ରାଣୀ ଲକ୍ଷ୍ମୀବାଈ

ରାଣୀ ଲକ୍ଷ୍ମୀବାଈ (୧୯ ନଭେମ୍ବର ୧୮୨୮- ୧୮ ଜୁନ ୧୮୫୮), ମରାଠା ଶାସିତ ଝାନ୍ସୀ ରାଜ୍ୟର ରାଣୀ ତଥା ୧୮୫୭ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମର ଜଣେ ନାୟିକା ଥିଲେ । ସ୍ୱଦେଶ ଓ ସ୍ୱଜାତିକୁ ପରାଧୀନତାର ବନ୍ଧନରୁ ମୁକ୍ତ କରିବା ପାଇଁ ସେ ସଂଗ୍ରାମ କରିଥିଲେ । ପେଶବା ବାଜିରାଓଙ୍କ ବ୍ରହ୍ମାବର୍ତ୍ତ ରାଜପ୍ରାସାଦରେ ତାଙ୍କ ପୌଷ୍ୟପୁତ୍ର ନାନା ସାହେବଙ୍କ ପାଖରେ ପିଲାଅଦିନୁ ଖଡ୍ଗଚାଳନା, ଅଶ୍ୱାରୋହଣ, ବିଭିନ୍ନ ପ୍ରକାର ଶାରୀରିକ ବ୍ୟାୟାମ, ଦୁର୍ଦ୍ଦାନ୍ତ ହସ୍ତୀମାନଙ୍କୁ ଆୟତ କରିବା ଆଦି କଳାରେ ସେ ପାରଙ୍ଗମ ଥିଲେ ।

ରାଣୀ ଲକ୍ଷ୍ମୀବାଈ
ଝାନ୍ସୀର ରାଣୀ
ରାଣୀ ଲକ୍ଷ୍ମୀବାଈ
ରାଣୀ ଲକ୍ଷ୍ମୀବାଈ‌ ଘୋଡ଼ା ଚଢ଼ି ଯୁଦ୍ଧ କରିବାର ଚିତ୍ର
ଜନ୍ମନାମମଣିକର୍ଣ୍ଣିକା
ଜନ୍ମ(1828-11-19)୧୯ ନଭେମ୍ବର ୧୮୨୮
ଜନ୍ମସ୍ଥାନବାରଣାସୀ, ଭାରତ
ମୃତ୍ୟୁ୧୮ ଜୁନ ୧୮୫୮(1858-06-18) (ବୟସ ୨୯)
ମୃତ୍ୟୁସ୍ଥାନଗ୍ୱାଲିଅର, ଭାରତ
ପୂର୍ବାଧିକାରୀରାଣୀ ରମାବାଈ
ଉତ୍ତରାଧିକାରୀବ୍ରିଟିଶ ଶାସନ
Consort toଝାନ୍ସୀର ନରେଶ ମହାରାଜ ଗଙ୍ଗାଧର ରାଓ ନେୱାଲକର
ରାଜବଂଶରାଣୀ ଲକ୍ଷ୍ମୀବାଈ ମରାଠା ଶାସକ
ସନ୍ତାନଦାମୋଦର ରାଓ, ଆନନ୍ଦ ରାଓ(ପାଳିତ ପୁତ୍ର)

ଜୀବନୀ

ଲକ୍ଷ୍ମୀବାଈଙ୍କ ଜନ୍ମ ୧୮୨୮ ମସିହା ନଭେମ୍ବର ୧୯ ତାରିଖରେ ବାରଣାସୀରେ ଏକ ବ୍ରାହ୍ମଣ ପରିବାରରେ ହୋଇଥିଲା । ତାଙ୍କ ପିଲାବେଳର ନାମ ମଣିକର୍ଣ୍ଣିକା ଓ ଡାକ ନାମ ମନୁ ଥିଲା । ତାଙ୍କ ପିତାଙ୍କ ନାମ ମୋରପନ୍ତ ତାମ୍ବେ ଓ ମାତାଙ୍କ ନାମ ଭାଗିରଥୀ ବାଈ ଥିଲା । ମନୁ, ମାତ୍ର ୪ବର୍ଷର ହେଇଥିବା ବେଳେ ତାଙ୍କ ମାତା ମୃତ୍ୟୁବରଣ କରିଥିଲେ ।

