ବିଜୟ ମିଶ୍ର: ଓଡ଼ିଆ ନାଟ୍ୟକାର

ବିଜୟ ମିଶ୍ର (୧୬ଜୁଲାଇ ୧୯୩୬ - ୨୬ ଅପ୍ରେଲ ୨୦୨୦) ଜଣେ ଓଡ଼ିଆ ମଞ୍ଚ ଓ ଚଳଚ୍ଚିତ୍ର ନାଟ୍ୟକାର ଥିଲେ । ସେ ବିଭିନ୍ନ ଓଡ଼ିଆ ମଞ୍ଚ ଓ ଚଳଚ୍ଚିତ୍ରରେ ନାଟ୍ୟକାର, ପଟ୍ଟକଥା ଲେଖକ, ସଂଳାପକାର ଏବଂ ନିର୍ଦ୍ଦେଶକ ଆଦି ଭୂମିକା ନିଭାଇଥିଲେ । ସେ ୬୦ଟି ନାଟକ, ୫୫ଟି ଚଳଚ୍ଚିତ୍ର ଓ ୭ଟି ଧାରାବାହିକ ରଚନା କରିଥିଲେ । ତାଙ୍କର ନାଟ୍ୟ ପୁସ୍ତକ ବାନପ୍ରସ୍ଥ ନିମନ୍ତେ ବିଜୟ ମିଶ୍ର ୨୦୧୩ ମ‌ସିହାର କେନ୍ଦ୍ର ସାହିତ୍ୟ ଏକାଡେମୀ ସମ୍ମାନରେ ସମ୍ମାନୀତ ହୋଇଥିଲେ ।

ବିଜୟ ମିଶ୍ର
ବିଜୟ ମିଶ୍ର: ବାଲ୍ୟ ଜୀବନ ଓ ଶିକ୍ଷା, ପେଶାଦାର ଜୀବନ, ନାଟକ
Born
ବିଜୟ କୁମାର ମିଶ୍ର

(1936-07-16)୧୬ ଜୁଲାଇ ୧୯୩୬
Died୨୬ ଅପ୍ରେଲ ୨୦୨୦(2020-04-26) (ବୟସ ୮୩)
Nationalityଭାରତୀୟ
Educationଡିପ୍ଲୋମା ଇଞ୍ଜିନିୟରିଂ
Alma materନୀଳଗିରି ହାଇସ୍କୁଲ, ଫକୀର ମୋହନ କଲେଜ
Known forଓଡ଼ିଆ ନାଟ୍ୟକାର, ନିର୍ଦ୍ଦେଶକ
Childrenଅନୁପମ ମିଶ୍ର, ଅରିନ୍ଦମ ମିଶ୍ର
Parent(s)ହରିହର ମିଶ୍ର, ଅନ୍ନପୂର୍ଣ୍ଣା ଦେବୀ
Awardsକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ବାଲ୍ୟ ଜୀବନ ଓ ଶିକ୍ଷା

ପିତା ହରିହର ମିଶ୍ର ଓ ମାତା ଅନ୍ନପୂର୍ଣ୍ଣା ଦେବୀଙ୍କଠାରୁ ଜନ୍ମିତ ବିଜୟ କୁମାରଙ୍କ ଗ୍ରାମ ସନ୍ତରା ଗାଡ଼ିଆଠାରେ ଏକ ନାଟ୍ୟ ଦଳ ରହିଥିଲା ଓ ସେମାନେ ତାଙ୍କରି ଘରେ ନାଟକ ଅଭ୍ୟାସ କରୁଥିଲେ । ଏହି ନାଟ୍ୟ ଦଳଟିକୁ ଦେଖି ସେ ନାଟକ ପ୍ରତି ଆକର୍ଷିତ ହୋଇଥିଲେ । ବିଜୟ କୁମାର, ନୀଳଗିରି ହାଇସ୍କୁଲରୁ ମାଟ୍ରିକ ପାସ୍ କରି, ବାଲେଶ୍ୱରର ଫକୀର ମୋହନ କଲେଜରେ ଆଇ.ଏସ୍. ସି ପଢ଼ିଥିଲେ । ଏହାପରେ ୧୯୫୭ ମସିହାରେ କଟକର ଭୁବନାନନ୍ଦ ଓଡ଼ିଶା ସ୍କୁଲ ଅଫ ଇଞ୍ଜିନିୟରିଂରୁ ସିଭିଲ୍ ଇଞ୍ଜିନିୟରିଂରେ ଡିପ୍ଲୋମା ହାସଲ କରିଥିଲେ ।

