ରାମକୃଷ୍ଣ ନନ୍ଦ: ଓଡ଼ିଆ ଶିଶୁ ସାହିତ୍ୟକ

ରାମକୃଷ୍ଣ ନନ୍ଦ (୨୫ ଫେବୃଆରୀ ୧୯୦୬ - ୨୮ ସେପ୍ଟେମ୍ବର ୧୯୯୪) ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଶିଶୁ ସାହିତ୍ୟକ ଓ ଗୀତିକାର । ସେ ଛାପାଖାନା ଓ ମୁଦ୍ରଣାଳୟ ପ୍ରତିଷ୍ଠା କରି, ବହୁ ଓଡ଼ିଆ ପୁସ୍ତକ ଓ ପତ୍ରିକା ପ୍ରକାଶନା କରିଥିଲେ । ତାଙ୍କ ରଚିତ ଆହେ ଦୟାମୟ ବିଶ୍ୱ ବିହାରୀ ଓଡ଼ିଶାର ବହୁ ବିଦ୍ୟାଳୟରେ ପ୍ରାର୍ଥନା ଭାବରେ ଗାନ କରାଯାଏ ।

ରାମକୃଷ୍ଣ ନନ୍ଦ
୧୯୯୦ ଦଶକରେ କଟକରେ ରାମକୃଷ୍ଣ ନନ୍ଦ
୧୯୯୦ ଦଶକରେ କଟକରେ ରାମକୃଷ୍ଣ ନନ୍ଦ
ଜନ୍ମ ଓ ଜନ୍ମସ୍ଥାନ(1906-02-25)୨୫ ଫେବୃଆରୀ ୧୯୦୬



କଟକ ଜିଲ୍ଲା
ମୃତ୍ୟୁ୨୮ ସେପ୍ଟେମ୍ବର ୧୯୯୪(1994-09-28) (ବୟସ ୮୮)
କଟକ
ବୃତ୍ତିଶିଶୁ ସାହିତ୍ୟିକ, ଗୀତିକାର
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ନାଗରିକତାଭାରତୀୟ
ସାହିତ୍ୟ କୃତିଆହେ ଦୟାମୟ ବିଶ୍ୱବିହାରି
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ
ଜୀବନସାଥୀସୌଦାମିନି ଦେବୀ

ଜୀବନକାଳ

ରାମକୃଷ୍ଣ , ୧୯୦୬ ମସିହା ଫେବୃଆରୀ ୨୫ତାରିଖରେ କଟକ ଗୋବିନ୍ଦପୁର ଅନ୍ତ୍ରର୍ଗତ ବାଇରୋଇଠାରେ ଜନ୍ମଗ୍ରହଣ କରିଥିଲେ । ପରିବାରର ଆର୍ଥିକ ଅବସ୍ଥା ଭଲ ନଥିଲା । ସେଥିଯୋଗୁ, ରାମକୃଷ୍ଣଙ୍କୁ ପାଠ ପଢ଼ିବା ଛାଡ଼ି ଚାକିରି କରିବାକୁ ପଡିଥିଲା । ମାଟ୍ରିକ ପାସ କରିବା ଆଗରୁ ତାଙ୍କର ବାହାଘର ହୋଇ ଯାଇଥିଲା । ବିବାହ ପରେ ଚାକିରି ଛାଡ଼ି, ପୁଣି ପାଠ ପଢ଼ିବା ଆରମ୍ଭ କରିଥିଲେ । ସ୍ନାତକୋତ୍ତର ପାଠ ପଢ଼ିଥିଲେ ସୁଦ୍ଧା ଅଭାବ ଅନଟନ ଯୋଗୁ ସମାପ୍ତ କରି ପାରିନଥିଲେ ।

ସାହିତ୍ୟ ସର୍ଜନା

୧୯୪୬ ମସିହାରେ, ରାମକୃଷ୍ଣ କଟକ ତଳ ତେଲେଙ୍ଗା ବଜାରରେ ଜାଗା କିଣି ଘର ତିଆରି କରିଥିଲେ ଓ ସେଠାରେ "ପାରିଜାତ" ଛାପାଖାନା ବସେଇଥିଲେ । ଏହା ଏକ ବିବାଦିୟ ପରିସ୍ଥିତିରେ ବନ୍ଦ ହୋଇଥିଲା ଓ ତା ପରେ ରାମକୃଷ୍ଣ "ସଂସାର ପ୍ରେସ" ସ୍ଥାପନା କରିଥିଲେ । ୧୯୫୧ ମସିହାରେ ଏହି ପ୍ରେସରୁ "ସଂସାର" ପତ୍ରିକା ପ୍ରକାଶନ ଆରମ୍ଭ କରାଗଲା । ପାଠ୍ୟ ପୁସ୍ତକର ଜାତୀୟ କରଣ ପୂର୍ବରୁ, ସେ ବହୁ ପୁସ୍ତକ ଛାପିଥିଲେ । ୧୯୩୩ ମସିହାରେ ବାରିପଦାରେ ଶିକ୍ଷକତା କରୁଥିବା ସମୟରେ, ସେ "ଆହେ ଦୟାମୟ ବିଶ୍ୱ ବିହାରୀ" ରଚନା କରିଥିଲେ ।

ରଚନାବଳୀ

  • ୧୯୩୦ – ତୁଳସୀଦାସ
  • ୧୯୩୧ – ତୁଳସୀଦାସ ଦୋହାବଳୀ
  • ୧୯୩୩ – ପ୍ରତିଧ୍ୱନୀ
  • ୧୯୩୪ – ୩୭ – ସାହିତ୍ୟ ସୋପାନ (ପାଠ ବହି)
  • ୧୯୩୮ – ସାହିତ୍ୟ ବୋଧ (ପାଠ ବହି)
  • ୧୯୪୦ – ରଚନା ଦର୍ପଣ (ପାଠ ବହି)
  • ୧୯୪୪ – ୪୫ – ପାଠ ସୋପାନ (ପାଠ ବହି)
  • ୧୯୩୬–୪୬ – ସଂଗ୍ରାମ ଓ ସାଧନା (ଭାଗ ୧ ଓ ୨)
  • ୧୯୪୮ – ଡନ କ୍ୱିକ୍ସୋଟ (ଅନୁବାଦ)
  • ୧୯୪୯ – ବିଜ୍ଞାନ କୁହୁକ
  • ୧୯୬୨ – ବିଶ୍ୱ ପରିଚୟ (ଓଡ଼ିଆ ଭାଷାକୋଷ)
  • ୧୯୬୯ – ଜୀବନ ତରଙ୍ଗ
  • ୧୯୭୫ – ଝୁମୁକା
  • ୧୯୭୭–୮୪ – ଛଅଟି ଗଛ ଶୃଙ୍ଖଳା (ଅଠର ଫୁଲ, କୋଡିଏ ଫୁଲ, ବାଇଶି ଫୁଲ, ତେଇଶି ଫୁଲ, ଚବିଶି ଫୁଲ, ସୁବର୍ଣ୍ଣ ସେଉ, ମରଣ ଦୋଳି, ସାଗର କନ୍ୟା)
  • ୧୯୮୨ – ଓଡ଼ିଆ ଶିଶୁ ସାହିତ୍ୟ ଓ ସଙ୍ଗୀତ ସଙ୍କଳନ
  • ୧୯୮୨ – ପ୍ରକୃତିର ଗଳ୍ପପୁରୀ
  • ୧୯୮୨ – ଇନ୍ଦ୍ରଧନୁ (ଅନୁବାଦ)
  • ୧୯୮୩ – ଆମ ବଣ ଜଙ୍ଗଲ କଥା (ଅନୁବାଦ)
  • ୧୯୮୩ – ଆମ ଶରୀର (ଅନୁବାଦ)
  • ୧୯୮୪ – ସୁନା ପାହାଚ
  • ୧୯୮୪ – ଆମ ଜାତୀୟ ପଶୁ, ଜାତୀୟ ପକ୍ଷୀ
  • ୧୯୮୫ – ଆମ ଜାତୀୟ ପତାକା ଓ ଜାତୀୟ ସଂଗୀତ, ଜାତୀୟ ପୁଷ୍ପ ଓ ଜାତୀୟ ପ୍ରତୀକ
  • ୧୯୮୬ – ଜୀବନ ରହସ୍ୟ
  • ୧୯୮୮ – ରତ୍ନ ପାଖୁଡ଼ା (ଭାଗ ୧ ଓ ୨)
  • ୧୯୮୯ – ସତର ଫୁଲ
  • ୧୯୮୯ – ଅଦେଖା ବଣର ଫୁଲ
  • ୧୯୮୯ – ପଞ୍ଚତନ୍ତ୍ର କାହାଣୀ (ଭାଗ ୧, ୨ ଓ ୩)
  • ୧୯୯୨ – ଲେଖନୀର ପାଠଶାଳା
  • ୧୯୯୩ – ଭାବି ଦେଖନ୍ତୁ
  • ୧୯୯୪ – ଟୁଣଟୁଣିର ବହି
  • ୧୯୯୪ – ବିଶ୍ୱ ପରିଚୟ

