ଇଲନ ରିଭ ମସ୍କ (୨୮ ଜୁନ ୧୯୭୧ରେ ଜନ୍ମ) ହେଉଛନ୍ତି ଜଣେ ପ୍ରଦ୍ୟୋଗିକି ବ୍ୟବସାୟୀ, ନିବେଶକାରୀ ଏବଂ ଯନ୍ତ୍ରୀ । ସେ ଏକାଧାରରେ ଦକ୍ଷିଣ ଆଫ୍ରିକା, କାନାଡ଼ା ଏବଂ ଯୁକ୍ତରାଷ୍ଟ୍ର ଆମେରିକାର ନାଗରିକ ଅଟନ୍ତି । ଏହାଛଡ଼ା ସେ ମଙ୍ଗଳ ଗ୍ରହରେ ଜନବସତି ସ୍ଥାପନ ଲକ୍ଷ୍ୟରେ ଥିବା ଉଦ୍ୟୋଗ ସ୍ପେସଏକ୍ସ (SpaceX)ର ମୁଖ୍ୟ କାର୍ଯ୍ୟପାଳକ ଅଧିକାରୀ (CEO), ମୁଖ୍ୟ ଚିତ୍ରକାର ଏବଂ ପ୍ରତିଷ୍ଠାତା ; ଜୈବ ଇନ୍ଧନରେ ଚାଳିତ ଗାଡ଼ି ଉତ୍ପାଦନକାରୀ ଉଦ୍ୟୋଗ ଟେସ୍ଲା (Tesla)ର ସହ-ପ୍ରତିଷ୍ଠାତା, ମୁଖ୍ୟ କାର୍ଯ୍ୟପାଳକ ଅଧିକାରୀ ଏବଂ ଉତ୍ପାଦ ବସ୍ତୁକାର (product architect); ମଣିଷର ମସ୍ତିଷ୍କରେ କାମ କରୁଥିବା ଉଦ୍ୟୋଗ, ନିଉରାଲଲିଙ୍କ(Neurallink)ର ସହ-ପ୍ରତିଷ୍ଠାତା ଏବଂ ମୁଖ୍ୟ କାର୍ଯ୍ୟପାଳକ ଅଧିକାରୀ; ଦେଶବିଦେଶକୁ ଅର୍ଥ ଆଦାନପ୍ରଦାନ କରୁଥିବା ଉଦ୍ୟୋଗ ପେପଲ (PayPal)ର ସହ-ପ୍ରତିଷ୍ଠାତା.
ଇଲନ ମସ୍କ FRS | |
---|---|
ଜନ୍ମ | ଇଲନ ରିଭ ମସ୍କ ଜୁନ ୨୮, ୧୯୭୧ ପ୍ରିଟୋରିଆ, ଟ୍ରାନ୍ସଭାଲ୍, ଦକ୍ଷିଣ ଆଫ୍ରିକା |
ଜାତୀୟତା |
|
ଶିକ୍ଷାନୁଷ୍ଠାନ |
|
ବୃତ୍ତିସମୂହ |
|
ସକ୍ରିୟ ବର୍ଷ | ୧୯୯୫–ବର୍ତ୍ତମାନ |
Title |
|
ରାଜନୈତିକ ଦଳ | ସ୍ୱାଧୀନ |
ବୈବାହିକ-ସାଥୀs | ଜଷ୍ଟିନ ୱିଲ୍ସନ (m. ୨୦୦୦; div. ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)ତଉଲାହ ରିଲେ (m. ୨୦୧୦; div. ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)(m. 2013; div. 2016) |
ଜୀବନସାଥୀs |
|
ସନ୍ତାନ | ୬ (୧ ମୃତ) |
ପିତାମାତାs |
|
ସମ୍ପର୍କୀୟ |
|
ପୁରସ୍କାର | Fellow of the Royal Society |
