ଥ୍ରେଡ଼ସ୍: ସୋସିଆଲ୍ ମିଡ଼ିଆ ପ୍ଲାଟଫର୍ମ

ଥ୍ରେଡ଼ସ୍ ହେଉଛି ଏକ ଅନଲାଇନ୍ ସୋସିଆଲ୍ ମିଡ଼ିଆ ଏବଂ ସୋସିଆଲ୍ ନେଟୱାର୍କିଂ ସେବା କମ୍ପାନୀ । ଏହା ଆମେରିକୀୟ ଟେକ୍ନୋଲୋଜି କମ୍ପାନୀ ମେଟା ପ୍ଲାଟଫର୍ମର ଏକ ଅଶଂ ବିଶେଷ । ଏହି ଆପ୍‌ଟି ଛୋଟ ଛୋଟ ଲେଖା, ଫଟୋ ଏବଂ ଭିଡିଓ ଆଦି ସେୟାର୍ କରିବା ପାଇଁ ନିର୍ମାଣ କରାଯାଇଛି, ଯେଉଁଥିରେ ଟୁଇଟର ଭଳି ଲାଇକ୍, ରି-ଥ୍ରେଡ୍, କୋଟ୍, ରିପ୍ଲାଏ ଆଦି ସମାନ ଧରଣର ସୁବିଧା ଉପଲବ୍ଧ ଅଛି । ଏହି ଆପ୍ ଆଇଓଏସ୍ ଏବଂ ଆଣ୍ଡ୍ରଏଡ଼ରେ ଉପଲବ୍ଧ ଅଛି । ଏହି ଆପ୍‌ରେ ଇନ୍‌ଷ୍ଟାଗ୍ରାମ ଜରିଆରେ ଲଗ୍ଇନ୍ ବା ସାଇନ୍ଅପ୍ କରିହେବ । ତେଣୁ ସାଇନ୍ ଅପ୍ କରିବାକୁ ଉପଭୋକ୍ତାଙ୍କର ଏକ ଇନଷ୍ଟାଗ୍ରାମ ଆକାଉଣ୍ଟ ଥିବା ଆବଶ୍ୟକ ଏବଂ ସମାନ ବ୍ୟବହାରକାରୀ ନାମ ରହିବା ଆବଶ୍ୟକ ।

ଥ୍ରେଡ଼ସ୍
ଥ୍ରେଡ଼ସ୍: ବିବାଦ, ବୈଶିଷ୍ଟ୍ୟ, ସମାଲୋଚନା ଏବଂ ଚିନ୍ତା
Screenshot
ଫାଇଲ:Threads (app) screenshot.jpg
ଥ୍ରେଡ଼ସ୍ ଆପ୍‌ରେ ଉଇକିପିଡ଼ିଆ ପୃଷ୍ଠା
ୟୁ.ଆର.ଏଲthreads.net
ରେଜେଷ୍ଟ୍ରିକରଣଆବଶ୍ୟକ
ମିଳୁଥିବା ଭାଷାଇଂରାଜୀ
ମାଲିକମେଟା ପ୍ଲାଟଫର୍ମ
ଏବେକାର ସ୍ଥିତିଉପଲବ୍ଧ ଅଛି