ହାଇସ୍କୁଲର ହାତଲେଖା ପତ୍ରିକା ତଥା ଇଞ୍ଜିନିୟରିଂ ସ୍କୁଲରୁ ପ୍ରକାଶ ପାଉଥିବା 'ପଞ୍ଚଜନ୍ୟ' ପତ୍ରିକାରୁ ସେ ଲେଖା ଲେଖି ଆରମ୍ଭ କରିଥିଲେ ।

ପେଶାଦାର ଜୀବନ

ଇଞ୍ଜିନିୟରିଂ ପାସ କରିସାରିବା ପରେ ବିଜୟ, ହୀରାକୁଦଠାରେ ନିଜର ଚାକିରି ଜୀବନ ଆରମ୍ଭ କରିଥିଲେ । ଚାକିରି ସହିତ ନାଟ୍ୟକାର ଜୀବନ ମଧ୍ୟ ଆରମ୍ଭ ହୋଇଥିଲା ଓ ମାତ୍ର ୨୧ ବର୍ଷ ବୟସରେ, ସେ ନିଜର ପ୍ରଥମ ନାଟକ, 'ଜନନୀ' ରଚନା କରିଥିଲେ । କଟକର ଅନ୍ନପୂର୍ଣ୍ଣା-ବି ଦଳର ପ୍ରଖ୍ୟାତ ନିର୍ଦ୍ଦେଶକ ସାମୁଏଲ ସାହୁ ପ୍ରଥମେ ଏହି ବହିଟିକୁ ପସନ୍ଦ କରିନଥିଲେ ମଧ୍ୟ ପରେ ଏହି ନାଟକଟି ଅନ୍ନପୂର୍ଣ୍ଣା-ବି ଦଳଦ୍ୱାରା ସପ୍ତାହକୁ ୬ ଦିନ କରି, ଏକାଦିକ୍ରମେ ୪ ମାସ ଧରି ସଫଳତାର ସହ ମଞ୍ଚସ୍ଥ ହୋଇଥିଲା । ପରବର୍ତ୍ତୀ ସମୟରେ ଏହା ଏକ ଚଳଚ୍ଚିତ୍ରର ରୂପ ନେଇଥିଲା । ସେହିପରି ଭାବରେ, ତାଙ୍କ ରଚିତ ନାଟକ, ଯାଯାବର ୧୯୭୫ ମସିହାରେ ମୁକ୍ତିଲାଭ କରିଥିଲା । ଏହା ତାଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା । ଅକ୍ଷୟ ମହାନ୍ତି ଓ ହେମନ୍ତ ଦାସଙ୍କ ସହ ମିଶି, ତ୍ରିମୁର୍ତ୍ତୀ ନାମରେ ସେ, ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ମଧ୍ୟ କରିଥିଲେ ।

