ଚିତ୍ତରଞ୍ଜନ ଦାସ: ଭାରତୀୟ ଓଡ଼ିଆ-ଭାଷୀ ଲେଖକ

ଚିତ୍ତରଞ୍ଜନ ଦାସ (ଚିତ୍ତଭାଇ ଭାବେ ପରିଚିତ, ୩ ଅକ୍ଟୋବର ୧୯୨୩ - ୧୬ ଜାନୁଆରୀ ୨୦୧୧) ଜଣେ ଓଡ଼ିଆ ଲେଖକ, ଅନୁବାଦକ, ସମାଲୋଚକ ଓ ସମାଜ ସଂସ୍କାରକ ଥିଲେ । ଅନେକ ଭାଷାରେ ଦଖଲ ଥିବା ସତ୍ତ୍ୱେ ଓଡ଼ିଆ ଭାଷାରେ ଲେଖା ପାଇଁ ବ୍ୟାକୁଳ ଥିଲେ । ଏକ ନୂତନ ସମାଜର ପରିକଳ୍ପନା ପାଇଁ ସୁହ୍ରୁତ୍ ଅନୁଷ୍ଠାନ ଗଢିଛନ୍ତି ।

ଚିତ୍ତରଞ୍ଜନ ଦାସ
Chittaranjan Das
୨୦୨୩ ମସିହାରେ ୧୦୦ ତମ ଜନ୍ମ ବାର୍ଷିକୀ ପାଳନ ଅବସରରେ ଫଟୋ
ଜନ୍ମ ଓ ଜନ୍ମସ୍ଥାନ(1923-10-03)୩ ଅକ୍ଟୋବର ୧୯୨୩
ବାଗଲପୁର, ଜଗତସିଂହପୁର ଜିଲ୍ଲା
ମୃତ୍ୟୁ୧୬ ଜାନୁଆରୀ ୨୦୧୧(2011-01-16) (ବୟସ ୮୭)
ଭୁବନେଶ୍ୱର
ବୃତ୍ତିଶିକ୍ଷାବିଦ, ଅନୁବାଦକ, ପ୍ରାବନ୍ଧିକ, ସମାଜ ସଂସ୍କାରକ
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ଶିକ୍ଷାନୁଷ୍ଠାନବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟ, ଶାନ୍ତିନିକେତନ
କୋପନହେଗନ ବିଶ୍ୱବିଦ୍ୟାଳୟ, ଡେନମାର୍କ
ସାହିତ୍ୟ କୃତିବିଶ୍ୱକୁ ଗବାକ୍ଷ, ଓଡ଼ିଶା ଓ ଓଡ଼ିଆ
ଜୀବନ ବିଦ୍ୟାଳୟ
ପୁରସ୍କାରକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର
ଶାରଳା ପୁରସ୍କାର

ଚିତ୍ତରଞ୍ଜନ ଦାସ ଅନୁବାଦ, ପ୍ରବନ୍ଧ, ସମାଲୋଚନା ଓ ଭ୍ରମଣ କାହାଣୀ ରଚନା କ୍ଷେତ୍ରରେ ଅନେକ ନୂତନତା ତିଆରି କରିଯାଇଛନ୍ତି । ଅନେକ ଖବରକାଗଜରେ ତାଙ୍କ ସ୍ତମ୍ଭଲେଖା ନିୟମିତ ଭାବେ ପ୍ରକାଶ ପାଉଥିଲା । ୧୮ଟି ଭାଷା ଜାଣିଥିବା ଚିତ୍ତଭାଇ ଜର୍ମାନୀ, ଫିନଲ୍ୟାଣ୍ଡ ଓ ଇସ୍ରାଏଲରେ ଶିକ୍ଷାଦାନ କରିଥିଲେ । ୧୬ ଜାନୁଆରୀ ୨୦୧୧ରେ ଭୁବନେଶ୍ୱରରେ ସେ ଇହଧାମ ତ୍ୟାଗ କରିଥିଲେ । ସେ ପ୍ରଥମେ ତିରୁକୁକୁରାଲକୁ ଓଡିଆ ଭାଷାରେ ଅନୁବାଦ କରିଥିଲେ।:{{{1}}}

