ଭାରତ ସରକାରୀ ସ୍ତରରେ ଏକ ଗଣରାଜ୍ୟ ଓ ଦକ୍ଷିଣ ଏସିଆର ଏକ ଦେଶ । ଏହା ଭୌଗୋଳିକ ଆୟତନ ଅନୁସାରେ ବିଶ୍ୱର ସପ୍ତମ ଓ ଜନସଂଖ୍ୟା ଅନୁସାରେ ବିଶ୍ୱର ପ୍ରଥମ ବୃହତ୍ତମ ଦେଶ । ଏହା ବିଶ୍ୱର ବୃହତ୍ତମ ଗଣତନ୍ତ୍ର ରୁପରେ ପରିଚିତ । ଏହାର ଉତ୍ତରରେ ଉଚ୍ଚ ଏବଂ ବହୁଦୂର ଯାଏ ଲମ୍ବିଥିବା ହିମାଳୟ, ଦକ୍ଷିଣରେ ଭାରତ ମହାସାଗର, ପୂର୍ବରେ ବଙ୍ଗୋପସାଗର ଓ ପଶ୍ଚିମରେ ଆରବସାଗର ରହିଛି । ଏହି ବିଶାଳ ଭୂଖଣ୍ଡରେ 28 ଗୋଟି ରାଜ୍ୟ ଓ ୮ଟି କେନ୍ଦ୍ର-ଶାସିତ ଅଞ୍ଚଳ ରହିଛି । ଭାରତର ପଡ଼ୋଶୀ ଦେଶମାନଙ୍କ ମଧ୍ୟରେ, ଉତ୍ତରରେ ଚୀନ, ନେପାଳ ଓ ଭୁଟାନ, ପଶ୍ଚିମରେ ପାକିସ୍ତାନ, ପୂର୍ବରେ ବଙ୍ଗଳାଦେଶ ଓ ମିଆଁମାର, ଏବଂ ଦକ୍ଷିଣରେ ଶ୍ରୀଲଙ୍କା ଅବସ୍ଥିତ ।
ଭାରତ ଗଣରାଜ୍ୟ ଭାରତ | |||||
---|---|---|---|---|---|
| |||||
ଗାଢ଼ ସବୁଜ: ଭାରତୀୟ ସରକାରଙ୍କଦ୍ୱାରା ପ୍ରଶାସିତ ଅଞ୍ଚଳ; ହାଲୁକା ସବୁଜ: ଭାରତୀୟ ସରକାରଙ୍କଦ୍ୱାରା ଅଧିଯାଚିତ ଅଣପ୍ରଶାସିତ ଅଞ୍ଚଳ | |||||
ରାଜଧାନୀ | ନୂଆ ଦିଲ୍ଲୀ | ||||
ସରକାରୀ ଭାଷା | ହିନ୍ଦୀ, ଇଂରାଜୀ
| ||||
Recognised regional languages | |||||
ଜାତୀୟ ଭାଷା | କେଉଁଟି ନାହିଁ ସମ୍ବିଧାନ | ||||
Government | ଗଣତନ୍ତ୍ର ସଂସଦୀୟ ଗଣତନ୍ତ୍ର ସାମ୍ବିଧାନିକ ଗଣତନ୍ତ୍ର | ||||
ଦ୍ରୈ।ପଦୀ ମୁର୍ମୁ | |||||
ନରେନ୍ଦ୍ର ମୋଦୀ (ଭାଜପା) | |||||
• ବାଚସ୍ପତି | ଓମ ବିର୍ଲା (ଭାଜପା) | ||||
• ମୁଖ୍ୟ ବିଚାରପତି | ୟୁ ୟୁ ଲଳିତ | ||||
ବିଧାନ ମଣ୍ଡଳ | ସଂସଦ | ||||
• ଉଚ୍ଚ ସଦନ | ରାଜ୍ୟ ସଭା | ||||
• ନିମ୍ନ ସଦନ | ଲୋକ ସଭା | ||||
ସ୍ୱାଧୀନତା | |||||
• ଘୋଷଣା କରାଗଲା | ୧୫ ଅଗଷ୍ଟ ୧୯୪୭ | ||||
୨୬ ଜାନୁଆରୀ ୧୯୫୦ | |||||
କ୍ଷେତ୍ରଫଳ | |||||
• | [convert: invalid number]‡ (୭ମ) | ||||
• ଜଳଭାଗ (%) | ୯.୫୬ | ||||
ଲୋକସଂଖ୍ୟା | |||||
• ୨୦୧୧ census | ୧,୨୧୦,୧୯୩,୪୨୨ (୨ୟ) | ||||
ମୋଟ ଘରୋଇ ଉତ୍ପାଦ (ସମତୁଲ୍ୟ କ୍ରୟଶକ୍ତି) | ୨୦୧୦ estimate | ||||
