ରାୟଗଡ଼ା: ଓଡ଼ିଶାର ଏକ ସହର, ଭାରତ

[[Category: with short description]]

ରାୟଗଡ଼଼ା
Rayagada
ରାୟଗଡ଼
ସହର
Rayagada Railway Station
Rayagada Railway Station
ଦେଶରାୟଗଡ଼ା: ଇତିହାସ, ଜନସଂଖ୍ୟା, ଭୂଗୋଳ India
ରାଜ୍ୟଓଡ଼ିଶା
ଜିଲ୍ଲାରାୟଗଡ଼଼ା
Elevation
207 m (679 ft)
Population
 (2011)
 • Total୫୭୭୫୯
ଭାଷା
 • ସରକାରୀଓଡ଼ିଆ
 • OtherTelugu
Time zoneUTC+5:30 (IST)
PIN
୭୬୫୦୦୧
Telephone code୦୬୮୫୬
ଯାନବାହାନ ପଞ୍ଚୀକରଣOR, OD 18 A, B, C

ରାୟଗଡ଼଼ା ଭାରତର ଓଡ଼ିଶାରେ ଥିବା ରାୟଗଡ଼଼ା ଜିଲ୍ଲାର ମୁଖ୍ୟ ସଦର ମହକୁମା ଓ ଏକ ମୁଖ୍ୟ ସହର । ୧୯୯୨ ଅକ୍ଟୋବର ୨ ତାରିଖରୁ ରାୟଗଡ଼ ଏକ ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ପାଇବାପରେ ରାୟଗଡ଼ ଜିଲ୍ଲା ସଦର ମହକୁମା ଭାବେ ମାନ୍ୟତା ପାଇଛି । ବଣ, ପାହାଡ, ନଦୀ ଓ ଝରଣାରେ ଭରା ଏଇ ଜିଲ୍ଲା ମୁଖ୍ୟତଃ ଆଦିବାସୀଙ୍କ ବାସସ୍ଥଳୀ ।

ଇତିହାସ

ଖ୍ରୀଷ୍ଟପୁର୍ବ ତୃତୀୟ ଶତାବ୍ଦୀରେ ଅଶୋକଙ୍କ ରାଜତ୍ୱ ବେଳେ ଏହା କଳିଙ୍ଗ ଅଧୀନରେ ଥିଲା । ଗଙ୍ଗବଂଶୀ ଏବଂ ସୂର୍ଯ୍ୟବଂଶୀ ରାଜାମାନଙ୍କ ରାଜତ୍ୱ କାଳରେ ଏହା ଗୁଡାରି କଟକର କରଦ ରାଜା ଦାଦାର୍ଣ୍ଣବ ଦେବଙ୍କ ଅଧିନରେ ଥିଲା । ମୁକୁନ୍ଦଦେବଙ୍କ ପରାଜୟପରେ ନନ୍ଦପୁର ରାଜାଙ୍କ ଅଧୀନରେ ଏହା ୪୭ ବର୍ଷ ପାଇଁ ରହିଥିଲା । ଇଂରେଜ ଶାସନ ଅମଳରେ ଏହା ଜୟପୁର ରାଜାଙ୍କ ଅଧିନରେ ରହିଲା ଏବଂ ସ୍ୱାଧୀନ ଓଡ଼ିଶାରେ ଏହା ଅବିଭକ୍ତ କୋରାପୁଟ ଜିଲ୍ଲାରେ ଅନ୍ତର୍ଭୁକ୍ତ ଥିଲା ।

ରାୟଗଡ଼଼ାର ବିଶିଷ୍ଟ ସମାଜସେବୀ ସ୍ୱର୍ଗତ କୃଷ୍ଣଚନ୍ଦ୍ର ବକ୍ସିପାତ୍ର ଉତ୍କଳ ସମ୍ମିଳନୀର ଜିଲ୍ଲା ସଭାପତି ଥିଲେ ।

