ମାୟାଧର ମାନସିଂହ: ଭାରତୀୟ ଓଡ଼ିଆ-ଭାଷୀ କବି ଓ ଲେଖକ

ମାୟାଧର ମାନସିଂହ (୧୩ ନଭେମ୍ବର ୧୯୦୫–୧୧ ଅକ୍ଟୋବର ୧୯୭୩) ଜଣେ ଓଡ଼ିଆ କବି ଓ ଲେଖକ ଥିଲେ । ସେ ତରୁଣ ବୟସରେ ସତ୍ୟବାଦୀ ବନ ବିଦ୍ୟାଳୟର ଛାତ୍ର ଥିଲେ । ସେ ସେକ୍ସପିୟର ଓ କାଳିଦାସଙ୍କ ସାହିତ୍ୟର ତୁଳନାତ୍ମକ ଗବେଷଣା କରିଥିଲେ । ଏତଦ୍‌ବ୍ୟତୀତ ସେ ଭାରତର ସ୍ୱାଧୀନତା ପୂର୍ବବର୍ତ୍ତୀ ସମୟରେ ଆରତି ପତ୍ରିକାର ସମ୍ପାଦନା ସହିତ ମଧ୍ୟ ସମ୍ପୃକ୍ତ ଥିଲେ । ସ୍ୱାଧୀନତା ପରେ ସେ ଶଙ୍ଖ ନାମକ ଏକ ମାସିକ ସାହିତ୍ୟ ପତ୍ରିକା ସମ୍ପାଦନା କରୁଥିଲେ । ଓଡ଼ିଆ ସାହିତ୍ୟିକା ହେମଲତା ମାନସିଂହ ତାଙ୍କର ଜୀବନସାଥି, ପୂର୍ବତନ ଭାରତୀୟ ପ୍ରାଶାସନିକ ଅଧିକାରୀ ଲଳିତ ମାନସିଂହ ତାଙ୍କର ପୁଅ ତଥା ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ପ୍ରାକ୍ତନ ସାଂସଦ ସୋନାଲ ମାନସିଂହ ତାଙ୍କର ପୁତ୍ରବଧୂ ।

ପ୍ରେମିକ କବି

ମାୟାଧର ମାନସିଂହ
ମାୟାଧର ମାନସିଂହ
ଜନ୍ମ ଓ ଜନ୍ମସ୍ଥାନ(1905-11-13)୧୩ ନଭେମ୍ବର ୧୯୦୫
ନନ୍ଦଳା, ଜିଲ୍ଲା ପୁରୀ, ଓଡ଼ିଶା
ମୃତ୍ୟୁ୧୧ ଅକ୍ଟୋବର ୧୯୭୩(1973-10-11) (ବୟସ ୬୭)
କଟକ, ଓଡ଼ିଶା, ଭାରତ
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ଶିକ୍ଷାପି. ଏଚ. ଡି (ଇଂରାଜୀ)
ସାହିତ୍ୟ କୃତି'କୋଣାର୍କ'
'ଏଇ ସହକାର ତଳେ'
ପୁରସ୍କାରପଦ୍ମଶ୍ରୀ
ଜୀବନସାଥୀହେମଲତା ମାନସିଂହ
ସନ୍ତାନଲଳିତ, ଲଲାଟେନ୍ଦୁ, ଲାବଣ୍ୟେନ୍ଦୁ ଓ ନିବେଦିତା

ପ୍ରାରମ୍ଭିକ ଜୀବନ

ପରିବାର

ମାୟାଧର ମାନସିଂହ ଓଡ଼ିଶାର ପୁରୀ ଜିଲ୍ଲାସ୍ଥିତ ନନ୍ଦଳା ଗ୍ରାମରେ ୧୯୦୫ ମସିହା ନଭେମ୍ବର ୧୩ ତାରିଖରେ ଜନ୍ମଗ୍ରହଣ କରିଥିଲେ । ସେ ଓଡ଼ିଆ ଲେଖିକା ଓ କବି ହେମଲତା ମାନସିଂହଙ୍କୁ ବିବାହ କରିଥିଲେ । ଏହି ଦମ୍ପତ୍ତିଙ୍କର ଚାରିଜଣ ସନ୍ତାନ ଲଳିତ, ଲଲାଟେନ୍ଦୁ, ଲାବଣ୍ୟେନ୍ଦୁ ଓ ନିବେଦିତା ଅଛନ୍ତି । ଖ୍ୟାତନାମା ଓଡ଼ିଶୀ ନୃତ୍ୟଗୁରୁ ଓ ପ୍ରାକ୍ତନ ସାଂସଦ ସୋନାଲ ମାନସିଂହ ତାଙ୍କର ପୁତ୍ରବଧୂ ।