• ମୋଟ | $୪.୦୬୦ ଲକ୍ଷ କୋଟି (୪ର୍ଥ) | ||||
• ମୁଣ୍ଡପିଛା | $୩,୩୩୯ | ||||
ମୋଟ ଘରୋଇ ଉତ୍ପାଦ (ସାଙ୍କେତିକ) | ୨୦୧୦ estimate | ||||
• ମୋଟ | $୧.୫୩୮ ଲକ୍ଷ କୋଟି (୧୦ମ) | ||||
• ମୁଣ୍ଡପିଛା | $୧,୨୬୫ | ||||
ଜିନି ଗୁଣାଙ୍କ (୨୦୦୪) | ୩୬.୮ Error: Invalid Gini value · ୭୯ତମ | ||||
ମାନବ ବିକାଶ ସୂଚନାଙ୍କ (୨୦୧୦) | ୦.୫୧୯ Error: Invalid HDI value · ୧୧୯ତମ | ||||
ମୁଦ୍ରା | ଭାରତୀୟ ମୁଦ୍ରା () (INR) | ||||
ସମୟ ମଣ୍ଡଳ | UTC+୫:୩୦ (ଭାରତୀୟ ମାନକ ସମୟ) | ||||
• Summer (DST) | UTC+୫:୩୦ | ||||
ତାରିଖ ସଜାଣି | ଦିନ/ମାସ/ବର୍ଷ (ଖ୍ରିଷ୍ଟ ପର) | ||||
ରାସ୍ତା ଚାଲିବା ପାଖ | ବାମ | ||||
ଟେଲିଫୋନ କୋଡ଼ | +୯୧ | ||||
Internet TLD | .in | ||||
Non-numbered Footnotes:
|
ପ୍ରସିଦ୍ଧ ସିନ୍ଧୁ ସଭ୍ୟତାର ଉତ୍ଥାନ ପ୍ରାଚୀନ ଭାରତରୁ ହୋଇଥିଲା । ପ୍ରାଚୀନ ଭାରତ ବହୁ ବୈଦେଶିକ ବ୍ୟବସାୟୀଙ୍କ ମୁଖ୍ୟ ଆକର୍ଷଣ ଥିଲା । ନିଜର ବ୍ୟବସାୟ ଓ ସଂସ୍କୃତି ପାଇଁ ଭାରତୀୟ ଉପମହାଦେଶ ସାରା ବିଶ୍ୱରେ ଜଣାଶୁଣା ଥିଲା । ବିଶ୍ୱର ପ୍ରମୁଖ ଧର୍ମ (ଯଥା ହିନ୍ଦୁ, ବୌଦ୍ଧ, ଜୈନ ଓ ଶିଖ୍)ର ଉତ୍ପତ୍ତି ଭାରତରୁ ହୋଇଥିଲା । ଷଷ୍ଠ ଖ୍ରୀ.ପୂ.ରେ ଜୀଉମାନେ ଭାରତକୁ ଆଗମନ କଲେ । ପ୍ରଥମ ଶତାବ୍ଦୀରେ ପାର୍ସୀ, ଖ୍ରୀଷ୍ଟିଆନ ଓ ମୁସଲମାନମାନଙ୍କ ଆଗମନ ପରେ ପ୍ରଚୀନ ଭାରତର ରୂପରେଖରେ ଉନ୍ନତି ଘଟିଥିଲା । ୧୮ଶ ଶତାବ୍ଦୀରେ ଇଂରେଜମାନଙ୍କ ରାଜୁତିର ପ୍ରାରମ୍ଭ ହୋଇ ଭାରତ ପରାଧୀନତାର ଶିକାର ହୋଇଥିଲା । ଭାରତର ବହୁ ବରପୁତ୍ରଙ୍କ ସଂଗ୍ରାମ ପରେ ବିଂଶ ଶତାବ୍ଦୀର ମଧ୍ୟ ଭାଗରେ (୧୫ ଅଗଷ୍ଟ ୧୯୪୭ ରେ) ଭାରତ ସ୍ୱାଧୀନତା ଫେରି ପାଇଥିଲା ।
ପ୍ରାଚୀନ ସିନ୍ଧୁ ଉପତ୍ୟକାର ସଭ୍ୟତା, ଇତିହାସ ପ୍ରସିଦ୍ଧ ସମ୍ରାଟ ଓ ରାଜାମାନଙ୍କର ବିଚରଣ ଭୂମି, ଧନଧାନ୍ୟରେ ସମୃଦ୍ଧି, ବାଣିଜ୍ୟ ଓ ସଂସ୍କୃତିର କେନ୍ଦ୍ରରୂପେ ଭାରତ ସାରା ବିଶ୍ୱରେ ସୁପରିଚିତ । ହିନ୍ଦୁ, ବୌଦ୍ଧ, ଜୈନ ଓ ଶିଖ ଧର୍ମ ପରି ବିଶ୍ୱର ଚାରିଟି ପ୍ରଧାନ ଧର୍ମର ଉତ୍ପତ୍ତିସ୍ଥଳ ହେଉଛି ଏହି ଦେଶ । ଏହାଛଡ଼ା ଜୁଦା, ଜୋରାଷ୍ଟ୍ରୀୟ, ଖ୍ରୀଷ୍ଟ ତଥା ଇସଲାମ ଆଦି ଅନ୍ୟ ଧର୍ମର ଅନେକ ଧର୍ମାବଲମ୍ବୀମାନଙ୍କୁ ଦେଖିଲେ ଭାରତୀୟ ସଂସ୍କୃତିର ବ୍ୟାପକତା ଆକଳନ କରିହୁଏ ।