ନାଟକ

ନାଟକ ମୂଳ ଉତ୍ସ ରଚନା/ମଞ୍ଚନ ଅନୁଷ୍ଠାନ ନିର୍ଦ୍ଦେଶକ
ଜନନୀ ୧୯୬୦ ଜୁନ ଅନ୍ନପୂର୍ଣ୍ଣା-ଥିଏଟର ବି କଟକ ସାମୁଏଲ ସାହୁ
ଏକାକୀ ୧୯୬୧/୬୨ ମହନଦୀ କ୍ଳବ କଟକ ରବି ମହାପାତ୍ର
ଅଶାନ୍ତ ଗ୍ରହ ୧୯୬୪ ଅନ୍ନପୂର୍ଣ୍ଣା-ଥିଏଟର ବି କଟକ ସାମୁଏଲ ସାହୁ
ତିମିର ତୀର୍ଥ ନରୱେ ନାଟ୍ୟକାର ହେନେରିକ୍ ଇବସନଙ୍କ
'ଦି ଘୋଷ୍ଟ'
୧୯୬୫ ଅନ୍ନପୂର୍ଣ୍ଣା-ଥିଏଟର ବି କଟକ ସାମୁଏଲ ସାହୁ
ପ୍ରତୀକ୍ଷା ୧୯୬୬ ଅନ୍ନପୂର୍ଣ୍ଣା-ଥିଏଟର ବି କଟକ ସାମୁଏଲ ସାହୁ
ଆର୍ତ୍ତନାଦ ୧୯୬୫/୬୬ ଶ୍ରୀମା ଥିଏଟର ଶରତ ମହାନ୍ତି
ହେ ସ୍ୱର୍ଗ ବିଦାୟ ୧୯୬୭ ସାଳେନ୍ଦ୍ରୀ ରିକ୍ରିଏସନ କ୍ଳବ
ଶବ ବାହକ ମାନେ ୧୯୬୮ ଫ୍ରେଣ୍ଡସ ଇଉନିୟନ୍ କ୍ଳବ ଅଜୟ ମହାନ୍ତି
ଯାଯାବର ୧୯୬୮ ଜନତା ରଙ୍ଗମଞ୍ଚ କଟକ ନଟବର ଶେଣ
ଏଠି ସେଠି ସବୁଠି ୧୯୭୦ ଜନତା ରଙ୍ଗମଞ୍ଚ କଟକ ଶରତ ମହାନ୍ତି
ସାଗର ତୀରେ ୧୯୭୦ ଅନ୍ନପୂର୍ଣ୍ଣା-ଥିଏଟର ଏ(ପୁରୀ) ଶରତ ମହାନ୍ତି
ଅସତ୍ୟ ସହର ୧୯୭୦ ଅନ୍ନପୂର୍ଣ୍ଣା-ଥିଏଟର ଏ(ପୁରୀ) ଦୁଃଖୀରାମ ସ୍ୱାଇଁ
କଥାଟିଏ କହୁଁ ଜର୍ମାନୀ ଲେଖକ ବରଟୋଲ୍ଡ ବ୍ରେସଟ ୧୯୭୦ ଅନ୍ନପୂର୍ଣ୍ଣା-ଥିଏଟର ଏ(ପୁରୀ) ଦୁଃଖୀରାମ ସ୍ୱାଇଁ
ଚନ୍ଦ୍ରଚୋରି ୧୯୬୮ କୁମ୍ଭକାର(ଭୁବନେଶ୍ୱର) ଧୀରେନ ଦାଶ
ଲଗ୍ନ ୧୯୬୯ କୃଷି ବିଦ୍ୟାଳୟ(ଭୁବନେଶ୍ୱର) ଧୀରେନ ଦାଶ
ହଂସ ବଳକା ଭି.ଏସ୍.ଏସ୍. ମେଡିକାଲ କଲେଜ(ବୁର୍ଲା) ଡା଼ ଶ୍ରୀକାନ୍ତ ଦାସ
ଆହ୍ୱାନ ବ୍ରହ୍ମପୁର ମେଡିକାଲ କଲେଜ ଡା଼ ଶ୍ରୀକାନ୍ତ ଦାସ
ଦୁଇଟି ସୂର୍ଯ୍ୟ ଦଗ୍ଧ ଫୁଲକୁ ନେଇ ୧୯୭୨ ଉତ୍ତର ପୁରୁଷ(ଭୁବନେଶ୍ୱର) ଅସୀମ ବସୁ
ଯାଦୁକର ୧୯୭୫ ଉତ୍ତର ପୁରୁଷ(ଭୁବନେଶ୍ୱର) ଅନନ୍ତ ମହାପାତ୍ର
ତଟ ନିରଞ୍ଜନା ୧୯୭୮ ଏବଂ ଆମେ(ଭୁବନେଶ୍ୱର) ଅସୀମ ବସୁ
ଜଣେ ରାଜା ଥିଲେ ଏବଂ ଆମେ(ଭୁବନେଶ୍ୱର) ସଚ୍ଚି ଦାସ
ବାଦଶା ୧୯୮୨ ଏବଂ ଆମେ(ଭୁବନେଶ୍ୱର) ସଚ୍ଚି ଦାସ
ସାକ୍ଷୀ ଇତିହାସ ଗୋଦାବରୀଶ ମିଶ୍ରଙ୍କ ଉପନ୍ୟାସ '୧୮୧୭' ଓ
ଚାର୍ଲସ୍ ଡିକେଲ୍ସଙ୍କ 'ଟେଲ୍ ଓ ଟୁ ସିଟିସ୍'