ଇଲନ ମସ୍କ ଟୁଇଟର କିଣିବା ପରେ ମେଟାର କର୍ମଚାରୀମାନେ ଇନ୍‌ଷ୍ଟାଗ୍ରାମ୍‌ରେ ଲେଖା ପୋଷ୍ଟ କରିବା ପାଇଁ ଇନ୍‌ଷ୍ଟାଗ୍ରାମ ନୋଟସ୍ ନାମକ ଏକ ନୂଆ ଫିଚର୍ ଯୋଡ଼ିବାକୁ ଆଲୋଚନା କରିଥିଲେ । ଏହି ଫିଚର୍‌କୁ ଇନ୍‌ଷ୍ଟାଗ୍ରାମ୍ ସହିତ ଯୋଡ଼ିବା ପରିବର୍ତ୍ତେ ଏକ ନୂଆ ଆପ୍ କରିବାକୁ କିଛି କର୍ମଚାରୀମାନେ ମନ୍ତବ୍ୟ ରଖିଥିଲେ, ଯେଉଁ ଆଲୋଚନାରୁ ଥ୍ରେଡ଼ସ୍‌ର ଆରମ୍ଭ ହୋଇଥିଲା । ୨୦୨୩ ମସିହାର ଜାନୁଆରୀ ମାସରେ ଏହି ଆପ୍‌ର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା, ଏବଂ "ପ୍ରୋଜେକ୍ଟ ୯୨" ଭାବରେ ନାମିତ ହୋଇଥିଲା । ମାର୍ଚ୍ଚ ମାସରେ ଥ୍ରେଡ଼ସ୍ ବିଷୟରେ ସୂଚନା ପ୍ରକାଶ କରାଯାଇଥିଲା ଏବଂ ଜୁନ୍ ମାସରେ ଭକ୍ସ ମିଡ଼ିଆଦ୍ୱାରା ପରିଚାଳିତ ଦି ଭର୍ଜରେ ଏହା ଉପରେ ଏକ ବିବରଣୀ ପ୍ରକାଶିତ ହୋଇଥିଲା । ଜୁଲାଇ ମାସରେ ଏହି ଆପ୍ ବିଷୟରେ ସବିଶେଷ ତଥ୍ୟ ପ୍ରକାଶିତ ହେବା ପରେ ଜୁଲାଇ ୩ ତାରିଖରେ ଆପଲ୍ ଆପ୍ ଷ୍ଟୋର୍‌ରେ ଏହି ଆପ୍ ଉପଲବ୍ଧ ହେବା ସହିତ ୬ ତାରିଖରୁ ଡାଉନ୍‌ଲୋଡ଼ ତଥା ବ୍ୟବହାର କରିବା ପାଇଁ ଉପଲବ୍ଧ ହେବ ବୋଲି ଜଣାପଡ଼ିଥିଲା । ଦୈନିକ ଦେଖୁଥିବା ଟୁଇଟ୍‌ର ସଂଖ୍ୟାରେ ଅଙ୍କୁଶ ଲାଗିବା ପରେ ଏହି ଆପ୍‌ଟି ସିଧାସଳଖ ଲୋକଙ୍କ ସାମ୍ନାକୁ ଆସିଥିଲା । ଏହି ଆପ୍‌ର ଏକ ୱେବ୍‌ସାଇଟ୍ ଏହାର ମୁକ୍ତିଲାଭ ତାରିଖ ଦର୍ଶାଇବା ସହିତ ଅପେକ୍ଷାର ସମୟକୁ ଦର୍ଶାଇ ଉପଲବ୍ଧ ହୋଇଥିଲା । ଜୁଲାଇ ୫ ତାରିଖର ସନ୍ଧ୍ୟା ୭ଟା ବେଳେ ଏହି ଅପେକ୍ଷା ସମୟ ବନ୍ଦ ହୋଇଗଲା ଏବଂ ଆପ୍‌ଟି ଉପଲବ୍ଧ ହୋଇଥିଲା ।

ଯୁକ୍ତରାଷ୍ଟ୍ର ଆମେରିକା, ଯୁକ୍ତରାଜ୍ୟ, ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ, କାନାଡ଼ା ଏବଂ ଜାପାନ ସମେତ ୧୦୦ଟି ଦେଶରେ ଜୁଲାଇ ୫ ତାରିଖରେ ଏହି ଆପ୍‌ଟି ଆନୁଷ୍ଠାନିକ ଭାବରେ ଉପଲବ୍ଧ ହୋଇଥିଲା । ଏହାର ଆରମ୍ଭ ହେବାର ଗୋଟିଏ ଦିନ ପରେ, ଏଥିରେ ୫ କୋଟିରୁ ଅଧିକ ଲୋକ ପଞ୍ଜୀକୃତ କରିଥିଲେ । ଜୁଲାଇ ୬ ସୁଦ୍ଧା ଏହି ଆପ୍‌ଟିକୁ ୩ କୋଟିରୁ ଅଧିକ ଲୋକ ଡାଉନ୍‌ଲୋଡ଼ କରିଥିଲେ, ଯାହାକି ଦୃତତମ ଡାଉନ୍‌ଲୋଡ଼ ହୋଇବା ଆପ୍ ଚାଟ୍ ଜିପିଟିର ରେକର୍ଡ଼ କାଟିଦେଇଥିଲେ ।