ଜନସଂଖ୍ୟା

୨୦୦୧ ଜନଗଣନା ଅନୁସାରେ ରାୟଗଡ଼଼ା ସହରର ଲୋକସଂଖ୍ୟା ୫୭,୭୩୨ । ସେଥିରୁ ପୁରୁଷ ସଂଖ୍ୟା ୨୯,୫୧୪ ଓ ମହିଳା ସଂଖ୍ୟା ୨୮,୨୧୮ । ୨୦୧୧ ଜନଗଣନା ଅନୁଯାୟୀ ରାୟଗଡ଼଼ାର ଲୋକସଂଖ୍ୟା ୭୧,୨୦୮ । ତନ୍ମଧ୍ୟରୁ ପୁରୁଷ ସଂଖ୍ୟା ୩୬,୦୩୬ ଏବଂ ମହିଳା ସଂଖ୍ୟା ୩୫,୧୭୨ । ହିନ୍ଦୁ ବ୍ୟତୀତ ସିନ୍ଧୀ, ଗୁଜରାଟୀ, ମାରବାଡି ସଂପ୍ରଦାୟର ଲୋକ ମଧ୍ୟ ଏଠାରେ ବସବାସ କରନ୍ତି । ପଡୋଶୀ ଆନ୍ଧ୍ର ପ୍ରଦେଶ ସହିତ ସଡକ ପଥ ଏବଂ ରେଳପଥରେ ଉତ୍ତମ ଯୋଗାଯୋଗ ରହିଥିବାରୁ ଏଠାରେ ତେଲୁଗୁ ଭାଷାଭାଷୀ ଲୋକଙ୍କ ସଂଖ୍ୟା ମଧ୍ୟ ଅଧିକ । ଓଡ଼ିଆ, ତେଲୁଗୁ ସହିତ ସୌରା ଓ କୁଇ ଭାଷା ମଧ୍ୟ ଏଠାରେ ପ୍ରଚଳିତ ।

ଭୂଗୋଳ

ନଦ ନଦୀ, ଝରଣା ଓ ପ୍ରପାତ ତଥା ଜଙ୍ଗଲରେ ଭରପୁର ଏହି ଜିଲ୍ଲାରେ ଆଦିବାସୀ ଜନସଂଖ୍ୟା ଅପେକ୍ଷାକୃତ ଅଧିକ । ରାୟଗଡ଼଼ାର ଭୋଗୋଳିକ ଅବସ୍ଥାନ ହେଉଛି, ଅକ୍ଷାଂଶ = ୧୯° ୧୦′ ୧୨″ ଉ:, ଦ୍ରାଘିମା = ୮୩° ୨୫′ ୧୨″ ପୂ: । ଏହାର ପଶ୍ଚିମ ଦିଗରେ ଝଂଜାବତି ନଦୀ ଏବଂ ପୂର୍ବରେ ନାଗାବଳୀ ନଦୀ ବହିଯାଉଅଛି । ସହରଟି ରାଜ୍ୟ ରାଜଧାନୀ ଭୂବନେଶ୍ୱରଠାରୁ ୩୯୦କି.ମି.  ଦୂରରେ ଅବସ୍ଥିତ ଏବଂ ଏହା ରେଳପଥଦ୍ୱାରା ଭୁବନେଶ୍ୱର, ଜୟପୁର, ବିଶାଖାପାଟଣା, ରାୟପୁର, କୋରାପୁଟ, କୋଲକାତା, ଚେନ୍ନାଇ, ବାଙ୍ଗାଲୋର, ମୁମ୍ବାଇ, ହାଇଦରାବାଦଦିଲ୍ଲୀ ସହ ସଂଯୁକ୍ତ ।

ଶିକ୍ଷା ଓ ସଂସ୍କୃତି

ସହରସ୍ଥିତ ଗୋବିନ୍ଦ ଚନ୍ଦ୍ର ଦେବ ହାଇସ୍କୁଲ ଏବଂ ଗୋପବନ୍ଧୁ ମ୍ୟୁନିସିପାଲ ହାଇସ୍କୁଲ.sri aurobinda intergal education center, aurobinda nagar. ଏଠାକାର ଶିକ୍ଷା ବିକାଶରେ ଏକ ପ୍ରମୁଖ ସ୍ଥାନ ଗ୍ରହଣ କରିଛନ୍ତି । ଏହାଛଡା ୧୯୬୪ ମସିହାରେ ପ୍ରତିଷ୍ଠିତ ସରକାରୀ ବାଳିକା ବିଦ୍ୟାଳୟ ଏଠାକାର ନାରୀଶିକ୍ଷାରେ ପ୍ରଗତି ପାଇଁ ଚେଷ୍ଟିତ । ସ୍ଥାନୀୟ ଠକ୍କର ବାପା ଆଶ୍ରମ ପରିସରରେ ଅନୁସୂଚିତ ଉପଜାତିର ପିଲାଙ୍କ ପାଇଁ ପ୍ରାଇମେରୀ ବିଦ୍ୟାଳୟଟିଏ ରହିଛି । ଏଠାକାର ଅନ୍ୟାନ୍ୟ ପ୍ରମୁଖ ଶିକ୍ଷାନୁଷ୍ଠାନଗୁଡିକ ହେଲା:-

