ମହାଭାରତ ଅମ୍ବିକା

ହିନ୍ଦୁ ପୁରାଣ ମହାଭାରତର ବର୍ଣ୍ଣନା ଅନୁସାରେ ଅମ୍ବିକା ହେଉଛନ୍ତି କାଶୀରାଜାଙ୍କ କନ୍ୟା ତଥା ଅମ୍ବା ଏବଂ ଅମ୍ବାଳିକାଙ୍କ ଭଉଣୀ ।

ଅମ୍ବା, ଅମ୍ବିକା ଏବଂ ଅମ୍ବାଳିକାଙ୍କ ସ୍ୱୟଂବର ହେବାକୁ ଯାଉଥିଲା । ଭୀଷ୍ମ ଏହି ତିନି ରାଜକୁମାରୀଙ୍କ ସ୍ୱୟଂବର ବିଷୟରେ ଜାଣିଲେ ଏବଂ ତାଙ୍କ ସାବତ ଭାଇ ବିଚିତ୍ରବୀର୍ଯ୍ୟଙ୍କ ପାଇଁ ରାଜକୁମାରୀଙ୍କୁ ଜିତିବା ପାଇଁ ସ୍ୱୟଂବରକୁ ଯାଇଥିଲେ । ସେଠାରେ ପହଞ୍ଚିବା ପରେ ଭୀଷ୍ମ ରାଜକନ୍ୟାଙ୍କୁ ସାଥିରେ ନେଇଯିବାର ଇଚ୍ଛା ଘୋଷଣା କରନ୍ତେ ଏକତ୍ରିତ ହୋଇଥିବା ଅନ୍ୟା ରାଜାମାନେ ତାଙ୍କୁ ଅଟକାଇବାକୁ ଚେଷ୍ଠା କରିଥିଲେ । ଭୀଷ୍ମ ରାଜକୁମାରୀମାନଙ୍କୁ ତାଙ୍କ ରଥରେ ବାଧ୍ୟ କରି ବସାଇ ସେଠାରୁ ଚାଲିଆସିଲେ । ଭୀଷ୍ମଙ୍କ ସହ ଯେଉଁ ଯୁଦ୍ଧ ହେଲା ସେଥିରେ ଅନ୍ୟମାନେ ପରାସ୍ତ ହେଲେ । ଅମ୍ବାଙ୍କ ଭାବୀ ପତି ଶାଲ୍ୱ ରାଜକୁମାର ମଧ୍ୟ ଭୀଷ୍ମଙ୍କ ସହ ଯୁଦ୍ଧ କରି ପରାସ୍ତ ତଥା ଆହତ ହୋଇଥିଲେ । ତେବେ ଅମ୍ବାଙ୍କ ଅନୁରୋଧକ୍ରମେ ଭୀଷ୍ମ ତାଙ୍କ ଜୀବନ ରକ୍ଷା କରିଥିଲେ । ଅମ୍ବାଙ୍କ ନିଜ ଅଭିଳାଷ ବିଷୟରେ ଜାଣି ନ ଥିବାରୁ ଭୀଷ୍ମ ହସ୍ତିନାପୁରକୁ ଯାଇ ମାତା ସତ୍ୟବତୀଙ୍କ ସମ୍ମୁଖରେ ତିନି ରାଜକୁମାରୀଙ୍କୁ ଉପସ୍ଥାପନ କଲେ । ଅମ୍ବା ଭୀଷ୍ମ ଏବଂ ବ୍ରାହ୍ମଣ ପରିଷଦ ନିକଟକୁ ଯାଇ ପ୍ରକାଶ କରିଥିଲେ ଯେ ସେ ଏବଂ ଶାଲ୍ୱ ପରସ୍ପରକୁ ଭଲ ପାଉଛନ୍ତି ଏବଂ ସେ ତାଙ୍କୁ ସ୍ୱୟଂବରରେ ତାଙ୍କ ସ୍ୱାମୀ ଭାବରେ ବାଛିବାକୁ ଯାଉଛନ୍ତି । ଭୀଷ୍ମ ଏକଥା ଜାଣିବା ପରେ ସ୍ୱୀକାର କରିଛନ୍ତି ଯେ ତାଙ୍କର ଯୁକ୍ତି ଠିକ୍ ଏବଂ ତାଙ୍କୁ ସମ୍ମାନର ସହ ଶାଲ୍ୱଙ୍କ ନିକଟକୁ ପଠାଇଦେଇ ଅମ୍ବିକା ଏବଂ ଅମ୍ବାଳିକାଙ୍କୁ ବିଚିତ୍ରବୀର୍ଯ୍ୟଙ୍କ ସହ ବିବାହ କରାଇଥିଲେ ।