ଦସ୍ତଖତ | |
ଡିସେମ୍ବର ୨୦୧୬ରେ ଫୋର୍ବସଦ୍ୱାରା ତାଙ୍କୁ ପୃଥିବୀର ସର୍ବଶକ୍ତିଶାଳୀ ଲୋକମାନଙ୍କ ମଧ୍ୟରେ ୨୧ତମ ସ୍ଥାନ ମିଳିଥିଲା । ଅକ୍ଟୋବର ୨୦୧୮ ସୁଦ୍ଧା ସେ $୨୨.୮ ବିଲିୟନ ସମ୍ପତ୍ତିର ଅଧିକାରୀ । ଫୋର୍ବସଦ୍ୱାରା ପ୍ରକାଶିତ ଚିଠାରେ ସେ ପୃଥିବୀର ୫୪ତମ ଧନୀ ବ୍ୟକ୍ତି ।
ଦକ୍ଷିଣ ଆଫ୍ରିକାର ପ୍ରିଟୋରିଆଠାରେ ସେ ଜନ୍ମ ଗ୍ରହଣ କରିଥିଲେ ଏବଂ ସେଠାରେ ତାଙ୍କର ବାଲ୍ୟକାଳ ବିତିଥିଲା । ମସ୍କଙ୍କୁ ଯେତେବେଳେ ୧୭ ବର୍ଷ ହୋଇଥିଲା ସେ ପାଠ ପଢିବାକୁ କାନାଡାର କୁଇନ୍ସ ବିଶ୍ୱବିଦ୍ୟାଳୟକୁ ଆସିଥିଲେ । ଦୁଇ ବର୍ଷପରେ ତାଙ୍କୁ ପେନସିଲ୍ଭାନିଆ ବିଶ୍ୱବିଦ୍ୟାଳୟକୁ ସ୍ଥାନାନ୍ତରଣ କରାଯାଇଥିଲା । ସେଠାରେ ସେ ହ୍ୱାର୍ଟନ ବିଦ୍ୟାଳୟରୁ ଅର୍ଥନୀତିରେ ସ୍ନାତକ ଉପାଧି ଲାଭ କରିଥିଲେ ଏବଂ କଳା ଓ ବିଜ୍ଞାନ ମହାବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ଏକ ସ୍ନାତକ ଉପାଧି ଲାଭ କରିଥିଲେ । ସେ ୧୯୯୫ ମସିହାରେ ସାମଗ୍ରୀ ବିଜ୍ଞାନ ଏବଂ ଅନୁପ୍ରଯୁକ୍ତ ପଦାର୍ଥ ବିଜ୍ଞାନରେ ଡକ୍ଟରେଟ ପାଇଁ ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟରେ ପଢ଼ିବା ଆରମ୍ଭ କଲେ ହେଲେ ନିଜସ୍ୱ ବ୍ୟବସାୟ ଖୋଲିବା ଆଶାରେ ମାତ୍ର ଦୁଇ ଦିନପରେ ପାଠପଢ଼ା ଛାଡ଼ିଦେଲେ । ସେ ପରେ ଜିପ୨ ନାମକ ଏକ ଇଣ୍ଟରନେଟ ସଫ୍ଟୱେର ଉଦ୍ୟୋଗ ତାଙ୍କ ଭାଇ, କିମ୍ବଲ ମସ୍କଙ୍କ ମିଶି ପ୍ରତିଷ୍ଠା କରିଥିଲେ, ଯାହାକି ପରେ ୧୯୯୯ ମସିହାରେ କମ୍ପାକ କମ୍ପାନୀ $୩୪୦ ମିଲିୟନରେ କିଣିଥିଲା । ମସ୍କ ପରେ ଏକ୍ସ.କମ ନାମକ ଏକ ଅନଲାଇନ ବ୍ୟାଙ୍କ ଆରମ୍ଭ କରିଥିଲେ ତାହା ପ୍ରଥମେ କୋନଫିନିଟି ସହ ୨୦୦୦ ମସିହାରେ ମିଶିଯାଇଥିଲା ଏବଂ ପରେ ସେହି ବର୍ଷ ତାହାର ନାମ ପେପଲ ହୋଇଥିଲା । ପରେ ଅକ୍ଟୋବର ୨୦୦୨ ମସିହାରେ ଇ-ବେ (E-Bay) ତାହାକୁ $୧.୫ ବିଲିୟନରେ କିଣିଥିଲା ।