୧୯୮୦ ଅର୍ଥ ବିଭାଗ ସାଂସ୍କୃତିକ ପରିଷଦ ବିପ୍ରସିଂ
ଚୋର ପୁଲିସ ଖେଳ ଜର୍ମାନ ନାଟ୍ୟକାର ବରଗୋଲ୍ଟ
ବ୍ରେସଟଙ୍କ 'ଥ୍ରୀ'
ବିପ୍ରସିଂ
ଧର୍ମାବତାର ଡୁରେନ୍ ମଟିସଙ୍କ ଗଳ୍ପ 'ଦ ଟ୍ରାପ' ୧୯୮୮ ଅର୍ଥ ବିଭାଗ ସାଂସ୍କୃତିକ ପରିଷଦ ବିପ୍ରସିଂ
ବନ୍ଦୀ ଆନ୍ଥୋନୀ ହୋପଙ୍କ 'ପ୍ରୀଜନର୍ ଓ ଜେଣ୍ଡା' ୧୯୮୫ ଚିଫ ଇଞ୍ଜିନିୟର ଇରିଗେସନ ଅସୀମ ବସୁ
ଫେରିବାର ସମୟ ଋଷୀୟ ଲେଖକ ଫିଏଜର ଦସ୍ତୋଭିସ୍କିଙ୍କ
'ଇଡିଅଟ'
୨୦୧୧ ଚିଫ ଇଞ୍ଜିନିୟର ଇରିଗେସନ ଅସୀମ ବସୁ
ଅଜ୍ଞାତ ବାସ ୧୯୯୧/୯୨ ଏବଂ ଆମେ(ଭୁବନେଶ୍ୱର) ଅଜିତ ଦାସ
ପାଣୁ ନାୟକର ଜମାନବନ୍ଦୀ ଭିକ୍ଟୋର ହ୍ୟୁଗୋଙ୍କ 'ଲା ମିଜରେବୁଲ୍' ଓ
ଗୋଦାବରୀଶ ମିଶ୍ରଙ୍କ 'ଅଭାଗିନୀ'
୧୯୯୧/୯୨ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ
ନାଟକ ବିଭାଗ
ଅଜିତ ଦାସ
ଯନ୍ତା ଆଗାଥେ ଖ୍ରୀଷ୍ଟେଙ୍କ 'ମାଉସ ଟ୍ରାପ' ଉତ୍କଳ ରଙ୍ଗମଞ୍ଚ ଟ୍ରଷ୍ଟ ଅନନ୍ତ ମହାପାତ୍ର
ତା ପରେ ଯମୁନାରେ
କଣ ହେଲା
ଜର୍ଜ ବର୍ଣ୍ଣାଡ ଶଙ୍କ 'ପିଗମିଲନ' ଉତ୍କଳ ରଙ୍ଗମଞ୍ଚ ଟ୍ରଷ୍ଟ ପ୍ରସନ୍ନ ମିଶ୍ର
ଭୋକ ଟେନିସ ଉଇଲିଅମଙ୍କର
'ସଡନଲି ଲାଷ୍ଟ ସମର'
୧୯୯୪ କ୍ୟାପିଟାଲ ହସ୍ପିଟାଲ ବିଜୟ ମିଶ୍ର
ଛ' ମାଣ ଆଠ ଗୁଣ୍ଠ ଫକୀର ମୋହନ ସେନାପତିଙ୍କର ଉପନ୍ୟାସ ୨୦୦୭ 'ଅଜିତ'(ଭୁବନେଶ୍ୱର) ଅଜିତ ଦାସ
ଶାସ୍ତି କାହ୍ନୁ ଚରଣ ମହାନ୍ତିଙ୍କର ଉପନ୍ୟାସ ୨୦୦୮ 'ଅଜିତ'(ଭୁବନେଶ୍ୱର) ଅଜିତ ଦାସ
ଅପବାଦ ୨୦୦୮ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ
ଛାତ୍ରୀ ନିବାସ
ଅଜିତ ଦାସ
ମଲାଜହ୍ନ ଉପେନ୍ଦ୍ର କିଶୋର ଦାସଙ୍କର ଉପନ୍ୟାସ ୨୦୦୯ 'ଅଜିତ'(ଭୁବନେଶ୍ୱର) ଅଜିତ ଦାସ
ଶେଷ ପାହାଚ ୨୦୦୯ ଓଡି଼ଶା ନାଟ୍ୟ ସଂଘ ଅଜିତ ଦାସ
ଜୟଦେବ ୨୦୧୦
ଲାଷ୍ଟ ଟ୍ରେନ ୨୦୧୧ 'ଅଜିତ'(ଭୁବନେଶ୍ୱର) ଅଜିତ ଦାସ
ନାକଟା ଚିତ୍ରକର ଫତୁରାନନ୍ଦଙ୍କର ଉପନ୍ୟାସ ୨୦୧୧ 'ଅଜିତ'(ଭୁବନେଶ୍ୱର) ଅଜିତ ଦାସ
ବାନପ୍ରସ୍ଥ ୨୦୧୩

