ରାଜନୀତି ବିଜ୍ଞାନ

]

ରାଜନୀତି ବିଜ୍ଞାନରେ ବିଭିନ୍ନ ଉପବିଭାଗ ରହିଛି ଯଥା ତୁଳନାତ୍ମକ ରାଜନୀତି, ରାଜନୀତିକ ଅର୍ଥନୀତି, ଅନ୍ତର୍ଜାତୀୟ ସମ୍ପର୍କ, ରାଜନୀତିକ ତତ୍ତ୍ୱ, ସାଧାରଣ ପ୍ରଶାସନ, ଜନନୀତି ଏବଂ ରାଜନୀତିକ ପଦ୍ଧତି । ଅଧିକନ୍ତୁ ରାଜନୀତି ବିଜ୍ଞାନ ଅର୍ଥନୀତି, ଆଇନ, ସମାଜ ବିଜ୍ଞାନ, ଇତିହାସ, ଦର୍ଶନ, ଭୂଗୋଳ, ମନୋବିଜ୍ଞାନ/ମାନସିକ ରୋଗ, ଆନ୍ଥ୍ରୋପୋଲୋଜି ଏବଂ ସ୍ନାୟୁବିଜ୍ଞାନ ସହିତ ଜଡ଼ିତ ଓ ଏବଂ ସେସବୁରୁ ଉଦ୍ଧୃତ ।

ଏକ ଅନ୍ତର୍ନିହିତ ଦୃଷ୍ଟିକୋଣରୁ ତୁଳନାତ୍ମକ ରାଜନୀତି ବିଭିନ୍ନ ପ୍ରକାରର ସମ୍ବିଧାନ, ରାଜନେତା, ବିଧାନ ସଭା ଏବଂ ସମ୍ବନ୍ଧିତ କ୍ଷେତ୍ରର ତୁଳନା ଏବଂ ଶିକ୍ଷାର ବିଜ୍ଞାନ । ଆନ୍ତର୍ଜାତୀୟ ସମ୍ପର୍କ ରାଷ୍ଟ୍ର-ରାଷ୍ଟ୍ର ଏବଂ ଆନ୍ତସରକାର ତଥା ଆନ୍ତର୍ଜାତୀୟ ସଂସ୍ଥାଗୁଡ଼ିକର ପାରସ୍ପରିକ ସମ୍ପର୍କ ସହିତ କାର୍ଯ୍ୟ କରେ । ରାଜନୀତିକ ତତ୍ତ୍ୱ ବିଭିନ୍ନ ଶାସ୍ତ୍ରୀୟ ତଥା ସମସାମୟିକ ଚିନ୍ତକ ଏବଂ ଦାର୍ଶନିକଙ୍କ ଅବଦାନ ସହିତ ଜଡ଼ିତ ।

ରାଜନୀତି ବିଜ୍ଞାନ ପଦ୍ଧତିଗତ ଭାବେ ବିବିଧ ଏବଂ ମନୋବିଜ୍ଞାନ, ସାମାଜିକ ଗବେଷଣା ଏବଂ ଜ୍ଞାନଗତ ସ୍ନାୟୁ ବିଜ୍ଞାନରୁ ଉତ୍ପନ୍ନ ଅନେକ ପଦ୍ଧତିକୁ ଉପଯୁକ୍ତ କରିଥାଏ । ଏହି ପଦ୍ଧତିଗୁଡ଼ିକ ଭିତରେ ରହିଛି ପଜିଟିଭିଜିମ, ବ୍ୟାଖ୍ୟାକାରୀ, ଯୁକ୍ତିଯୁକ୍ତ ପସନ୍ଦ ସିଦ୍ଧାନ୍ତ, ଆଚରଣ ବିଧି, ଗଠନମୂଳକତା, ପର-ଗଠନମୂଳକତା, ବାସ୍ତବତା , ଆନୁଷ୍ଠାନିକତା, ଏବଂ ବିବିଧତା । ସାମାଜିକ ବିଜ୍ଞାନଗୁଡ଼ିକମଧ୍ୟରୁ ଏକ ଭାବେ ରାଜନୀତି ବିଜ୍ଞାନ ପଦ୍ଧତି ଏବଂ ବୈଷୟିକତା ବ୍ୟବହାର କରେ ଯାହା ଗବେଷଣାର ପ୍ରକାର ସହିତ ଜଡ଼ିତ: ପ୍ରାଥମିକ ଉତ୍ସ ଯଥା ଐତିହାସିକ ଦଲିଲ ଏବଂ ସରକାରୀ ରେକର୍ଡ଼, ମାଧ୍ୟମିକ ଉତ୍ସ ଯଥା ଜର୍ଣ୍ଣାଲ ପ୍ରବନ୍ଧ, ସର୍ବେକ୍ଷଣ ଗବେଷଣା, ପରିସଂଖ୍ୟାନ ବିଶ୍ଳେଷଣ, କେସ ଷ୍ଟଡ଼ିଜ, ପରୀକ୍ଷାମୂଳକ ଗବେଷଣା ଏବଂ ମଡେଲ ତିଆରି ।