ଏହା ଜିଲ୍ଲାର ସଦର ମହକୁମା ହୋଇଥିବାରୁ ଏଠାରେ ସବୁ ବିଭାଗର ମୁଖ୍ୟ କାର୍ଯ୍ୟାଳୟ ଯଥା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ, ଜିଲ୍ଲା ଅଦାଲତ ତଥା ଅନ୍ୟାନ୍ୟ ମୁଖ୍ୟ କାର୍ଯ୍ୟାଳୟସବୁ ରହିଛି । ଏତଦ୍‌ବ୍ୟତୀତ ତହସିଲ କାର୍ଯ୍ୟାଳୟ, ଉପନିବନ୍ଧକଙ୍କ କାର୍ଯ୍ୟାଳୟ ଓ ସ୍କୁଲ ତଥା କଲେଜ ସବୁ ରହିଛି ।

ପ୍ରତିବର୍ଷ ସ୍ଥାନୀୟ କାଳୀପୂଜା ଛକରେ କାଳୀପୂଜା, ନିୟୁ କଲୋନୀରେ ଗଜଲକ୍ଷ୍ମୀପୂଜା ଏବଂ ସହରର ବିଭିନ୍ନ ସ୍ଥାନରେ ଦୁର୍ଗା ପୂଜା ଧୁମ୍‌ଧାମ୍‌ରେ ପାଳିତ ହୁଏ । ଏହାଛଡା ମା ମଝିଘରିଆଣୀଙ୍କ ଚଇତି ପରବ ଏବଂ ଜିସିଡି ହାଇସ୍କୁଲ ପଡିଆରେ ଚଇତି ମହୋତ୍ସବ (ଚଇତି) ବେଶ୍ ଜାକଜମକରେ ପାଳିତ ହୁଏ ।

ରାୟଗଡ଼ା: ଇତିହାସ, ଜନସଂଖ୍ୟା, ଭୂଗୋଳ 
ସାଂସ୍କୃତିକ ପର୍ବ ଚଇତି
ରାୟଗଡ଼ା: ଇତିହାସ, ଜନସଂଖ୍ୟା, ଭୂଗୋଳ 
ଜଗନ୍ନାଥ ମନ୍ଦିର, ରାୟଗଡ଼଼ା
ରାୟଗଡ଼ା: ଇତିହାସ, ଜନସଂଖ୍ୟା, ଭୂଗୋଳ 
ରାଣୀଗୁଡା ନିକଟସ୍ଥ ମା ମଙ୍ଗଳା ମନ୍ଦିର
ରାୟଗଡ଼ା: ଇତିହାସ, ଜନସଂଖ୍ୟା, ଭୂଗୋଳ 
ରାୟଗଡ଼଼ାର ଝୁଲନ୍ତା ପୋଲ

ଦର୍ଶନୀୟ ସ୍ଥାନ

ରାୟଗଡ଼଼ା ମା ମଝିଘରିଆଣୀଙ୍କ ପ୍ରାଚୀନ ପୀଠ ଅଟେ । ଏହି ପୀଠ ଏବେ ନୂତନ ରୂପରେ ଏକ ଦର୍ଶନୀୟ ସ୍ଥାନ ପାଲଟିଛି । ନାଗାବଳୀ ନଦୀର ଦୁଇପାର୍ଶ୍ୱକୁ ସଂଯୋଗ କରୁଥିବା ଝୁଲନ୍ତା ପୋଲ, ରାୟଗଡ଼ା ରାୟଗଡ଼଼ାର ଏକ ଦର୍ଶନୀୟ ସ୍ଥାନ। ରାୟଗଡ଼଼ା ସହର ଉପକଣ୍ଠରେ ହାତୀପଥର ଏକଦା ଏକ ଦର୍ଶନୀୟ ସ୍ଥାନ ଥିଲା । ଏତଦ୍‌ ବ୍ୟତୀତ ସହରର ଅନ୍ୟାନ୍ୟ ଦର୍ଶନୀୟ ସ୍ଥାନଗୁଡ଼ିକ ହେଲା:-