ପୁରସ୍କାର ଓ ସମ୍ମାନ

ମୃତ୍ୟୁ

ବିଜୟ ମିଶ୍ର ୨୦୨୦ ମସିହାର ଅପ୍ରେଲ ମାସ ୨୬ ତାରିଖରେ ମୃତ୍ୟୁବରଣ କରିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା ।

ଆଧାର

Tags:

ବିଜୟ ମିଶ୍ର ବାଲ୍ୟ ଜୀବନ ଓ ଶିକ୍ଷାବିଜୟ ମିଶ୍ର ପେଶାଦାର ଜୀବନବିଜୟ ମିଶ୍ର ନାଟକବିଜୟ ମିଶ୍ର ପୁରସ୍କାର ଓ ସମ୍ମାନବିଜୟ ମିଶ୍ର ମୃତ୍ୟୁବିଜୟ ମିଶ୍ର ଆଧାରବିଜୟ ମିଶ୍ରଓଡ଼ିଆ ଭାଷା

🔥 Trending searches on Wiki ଓଡ଼ିଆ:

ଗ୍ରହହନୁମାନ ଚାଳିଶାବ୍ରହ୍ମପୁରଗଙ୍ଗାଧର ମେହେରଚୈତ୍ରବିଶ୍ୱନାଥ କରଭଜାପ୍ରସନ୍ନ କୁମାର ମିଶ୍ରଜିନା ସାମଲଭକ୍ତ ଚରଣ ଦାସପ୍ରଧାନମନ୍ତ୍ରୀ ଜନଧନ ଯୋଜନାବିର୍ସା ମୁଣ୍ଡାଚନ୍ଦ୍ରକ୍ରିକେଟସଫ୍ଟୱେରଆଟୋପିକ ଡର୍ମାଟାଇଟିସ୨୦୦୫ସିଲଡେନାଫିଲକଣ୍ଡୋମଆତ୍ମହତ୍ୟାଉପେନ୍ଦ୍ର ଭଞ୍ଜବିଜ୍ଞାନମହାପାତ୍ର ନୀଳମଣି ସାହୁକୁମାର ପୂର୍ଣ୍ଣିମାଯୁକ୍ତରାଜ୍ୟଚନ୍ଦନେଶ୍ଵର ମନ୍ଦିରବିଦ୍ୟାଳୟଏଚଆଇଭି/ଏଡସଢେଙ୍କାନାଳ ଜିଲ୍ଲାଲୋକ ସଭାଓଡ଼ିଶାର ଇତିହାସ୧ ମାର୍ଚ୍ଚକିଶୋରୀ ଚରଣ ଦାସଛାନ୍ଦଜୟ ଜଗନ୍ନାଥତାଜମହଲଆପଲ ଇନକର୍ପୋରେଟେଡସୁନ୍ଦରବନ ଜାତୀୟ ଉଦ୍ୟାନଅଖିଳ ମୋହନ ପଟ୍ଟନାୟକଗୋପାଳ ଛୋଟରାୟକୃଷ୍ଣନକ୍ଷତ୍ର୧୩ ଫେବୃଆରୀଉଦ୍‌ଜାନଭାରତୀୟ ଇତିହାସ (୧୯୪୭-ବର୍ତ୍ତମାନ)ଓଡ଼ିଶା ବିଧାନ ସଭାବ୍ରଜ କିଶୋର ପ୍ରଧାନପାଳୁଅମାସଭୁବନେଶ୍ୱର ବେହେରାଆଜ୍‌ମାବିନୋଦ ପାତ୍ରଖାରବେଳଉଇକିକମନ୍ସଉଟିକେଶବ କୋଇଲିବନ୍ଦେ ଉତ୍କଳ ଜନନୀମାର୍ଚ୍ଚଭାରତୀୟ ମହିଳାତାଜିକିସ୍ତାନଚନ୍ଦ୍ରଶେଖର ରଥଚନ୍ଦ୍ରଭାଗା (କବିତା)ତୁମ ପରି ଛୋଟ ପିଲାଟିଏଉଇକିପିଡ଼ିଆ🡆 More