ଲକ୍ଷ୍ମୀବାଈ ଝାନସୀର ରାଜା ଗଙ୍ଗାଧର ରାଓଙ୍କୁ ବିବାହ କରିଥିଲେ । ତାଙ୍କର କୈଣସି ସନ୍ତାନ ନ ଥିଲେ । ୧୮୫୩ ମସିହାରେ ରାଜା ଗଙ୍ଗାଧରଙ୍କ ମୃତ୍ୟୁ ପରେ ତାଙ୍କର ପୌଷ୍ୟ ସନ୍ତାନ ଦାମୋଦରଙ୍କୁ ଇଂରେଜମାନେ ସ୍ୱୀକାର ନକରି ଝାନସୀକୁ ନିଜ କବଳ ନେଇଥିଲେ । ଏହି ସମୟରେ ରାଣୀ ଲକ୍ଷ୍ମୀବାଈ ବିରୋଧ କରିଥିଲେ । ଏହାର ଚାରିବର୍ଷ ପରେ ୧୮୫୭ରେ ଭାରତରେ ବିପ୍ଳବ ଆରମ୍ଭ ହୋଇଥିଲା । ୧୮୫୭ ମସିହା ମେ ମାସ ୧୨ ତାରିଖରେ ଦିଲ୍ଲୀର ଲାଲକିଲ୍ଲାରେ ଯେତେବେଳେ ସ୍ୱାଧୀନତାର ପତାକା ଉଡିଥିଲା, ସେତେବେଳେ ଝାନସୀର ଜନସାଧାରଣ ରାଣୀଙ୍କ ଆଦେଶକୁ ଅପେକ୍ଷା କରିରହିଥିଲେ । ପ୍ରଥମେ ଦିଲ୍ଲୀ ଓ ପରେ ଝାନସୀରେ ବିପ୍ଳବ ଆରମ୍ଭ ହୋଇଥିଲା । ଝାନସୀର ବିଭିନ୍ନ ଦୁର୍ଗ ମାନଙ୍କରେ ବିପ୍ଳବୀମାନଙ୍କ ଡରରେ ଆତ୍ମଗୋପନ କରିଥିବା ଅଳ୍ପ କେତେକ ଇଂରେଜମାନଙ୍କୁ ହଟାଇ ଝାନସୀ ସେନା ଦୁର୍ଗ ଉପରେ ବିଜୟ ପତାକା ଉଡାଇଥିଲେ ।

ଆଧାର

ବାହାର ତଥ୍ୟ

Tags:

🔥 Trending searches on Wiki ଓଡ଼ିଆ:

ପଞ୍ଚତନ୍ତ୍ରଯୁକ୍ତରାଷ୍ଟ୍ର ଆମେରିକାଭୂଗୋଳପ୍ରତିଭା ଶତପଥୀମଧୁସୂଦନ ରାଓବିରଜା ମନ୍ଦିରଗୋପୀନାଥ ମହାନ୍ତିଚିକିତ୍ସା ବିଜ୍ଞାନବଡ଼ିବିଶ୍ୱନାଥ କରକାଶୀ ବିଶ୍ୱନାଥ ମନ୍ଦିରଅଶୋକ (ସମ୍ରାଟ)ଦ୍ରାଘିମାଜାଭା (ପ୍ରୋଗ୍ରାମିଂ ଭାଷା)୧ ସେପ୍ଟେମ୍ବରମାସସୁଭାଷ ଚନ୍ଦ୍ର ବୋଷଗନ୍ଧମାର୍ଦନପ୍ରଧାନ ପୃଷ୍ଠାକାନାଡ଼ାଭାସ୍କୋ ଡା ଗାମାଫତୁରାନନ୍ଦଚୈତ୍ର ପୂର୍ଣ୍ଣିମା୧୪୦୫ନନ୍ଦିଘୋଷରାଜନୀତି ବିଜ୍ଞାନଲୁଣଦୋହାକୋଷ ଓ ବୌଦ୍ଧ ଗାନବନ୍ଦେ ଉତ୍କଳ ଜନନୀବିଦ୍ୟୁତରାମାୟଣପଖାଳକାଳିନ୍ଦୀ ଚରଣ ପାଣିଗ୍ରାହୀଉଦ୍ୟମ ସଂସାଧନ ଯୋଜନା ‍‌(ଇଆର୍‍ପି‌‌)ପୁରୀମହୁମାଛିସାତକଡ଼ି ହୋତା୧୯୯୦୧୩ ଅପ୍ରେଲସାରଳା ମହାଭାରତଜ୍ୟୈଷ୍ଠଅକ୍ଷାଂଶ୧୮୬୬ଚୀନପଣା ସଂକ୍ରାନ୍ତି୩୦ ଅପ୍ରେଲଇଷ୍ଟ୍ରାଡେଫାଇଲିନଫାଲଗୁନଉପବାସ୧୧ରଥକୃଷ୍ଣଚନ୍ଦ୍ର ପାଣିଗ୍ରାହୀପ୍ରତିଭା ରାୟଓଡ଼ିଆ ଲିପିଲାଟିନ ଭାଷାସ୍ୱାମୀ ବିବେକାନନ୍ଦଗୋପୀନାଥ ନନ୍ଦଇତିହାସସ୍ପେନପକ୍ଷୀସୁଦର୍ଶନ ପଟ୍ଟନାୟକକଣ୍ଡୋମକୃଷ୍ଣପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷକୁଞ୍ଜବିହାରୀ ଦାଶ🡆 More