୬୨.୬୧%
    • ମହିଳା: ୩୯.୮୭%

ପ୍ରଶାସନିକ ବିଭାଗ

  • ଉପଖଣ୍ଡ (ସବ୍ ଡିଭିଜନ): (୨) ୧. ରାୟଗଡ଼ା ଓ ୨. ଗୁଣୁପୁର |
  • ତହସିଲ: (୪): ୧. ରାୟଗଡ଼ା, ୨. କାଶୀପୁର, ୩. ଗୁଣୁପୁର ଓ ୪. ବିଷମକଟକ
  • ବ୍ଳକ: (୧୧): ୧.ରାୟଗଡ଼ା, ୨.କାଶୀପୁର, ୩.କୋଲୋନରା, ୪.କଲ୍ୟାଣସିଂହପୁର, ୫.ଗୁଣୁପୁର, ୬.ଗୁଡ଼ାରୀ, ୭.ପଦ୍ମପୁର, ୮.ରାମନଗୁଡ଼ା, ୯.ବିଷମକଟକ, ୧୦.ମୁନିଗୁଡ଼ା ଓ ୧୧.ଚନ୍ଦ୍ରପୁର ।
  • ଗ୍ରାମ ପଞ୍ଚାୟତ: ୧୭୧
  • ଗ୍ରାମ: ୨,୬୬୭
  • ସହର: ୩ (ପୌରପାଳିକା: ରାୟଗଡ଼ା, ବିଜ୍ଞାପିତ ଅଞ୍ଚଳ ପରିଷଦ: ଗୁଣୁପୁର, ଗୁଡ଼ାରୀ)

ରାଜନୀତି

ଲୋକ ସଭା ନିର୍ବାଚନ ମଣ୍ଡଳୀ

ବିଧାନ ସଭା ନିର୍ବାଚନ ମଣ୍ଡଳୀ

ଏହି ଜିଲ୍ଲା ନିମ୍ନ ତିନୋଟି ବିଧନସଭାମଣ୍ଡଳୀକୁ ନେଇ ଗଠିତ।

No. Constituency Reservation Blocks Member Party
୧୩୮ ଗୁଣୁପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ) ST ଗୁଣପୁର, ଗୁଡ଼ାରି, ରାମନାଗୁଡ଼ା, ପଦ୍ମପୁର ରଘୁନାଥ ଗମାଙ୍ଗ ବିଜୁ ଜନତା ଦଳ
୧୩୯ ବିଷମ କଟକ (ବିଧାନ ସଭା ନିର୍ବାଚନ ମଣ୍ଡଳୀ) ST ବିଷମ କଟକ, ମୁନିଗୁଡା, ଚନ୍ଦ୍ରପୁର ଜଗନ୍ନାଥ ସାରକା ବିଜୁ ଜନତା ଦଳ
୧୪୦ ରାୟଗଡ଼ା (ବିଧାନ ସଭା ନିର୍ବାଚନ ମଣ୍ଡଳୀ) ST ରାୟଗଡ଼ା, କାଶିପୁର, କୋଲନରା, କଲ୍ୟାଣସିଂପୁର ମକରନ୍ଦ ମୁଦୁଲି ସ୍ୱାଧୀନ

ରାୟଗଡ଼ା ଜିଲ୍ଲା ହେଉଛି କୋରାପୁଟ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ର ଅଂଶ ବିଶେଷ

ଦର୍ଶନୀୟ ସ୍ଥାନ

ରାୟଗଡ଼ା ଜିଲ୍ଲାର ହିନ୍ଦୁ ମନ୍ଦିରଗୁଡ଼ିକ ବ୍ୟତୀତ ଜିଲ୍ଲାରେ ଅନେକ ଦର୍ଶନୀୟ ସ୍ଥାନ ଅଛି । ସେମାନଙ୍କ ମଧ୍ୟରେ ମଝିଘରିଆଣୀ ମନ୍ଦିର, ହାତୀପଥର, ପାଇକପଡ଼ା, ଥେରୁବାଲି ଚାଟିକଣା, ବିଷମ କଟକ, ମୀନଝୋଲା, ଦେବଗୀରି,ଝୁଲନ୍ତାପୋଲଦୁର୍ଗୀର ନୂତନ ଜଗନ୍ନାଥ ମନ୍ଦିର ଅନ୍ୟତମ । ଏତଦ୍‌ ବ୍ୟତୀତ ସହରର ଅନ୍ୟାନ୍ୟ ଦର୍ଶନୀୟ ସ୍ଥାନଗୁଡ଼ିକ ହେଲା:-

