ତରୁଣକାନ୍ତି ମିଶ୍ର: ଓଡ଼ିଆ ସାହିତ୍ୟିକ

ତରୁଣକାନ୍ତି ମିଶ୍ର(ଜନ୍ମ : ୦୨ ଅଗଷ୍ଟ ୧୯୫୦) ଜଣେ ଓଡ଼ିଆ ଗାଳ୍ପିକ ଅଟନ୍ତି । ତାଙ୍କର ୧୫ରୁ ଉର୍ଦ୍ଧ ପୁସ୍ତକ ପ୍ରକାଶିତ ହୋଇସାରିଛି । ସାହିତ୍ୟ କ୍ଷେତ୍ରରେ ଉତ୍କୃଷ୍ଟତା ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଓ ଶାରଳା ପୁରସ୍କାର ଭଳି ବହୁ ପୁରସ୍କାର ଲାଭ କରିଛନ୍ତି । ବୃତ୍ତିରେ ସେ ଜଣେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଥିଲେ ଏବଂ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଭାବରେ କାର୍ଯ୍ୟକରି ସେବାନିବୃତ ହୋଇସାରିଛନ୍ତି । ପରେ ସେ ଓଡ଼ିଶାର ସୂଚନା କମିଶନର ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି ।

ତରୁଣକାନ୍ତି ମିଶ୍ର
ଜନ୍ମ ଓ ଜନ୍ମସ୍ଥାନ (1950-08-02) ୨ ଅଗଷ୍ଟ ୧୯୫୦ (ବୟସ ୭୩)
କେନ୍ଦୁଝର
ବୃତ୍ତିପ୍ରଶାସକ
ବାସସ୍ଥଳୀଭୁବନେଶ୍ୱର
ଜାତୀୟତାଭାରତୀୟ
ନାଗରିକତାଭାରତୀୟ
ଶିକ୍ଷାସ୍ନାତକୋତ୍ତର(ବ୍ୟବହାରିକ ଅର୍ଥଶାସ୍ତ୍ର),
ଶିକ୍ଷାନୁଷ୍ଠାନବକ୍ସି ଜଗବନ୍ଧୁ ବିଦ୍ୟାଧର ମହାବିଦ୍ୟାଳୟ, ରେଭେନ୍ସା ମହାବିଦ୍ୟାଳୟ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ଶାରଳା ପୁରସ୍କାର
ସମ୍ପର୍କୀୟଅରୁଣକାନ୍ତି ମିଶ୍ର
ୱେବସାଇଟ
tarunkantimishra.in

ଜୀବନୀ

ତରୁଣକାନ୍ତି, ୧୯୫୦ମସିହାରେ କେନ୍ଦୁଝର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ପୁରୀ ଜିଲ୍ଲା ସ୍କୁଲ ଆଦି ବିଭିନ୍ନ ସ୍କୁଲରୁ ଶିକ୍ଷାଲାଭ କରିଥିଲେ । ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାବିଦ୍ୟାଳୟରୁ ସେ "ବ୍ୟବହାରିକ ଅର୍ଥନୀତି"ରେ ସ୍ନାତକ ଓ ଇଂଲଣ୍ଡର "ଇଷ୍ଟ ଆଙ୍ଗ୍ଳିଆ ବିଶ୍ୱବିଦ୍ୟାଳୟ"ରୁ ଅର୍ଥନୀତିରେ ସ୍ନାତକୋତ୍ତର ଅଧ୍ୟୟନ କରିଥିଲେ । ଶିକ୍ଷାଦାନକୁ ବୃତିଭାବରେ ଗ୍ରହଣ କରିବାକୁ ସେ ଇଚ୍ଛୁକ ଥିଲେ, କିନ୍ତୁ ପିତାଙ୍କ ପ୍ରବର୍ତ୍ତନାରେ ପ୍ରଶାସନିକ ସେବାପ୍ରତି ଆଗ୍ରହୀ ହୋଇଥିଲେ ଓ ୧୯୭୫ମସିହାରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ । ରାଜ୍ୟର ବହୁ ବିଭାଗରେ ସଚିବ ଭାବରେ କାର୍ଯ୍ୟ କରିସାରି ସେ ୨୦୦୯ମସିହା ଅଗଷ୍ଟ ମାସରେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଭାବରେ ଅବସ୍ଥାପିତ ହୋଇଥିଲେ । ୨୦୧୦ମସିହା ଅଗଷ୍ଟ ମାସରେ ସେ ସେବାନିବୃତ ହୋଇଥିଲେ । ସେହି ବର୍ଷ ନଭେମ୍ବର ମାସରେ ଓଡ଼ିଶା ସରକାର ତାଙ୍କୁ ରାଜ୍ୟ ସୁଚନା କମିଶନର ଭାବରେ ନିଯୁକ୍ତ କରିଥିଲେ । ୨୦୧୫ମସିହା ଫେବୃଆରୀ ୧୨ତାରିଖରେ ସେ ରାଜ୍ୟ ସୂଚନା କମିଶନର ପଦବୀରୁ ଇସ୍ତଫା ଦେଇଥିଲେ ।

