ବ୍ରଜନାଥ ରଥ: ଓଡ଼ିଆ କବି

ବ୍ରଜନାଥ ରଥ (୧୨ ଜାନୁଆରୀ ୧୯୩୬ - ୩୧ ମଇ ୨୦୧୪) ଜଣେ 'ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାର' ପ୍ରାପ୍ତ କବି ।

ବ୍ରଜନାଥ ରଥ
୧ମ ବାଲେଶ୍ୱର ଉଇକିପିଡ଼ିଆ କର୍ମଶାଳାରେ ବ୍ରଜନାଥ ରଥ
ଜନ୍ମ ଓ ଜନ୍ମସ୍ଥାନ(1936-01-12)୧୨ ଜାନୁଆରୀ ୧୯୩୬
ସୁନହଟ, ବାଲେଶ୍ୱର
ମୃତ୍ୟୁ୩୧ ମଇ ୨୦୧୪(2014-05-31) (ବୟସ ୭୮)
ବୃତ୍ତିଲେଖକ
ଶୈଳୀକବି
ସାହିତ୍ୟ କୃତିସାମାନ୍ୟ ଅସାମାନ୍ୟ
ଜୀବନସାଥୀପୁଷ୍ପଲତା ଦେବୀ

ଦସ୍ତଖତକବି ବ୍ରଜନାଥ ରଥଙ୍କ ଦସ୍ତଖତ

ଜନ୍ମ ଓ ଜୀବନ

କବି ବ୍ରଜନାଥ ରଥଙ୍କ ଜନ୍ମ ୧୯୩୬ ମସିହା, ଜାନୁଆରୀ ୧୨ ବାଲେଶ୍ୱର ସହରର ସୁନହଟଠାରେ । ତାଙ୍କ ପିତାଙ୍କ ନାମ ବିଶ୍ୱନାଥ ରଥ ଏବଂ ମାତାଙ୍କ ନାମ ତାରାମଣି ଦେବୀ । ଚତୁର୍ଥ ଶ୍ରେଣୀ ଯାଏ ବ୍ରଜନାଥ ଘରେ ପଢ଼ିଥିଲେ । ପଞ୍ଚମ ଶ୍ରେଣୀରେ ତାଙ୍କର ନାମ ଲେଖାହେଲା ତତ୍କାଳୀନ ଭିକ୍ଟୋରିଆ ଜୁବିଲି ମଧ୍ୟ ଇଂରାଜୀ ସ୍କୁଲରେ । ସେହି ସ୍କୁଲରେ ବାପା ଶିକ୍ଷକ ଥିବାରୁ ତାଙ୍କ ଇଛା ଅନୁସାରେ ସେ ବହି, ପତ୍ରପତ୍ରିକା ଆଦି ପଢୁଥିଲେ । ସ୍ୱାଧୀନଭାବେ ଚଳିବାର, ଲେଖିବାର ଓ ନିଜର ମତପ୍ରକାଶ କରିବାର ମାନସିକତା ତାଙ୍କର ତିଆରି ହୋଇଥିଲା ଏଇ ସ୍କୁଲ ଜୀବନରୁ ।