ରାୟଗଡ଼ା ଆଖପାଖରେ ଥିବା ଅନ୍ୟାନ୍ୟ ଦର୍ଶନୀୟ ସ୍ଥାନସବୁ ହେଲା:-

ଚର୍ଚ୍ଚିତ ବ୍ୟକ୍ତିତ୍ୱ

ନିକଟରେ ଏହି ଜିଲ୍ଲାର ଲେଖକ ଡ଼ମ୍ବରୁଧର ପଟ୍ଟନାୟକ ୨୦୨୦-୨୦୨୩ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀର ସାଧାରଣ ପରିଷଦ ସଦସ୍ୟ ରୂପେ ମନୋନୀତ ହୋଇଛନ୍ତି । ଏହି ଜିଲ୍ଲାରେ ଜନ୍ମିତ ଦ୍ୱିତୀଚନ୍ଦ୍ର ସାହୁ ଓଡ଼ିଆ ଭାଷାର ଜଣେ ଲେଖକ ତଥା ଓଡ଼ିଆ ସ୍ତମ୍ଭକାର । ଏହି ଜିଲ୍ଲାର ଅନ୍ୟ କିଛି ଚର୍ଚ୍ଚିତ ବ୍ୟକ୍ତିତ୍ୱ ହେଲେ:

ଆଧାର

ଅଧିକ ତଥ୍ୟ

Tags:

ରାୟଗଡ଼ା ଜିଲ୍ଲା ଇତିହାସରାୟଗଡ଼ା ଜିଲ୍ଲା ଭୂଗୋଳରାୟଗଡ଼ା ଜିଲ୍ଲା ପ୍ରଶାସନିକ ବିଭାଗରାୟଗଡ଼ା ଜିଲ୍ଲା ରାଜନୀତିରାୟଗଡ଼ା ଜିଲ୍ଲା ଦର୍ଶନୀୟ ସ୍ଥାନରାୟଗଡ଼ା ଜିଲ୍ଲା ଚର୍ଚ୍ଚିତ ବ୍ୟକ୍ତିତ୍ୱରାୟଗଡ଼ା ଜିଲ୍ଲା ଆଧାରରାୟଗଡ଼ା ଜିଲ୍ଲା ଅଧିକ ତଥ୍ୟରାୟଗଡ଼ା ଜିଲ୍ଲା

🔥 Trending searches on Wiki ଓଡ଼ିଆ:

ନେତୃତ୍ୱବ୍ରଜନାଥ ରଥଜଗନ୍ନାଥ ଦାସସୀତାକାନ୍ତ ମହାପାତ୍ରଚିଲିକା (କବିତା)ଧାତୁଅଚ୍ୟୁତାନନ୍ଦ ଦାସମାଗୁଣିର ଶଗଡ଼ଓଡ଼ିଆ ଭାଗବତଓଡ଼ିଆ ଭ୍ରମଣ ସାହିତ୍ୟବ୍ୟାସଦେବଶାରଳା ପୁରସ୍କାରକୁଜିବର ପ‌ତ୍ରଶ୍ରବଣା (ନକ୍ଷତ୍ର)ବଡ଼ଚଣା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବଳପ୍ରେମଓଡ଼ିଶାର ଇତିହାସୟୁକ୍ରେନଆନନ୍ଦ ଭବନ ସଂଗ୍ରହାଳୟ ଓ ଅଧ୍ୟୟନ କେନ୍ଦ୍ରଅଂଶୁପା ହ୍ରଦପାଇକ ବିଦ୍ରୋହଅଣସରକୃଷ୍ଣଦାସିଆ ବାଉରୀରଥଯାତ୍ରାସତୀ (ହିନ୍ଦୁ ଦେବୀ)ପଞ୍ଚସଖାବିଶ୍ୱ ଏଡ୍‌ସ ଦିବସ୧ମ ଓଡ଼ିଶା ବିଧାନ ସଭାଉତ୍ତମ ମହାନ୍ତି୨୭ ଜୁନଜମ୍ମୁ ତୱି ରେଳ ଷ୍ଟେସନବୈଶାଖତାଳଧ୍ୱଜଖାଦ୍ୟସତ୍ୟନାରାୟଣ ରାଜଗୁରୁଡାକ ମୁନସୀଓଡ଼ିଆ ରାମାୟଣକୋଚିଲାସୋନପୁର ରାଜ୍ୟଭ୍ୟାକୁମ୍ କ୍ଲିନର୍ସରଳା ଦେବୀସମୟ (କାଳ)ବନ୍ଦେ ଉତ୍କଳ ଜନନୀନମିତା ଅଗ୍ରୱାଲବ୍ରାଉଜରଭାରତୀୟ ସମ୍ବିଧାନଯୁକ୍ତରାଷ୍ଟ୍ର ଆମେରିକାକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବvji40ନେପଚୁନଭାରତୀୟ ରିଜର୍ଭ ବ୍ୟାଙ୍କ ଗବର୍ନରଇନ୍ଦିରା ଗାନ୍ଧୀଆଶୁତୋଷ ପରିଡ଼ାଓଡ଼ିଶାର ମାପ ବ୍ୟବସ୍ଥାରାସେଶ୍ୱରୀ ପାଣିଗ୍ରାହୀଓଡ଼ିଆ ମସଲାର ଇଂରାଜୀ ପ୍ରତିଶବ୍ଦଯକୃତପୁଥୁପ୍ପାଲ୍ଲୀ, କୋଟ୍ଟାୟାମଇଣ୍ଡିଆନ ପ୍ରିମିଅର ଲିଗତୁଳସୀ ଗଛଏ. ପି. ଜେ. ଅବଦୁଲ କଲାମ🡆 More