ସାହିତ୍ୟିକ ଜୀବନ

ଚଉଦ ବର୍ଷ ବୟସରେ ତରୁଣକାନ୍ତିଙ୍କର ପ୍ରଥମ ଗଳ୍ପ "ହେ ପୃଥିବୀର ନାଗରିକ" "ଆସନ୍ତାକାଲି" ପତ୍ରିକାରେ ପ୍ରକାଶ ପାଇଥିଲା । ବିଜେବି କଲେଜରେ ପଢ଼ିବାବେଳେ ତାଙ୍କର ପ୍ରଥମ ଗଳ୍ପ ସଂକଳନ ପ୍ରକାଶ ପାଇଥିଲା । ଏଯାବତ ତାଙ୍କର ୧୫ଟି ଗଳ୍ପ ସଂକଳନ ଓ ଗୋଟିଏ ଉପନ୍ୟାସ ପ୍ରକାଶ ପାଇସାରିଛି । ତାଙ୍କର ବହୁ ଲେଖା ହିନ୍ଦୀ, ବଙ୍ଗଳା, ଉର୍ଦ୍ଦୁ, ତେଲୁଗୁ, ମଲୟାଲାମ, ମରାଠି, ଗୁଜରାଟି ଓ ବର୍ମୀୟ ଭାଷାକୁ ଅନୁବାଦିତ ହୋଇସାରିଛି ।

ରଚନାବଳୀ

  • ଶରଦଃ ଶତମ ( ଉପନ୍ୟାସ, ୨୦୦୫, ବିଦ୍ୟାପୁରୀ)
  • ଆବର୍ତ୍ତର ଦୁଇଟି ସ୍ୱର (୧୯୬୮, ଶ୍ରୀରାମ ପ୍ରେସ)
  • ନିଃସଙ୍ଗତାର ସ୍ୱର (୧୯୮୦, କଟକ ଷ୍ଟୁଡେଣ୍ଟସ ଷ୍ଟୋର)
  • କୋମଳ ଗାନ୍ଧାର (୧୯୮୩, ଫ୍ରେଣ୍ଡସ ପବ୍ଲିଶର୍ସ)
  • ବହୁବ୍ରୀହି (୧୯୮୮, ଫ୍ରେଣ୍ଡସ ପବ୍ଲିଶର୍ସ)
  • ପାରାଡାଇଜ ପକ୍ଷୀ ଓ ଜଣେ ନିରସ୍ତ୍ର ଆତତାୟୀ (୧୯୯୪, ବିଦ୍ୟାପୁରୀ)
  • ବୀତଂସ (୧୯୯୬, ଫ୍ରେଣ୍ଡସ ପବ୍ଲିଶର୍ସ)
  • ପ୍ରଜାପତିର ଡେଣା ନାହିଁ (୧୯୯୭, ଜ୍ଞାନଯୁଗ ପବ୍ଲିକେଶନ)
  • ଆକାଶ ସେତୁ (୧୯୯୯, ବିଦ୍ୟାପୁରୀ)
  • ଲୁବଧକର ରାତି (୨୦୦୨, ଫ୍ରେଣ୍ଡସ ପବ୍ଲିଶର୍ସ)
  • ନିର୍ବାଚିତ ଗଳ୍ପ (୨୦୦୩, ଚତୁରଙ୍ଗ ପ୍ରକାଶନୀ)
  • ଆଜି ରାତିର ଗଳ୍ପ (୨୦୦୫, ଫ୍ରେଣ୍ଡସ ପବ୍ଲିଶର୍ସ)
  • ଜହ୍ନ ରାତିର ଗପ, ସରିନାହିଁ... (୨୦୧୦, ବିଦ୍ୟାପୁରୀ)
  • ରଜନୀଗନ୍ଧା (୨୦୧୦, ଟାଇମପାସ)
  • ସକାଳର ମାନଚିତ୍ର (୨୦୧୨, ପ୍ରାଚୀ ସାହିତ୍ୟ ପ୍ରତିଷ୍ଠାନ)
  • ଭାସ୍ୱତୀ (୨୦୧୪, ବିଦ୍ୟାପୁରୀ)
  • ସଂବହନ (୨୦୧୪, ସମନ୍ୱୟ)
  • କେହି ଜଣେ ଏକା ଏକା (୨୦୧୭, ପକ୍ଷୀଘର )
  • ତରୁଣକାନ୍ତି ମିଶ୍ର : ଶ୍ରେଷ୍ଠ ଗଳ୍ପ (୨୦୧୭, ଟାଇମପାସ)
  • ଅଜଣା ତିଥିର ଜହ୍ନ (୨୦୨୦, ବ୍ଲାକ ଇଗଲ ବୁକସ)
  • ଇତନୀ ଦୂର (୨୦୦୧, ତରୁଣକାନ୍ତିଙ୍କ କେତୋଟି ନିର୍ବାଚିତ ଗଳ୍ପର ହିନ୍ଦୀ ଅନୁବାଦ, ଭାରତୀୟ ଜ୍ଞାନପୀଠ)