ସମୀକ୍ଷା

ରାଜନୀତି ବିଜ୍ଞାନ ହେଉଛି ନିଷ୍ପତ୍ତି ନେବାରେ ଶକ୍ତି ବିତରଣ ଏବଂ ସ୍ଥାନାନ୍ତର, ସରକାର ଏବଂ ଆନ୍ତର୍ଜାତୀୟ ସଂଗଠନ ସହ ଶାସନର ଭୂମିକା ଏବଂ ବ୍ୟବସ୍ଥା ସମ୍ବନ୍ଧରେ ଏକ ସାମାଜିକ ଅଧ୍ୟୟନ, ରାଜନୀତିକ ଆଚରଣ ଏବଂ ସର୍ବସାଧାରଣ ନୀତି । ସ୍ଥିରତା, ନ୍ୟାୟ, ବସ୍ତୁସମ୍ପଦ, ଶାନ୍ତି ଏବଂ ସାଧାରଣ ସ୍ୱାସ୍ଥ୍ୟ ଭଳି ମାନଦଣ୍ଡକୁ ଭିତ୍ତିକରି ସେମାନେ ଶାସନ ଓ ନିର୍ଦ୍ଦିଷ୍ଟ ନୀତିର ସଫଳତା ମାପିଥାନ୍ତି । କେତେକ ରାଜନୀତିଜ୍ଞ ରାଜନୀତିକୁ ବିଶ୍ଳେଷଣ କରି ସକରାତ୍ମକତାକୁ (ଜିନିଷଗୁଡିକ କିପରି ହେବ ତା' ବଦଳରେ କିପରି ଅଛି ତାହା ବର୍ଣ୍ଣନା କରିବା ଚେଷ୍ଟା) ଆଗକୁ ନେଇଥାନ୍ତି । ଅନ୍ୟମାନେ ନିର୍ଦ୍ଦିଷ୍ଟ ନୀତି ସୁପାରିଶ କରି ସାଧାରଣ ବିଷୟବସ୍ତୁକୁ ଆଗକୁ ବଢ଼ାନ୍ତି ।

ରାଜନୀତିଜ୍ଞମାନେ ଢାଞ୍ଚାସବୁ ପ୍ରଦାନ କରନ୍ତି ଯେଉଁଥିରୁ ସାମ୍ବାଦିକ, ସ୍ୱତନ୍ତ୍ର ଆଗ୍ରହ ଗୋଷ୍ଠୀ, ରାଜନେତା ଏବଂ ଚୟନକର୍ତ୍ତା ବିଶ୍ଳେଷଣ କରନ୍ତି । ଚତୁର୍ବେଦୀଙ୍କ ଅନୁସାରେ

ରାଜନୀତିଜ୍ଞମାନେ ନିର୍ଦ୍ଦିଷ୍ଟ ରାଜନେତାଙ୍କ ପରାମର୍ଶଦାତା ଭାବରେ କାର୍ଯ୍ୟ କରିପାରନ୍ତି କିମ୍ବା ନିଜେ ରାଜନେତା ଭାବରେ ନିର୍ବାଚନ ଲଢ଼ିପାରନ୍ତି । ରାଜନୀତିଜ୍ଞମାନେ ସରକାରରେ, ରାଜନୀତିକ ଦଳରେ କିମ୍ବା ସରକାରୀ କର୍ମଚାରୀ ଭାବରେ କାର୍ଯ୍ୟ କରୁଥିବା ଦେଖିବାକୁ ମିଳିବ । ସେମାନେ ଅଣ-ସରକାରୀ ସଂଗଠନ (ଏନଜିଓ) କିମ୍ବା ରାଜନୀତିକ ଗତିବିଧି ସହିତ ଜଡ଼ିତ ହୋଇପାରନ୍ତି । ବିଭିନ୍ନ ସାମର୍ଥ୍ୟରେ ରାଜନୀତି ବିଜ୍ଞାନରେ ଶିକ୍ଷିତ ଏବଂ ତାଲିମପ୍ରାପ୍ତ ବ୍ୟକ୍ତିମାନେ ନିଗମରେ ମାନ ଏବଂ ପାରଦର୍ଶୀତା ଯୋଡ଼ିପାରିବେ । ବେସରକାରୀ ଉଦ୍ୟୋଗ ଯଥା ଥିଙ୍କ ଟ୍ୟାଙ୍କ, ଅନୁସନ୍ଧାନ ପ୍ରତିଷ୍ଠାନ, ମତଦାନ ଏବଂ ଜନସମ୍ପର୍କ ସଂସ୍ଥାଗୁଡ଼ିକ ପ୍ରାୟତଃ ରାଜନୀତିଜ୍ଞମାନଙ୍କୁ ନିଯୁକ୍ତି ଦେଇଥାନ୍ତି ।