  • ରାଣୀଗୁଡା ନିକଟସ୍ଥ ମା ମଙ୍ଗଳା ମନ୍ଦିର,
  • ସ୍ଥାନୀୟ ଜଗନ୍ନାଥ ମନ୍ଦିର,
  • ରେଳବାଇ କଲୋନୀର ଶିରିଡୀ ସତ୍ୟସାଈ ମନ୍ଦିର,
  • ବ୍ରାହ୍ମଣ ସାହିସ୍ଥିତ ରାଧାକୃଷ୍ଣ ମନ୍ଦିର,
  • ଗୌତମ ନଗରସ୍ଥିତ ଶିବ ମନ୍ଦିର ଓ ଗଣେଶ ମନ୍ଦିର,
  • ପି.ଏଚ୍.ଡି କଲୋନୀସ୍ଥିତ ଶିବ ମନ୍ଦିର,
  • ପି.ଏଚ୍.ଡି କଲୋନୀନିକଟସ୍ଥ ହନୁମାନ ମନ୍ଦିର ।

ରାୟଗଡ଼଼ା ଆଖପାଖରେ ଥିବା ଅନ୍ୟାନ୍ୟ ଦର୍ଶନୀୟ ସ୍ଥାନ ସବୁ ହେଲା:-

ଚର୍ଚ୍ଚିତ ବ୍ୟକ୍ତିତ୍ୱ

ଆଧାର

Tags:

ରାୟଗଡ଼ା ଇତିହାସରାୟଗଡ଼ା ଜନସଂଖ୍ୟାରାୟଗଡ଼ା ଭୂଗୋଳରାୟଗଡ଼ା ଶିକ୍ଷା ଓ ସଂସ୍କୃତିରାୟଗଡ଼ା ଦର୍ଶନୀୟ ସ୍ଥାନରାୟଗଡ଼ା ଆଧାରରାୟଗଡ଼ା

🔥 Trending searches on Wiki ଓଡ଼ିଆ:

ବଳଭଦ୍ର ମାଝୀଦୀନକୃଷ୍ଣ ଦାସ୧୯୬୬କମଳାକାନ୍ତ ଲେଙ୍କାଜଗନ୍ନାଥଙ୍କ ବେଶନୀଳକଣ୍ଠ ଦାସସାରଦା ଦେବୀଜଗନ୍ନାଥଭାରତ-ଚୀନ ସୀମା ବିବାଦଇରା ମହାନ୍ତିଶଙ୍ଖ କ୍ଷେତ୍ରକୌଶଲ୍ୟା ବନ୍ଧଉମେଶଚନ୍ଦ୍ର ସରକାରରାଷ୍ଟ୍ରୀୟ ପେନସନ ପ୍ରଣାଳୀଲିଓନେଲ୍ ମେସିହସ୍ତମୈଥୁନକରାଚୀରାମାୟଣ (ବହୁବିକଳ୍ପ)ଟାଟା ମୋଟରସବିଜୟ ମିଶ୍ରପ୍ରଣବ ପ୍ରକାଶ ଦାସଜଗନ୍ନାଥ ମନ୍ଦିରଜୀବସାରବୁଧବାରମାନବ ଅଧିକାରର ସାର୍ବଜନୀନ ଘୋଷଣାପାଲାବନମାଳୀ ଦାସମେଲାଟୋନିନଭାରତର ନଦୀ ସମୂହର ତାଲିକାପ୍ଲାଟିପସରାଶି ଓ ନକ୍ଷତ୍ରମଧୁସୂଦନ ଦାସସୁରେଶ କୁମାର ରାଉତରାୟ୧୫ ମାର୍ଚ୍ଚଯକ୍ଷ୍ମାଉର୍ବଶୀଶ୍ରୀତମ ଦାସବେଙ୍ଗକଇଁସାରିଉପେନ୍ଦ୍ର ଭଞ୍ଜଦଣ୍ଡ ନାଟହିନ୍ଦୁ ଧର୍ମକାଞ୍ଜିଅଅଁଳା ଓଷାବିରାଟ କୋହଲୀ୧୩ ମାର୍ଚ୍ଚଲାଟିନ ଭାଷାଓଡ଼ିଆ ନାଟକ୧୨ ମାର୍ଚ୍ଚକାଳୀଚରଣ ପଟ୍ଟନାୟକଗୁରୁପ୍ରସାଦ ମହାନ୍ତି୧୯୮୯ରାମକୃଷ୍ଣ ନନ୍ଦରତି ରଞ୍ଜନ ମିଶ୍ରତନ୍ଦ୍ରାଲୋକର ପ୍ରହରୀଅମାବାସ୍ୟାର ଚନ୍ଦ୍ରଟୁକୁନି ସାହୁନରେନ୍ଦ୍ର ମୋଦୀଗୁଜରାଟବିକ୍ରମ କେଶରୀ ଦେଓଗୋଦାବରୀଶ ମିଶ୍ରମହାଦେଶକୁମ୍ଭ (ରାଶି)କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବକୁଷ୍ଠମହୁଲଦଶାବତାର🡆 More