ସମ୍ମାନ ଓ ପୁରସ୍କାର

ଆଧାର

Tags:

ତରୁଣକାନ୍ତି ମିଶ୍ର ଜୀବନୀତରୁଣକାନ୍ତି ମିଶ୍ର ସାହିତ୍ୟିକ ଜୀବନତରୁଣକାନ୍ତି ମିଶ୍ର ସମ୍ମାନ ଓ ପୁରସ୍କାରତରୁଣକାନ୍ତି ମିଶ୍ର ଆଧାରତରୁଣକାନ୍ତି ମିଶ୍ରଓଡ଼ିଆ ଭାଷା

🔥 Trending searches on Wiki ଓଡ଼ିଆ:

ଓଡ଼ିଶାର ଲୋକନୃତ୍ୟସୂଚନା ପ୍ରଯୁକ୍ତିବିଦ୍ୟାପଠାଣି ସାମନ୍ତକୋରାପୁଟ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)୧୬୬୫ହନୁମାନ ବାଟିକାIndiaଇଣ୍ଡିଆନ ପ୍ରିମିଅର ଲିଗବୈଷ୍ଣବ ଚରଣ ସାମଲଭୂଗୋଳସୁଇଜରଲ୍ୟାଣ୍ଡପକୋଡ଼ାଛାୟାପଥ୪ ଇଡିଅଟସ୍ସମୀର ରଞ୍ଜନ ଦାଶଶ୍ରଦ୍ଧାକର ସୂପକାରଚିଲିକା (ବହୁବିକଳ୍ପ)ଭୂମିକମ୍ପକାଞ୍ଚି ଅଭିଯାନନାରାୟଣ ସାହୁମଙ୍ଗଳୁ ଚରଣ ବିଶ୍ୱାଳଦୀପକ ମିଶ୍ରବର୍ଷାକାହ୍ନୁଚରଣ ମହାନ୍ତିଧରିତ୍ରୀଲିମାବେଦଜଗନ୍ନାଥଙ୍କ ଧୂପଯାଜପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଲକ୍ଷ୍ମୀ ପୁରାଣକୁନ୍ତଳା କୁମାରୀ ସାବତହେପାଟାଇଟିସଅର୍ଥଶାସ୍ତ୍ରକୋଚିଲାମହୁଲଘିଷ୍ଠ ସାଧାରଣ ଗୁଣିତକଭାନୁମତୀ (ଦୁର୍ଯୋଧନଙ୍କ ପତ୍ନୀ)ଦାସକାଠିଆପ୍ରାଣବନ୍ଧୁ କରତରୁଣକାନ୍ତି ମିଶ୍ରଫରିନା ଆଜାଦବି. ଆର. ଆମ୍ବେଦକରନୀଳକଣ୍ଠ ଦାସଦାଶରଥି ଦାସ୨୫ ଅପ୍ରେଲଆଲେକ୍‌ଜାଣ୍ଡର ଫ୍ଲେମିଙ୍ଗଜିନା ସାମଲକିଶୋରୀ ଚରଣ ଦାସବ୍ରଜନାଥ ରଥଓଡ଼ିଆ ରାନ୍ଧଣାଘରବର୍ଷା ପ୍ରିୟଦର୍ଶିନୀପୂରଣବାଚକ ସଂଖ୍ୟାତପସ୍ୱିନୀରାୟଗଡ଼ା ଜିଲ୍ଲାପଥ ଓ ପୃଥିବୀକୋଣାର୍କ ସୂର୍ଯ୍ୟ ମନ୍ଦିରପ୍ରଥମ ଭାସ୍କରଓଡ଼ିଆ ନାଟକମହମ୍ମଦ ମୋକିମ୍ପୁରୁଷୋତ୍ତମ ଦେବରାମ ନବମୀବିସ୍ଥାପିତ କାନ୍ଧ ଗଣ୍ଠିଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକାଭାଷାପାର୍ବତୀଭାରତୀୟ ସଂଖ୍ୟା ପ୍ରଣାଳିଅଭିରାମ ପରମହଂସ🡆 More