ଜୀବନ ବିଦ୍ୟାଳୟ

ଚିତ୍ତଭାଈ ଅନୁଗୁଳର ଚମ୍ପତିମୁଣ୍ଡାରେ ଏକ ବିଦ୍ୟାଳୟ ସ୍ଥାପନ କରିଥିଲେ । ଏହାର ନାମ ଜୀବନ ବିଦ୍ୟାଳୟ ରଖା ଯାଇଥିଲା । ତାଙ୍କର ଜଙ୍ଗଲ ଚିଠି ବହିରୁ ଏହି ବିଦ୍ୟାଳୟ ବିଷୟରେ ଅନେକ କିଛି ଜାଣିବାକୁ ମିଳେ । ପରେ ଏହା ସରକାରଙ୍କ ଅଧୀନକୁ ଚାଲି ଯାଇଥିଲା ।

ରଚନାବଳୀ

ପ୍ରବନ୍ଧ

  • ଜୀବନ ବିଦ୍ୟାଳୟ
  • ଜଙ୍ଗଲ ଚିଠି
  • ଶିଳା ଓ ଶାଳଗ୍ରାମ
  • ତରଙ୍ଗ ଓ ତଡ଼ିତ୍
  • ଜାତିରେ ମୁଁ ଯବନ
  • ସମାଜ: ପରିପର୍ତ୍ତନ ଓ ବିକାଶ
  • ସଂସ୍କୃତି ଓ ଓଡ଼ିଶା
  • ଓଡ଼ିଶା ଓ ଓଡ଼ିଆ
  • ଏକଲବ୍ୟ ଓ ଅନ୍ୟାନ୍ୟ ପ୍ରବନ୍ଧ
  • ଶିଳାତୀର୍ଥ
  • ମା ନିଷାଦ
  • ନଖ ଦର୍ପଣେନ
  • ପଶ୍ୟତି ଦଶଦିଶି
  • ରୋହିତର ଡାଏରୀ
  • ନେତା ଓ ନାରାୟଣ
  • ବିଶ୍ୱକୁ ଗବାକ୍ଷ
  • ଗାନ୍ଧୀ ଗୋପବନ୍ଧୁ

ଅନୁବାଦ

  • ଦିବ୍ୟ ଜୀବନ, ୩ ଖଣ୍ଡ (ଶ୍ରୀ ଅରବିନ୍ଦଙ୍କ Life Divineର ଅନୁବାଦ)
  • ଡେନମାର୍କ ଚିଠି (ଡେନମାର୍କ ଉପରେ ଲେଖା ଦାନିସ ବହି "The Pilgrim Kamanita"ର ଅନୁବାଦ)
  • ସେଣ୍ଟ-ଏକ୍ସୁପେରିଙ୍କ ଇଂରାଜୀ ବହି "The Little Prince"ର ଓଡ଼ିଆରେ ଅନୁବାଦ
  • ଜିବ୍ରାନଙ୍କ ଇଂରାଜୀ ବହି "The Prophet"ର ଓଡ଼ିଆରେ ଅନୁବାଦ
  • ପାଷ୍ତେର୍ଣ୍ଣାକ ଙ୍କ ଇଂରାଜୀ ବହି "Doctor Zhivago"ର ଓଡ଼ିଆରେ ଅନୁବାଦ
  • ''ଭଏସ୍'', ଓଡିଆ ଟର୍ନଚ୍ଲାଡିନ୍ ଥିରୁକ୍କୁରାଲ୍ ଖୋଲନ୍ତୁ (ଭାରତ ବିଦ୍ୟା ଭବନ, ଭୁବନେଶ୍ୱର ଦ୍ୱାରା ପ୍ରକାଶିତ) (1978)

ଏହା ସହ ସେ ଆଶାପୂର୍ଣ୍ଣା ଦେବୀ, ଆଲବର୍ଟ ସ୍ୱେଟଜର, ଫ୍ରାଙ୍କୋଇସ ମଉରିଆକ, ବେରିଅର ଅଲବିନ, ମହାତ୍ମା ଗାନ୍ଧୀ, ସର୍ବପଲ୍ଲୀ ରାଧାକୃଷ୍ଣନ ଓ ମାର୍ଟିନ ଲୁଥର କିଙ୍ଗ ଆଦି ଅନେକ ପ୍ରସିଦ୍ଧ ବ୍ୟକ୍ତିତ୍ତ୍ୱଙ୍କ ଲେଖାକୁ ଓଡ଼ିଆରେ ଅନୁବାଦ କରିଥିଲେ ।