ଶିକ୍ଷା

ସେ ରେଭେନ୍ସା ମହାବିଦ୍ୟାଳୟ ବି.ଏ. ପାଠ୍ୟକ୍ରମ ସାରିବାପରେ ପାଟଣା ବିଶ୍ୱବିଦ୍ୟାଳୟରୁ ଏମ.ଏ. ପାସ କରିଥିଲେ । ଇଂଲଣ୍ଡର ଡରହାମ ବିଶ୍ୱବିଦ୍ୟାଳୟରେ ସେକ୍ସପିୟର ଓ କାଳିଦାସଙ୍କ ସାହିତ୍ୟରେ ତୁଳନାତ୍ମକ ପ୍ରବନ୍ଧ ପ୍ରସ୍ତୁତ କରି ସେ ପି.ଏଚ.ଡି. ଉପାଧି ଲାଭ କରିଥିଲେ । ସେ ଥିଲେ ଓଡ଼ିଶାର ପ୍ରଥମ ଡକ୍ଟରେଟ ଉପାଧିଧାରୀ ।

ରଚନାବଳୀ

ମାୟାଧର ମାନସିଂହ ଜଣେ ଓଡ଼ିଆ କବି ଭାବେ ସୁପରିଚିତ । ତେବେ ସେ ଅନେକ ପ୍ରବନ୍ଧ ଓ ଅନ୍ୟାନ୍ୟ ଗଦ୍ୟ ସାହିତ୍ୟ ରଚନା କରିଛନ୍ତି । ତାଙ୍କର ଜଣାଶୁଣା ପ୍ରବନ୍ଧ ପୁସ୍ତକ ମଧ୍ୟରେ "ଜୀବନ ପଥ", "ଶିକ୍ଷା, ଶିକ୍ଷକ, ଶିକ୍ଷାୟତନ", "ଓଡ଼ିଆ ସମାଜ ଓ ସାହିତ୍ୟ" ପ୍ରଭୃତି ଅନ୍ୟତମ । ତାଙ୍କ ରଚନାରେ ସାଧାରଣ ଜନଜୀବନର ସମସ୍ୟା, ସମାଜ, ସସ୍କୃତି ଇତ୍ୟାଦି ବର୍ଣ୍ଣିତ ।

କବିତା ସଙ୍କଳନ

  • ଏଇ ସହକାର ତଳେ

ଏଇ ସହକାର ତଳେ,
ସେଦିନ ପ୍ରିୟାର କରକଙ୍କଣ ଭିଡ଼ିଥିଲା ମୋର ଗଳେ
ଚାନ୍ଦିନୀ ରାତି ଉଠିଥିଲା ମାତି

ମଳୟ ପରଶ ପାଇ
ବନପକ୍ଷୀ ଦୂରେ କରୁଣ ମଧୁରେ
ଯାଉଥିଲା ଅବା ଗାଇ
ଜ୍ୟୋତ୍ସ୍ନା ଓ ଛାୟା ରଚିଥିଲା ମାୟା
ଚିତ୍ର ଏ ତରୁତଳେ
ସହଚରୀ ମୋର ପ୍ରଣୟ ବିଭୋର

ଭିଡ଼ିଥିଲା ମୋର ଗଳେ
ଏଇ ସହକାର ତଳେ

— ଏଇ ସହକାର ତଳେ
  • ଧୁପ
  • ସାଧବ ଝିଅ
  • ହେମଶସ୍ୟ
  • ପଲ୍ଲୀସନ୍ଧ୍ୟା
  • ମହାନଦୀରେ ଜ୍ୟୋତ୍ସ୍ନା ବିହାର
  • ଦହନ ସୁଖ
  • ରୂପଦେବତା
  • କୋଣାର୍କ