୧୯୪୫ରେ ସୁନହଟ ନିକଟରେ ଜାପାନୀ ବୋମା ପଡ଼ିଥିଲା । ଦ୍ୱିତୀୟ ମହାସମରର ଅସ୍ପଷ୍ଟ ଚିତ୍ର ଓ ନେତାଜୀଙ୍କ ଭାରତରୁ ପଳାୟନ ସହିତ ତାଙ୍କ ସମ୍ପର୍କରେ ବିଭିନ୍ନ ପ୍ରଚାର ବ୍ରଜନାଥଙ୍କ କିଶୋର ମନକୁ ଆନ୍ଦୋଳିତ କରିଥିଲା । ୧୯୪୭- ଅଗଷ୍ଟ ୧୫, ଯେଉଁଦିନ ତ୍ରିରଙ୍ଗା ପତାକା ଉଡ଼ି ଏ ଦେଶ ସ୍ୱାଧୀନ ବୋଲି ଘୋଷିତ ହେଲା, ବାଳକ ବ୍ରଜନାଥ ବି ସମସ୍ତଙ୍କ ସହିତ ତାଳଦେଇ ନିଜ ଘର ଆଗରେ ଉଡ଼େଇଥିଲେ ଜାତୀୟ ପତାକା । ତା ସହିତ କାଗଜରେ ବଡ଼ ବଡ଼ ଅକ୍ଷରରେ ଲେଖା, ସ୍ୱାଧୀନତା ସମ୍ପର୍କିତ ଏକ ସ୍ୱରଚିତ କବିତାକୁ ସେ ଉଡ଼େଇଥିଲେ ସେଇ ପତାକା ସାଙ୍ଗରେ । ତାହାହିଁ କବି ବ୍ରଜନାଥ ରଥଙ୍କ ଲିଖିତ ପ୍ରଥମ କବିତା ।

୧୯୪୮ରେ ବାଲେଶ୍ୱର ଜିଲ୍ଲା ସ୍କୁଲରେ ନାମ ଲେଖାଇଲେ ସେ । ସେହି ସମୟରେ, ବର୍ତ୍ତମାନର ପ୍ରସିଦ୍ଧ କବି ଓ କଥାକାର ମନୋଜ ଦାସ ମଧ୍ୟ ନାମ ଲେଖାଇଥିଲେ । ତାଙ୍କର ପ୍ରକାଶିତ କବିତା 'ଶତାଦ୍ଧୀର ଆର୍ତ୍ତନାଦ ଓ ବିପ୍ଳବୀ ଫକୀରମୋହନ' ପ୍ରଚ୍ଚୋଦିତ କରିଥିଲା ବ୍ରଜନାଥଙ୍କୁ କବିତା ଲେଖିବା ପାଇଁ । ନବମ ଶ୍ରେଣୀରେ ପଢୁଥିଲାବେଳେ (୧୯୫୧), ଡଗର ପତ୍ରିକାରେ ପ୍ରକାଶ ପାଇଥିଲା ତାଙ୍କର ପ୍ରଥମ କବିତା 'ବ୍ୟର୍ଥତା' । ୧୯୫୨ରେ ସେ ମାଟ୍ରିକ ପାଶ କଲେ । ତାପରେ ନାମ ଲେଖାଇଲେ ଫକୀରମୋହନ କଲେଜରେ । ସେତେବେଳେ ବାଲେଶ୍ୱର ଜିଲ୍ଲା ସ୍କୁଲରେ ଚାଲୁଥାଏ ଫକୀରମୋହନ କଲେଜ । ଫକୀରମୋହନ ସାହିତ୍ୟ ପରିଷଦ ବି ଗଠିତ ହୋଇସାରିଥାଏ । ଅନୁଷ୍ଠାନର ଉତ୍ସବକୁ ଆସୁଥିବା ଓଡ଼ିଶା ଓ ଓଡ଼ିଶା ବାହାରର ବହୁ କବି ଏବଂ ବିଦ୍ୱାନ ପଣ୍ଡିତଙ୍କ ପ୍ରତ୍ୟକ୍ଷ ଓ ପରୋକ୍ଷ ସଂସ୍ପର୍ଶରେ ଆସି ବ୍ରଜନାଥଙ୍କ କାବ୍ୟ-ପ୍ରତିଭା ବିକଶିତ ହୋଇଥିଲା ।

ବ୍ରଜନାଥ, କେନ୍ଦ୍ର ସାହିତ୍ୟ ଏକାଡେମୀ, ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟ ତଥା ଫକୀର ମୋହନ ସାହିତ୍ୟ ପରିଷେଦର ସଭାପତି ଭାବରେ କାର୍ଯ୍ୟନିର୍ବାହ କରିଥିଲେ । ନିଜ ପିତା ମାତାଙ୍କ ନାମରେ ବିଶ୍ୱତାରା ଓଡ଼ିଆ ଗବେଷଣାଗାର ମଧ୍ୟ ପ୍ରତିଷ୍ଠା କରିଥିଲେ ।

