ଟୁକୁନି ସାହୁ: ଓଡ଼ିଆ ରାଜନୀତିଜ୍ଞ

ଟୁକୁନି ସାହୁ ଜଣେ ଓଡ଼ିଆ ରାଜନୀତିଜ୍ଞା । ସେ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ଟୁକୁନି ଓଡ଼ିଶା ବିଧାନ ସଭାର ଜଣେ ସଭ୍ୟା ତଥା ମନ୍ତ୍ରୀ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୧୪ ଓ ୨୦୧୯ ମସିହାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ଟିଟଲାଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୫ଶ ଓ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଟୁକୁନି ସାହୁ
ଟୁକୁନି ସାହୁ: ପରିବାର, ରାଜନୈତିକ ଜୀବନ, ବିବାଦ
ବିଧାୟିକା: ୧୫ଶ, ୧୬ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୧୪ – ଏବେଯାଏଁ
ପୂର୍ବ ଅଧିକାରୀସୁରେନ୍ଦ୍ର ସିଂହ ଭୋଇ
ନିର୍ବାଚନ ମଣ୍ଡଳୀଟିଟଲାଗଡ଼
ବ୍ୟକ୍ତିଗତ ସବିଶେଷ
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଜୀବନ ସାଥୀଅଭିମନ୍ୟୁ ସାହୁ
ବୃତ୍ତିରାଜନୀତିଜ୍ଞ

ପରିବାର

ଟୁକୁନି ସାହୁ ଅଭିମନ୍ୟୁ ସାହୁଙ୍କୁ ବିବାହ କରିଥିଲେ । ଅଭିମନ୍ୟୁ ଜଣେ ରାଜନୀତିଜ୍ଞ ଥିଲେ । ସେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ ଓଡ଼ିଶା ରାଜନୀତିରେ ସକ୍ରିୟ ଥିଲେ । ୨୦୧୩ ମସିହାରେ ଅଭିମନ୍ୟୁ ରାଜ୍ୟ ଯୁବ ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ଥିବାବେଳେ ୧୫ ଡିସେମ୍ବର, ୨୦୧୩ରେ ତାଙ୍କୁ ଗଳାକାଟି ହତ୍ୟା କରାଯାଇଥିଲା । ସେହି ସମୟରେ ଟିଟଲାଗଡ଼ଠାରେ ବନ୍ଦ ଡାକରା ଦିଆଯିବା ସହ ଅନେକ ସ୍ଥାନରେ ପୋଡ଼ାଜଳା ହୋଇଥିଲା ଓ ପରବର୍ତ୍ତୀ ସମୟରେ କ୍ରାଇମ୍‌ବ୍ରଞ୍ଚ ଏହି ଘଟଣାର ତଦନ୍ତ କରିଥିଲା ଏବଂ ଦୋଷୀମାନଙ୍କୁ ଆଜୀବନ କାରାଦଣ୍ଡାଦେଶ ହୋଇଥିଲା ।

ରାଜନୈତିକ ଜୀବନ

ଟୁକୁନି ସାହୁ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟିକା ଭାବରେ କାର୍ଯ୍ୟ କରିଥିଲେ ।

୨୦୧୪ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ଟୁକୁନି ସାହୁ ବିଜୁ ଜନତ ଦଳର ପ୍ରତିନିଧି ଭାବରେ ଟିଟିଲାଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସମୁଦାୟ ୨,୨୫,୭୧୩ ଜଣ ମତଦାତାଙ୍କ ମଧ୍ୟରୁ ୧,୭୦,୮୨୩ ଜଣେ ମତଦାନ କରିଥିଲେ । ତନ୍ମଧ୍ୟରୁ ଟୁକୁନୀ ସାହୁ ସର୍ବାଧିକ ୭୧,୮୫୮ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ ଏବଂ ଭାରତୀୟ ଜାତୀୟ କଂଗ୍ରେସ ଦଳର ପ୍ରାର୍ଥୀ ତଥା ସେଠାକାର ପୂର୍ବାତନ ବିଧାୟକ ସୁରେନ୍ଦ୍ର ସିଂହ ଭୋଇ ସମୁଦାୟ ୫୭,୮୩୬ ଖଣ୍ଡ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ଥିଲେ ଓ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ମହେନ୍ଦ୍ର କୁମାର ଠାକୁର ସମୁଦାୟ ୨୫,୬୧୭ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ଥିଲେ । ଟୁକୁନୀ ସାହୁ ସୁରେନ୍ଦ୍ର ସିଂହ ଭୋଇଙ୍କୁ ୧୪,୦୨୨ ଖଣ୍ଡ ଭୋଟରେ ପରାସ୍ତ କରି ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏହି ବିଧାନ ସଭାରେ ସେ ୨୦୧୪ ମସିହାରୁ ୨୦୧୫ ମସିହାଯାଏଁ କାର୍ଯ୍ୟ କରିଥିଲେ ।