ବିବାଦ

ଏହି ଆପ୍‌ଟି ଉପଲବ୍ଧ ହେବା ପରେ ଟୁଇଟର ଓକିଲମାନେ ମେଟା ପ୍ଲାଟଫର୍ମ ବିରୁଦ୍ଧରେ ମକୋଦ୍ଦମା ଆରମ୍ଭ କରିଥିଲେ । ମେଟା ଥ୍ରେଡ୍ ଆପଣ ନିର୍ମାଣ କରିବା ପାଇଁ ଟୁଇଟର୍‌ର ଆଭ୍ୟନ୍ତରୀଣ ବାଣିଜ୍ୟିକ ରହସ୍ୟ ବ୍ୟବହାର କରିଥିବା କଥା ଅଭିଯୋଗ କରିଥିଲେ ।

ବୈଶିଷ୍ଟ୍ୟ

ଏହି ଆପ୍‌ଟିର ଗଠନ ଶୈଳୀ ପାଖାପାଖି ଟୁଇଟର ସହିତ ସମାନ, ଯାହାକି ରିଅଲ୍-ଟାଇମ୍ କଥୋପକଥନ ସହିତ ଲେଖା, ଫଟୋ ଓ ଭିଡିଓ ସେୟାର୍ କରିବା ପାଇଁ ସୁବିଧା ପ୍ରଦାନ କରୁଛି । ଏହି ସିଧାସଳଖ ଭାବରେ ଏହାର ମୂଳ ସଂସ୍ଥା ମେଟାର ଅନ୍ୟତମ ଆପ୍ ଇନ୍‌ଷ୍ଟାଗ୍ରାମ୍ ସହିତ ଜଡ଼ିତ । ଏହି ଆପ୍‌ର ପୋଷ୍ଟରେ ୫୦୦ଟି ଅକ୍ଷର ଏବଂ ୫ ମିନିଟ୍ ପର୍ଯ୍ୟନ୍ତ ଭିଡିଓ ପୋଷ୍ଟ କରିବାର ସୁବିଧା ରହିଛି ।

ବ୍ୟବହାରକାରୀ ଖାତା

ଏହି ଆପ୍‌ରେ ଯୋଡ଼ି ହେବାକୁ ହେଲା ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟ୍ ଥିବା ଆବଶ୍ୟକ । ଥ୍ରେଡ଼ସ୍ ଏବଂ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟଗୁଡ଼ିକ ସମାନ ବ୍ୟବହାରକାରୀ ନାମ, ପ୍ରୋଫାଇଲ୍ ଫଟୋ ଏବଂ ନାମ ରହିବ । ଇନ୍‌ଷ୍ଟାଗ୍ରାମ୍ ଜରିଆରେ ଏହି ତିନୋଟି ଜିନିଷକୁ ବଦଳାଇ ହେବ ଏବଂ କେବଳ ନିଜ ତଥ୍ୟ ଓ ଗୋଟିଏ ୱେବ୍‌ସାଇଟ୍ ଲିଙ୍କ୍ ଥ୍ରେଡ଼ରେ ଯୋଡ଼ିହେବ । ଇନ୍‌ଷ୍ଟାଗ୍ରାମରେ ଫଲୋ କରୁଥିବା ବ୍ୟବହାରକାରୀଙ୍କୁ ଥ୍ରେଡ଼ସ୍‌ରୁ ସିଧାସଳଖ ଫଲୋ କରିହେବ ଏବଂ ଉପଲବ୍ଧ ନଥିବା ନଥିବା ବ୍ୟବହାରକାରୀଙ୍କୁ ମଧ୍ୟ ଇନ୍‌ଷ୍ଟାଗ୍ରାମ୍ ଜରିଆରେ ଫଲୋ କରିହେବ, ଫଳରେ ସେମାନେ ଯୋଗ ଦେବା ପରେ ଆପେ ଆପେ ଥ୍ରେଡ଼ସ୍‌ରେ ଫଲୋ ହୋଇଯିବ ।