ମଇ ମାସ ୨୦୦୨ ମସିହାରେ ମସ୍କ ସ୍ପେସଏକ୍ସ ପ୍ରତିଷ୍ଠା କରିଥିଲେ । ଏହା ଏକ ଅନ୍ତରୀକ୍ଷ ପରିଭ୍ରମଣକାରୀ କମ୍ପାନୀ ଯାହାକି ମଙ୍ଗଳ ଗ୍ରହରେ ଜନବସତି ସ୍ଥାପନାର ଲକ୍ଷ୍ୟ ରଖିଛି । ଟେସ୍ଲା କମ୍ପାନୀକୁ ଅର୍ଥ ଯୋଗାଇବାରେ ତାଙ୍କର ପ୍ରମୁଖ ଅବଦାନ ଥିଲା । ସେ ଟେସ୍ଲାକୁ ବୈଦ୍ୟୁତିକ ବାହାନ ଏବଂ ସୌରଶକ୍ତି ନିର୍ମାଣରେ ସହଯୋଗ କରିଥିଲେ । ୨୦୦୩ରେ ସେ ଏହି କମ୍ପାନୀର ମୁଖ୍ୟ କାର୍ଯ୍ୟପାଳକ ଅଧିକାରୀ (CEO) ହୋଇଥିଲେ । ୨୦୦୬ ମସିହାରେ ସେ ସୋଲାରସିଟି (SolarCity) ନାମକ ଏକ ସୌରଶକ୍ତି ଉପରେ ପର୍ଯ୍ୟବସିତ କମ୍ପାନୀକୁ ଗଠନ କରିବାରେ ସହଯୋଗ କରିଥିଲେ, ଏହା ବର୍ତ୍ତମାନ ଟେସ୍ଲାର ଏକ ଅଂଶ । ମସ୍କ ୨୦୧୫ ମସିହାରେ ଓପନଏଆଇ(OpenAI) ନାମକ ଏକ କମ୍ପାନୀ ସହ-ପ୍ରତିଷ୍ଠା କରିଥିଲେ । ଏହା ଏକ ଅଣଲାଭକାରୀ ସଙ୍ଗଠନ ଯାହା ବନ୍ଧୁତ୍ୱପୂର୍ଣ୍ଣ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ପ୍ରଚାର କରିଥାଏ । ଜୁଲାଇ ୨୦୧୬ରେ ସେ ନିଉରାଲଲିଙ୍କ ନାମକ ଏକ ମସ୍ତିଷ୍କ-କମ୍ପ୍ୟୁଟର ଉପରେ ନ୍ୟୁରୋଟେକ୍ନୋଲୋଜିରେ କାମ କରୁଥିବା କମ୍ପାନୀ ସହ-ପ୍ରତିଷ୍ଠା କରିଥିଲେ । ବର୍ତ୍ତମାନ ସେ ତାହାର ମୁଖ୍ୟ କାର୍ଯ୍ୟପାଳକ ଅଧିକାରୀ ଅଟନ୍ତି । ଡିସେମ୍ବର ୨୦୧୬ରେ ସେ ଦ ବୋରିଂ କମ୍ପାନୀ (The Boring Company) ପ୍ରତିଷ୍ଠା କରିଥିଲେ । ଏହା ଟ୍ରାଫିକ ସମସ୍ୟା ହଟାଇବାକୁ ମାଟି ତଳେ ସୁଡ଼ଙ୍ଗ ଖୋଲି ରାସ୍ତା ତିଆରିକରିଥାଏ ।