ସମୟକ୍ରମେ ବିଚିତ୍ରବୀର୍ଯ୍ୟ ଯକ୍ଷ୍ମା ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କଲେ । ବିଚିତ୍ରବିର୍ଯ୍ୟଙ୍କ ଅକାଳ ମୃତ୍ୟୁ କାରଣରୁ ସେ ଦୁଇରାଣୀ ନିଃସନ୍ତାନ ରହିଗଲେ । ଭୀଷ୍ମ ପ୍ରଥମରୁ ବ୍ରହ୍ମଚର୍ଯ୍ୟ ବ୍ରତର ଶପଥ ନେଇଥିଲେ ଏବଂ ଏବେ ଦୁଇ ପୁତ୍ର, ଚିତ୍ରାଙ୍ଗଦ ତଥା ବିଚିତ୍ରବିର୍ଯ୍ୟଙ୍କ ଅକାଳ ମୃତ୍ୟୁ କାରଣରୁ କୁରୁବଂଶର ଏକ୍ଉ ତ୍ତରାଧୀକାରିର ଆବଶ୍ୟକତା ଥିଲା । ବିଚିତ୍ରବୀର୍ଯ୍ୟଙ୍କ ମୃତ୍ୟୁପରେ, ମା ସତ୍ୟବତୀ ତାଙ୍କର ପ୍ରଥମ ପୁତ୍ର ବେଦବ୍ୟାସଙ୍କୁ ଡକାଇ ପଠାଇଲେ । ଏହି ସମୟରେ ସତ୍ୟବତୀ ନିଜର ସବୁଠାରୁ ବଡ଼ପୁଅ ବେଦବ୍ୟାସଙ୍କୁ ମନେ ପକେଇଲେ ଏବଂ ଅମ୍ବିକା ଓ ଅମ୍ବାଳିକାଙ୍କର ଗର୍ଭାଧାନ କରାଇଥିଲେ । ଯେତେବେଳେ ବେଦବ୍ୟାସ ଅମ୍ବିକାଙ୍କ ସହ ପୁତ୍ରାର୍ଥେ ସମ୍ଭୋଗ କରୁଥିଲେ, ସେ ଲଜ୍ଜା ହେତୁ ଆଖି ବନ୍ଦ କରିଦେଲେ । ଏହି କାରଣରୁ ତାଙ୍କ ପୁଅ ଧୃତରାଷ୍ଟ୍ର ଅନ୍ଧ ହୋଇ ଜନ୍ମ ହୋଇଥିଲେ । ସତ୍ୟବତୀ ଅମ୍ବାଳିକାଙ୍କୁ ନିର୍ଦ୍ଦେଶ ଦେଲେକି, ସେ ଅମ୍ବିକାଙ୍କ ପରି ନିଜ ଆଖି ବନ୍ଦ ନ କରନ୍ତୁ । ଯେତେବେଳେ ବେଦବ୍ୟାସ ଅମ୍ବାଳିକାଙ୍କ ସମ୍ମୁଖରେ ପ୍ରସ୍ତୁତ ହେଲେ ତ ଅମ୍ବାଳିକା ଲଜ୍ଜା କାରଣରୁ ହଳଦିଆ ପଡିଗଲେ ଏବଂ ଏହି କାରଣରୁ ଯେତେବେଳେ ତାଙ୍କ କୋଳରୁ ପାଣ୍ଡୁଙ୍କ ଜନ୍ମ ହେଲା, ସେତେବେଳେ ସେ ଜନ୍ମରୁ ହିଁ ଦଣ୍ଡିସି ରୋଗରେ ଗ୍ରସ୍ତ ଥିଲେ ।

ପ୍ରଥମ ପୁଅର ଜନ୍ମ ପରେ ଯେତେବେଳେ ଅମ୍ବିକା ପୁନଃ ଋତୁମତୀ ହେଲେ, ଏକ ସୁସ୍ଥ ପୁତ୍ର ଜନ୍ମ କରିବା ଆଶାରେ ସତ୍ୟବତୀ ପୁନର୍ବାର ଅମ୍ବିକାକୁ ବେଦବ୍ୟାସଙ୍କ ନିକଟକୁ ପଠାଇଲେ । ଏଥର ଅମ୍ବିକା କିନ୍ତୁ ଭୟ ବଶତଃ ନିଜର ଚାକରାଣୀକୁ ନିଜ ଭଳି ସଜାଇ ତାଙ୍କୁ ବେଦବ୍ୟାସଙ୍କ ନିକଟକୁ ପଠାଇଲେ । ତା’ପରେ ବେଦବ୍ୟାସଙ୍କ ସହ ସେହି ଚାକରାଣିଙ୍କ ସମ୍ବୋଗ କାରଣରୁ ବିଦୁର ଜନ୍ମ ହୋଇଥିଲେ, ଯାହାକୁ ଧୃତରାଷ୍ଟ୍ର ଏବଂ ପାଣ୍ଡୁଙ୍କ ଭାଇ କୁହାଯାଉଥିଲା ।