ରାଜନୀତି ବିଜ୍ଞାନ ମାନବ ଆଚରଣର ଏକ ଅଧ୍ୟୟନ ହୋଇଥିବାରୁ ନିୟନ୍ତ୍ରିତ ପରିବେଶରେ ପର୍ଯ୍ୟବେକ୍ଷଣଗୁଡ଼ିକ ରାଜନୀତିର ସମସ୍ତ ଦିଗରେ ପୁନଃପ୍ରକାଶନ କିମ୍ବା ନକଲ କରିବା କଷ୍ଟକର । ତେବେ ପରୀକ୍ଷାମୂଳକ ପଦ୍ଧତି ବୃଦ୍ଧିପାଉଛି । ସାଧାରଣ (ପରୀକ୍ଷାମୂଳକ ରାଜନୀତି ବିଜ୍ଞାନ ଦେଖନ୍ତୁ) । ଏହି ଅସୁବିଧାକୁ ଦର୍ଶାଇ ପୂର୍ବତନ ଆମେରିକାନ ପଲିଟିକାଲ ସାଇନ୍ସ ଆସୋସିଏସନ ସଭାପତି ଲରେନ୍ସ ଲୋୱେଲ ଥରେ କହିଥିଲେ "ପରୀକ୍ଷଣର ଅସମ୍ଭବତା ପାଖେ ଆମେ ସୀମିତ । ରାଜନୀତି ହେଉଛି ଏକ ପର୍ଯ୍ୟବେକ୍ଷଣକାରୀ ବିଜ୍ଞାନ, ପରୀକ୍ଷାମୂଳକ ନୁହେଁ । " ଏଣୁ ରାଜନୀତିଜ୍ଞମାନେ ଅନେକ ଦିନରୁ ନମୁନା ଚିହ୍ନଟ କରିବା, ସାଧାରଣକରଣ ଆଙ୍କିବା ଏବଂ ତତ୍ତ୍ୱ ଗଠନ କରିବା ପାଇଁ ରାଜନୀତିକ ଅଭିଜିତ, ଅନୁଷ୍ଠାନ ଏବଂ ବ୍ୟକ୍ତିବିଶେଷ କିମ୍ବା ଗୋଷ୍ଠୀଗତ ଆଚରଣ ଉପରେ ନଜର ରଖିଛନ୍ତି ।

ଆଧାର

ଅଧିକ ପଠନ

  • The Evolution of Political Science (November 2006). APSR Centennial Volume of American Political Science Review. Apsanet. 4 February 2009.
  • European Political Processes: Essays and Readings (1968). [Compiled and] ed., with original essays, by Henry S. Albinski [and] Lawrence K. Pettit. Boston: Allyn & Bacon. vii, 448 p.
  • Goodin, R.E.; Klingemann, Hans-Dieter (1996). A New Handbook of Political Science. Oxford and New York: Oxford University Press. ISBN 0-19-829471-9.
  • Grinin, L., Korotayev, A. and Tausch A. (2016) Economic Cycles, Crises, and the Global Periphery. Springer International Publishing, Heidelberg, New York, Dordrecht, London, ISBN 978-3-319-17780-9;
  • Klingemann, Hans-Dieter, ed. (2007) The State of Political Science in Western Europe. Opladen: Barbara Budrich Publishers. ISBN 978-3-86649-045-1.
  • Noel, Hans (2010-10-14 | DOI https://doi.org/10.2202/1540-8884.1393) "Ten Things Political Scientists Know that You Don’t" The Forum: Vol. 8: Iss. 3, Article 12. de Gruyter.
  • Roskin, M.; Cord, R.L.; Medeiros, J.A.; Jones, W.S. (2007). Political Science: An Introduction. 10th ed. New York: Pearson Prentice Hall. ISBN 978-0-13-242575-9.
  • Schramm, S.F.; Caterino, B., eds. (2006). Making Political Science Matter: Debating Knowledge, Research, and Method. New York and London: New York University Press. Google Books 4 February 2009.
  • Tausch, A.; Prager, F. (1993). Towards a Socio-Liberal Theory of World Development. Basingstoke: Macmillan; New York: St. Martin's Press and Springer.
  • Tausch, Arno; Heshmati, Almas; Karoui, Hichem (2015). The political algebra of global value change. General models and implications for the Muslim world (1st ed.). New York: Nova Science. ISBN 978-1-62948-899-8.
  • Oxford Handbooks of Political Science
  • Zippelius, Reinhold (2003). Geschichte der Staatsideen (History of political Ideas), 10th ed. Munich: C.H. Beck. ISBN 3-406-49494-3.
  • Zippelius, Reinhold (2010). Allgemeine Staatslehre, Politikwissenschaft (Political Science),16th ed. Munich: C.H. Beck. ISBN 978-3-406-60342-6.