ପୁରସ୍କାର ଓ ସମ୍ମାନ

ଆଧାର

Tags:

ଚିତ୍ତରଞ୍ଜନ ଦାସ ଜୀବନ ବିଦ୍ୟାଳୟଚିତ୍ତରଞ୍ଜନ ଦାସ ରଚନାବଳୀଚିତ୍ତରଞ୍ଜନ ଦାସ ପୁରସ୍କାର ଓ ସମ୍ମାନଚିତ୍ତରଞ୍ଜନ ଦାସ ଆଧାରଚିତ୍ତରଞ୍ଜନ ଦାସଓଡ଼ିଆ ଲୋକ

🔥 Trending searches on Wiki ଓଡ଼ିଆ:

କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାଦକ୍ଷିଣ ଆଫ୍ରିକାସୁରେନ୍ଦ୍ରନାଥ ଶତପଥୀଗୋପପୁର (ଗପ ସଙ୍କଳନ)ଗୁପ୍ତେଶ୍ୱରଦେବରାଜ ମହାନ୍ତିଓମାନଗୋଦାବରୀଶ ମହାପାତ୍ରଚଇତି ଘୋଡ଼ା ନାଚହିରୋଉଇକିପିଡ଼ିଆ ସମୂହର ତାଲିକାପ୍ରଥମ ବିଶ୍ୱଯୁଦ୍ଧ୧୯୨୨ସାଉଦି ଆରବବୀଣାପାଣି ମହାନ୍ତିଶାଲିନୀ ଅରୋଡ଼ାହନୁମାନ ଜୟନ୍ତୀସଚ୍ଚିଦାନନ୍ଦ ରାଉତରାୟହାଡ଼ଫୁଟିତ୍ରିନାଥ ମେଳା (ଓଡ଼ିଆ କଥାଚିତ୍ର)ମିଳିତ ଜାତିସଂଘଇଡିଅଟ୍ମହା ଶିବରାତ୍ରିପାଳୁଅ୧ ଜୁଲାଇଆପଲ ଇନକର୍ପୋରେଟେଡପଖାଳ ଦିବସଚନ୍ଦନେଶ୍ଵର ମନ୍ଦିର୧୪ ମାର୍ଚ୍ଚପୁରୁଣିବଣ୍ଡ (ଅର୍ଥ)ଗ୍ରେଭସ ରୋଗ୨୦୨୨ ରୁଷର ୟୁକ୍ରେନ ଉପରେ ଆକ୍ରମଣବାଲେଶ୍ୱର ଜିଲ୍ଲା୨୦ ମାର୍ଚ୍ଚଅପ୍ରେଲମୁଦ୍ରା (ପୂଜା)ବିଭୂତି ପଟ୍ଟନାୟକତମନ୍ନା ବ୍ୟାସପାଠାଗାରମହାଦେଶମୌଳିକ ସଂଖ୍ୟାସଂଯୁକ୍ତ ପ୍ରଗତିଶୀଳ ଗଠବନ୍ଧନଚୀନଭଗବତ ଗୀତାପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷବ୍ୟାଟେରୀବିରାଟ କୋହଲୀଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଓଆରଟିବରାଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟରାମଚନ୍ଦ୍ର ମିଶ୍ରସ୍ନେହସାରଅଶୋକ (ସମ୍ରାଟ)ଉଇକିଖବରମେନିଞ୍ଜାଇଟିସ୍ପଖାଳଯବକ୍ଷାରଜାନ୨୦୧୯ ନୂତନ କରୋନା ଭୂତାଣୁଚନ୍ଦନ ବୋଡ଼ାଉତ୍କଳ ସମ୍ମିଳନୀଗୋପାଳ (ଜାତି)ଓଡ଼ିଆ କବି ମାନଙ୍କର ତାଲିକାମନମୋହନ ସାମଲ୧୯୪୯ପଞ୍ଚୁ ଫୁଟଣପାଳୁଅ ଲଡୁନଅଙ୍କ ଦୁର୍ଭିକ୍ଷଟାଇଫଏଡ🡆 More