ଏହି ସବୁ ଛଡ଼ା ସେ ଅତ୍ୟାଧୁନିକ ବେଗ ଯୁକ୍ତ ହାଇପରଲୁପ (Hyperloop) ଉପରେ ଆଲୋକପାତ କରନ୍ତି ଏବଂ ସିଧା ସିଧା ଗୋଟିଏ ସ୍ଥାନରୁ ଆକାଶକୁ ଉଠିଯିବା ଏବଂ ଲ୍ୟାଣ୍ଡ କରିବାପାଇଁ ଏକ ସୁପରସୋନିକ ଜେଟ, ଯାହାକୁ ମସ୍କ ଇଲେକ୍ଟ୍ରୋନିକ ଜେଟ କୁହାଯାଉଛି ପରିକଳ୍ପନା କରିଛନ୍ତି ।
ମସ୍କ କହିଛନ୍ତି ଯେ ତାଙ୍କର ସ୍ପେସଏକ୍ସ, ଟେସ୍ଲା ଏବଂ ସୋଲାରସିଟି କମ୍ପାନୀଗୁଡ଼ିକ ଲକ୍ଷ୍ୟ ହେଲା ପୃଥିବୀ ଏବଂ ମାନବିକତାର ବିକାଶ ନିମିତ୍ତ କାମ କରିବା । ତାଙ୍କର ଲକ୍ଷ୍ୟ ହେଉଛି ଏକ ନିରବଛିନ୍ନ ଶକ୍ତି ଉପଯୋଗ କରି ବିଶ୍ୱତାପନ ଘଟାଇବା ଏବଂ ମଙ୍ଗଳ ଗ୍ରହକୁ ଯାଇ ଜନବସତି ସ୍ଥାପନ କରି ମାନବକୁ ବିଲୋପନରୁ ବଞ୍ଚାଇବା ।
ଇଲନ ମସ୍କ ଜୁନ୍ ୨୮, ୧୯୭୧ରେ ଦକ୍ଷିଣ ଆଫ୍ରିକାର ଟ୍ରାନ୍ସଭାଲର ପ୍ରିଟୋରିଆରେ ଜନ୍ମଗ୍ରହଣ କରିଥିଲେ, ତାଙ୍କର ମାତାଙ୍କର ନାଁ ମାୟେ ମସ୍କ । ମାୟେ ଜଣେ ଫ୍ୟାଶନ ମଡେଲ ଏବଂ ଖାଦ୍ୟ ବିଶେଷଜ୍ଞ, ସେ କାନାଡାରେ ଜନ୍ମଗ୍ରହଣ କରିଥିଲେ । ଇଲନଙ୍କର ପିତା ଇରଲ ମସ୍କ ଜଣେ ଦକ୍ଷିଣ ଅଫିକୀୟ ଇଲେକ୍ଟ୍ରୋମେକାନିକାଲ୍ ଇଞ୍ଜିନିୟର, ପାଇଲଟ୍ ଏବଂ ନାବିକ ଥିଲେ । ତାଙ୍କର ଗୋଟିଏ ସାନ ଭାଇ କିମ୍ବଲ (ଜନ୍ମ: ୧୯୭୨) ଏବଂ ଗୋଟିଏ ସାନ ଭଉଣୀ ଟସ୍କା (ଜନ୍ମ: ୧୯୭୪) ମଧ୍ୟ ଅଛନ୍ତି ।
ତାଙ୍କର ଅଜା ଡ. ଜୋଶୁଆ ହାଲଡମ୍ୟାନ୍ ଜଣେ ଆମେରିକୀୟ ଜନ୍ମିତ କାନାଡିୟ ଥିଲେ । ତାଙ୍କର ଜେଜେ ବାପା ବ୍ରିଟିଶ ଥିଲେ ଏବଂ ତାଙ୍କର ପେନସିଲଭାନିଆ ଡଚ୍ ପୂର୍ବପୁରୁଷ ମଧ୍ୟ ଅଛନ୍ତି ।
୧୯୮୦ରେ ତାଙ୍କ ପିତାମାତାଙ୍କର ଛାଡ଼ପତ୍ର ହେବା ପରେ, ମସ୍କ ଅଧିକାଂଶ ସମୟ ତାଙ୍କ ପିତାଙ୍କ ସହିତ ପ୍ରିଟୋରିଆ ଉପକଣ୍ଠରେ ରହୁଥିଲେ । ପିତାମାତା ଅଲଗା ହେବାର ଦୁଇ ବର୍ଷ ପରେ ସେ ପିତାଙ୍କ ସହିତ ରହିବା ପସନ୍ଦ କରିଥିଲେ କିନ୍ତୁ ପରବର୍ତ୍ତୀ ସମୟରେ ସେ ଏହି ନିଷ୍ପତିର ଅନୁତାପ କରିଥିଲେ । ପରବର୍ତ୍ତୀ ସମୟରେ ମସ୍କ ତାଙ୍କ ପିତାଙ୍କଠାରୁ ଦୂରେଇ ଯାଇଥିଲେ, ଯାହାଙ୍କୁ ସେ ଜଣେ ଭୟଙ୍କର ମଣିଷ ବୋଲି ବିବେଚନା କରିଥିଲେ । ତାଙ୍କର ମଧ୍ୟ ଜଣେ ଅଧା ଭାଇ ଏବଂ ଅଧା ଭଉଣୀ ଅଛନ୍ତି ।
ପିଲାଦିନେ, ମସ୍କ ଏକ ପୁସ୍ତକକୀଟ ଥିଲେ । ୧୦ ବର୍ଷ ବୟସରେ, ସେ କମୋଡୋର VIC-20 ବ୍ୟବହାର କରିବା ସମୟରେ କମ୍ପ୍ୟୁଟର ବିଷୟରେ ଜାଣିବାକୁ ଆଗ୍ରହ ପ୍ରକାଶ କରିଥିଲେ । ସେ ୧୨ ବର୍ଷ ବୟସରେ ଏକ ମାନୁଆଲ୍ ବ୍ୟବହାର କରି କମ୍ପ୍ୟୁଟର ପ୍ରୋଗ୍ରାମିଂ ଶିଖିଥିଲେ । $୫୦୦ ଡଲାରରେ "ବ୍ଲାଷ୍ଟର" ନାମକ ବେସିକ (BASIC) ପ୍ରୋଗ୍ରାମିଙ୍ଗ ଭାଷାରେ ଏକ ଭିଡିଓ ଗେମ ତିଆରି କରି "ପିସି ଅଫିସ ଆଣ୍ଡ ଟେକ୍ନୋଲୋଜି" ପତ୍ରିକାକୁ ବିକିପାରିଥିଲେ । ତାଙ୍କର ପିଲାଦିନର ପଢ଼ାରେ ଆଇଜାକ୍ ଅସିମୋଭଙ୍କ ଫାଉଣ୍ଡେସନ ସିରିଜ୍ ଅନ୍ତର୍ଭୁକ୍ତ ଥିଲା, ଯେଉଁଥିରୁ ସେ ଏହି ଶିକ୍ଷା ଗ୍ରହଣ କରିଥିଲେ ଯେ “ତୁମେ ଏପରି କାର୍ଯ୍ୟ ନେବାକୁ ଚେଷ୍ଟା କରିବା ଉଚିତ ଯାହା ସଭ୍ୟତାକୁ ବଢାଇପାରେ, ଏକ ଅନ୍ଧକାର ଯୁଗର ସମ୍ଭାବନାକୁ କମ୍ କରିପାରିବ ।
This article uses material from the Wikipedia ଓଡ଼ିଆ article ଇଲନ ମସ୍କ, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 4.0 ରେ ଉପଲବ୍ଧ । Images, videos and audio are available under their respective licenses.
®Wikipedia is a registered trademark of the Wiki Foundation, Inc. Wiki ଓଡ଼ିଆ (DUHOCTRUNGQUOC.VN) is an independent company and has no affiliation with Wiki Foundation.