ବାହାର ଲିଙ୍କ

Tags:

ରାଜନୀତି ବିଜ୍ଞାନ ସମୀକ୍ଷାରାଜନୀତି ବିଜ୍ଞାନ ଆଧାରରାଜନୀତି ବିଜ୍ଞାନ ଅଧିକ ପଠନରାଜନୀତି ବିଜ୍ଞାନ ବାହାର ଲିଙ୍କରାଜନୀତି ବିଜ୍ଞାନ

🔥 Trending searches on Wiki ଓଡ଼ିଆ:

ଓଡ଼ିଆ ଭାଷାଉପେନ୍ଦ୍ର ଭଞ୍ଜଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟଜ୍ୟୋତି ପ୍ରକାଶ ପାଣିଗ୍ରାହୀବ୍ୟାସଦେବକବିସୂର୍ଯ୍ୟ ନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବନ୍ଦେ ଉତ୍କଳ ଜନନୀଜଗନ୍ନାଥ ପ୍ରସାଦ ଦାସଇଣ୍ଡିଆନ ପ୍ରିମିଅର ଲିଗଗୋଦାବରୀଶ ମହାପାତ୍ରଭୂମିକମ୍ପହରେକୃଷ୍ଣ ମହତାବଶ୍ରୀଜଙ୍ଗବଣ୍ଡ (ଅର୍ଥ)ଗଣେଶଜୟୀ ରାଜଗୁରୁଲକ୍ଷ୍ମଣବିଧାନ ସଭା ସଭ୍ୟଗରୁଡ଼ମୃତ୍ୟୁଞ୍ଜୟ ରଥମହାବୀର ଜୈନନାନନେପାଳଡଙ୍ଗା୨୧ଘଟଗାଁଗ୍ରହଅପରେଟିଙ୍ଗ ସିଷ୍ଟମହୃଷୀକେଶ ପଣ୍ଡାସୁଧାକର ନନ୍ଦଯଦୁନାଥ ଦାସ ମହାପାତ୍ରଦରମାପୋଇ୧୬ ମଇହୀରାକୁଦ ବନ୍ଧସୀତାଜଳକୃଷ୍ଣଚନ୍ଦ୍ର ପାଣିଗ୍ରାହୀପ୍ରଦୂଷଣଗୁଲଜାରଆବ୍ରୋସିଟିନିବରଘୁବଂଶଓଡ଼ିଆପୋଡ଼ ପିଠାତନ୍ତଓଡ଼ିଶାର ସାମୁଦ୍ରିକ ବାଣିଜ୍ୟର ଇତିହାସୟୁ ଟ୍ୟୁବଲିନକ୍ସ ବଣ୍ଟନପାଇଥନ୍ (ପ୍ରୋଗ୍ରାମିଂ ଭାଷା)ଖାରବେଳଚିନ୍ତାମଣି ବେହେରାନବଗୁଞ୍ଜରମଧୁସୂଦନ ଦାସଦିନରବୀନ୍ଦ୍ରନାଥ ଠାକୁରକୁନ୍ତଳା କୁମାରୀ ସାବତଛାନ୍ଦଭଣ୍ଡାରିପୋଖରୀ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବୁଧନ ମୁର୍ମୁପ୍ରାଣୀଦୁର୍ଗାପ୍ରସନ୍ନ ଦାସ (ବହୁବିକଳ୍ପ)ଓଡ଼ିଆ ରାମାୟଣଗଣନ ସଂଖ୍ୟାଓ ଅନ୍ଧଗଳି୧୮ ଅପ୍ରେଲ🡆 More