ସମ୍ମାନ ଓ ପୁରସ୍କାର

ଆଧାର

Tags:

ରାମକୃଷ୍ଣ ନନ୍ଦ ଜୀବନକାଳରାମକୃଷ୍ଣ ନନ୍ଦ ସାହିତ୍ୟ ସର୍ଜନାରାମକୃଷ୍ଣ ନନ୍ଦ ରଚନାବଳୀରାମକୃଷ୍ଣ ନନ୍ଦ ସମ୍ମାନ ଓ ପୁରସ୍କାରରାମକୃଷ୍ଣ ନନ୍ଦ ଆଧାରରାମକୃଷ୍ଣ ନନ୍ଦଆହେ ଦୟାମୟ ବିଶ୍ୱ ବିହାରୀ

🔥 Trending searches on Wiki ଓଡ଼ିଆ:

ଲକ୍ଷ୍ମଣ ନାୟକଓଡ଼ିଶାର ଦୋଳଯାତ୍ରାଖଣ୍ଡପଡ଼ା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ମିରା ଅଲଫାସାଗୋପବନ୍ଧୁ ଦାସଅନନ୍ତ ପଟ୍ଟନାୟକଭାରତର ନ୍ୟାୟୀକ ବ୍ୟବସ୍ଥାସୁରେନ୍ଦ୍ର ସିଂହ ଭୋଇଲଳିତ ମାନସିଂହରାମଶଙ୍କର ରାୟଭାରତୀୟ ମହିଳାସଚ୍ଚିଦାନନ୍ଦ ରାଉତରାୟଲୌହ ଅତିଭାରମଧୁମେହସୀତାକାନ୍ତ ମହାପାତ୍ରଅମୃତାୟନଆମ୍ବଖଣ୍ଡଗିରି ମେଳାସାଉଦି ଆରବଜୟୀ ରାଜଗୁରୁସଂଗୀତକୋଭିଡ-୧୯ବିଶ୍ୱ ଜଳ ଦିବସମଧ୍ୟ ପ୍ରଦେଶନୂଆ ଦିଲ୍ଲୀଶିବାଜୀଧର୍ମେନ୍ଦ୍ର ପ୍ରଧାନକାଉଁରୀ କନ୍ୟାନାଟୋଚିକୁନ‌ଗୁନିଆଡାଲଟେପାରିନଅଷ୍ଟ୍ରେଲିଆ (ମହାଦେଶ)ଗୋପାଳ କୃଷ୍ଣ ରଥହିନା ରବାନି ଖରସୁଡୋଏଫେଡ୍ରିନଆନ୍ତ୍ରିକ ଅବରୋଧକ୍ଲିଣ୍ଡାମାଇସିନରାଜନୀତି ବିଜ୍ଞାନପାରାସେଟାମୋଲମାଡ୍ରିଦସିଦ୍ଧାନ୍ତ ମହାପାତ୍ରଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁଏତନହୁଷମଣିଷଦକ୍ଷିଣ ଚୀନ ସାଗରଖଣ୍ଡାୟତବି. ଆର. ଆମ୍ବେଦକରଶତପୁରା ରେଞ୍ଜଓଡ଼ିଆ ଖାଦ୍ୟଫିଲିପାଇନ୍ସସଂସ୍କୃତ୨୦୧୯ ଭାରତୀୟ ସାଧାରଣ ନିର୍ବାଚନଅଷ୍ଟ୍ରିଆବିଭୂତି ପଟ୍ଟନାୟକଧର୍ମ୧୯୬୨ଆଲଜିମର ରୋଗ୨୭ ମାର୍ଚ୍ଚମନୋରଞ୍ଜନ ଦାସଜୈନ ଧର୍ମପ୍ରଦୀପ କୁମାର ଅମାତକାଳିଜାଈଜ୍ଞାନକୋଷ୧୫୬୨ଆମାଜନ ନ‌ଦୀ୧୯ ମାର୍ଚ୍ଚଇଲନ ମସ୍କArmeniaମାଟ୍ରିକ୍ସଦମୟନ୍ତୀ ବେଶ୍ରା🡆 More