ପାଣ୍ଡୁଙ୍କ ମୃତ୍ୟୁ ପରେ ଅମ୍ବିକା ତାଙ୍କ ଶାଶୁ ସତ୍ୟବତୀ ଏବଂ ଭଉଣୀ ଅମ୍ବାଳିକାଙ୍କୁ ଜଙ୍ଗଲକୁ ନେଇ ବାକି ଦିନଗୁଡ଼ିକୁ ଆଧ୍ୟାତ୍ମିକ ଅବସରରେ ବିତାଇଲେ ।

ଆଧାର

Tags:

ଅମ୍ବା (ମହାଭାରତ)ଅମ୍ବାଳିକାମହାଭାରତହିନ୍ଦୁ

🔥 Trending searches on Wiki ଓଡ଼ିଆ:

୪ ମାର୍ଚ୍ଚହେମନ୍ତ କୁମାର ଦାସ୨୮ ମାର୍ଚ୍ଚମାଳତୀ ଚୌଧୁରୀହରପ୍ପା ସଭ୍ୟତାଓଡ଼ିଶା ସରକାରଦୂତୀବାହନ ଓଷାପ୍ରଯୁକ୍ତି ବିଦ୍ୟାଔଷଧୀୟ ଗଛଲତାମାନଙ୍କର ତାଲିକାଓଡ଼ିଆ୧୯୮୬ସରୋଜ ବଳବକ୍ସି ଜଗବନ୍ଧୁରାମ ନବମୀବିଶ୍ୱତାପନ୧୮ ଅଗଷ୍ଟ୮ ମାର୍ଚ୍ଚଓଡ଼ିଶାର କଳାଅଂକୋର୍ ୱାଟ୍ଦେବାଶିଷ ପାଣିଗ୍ରାହୀଭୀମା ଭୂଇଁଆଏଲୋରା ଗୁମ୍ଫାନାଗଫେଣୀ ଗଛରାଣୀ ଲକ୍ଷ୍ମୀବାଈବୁଏନ୍ସ ଏଆରସକୋଶଳ କ୍ରାନ୍ତି ଦଳମୟୂରଭଞ୍ଜ ଜିଲ୍ଲାସାମବେଦସାରଳା ଦାସଯଶୋଧାରା ମିଶ୍ରଖାରବେଳଓଡ଼ିଶାର ମାପ ବ୍ୟବସ୍ଥାଓଡ଼ିଆ ଲିପିଲଳିତା (୧୯୪୯ର ସିନେମା)ବ୍ରାହ୍ମଣନୂତନ ବର୍ଷହିମାଳୟଜଗନ୍ନାଥଙ୍କ ଧୂପବାଲେଶ୍ୱରଚନ୍ଦନ ଯାତ୍ରାପରମାଣୁ କ୍ରମାଙ୍କମୋଗଲ ସାମ୍ରାଜ୍ୟହସ୍ତମୈଥୁନଯୋଗଚୁମ୍ବନରୋହିତ ଶର୍ମାତରୁଣକାନ୍ତି ମିଶ୍ରଆଣ୍ଟିରିଅର କ୍ରୁସିଏଟ ଲିଗାମେଣ୍ଟ ଇଞ୍ଜ୍ୟୁରି୫ ଡିସେମ୍ବର୨ ଅଗଷ୍ଟସୁଶାସନ ଦିବସସଂସ୍କୃତଡୁପିଟ୍ରେନ୍ସ କଣ୍ଟ୍ରାକଚରଶ୍ରୀ ଜଗନ୍ନାଥ (୧୯୭୯ର ଓଡ଼ିଆ କଥାଚିତ୍ର)କବିସୂର୍ଯ୍ୟ ବଳଦେବ ରଥଭାରତୀୟ ଦଣ୍ଡ ସଂହିତା, ୧୮୬୦ବିରଞ୍ଚି ନାରାୟଣ ମନ୍ଦିର, ବୁଗୁଡ଼ାପଠାଣି ସାମନ୍ତ୨୬ ଜୁନହୃଦାନନ୍ଦ ପାଣିଗ୍ରାହୀକେଟୋପ୍ରୋଫେନକେରଳଓମାନପ୍ରମୋଦ କୁମାର ମହାନ୍ତି୧୯୮୦ଜ୍ଞାନୀ ଦେବାଶିଷ ମିଶ୍ରତେଜସ୍କ୍ରିୟ କ୍ଷୟଲକ୍ଷ୍ମୀନାରାୟଣ ସାହୁଅନ୍ଧତ୍ୱ🡆 More