୨୦୧୯ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ଟୁକୁନି ସାହୁ ପୁଣିଥରେ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ଟିଟଲାଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଆସନରୁ ୧୬ଶ ଓଡ଼ିଶା ବିଧାନ ସଭା ପାଇଁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ବିବାଦ

୨୦୧୪ ମସିହାରେ ଟୁକୁନି ସାହୁ ନିର୍ବାଚନରେ ଅନିୟମିତତା କରିଥିବା ନେଇ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଅଭିଯୋଗ ହୋଇଥିଲା । ଟୁକୁନିଙ୍କର ପତି ଅଭିମନ୍ୟୁଙ୍କୁ ହତ୍ୟା କରାଯାଇବାପରେ ତାଙ୍କୁ ଦଳୀୟ ଅନୁକମ୍ପା ଭାବରେ ଟିକେଟ ମିଳିଥିବା ଅଭିଯୋଗ ହୋଇଥିଲା ଏବଂ ବଲାଙ୍ଗିର ଜିଲ୍ଲା ବିଜେଡ଼ି କର୍ମିଙ୍କ ସହ ତାଙ୍କର ଭଲ ସମ୍ପର୍କ ନଥିଲା ।

ପୁରସ୍କାର ଓ ସମ୍ମାନ

ତୈଳିକ ବୈଶ୍ୟ ସମାଜ ତରଫରୁ ଟୁକୁନି ସାହୁଙ୍କୁ କରମା ବାଈ ସମ୍ମାନରେ ସମ୍ମାନିତ କରାଯାଇଥିଲା ।

ଆଧାର

Tags:

ଟୁକୁନି ସାହୁ ପରିବାରଟୁକୁନି ସାହୁ ରାଜନୈତିକ ଜୀବନଟୁକୁନି ସାହୁ ବିବାଦଟୁକୁନି ସାହୁ ପୁରସ୍କାର ଓ ସମ୍ମାନଟୁକୁନି ସାହୁ ଆଧାରଟୁକୁନି ସାହୁ

🔥 Trending searches on Wiki ଓଡ଼ିଆ:

ଅଞ୍ଜଳି କିସ୍କୁମକର ସଂକ୍ରାନ୍ତି୧୪ ମାର୍ଚ୍ଚବିର୍ସା ମୁଣ୍ଡାକପିଳାସ ଶିବ ମନ୍ଦିରସମ୍ବଲପୁର (ଲୋକ ସଭା ନିର୍ବାଚନ ମଣ୍ଡଳୀ)ମାୟାଧର ମାନସିଂହୟୁ ଟ୍ୟୁବଇଣ୍ଡୋନେସିଆ ସରକାର୩୧ ମାର୍ଚ୍ଚ୨୪ ଅପ୍ରେଲବଙ୍ଗଳାଦେଶ ମୁକ୍ତିଯୁଦ୍ଧହୋଲିତନ୍ଦ୍ରାଲୋକର ପ୍ରହରୀଚିତ୍ତରଞ୍ଜନ ଦାସସରସ୍ୱତୀବିଶ୍ୱ ତମାଖୁହୀନ ଦିବସଡେଭିଡ କାମେରନ୧୫୨୮ଚନ୍ଦ୍ରଯାନ-୧ଲିଙ୍ଗରାଜ ମନ୍ଦିରପ୍ଲାଟିପସଗୁଜରାଟଡାରିଫେନାସିନଲକ୍ଷ୍ମୀନାରାୟଣ ସାହୁମନ୍ମଥ ନାଥ ଦାସଚନ୍ଦନ ଯାତ୍ରାକୁଷ୍ଠଚୀନ୧୪୯୯ଦାମୋଦର ରାଉତରବୀନ୍ଦ୍ରନାଥ ଠାକୁରକୃଷ୍ଣପଣ୍ଡୁ ଓଷାଶିମିଳିପାଳ ଜାତୀୟ ଉଦ୍ୟାନନୀଳମାଧବ ମନ୍ଦିରବଡ଼ ଏରାସ୍ୱାସ୍ଥ୍ୟବସନ୍ତ ରୋଗଦୀନକୃଷ୍ଣ ଦାସଅଂଶୁମାନ ମହାନ୍ତିଶଙ୍ଖମାଇନ ଟୁଡ଼ୁଓଡ଼ିଶାର ଅନୁସୂଚିତ ଜନଜାତି ତାଲିକାମେଲାଟୋନିନଗୁରୁପ୍ରସାଦ ମହାନ୍ତିନାରାୟଣ ସାହୁଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକାକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଭୋଦେଇ ଓଷାଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାwiki.phtmlବୈକୁଣ୍ଠନାଥ ପଟ୍ଟନାୟକଉଇକିଖବରଅହିରାଜମାଣବସା ଗୁରୁବାରକିଶୋରୀ ଚରଣ ଦାସ୪ ଜୁନବ୍ରତୋପନୟନଧର୍ମଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଚନ୍ଦ୍ରଶେଖର ଭେଙ୍କଟ ରମଣ🡆 More