ଉପଲବ୍ଧତା

ଅଧିକାଂଶ ସାମାଜିକ ନେଟୱାର୍କିଂ ସେବା ପରି ଏହାର ମଧ୍ୟ ଆପଲ‌ର ଆଇଓଏସ୍ ଏବଂ ଗୁଗୁଲର ଆଣ୍ଡ୍ରଏଡ୍ ଆପ୍‌ଷ୍ଟୋର୍‌ରେ ଉପଲବ୍ଧ ଅଛି । ଏହାର ୱେବ୍ ଆପ୍‌ଲିକେସନ୍ ଉପଲବ୍ଧ ନାହିଁ, କିନ୍ତୁ threads.net/@user ଜରିଆରେ ପ୍ରୋଫାଇଲ୍ ଗୁଡ଼ିକ ଉପଲବ୍ଧ ହେଉଛି, ଯାହାକି ବ୍ୟବହାରକାରୀଙ୍କ ଇନ୍‌ଷ୍ଟାଗ୍ରାମ୍ ପ୍ରୋଫାଇଲ୍‌ରେ ମଧ୍ୟ ଦେଖାଉଛି । ଏହା ଡାଉନ୍‌ଲୋଡ଼ ପାଇଁ ଉପଲବ୍ଧ ହେବାର ଦୁଇ ଦିନ ଆଗରୁ ଆପ୍‌ଷ୍ଟୋର୍‌ରେ ଉପଲବ୍ଧ ହୋଇଥିଲା । ସରକାରୀ ନିୟମ ପାଇଁ ଅନ୍ୟ ଆପ୍ ଗୁଡ଼ିକ ଭଳି ଏହା ଇରାନରେ ଉପଲବ୍ଧ ହେଉନାହିଁ । ଏହା ଇଉରୋପୀୟ ସଂଘରେ ମଧ୍ୟ ଉପଲବ୍ଧ ହେଉନାହିଁ ।

ସମାଲୋଚନା ଏବଂ ଚିନ୍ତା

ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟ ସହିତ ସିଧାସଳଖ ଯୋଡ଼ି ହୋଇଥିବାରୁ ଏହାକୁ ଅନେକ ସମାଲୋଚନା କରୁଛନ୍ତି, କାରଣ ଥ୍ରେଡ଼ସ୍‌ରେ ଆକାଉଣ୍ଟ ଡିଲିଟ୍ କରିବାକୁ ହେଲେ ସିଧାସଳଖ ଡିଲିଟ୍ କରାଯାଇପାରିବ ନାହିଁ, ବରଂ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟ୍ ଡିଲିଟ୍ କରିବାକୁ ପଡ଼ିବ ।। ଇନ୍‌ଷ୍ଟାଗ୍ରାମ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଆଡାମ ମୋସେରୀ ଏହା ଉପରେ ମନ୍ତବ୍ୟ ଦେଇଛନ୍ତି ଯେ, ଇନ୍‌ଷ୍ଟାଗ୍ରାମ ବ୍ୟତୀତ ଥ୍ରେଡ଼ସ୍‌କୁ ଡିଲିଟ୍ କରିବାକୁ ସେମାନେ ଉପାୟ ଖୋଜୁଛନ୍ତି ।

ଥ୍ରେଡ଼ସ୍‌ର ବ୍ୟବହାରକାରୀମାନେ ମେଟାର ଟ୍ରାକିଂ ଏବଂ ପ୍ରୋଫାଇଲିଂକୁ ଅକ୍ଷମ କରିପାରିବେ ନାହିଁ । ଇଉରୋପୀୟାନ୍ ସଂଘର ଡିଜିଟାଲ୍ ମାର୍କେଟସ୍ ଆକ୍ଟ ପାଇଁ ଥ୍ରେଡ଼ସ୍ ସେଠାରେ ଉପଲବ୍ଧ ହୋଇପାରିନାହିଁ ।

ଆଧାର

ବାହାର ଲିଙ୍କ୍

Tags:

ଥ୍ରେଡ଼ସ୍ ବିବାଦଥ୍ରେଡ଼ସ୍ ବୈଶିଷ୍ଟ୍ୟଥ୍ରେଡ଼ସ୍ ସମାଲୋଚନା ଏବଂ ଚିନ୍ତାଥ୍ରେଡ଼ସ୍ ଆଧାରଥ୍ରେଡ଼ସ୍ ବାହାର ଲିଙ୍କ୍ଥ୍ରେଡ଼ସ୍ଆଇଓଏସଆଣ୍ଡ୍ରଏଡ଼ଇନଷ୍ଟାଗ୍ରାମଟୁଇଟର

🔥 Trending searches on Wiki ଓଡ଼ିଆ:

ଇଂଲଣ୍ଡଶତ୍ରୁଘ୍ନ ପାଣ୍ଡବ୧୦୫୪ଇଣ୍ଡିଆନ ପ୍ରିମିଅର ଲିଗଓଡ଼ିଶୀ ସଙ୍ଗୀତଜୟଦେବନବଗୁଞ୍ଜରଭାରତର ନଦୀ ସମୂହର ତାଲିକାଜନ ଗଣ ମନଗୁଗଲତିଳ ଚତୁର୍ଥୀପ୍ରାଣକୃଷ୍ଣ ପରିଜାଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରଦାମୋଦର ରାଉତପାପୁଆ ନିଉ ଗିନିବ୍ରଜନାଥ ରଥନବୀନ ପଟ୍ଟନାୟକପ୍ରତୀକ୍ଷାଅର୍ଥଶାସ୍ତ୍ରଓଡ଼ିଆଓଡ଼ିଆ ମସଲାର ଇଂରାଜୀ ପ୍ରତିଶବ୍ଦରାଣୀ ଲକ୍ଷ୍ମୀବାଈବୈଷ୍ଣବ ଚରଣ ସାମଲଶଙ୍କରାଚାର୍ଯ୍ୟଜ୍ଞାନକୋଷଢଗ ଢମାଳିଚିତ୍ତରଞ୍ଜନ ଦାସଜଗନ୍ନାଥ ପ୍ରସାଦ ଦାସଅଂଶୁପା ହ୍ରଦଗୋପାଳ କୃଷ୍ଣ ରଥମାଲେସିଆକାଜାଖସ୍ତାନଟୁକୁନି ସାହୁବୈକୁଣ୍ଠନାଥ ପଟ୍ଟନାୟକବିଜ୍ଞାନଉତ୍କଳ ବିଶ୍ୱବିଦ୍ୟାଳୟସବ୍ୟସାଚୀ ମିଶ୍ରହମିଦା ବାନୁ ବେଗମପଖାଳଗଙ୍ଗାଧର ରଥଭାରତୀୟ ସମ୍ବିଧାନଭଦଭଦଳିଆଫାଇଲେରିଆହେପାଟାଇଟିସରାଉରକେଲାଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଧାମନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଲକ୍ଷ୍ମୀନାରାୟଣ ସାହୁସତ୍ୟବାଦୀ ବନ ବିଦ୍ୟାଳୟ୧୯୬୧ଆର୍ଯ୍ୟଭଟ୍ଟନୟାଗଡ଼ ଜିଲ୍ଲାଚନ୍ଦ୍ରଶେଖର ନନ୍ଦରାମଶିବନିତ୍ୟାନନ୍ଦ ଶତପଥୀଶ୍ୱେତସାରଶ୍ରୀରାଧାଗର୍ଭାଶୟ କର୍କଟଦଗ୍ଧଚିନ୍ତାମଣି ବେହେରାରାଜ୍ୟ ସଭାଏ. ପି. ଜେ. ଅବଦୁଲ କଲାମଓଡ଼ିଆ ସାହିତ୍ୟଜୟୀରାମ ସାମଲବିଜୟ ମିଶ୍ରvji40ବୁଧପୁଷ୍ଟିସାରବ୍ୟଞ୍ଜନ ବର୍ଣ୍ଣଅପରେଟିଙ୍ଗ ସିଷ୍ଟମ🡆 More