ସାହିତ୍ୟ ସର୍ଜନା

କବିତା

  • ମରୁଗୋଲାପ(୧୯୬୦)
  • ନିଜସ୍ୱ ସଂଳାପ(୧୯୬୯)
  • ମରୁଗୋଲାପ ଓ ଅନ୍ୟାନ୍ୟ କବିତା(୧୯୭୨)
  • ନିଃଶଦ୍ଦ ପ୍ରତିବାଦ(୧୯୭୭)
  • ସଭ୍ୟତାର ମୁହଁ(୧୯୭୯)
  • ମନର ମାନଚିତ୍ର(୧୯୮୪)
  • ହେ ମହାଜୀବନ!(୧୯୯୧)
  • ହଜିଗଲା ଝଡର ସଙ୍ଗୀତ
  • ଲଘୁ ଶତକ(ବ୍ୟଙ୍ଗ କବିତା, ୧୯୯୩)
  • ହେ ମୋର ସ୍ୱଦେଶ!(୧୯୯୭)
  • ଗଡ଼ିଗଡ଼ି ଗଲି ବଲ(ଶିଶୁ କବିତା, ୨୦୦୧)
  • ସ୍ୱନିର୍ବାଚିତ କବିତା(୨୦୦୧)
  • ସମୟର ଶଦ୍ଦଲିପି(୨୦୦୭)
  • ସାମାନ୍ୟ ଅସାମାନ୍ୟ(୨୦୦୭)
  • ଏକ ଏକ ଏକପଦୀ(୨୦୦୯)

ଅନୁବାଦ

  • ତସଲିମାଙ୍କ ଶ୍ରେଷ୍ଠ କବିତା
  • ଦୁଃଖିନୀ ଝିଅର ଗୀତ
  • ନିର୍ବାଚିତ କଲାମ
  • ମୋ ପିଲାଦିନ
  • ଅନ୍ନଦା ମଙ୍ଗଳ
  • ଜେଲ ପତ୍ରାବଳୀ

ପୁରସ୍କାର

ବ୍ରଜନାଥ ରଥ: ଜନ୍ମ ଓ ଜୀବନ, ସାହିତ୍ୟ ସର୍ଜନା, ପୁରସ୍କାର 
କବି ବ୍ରଜନାଥ ରଥ
  • ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାର, ୨୦୧୨
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୮୪ (ମନର ମାନଚିତ୍ର ପାଇଁ)
  • ଟାଗୋର ସାହିତ୍ୟ ପୁରସ୍କାର (କାବ୍ୟ ସଂକଳନ ସାମାନ୍ୟ ଅସାମାନ୍ୟ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ପ୍ରଦତ୍ତ)
  • ସାହିତ୍ୟ ଭାରତୀ ସମ୍ମାନ (ଶ୍ରୀ ଗଙ୍ଗାଧର ରଥ ଫାଉଣ୍ଡେସନ ପକ୍ଷରୁ), ୨୦୦୨
  • ଡକ୍ଟରେଟ, ୨୦୧୧(ଫକୀର ମୋହନ ବିଶ୍ୱବିଦ୍ୟାଳୟଦ୍ୱାରା ପ୍ରଦତ୍ତ)
  • କବି ଶେଖର ଚିନ୍ତାମଣି ପୁରସ୍କାର
  • କବି ଜୟଶଙ୍କର ପ୍ରସାଦ ସାହିତ୍ୟ ସମ୍ମାନ (ରାଷ୍ଟ୍ରୀୟ ହିନ୍ଦୀ ଏକାଡ଼େମୀ)
  • ଭାରତ ଚନ୍ଦ୍ର ନାୟକ ସାହିତ୍ୟ ସମ୍ମାନ (ସମ୍ବଲପୁର ବିଶ୍ୱବିଦ୍ୟାଳୟ)
  • ବିଷୁବ ପୁରସ୍କାର (ପ୍ରଜାତନ୍ତ୍ର ପ୍ରଚାର ସମିତି)
  • ଗୋକର୍ଣିକା ପୁରସ୍କାର
  • କବି ସଚ୍ଚି ରାଉତରାୟ ସାହିତ୍ୟ ସମ୍ମାନ (ଭୁବନେଶ୍ୱର ପୁସ୍ତକ ମେଳା)
  • ଶୁଦ୍ରମୁନି ସାହିତ୍ୟ ପୁରସ୍କାର (ସିସୋର ସାହିତ୍ୟ ଏକାଡେମୀ)