  • ଦୂରେ ରହ

ପ୍ରବନ୍ଧ

ଅନୁବାଦ

ସେ "ସେକ୍ସପିଅର"ଙ୍କ ଲିଖିତ "'Othello"ର ଓଡ଼ିଆରେ ରୂପାନ୍ତର କରିଥିଲେ ।

ଅନ୍ୟାନ୍ୟ

  • ପଶ୍ଚିମ ପଥିକ (ଭ୍ରମଣ କାହାଣୀ)
  • କବି ଓ କବିତା (ସମାଲୋଚନା ପ୍ରବନ୍ଧ ସଂକଳନ)
  • କମଳାୟନ (କାବ୍ୟ)
  • ସାହିତ୍ୟ ଓ ସମାଜ
  • ମାଟିର ମହାକବି ସାରଳା ଦାସ
  • ଶିକ୍ଷା, ଶିକ୍ଷକ ଓ ଶିକ୍ଷାୟତନ
  • ଜୀବନପଥ
  • ଜୀବନୀ ଓ ପ୍ରବନ୍ଧ
  • ଶିକ୍ଷାର କିଏ, କଣ, କାହିଁକି
  • ଶିକ୍ଷାବିତ୍‌ର ଗାଥା (ଆତ୍ମଜୀବନୀ)
  • ସରସ୍ୱତୀ ଫକୀର ମୋହନ
  • ରାଜ କବି(ଉପେନ୍ଦ୍ର ଭଞ୍ଜଙ୍କ ଜୀବନୀ ଆଧାରିତ ନାଟକ)

ଆଧାର

Tags:

ମାୟାଧର ମାନସିଂହ ପ୍ରାରମ୍ଭିକ ଜୀବନମାୟାଧର ମାନସିଂହ ରଚନାବଳୀମାୟାଧର ମାନସିଂହ ଆଧାରମାୟାଧର ମାନସିଂହଓଡ଼ିଆ ଭାଷାଲଳିତ ମାନସିଂହସତ୍ୟବାଦୀ ବନ ବିଦ୍ୟାଳୟସୋନାଲ ମାନସିଂହହେମଲତା ମାନସିଂହ

🔥 Trending searches on Wiki ଓଡ଼ିଆ:

ଅମରକଣ୍ଟକ ଏକ୍ସପ୍ରେସଭଦ୍ରକ ଜିଲ୍ଲାରାଧାନାଥ ରାୟ୬୩୩ଆମ୍ବକଳାପାହାଡ଼ଦଶାବତାରଫକୀର ମୋହନ ସେନାପତିରାଜା ରାମମୋହନ ରାୟଗୁରୁବାରପଞ୍ଚସଖାଶ୍ରୀକାନ୍ତ ସାହୁୱିଲିଅମ ସେକ୍ସପିଅରମୀନ (ମାସ)ରାଜେନ୍ଦ୍ର କିଶୋର ପଣ୍ଡାସମ୍ବଲପୁର (ଲୋକ ସଭା ନିର୍ବାଚନ ମଣ୍ଡଳୀ)ପ୍ରଦ୍ୟୁମ୍ନ ଲେଙ୍କାହିଙ୍ଗୁଳା ମନ୍ଦିରବୋବ୍ୱିଲିଭାରତଗାର୍ଗୀ ମହାନ୍ତିଉତ୍କଳ ଦିବସ୨୬ ଅପ୍ରେଲକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାଧର୍ମଚୈତ୍ର ପୂର୍ଣ୍ଣିମାଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାକାନାଡ଼ାମିନତି ମିଶ୍ରସଂଗୀତହନୁମାନ ଚାଳିଶାବିଧାନ ସଭା ସଭ୍ୟସ୍ୱିଡେନଚାଣକ୍ୟଉଇକିକମନ୍ସଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟମକର (ରାଶି)ଓଡ଼ିଶା ବିଧାନ ସଭାଓଡ଼ିଶାର ସଂସ୍କୃତିଆଖୁସାଧୁ ମେହେରସୌଭାଗ୍ୟ କୁମାର ମିଶ୍ରଉପେନ୍ଦ୍ର ଭଞ୍ଜକଲମ୍ବିଆଚେରୋ ଜାତିବାରାକ ଓବାମାବ୍ୟଞ୍ଜନ ବର୍ଣ୍ଣଲୋକ ସଭାବନ୍ଦେ ଉତ୍କଳ ଜନନୀଚିନ୍ତାମଣି ମହାନ୍ତିଅନାଦି ଚରଣ ସାହୁଓଡ଼ିଶା ସରକାରବଳରାମ ଦାସଜଗନ୍ନାଥ ଦାସଅଚ୍ୟୁତାନନ୍ଦ ପ‌ତିପ୍ରଧାନ ପୃଷ୍ଠାରାଧାମୋହନ ଗଡ଼ନାୟକଭାରତୀୟ ଜନତା ପାର୍ଟିଯଶୋବନ୍ତ ଦାସନେରାଟିନିବମାଳିକାକୁଞ୍ଜବିହାରୀ ଦାଶଚନ୍ଦ୍ରଗୁପ୍ତନବୀନ ପଟ୍ଟନାୟକଯାଜପୁର🡆 More