ଆଧାର

Tags:

ବ୍ରଜନାଥ ରଥ ଜନ୍ମ ଓ ଜୀବନବ୍ରଜନାଥ ରଥ ସାହିତ୍ୟ ସର୍ଜନାବ୍ରଜନାଥ ରଥ ପୁରସ୍କାରବ୍ରଜନାଥ ରଥ ଆଧାରବ୍ରଜନାଥ ରଥ

🔥 Trending searches on Wiki ଓଡ଼ିଆ:

କ୍ରସ ସାଇଟ୍ ସ୍କ୍ରିପଟିଂଖାରବେଳ ସ୍ୱାଇଁସ୍ତନ କର୍କଟଔଷଧୀୟ ବୃକ୍ଷଲତା୫ ଡିସେମ୍ବରବୁଧବାରଗଣିତଗଣେଶପ୍ରକାଶ ପାଦୁକୋନଲୁହାବଳରାମ ଦାସଦିଲ୍ଲୀପ ଦାସଭାରତୀୟ ସମ୍ବିଧାନଦିବ୍ୟସିଂହ ଦେବକଦଳୀ୧୮୨୭ଓଡ଼ିଶା ବିଧାନ ସଭା ନିର୍ବାଚନ, ୨୦୦୯ଗୋବିନ୍ଦ ତ୍ରିପାଠୀଆଦିଶଙ୍କରସତ୍ୟବାଦୀ ବନ ବିଦ୍ୟାଳୟଦକ୍ଷିଣ କୋରିଆ୪ ମଇରାଧାନାଥ ରାୟଅମ୍ବିକା (ମହାଭାରତ)ଭଦଭଦଳିଆଭିତରକନିକା ଜାତୀୟ ଉଦ୍ୟାନତ୍ରିଭୁଜବିଟକଏନକେନ୍ଦୁଝରବିରାଟ କୋହଲୀ୨୧ବିଶ୍ୱଜିତ ଦାସଫୁଲରାଜାରାଣୀ ମନ୍ଦିରଶ୍ରୀଜନ ଗଣ ମନଉତ୍କଳ ଦିବସଜଗନ୍ନାଥ ମନ୍ଦିର, କୋରାପୁଟଚିତ୍ରକୋଣ୍ଡା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଜୀବସାରପୃଥିବୀବିଶ୍ୱନାଥ କର୨୪୪ଅନନ୍ତ ସେଠୀରଥଯାତ୍ରା୧୯୯୧କୃଷ୍ଣଚନ୍ଦ୍ର ପାଣିଗ୍ରାହୀଜ୍ଞାନପୀଠ ପୁରସ୍କାରପ୍ଲୀହାସଂସ୍କୃତହୃଷୀକେଶ ମଲ୍ଲିକ୨୦୧୯ ଓଡ଼ିଶା ବିଧାନସଭା ନିର୍ବାଚନକମ୍ପ୍ୟୁଟରତଥ୍ୟରେବତୀ (କ୍ଷୁଦ୍ରଗଳ୍ପ)ପ୍ରତିଭା ଶତପଥୀଅର୍ଥଶାସ୍ତ୍ରମକର ସଂକ୍ରାନ୍ତିପାଳଙ୍ଗଚିତ୍ତରଞ୍ଜନ ନାୟକରାଧାଦାମୋଦର ବେଶ🡆 More