ମୋଟ ଜାତୀୟ ଉତ୍ପାଦ ହିସାବରେ ଭାରତ ପୃଥିବୀର ଏକାଦଶ ବୃହତ ଅର୍ଥନୀତି ଓ କ୍ରୟ-ଶକ୍ତି-ସମତା ହିସାବରେ ଭାରତ ପୃଥିବୀର ତୃତୀୟ ବୃହତ ଅର୍ଥନୀତି । ଭାରତ ଏକ ଦ୍ରୁତ ବିକାଶଶୀଳ ଦେଶ ହେଲେ ମଧ୍ୟ ଦାରିଦ୍ର୍ୟ, ନିରକ୍ଷରତା, ଭ୍ରଷ୍ଟାଚାର ଓ ସ୍ୱାସ୍ଥ୍ୟ ସମସ୍ୟା ଉପରେ ଏହା ସମ୍ପୂର୍ଣ୍ଣ ନିୟନ୍ତ୍ରଣ ପାଇ ପାରିନାହିଁ ।
ପ୍ରତିରକ୍ଷା ଦୃଷ୍ଟିରୁ ଦେଖିଲେ ଭାରତ ପୃଥିବୀର ଆଣବିକ ଶକ୍ତି ସମ୍ପନ୍ନ ରାଷ୍ଟ୍ରମାନଙ୍କ ଭିତରୁ ଗୋଟିଏ । ଏହାର ସ୍ଥଳସେନା ପୃଥିବୀରେ ତୃତୀୟ ବୃହତ୍ତମ ଓ ପ୍ରତିରକ୍ଷାରେ ଭାରତ କରୁଥିବା ଖର୍ଚ୍ଚରେ ପୃଥିବୀର ଅନ୍ୟାନ୍ୟ ଦେଶମାନଙ୍କ ଭିତରେ ଭାରତର ସ୍ଥାନ ନବମ । ରାଜନୈତିକ ଦୃଷ୍ଟିରୁ ଭାରତ ଏକ ସାର୍ବଭୌମ, ସାଂସଦୀୟ ଗଣତାନ୍ତ୍ରିକ, ପନ୍ଥନିରପେକ୍ଷ ରାଷ୍ଟ୍ର । ୨୯ ଗୋଟି ପ୍ରଦେଶ ଓ ୭ ଗୋଟି କେନ୍ଦ୍ରଶାସିତ ଅଞ୍ଚଳକୁ ମିଶାଇ ଗଠିତ ଏହି ଦେଶର ଭାଷା, ଚଳଣି, ପରମ୍ପରା, ଜଳବାୟୁ ଓ ଧର୍ମମତର ବିଭିନ୍ନତାକୁ ଲକ୍ଷ୍ୟ କରି ଅବିଭାଜିତ ଭାରତକୁ ଉପମହାଦେଶର ଆଖ୍ୟା ଦିଆଯାଏ । ଏହି ଦେଶରେ ବିବିଧ ପ୍ରକାରର ପଶୁପକ୍ଷୀ ଓ ସଂରକ୍ଷିତ ଜୀବଜନ୍ତୁ ଦେଖିବାକୁ ମିଳିଥାନ୍ତି ।
ଜାତୀୟ ପଶୁ | ||
---|---|---|
ଜାତୀୟ ପକ୍ଷୀ | ||
ଜାତୀୟ ଗଛ | ||
ଜାତୀୟ ଫୁଲ | ||
ଜାତୀୟ ଐତିହ୍ୟ ପଶୁ | ||
ଜାତୀୟ ଜଳୀୟ ପଶୁ | ||
ଜାତୀୟ ସରୀସୃପ | ||
ଜାତୀୟ ଐତିହ୍ୟ ପଶୁ | ||
ଜାତୀୟ ଫଳ | ||
ଜାତୀୟ ମନ୍ଦିର | ||
ଜାତୀୟ ନଦୀ | ||
ଜାତୀୟ ପର୍ବତ |
ହିମାବୃତ ଉତ୍ତୁଙ୍ଗ ପର୍ବତମାଳା,ବିସ୍ତୀର୍ଣ୍ଣ ଉର୍ବର ସମତଳ ଭୂମି, ଉଚ୍ଚ ମାଳଭୂମି, ଦିଗନ୍ତବିସ୍ତାରୀ ଶୁଷ୍କ ମରୁଭୂମି, ନିବିଡ଼ ବନରାଜି, ମନୋହର ହ୍ରଦ,ଗଭୀର ସାଗର ଓ ମହାସାଗର, ଉର୍ବର ଉପକୂଳ, ସୁବିସ୍ତୃତ ନଦୀ ଅବବାହିକା ଆଦି ପ୍ରାକୃତିକ ପରିବେଶରେ ଭାରତବର୍ଷର ଭୂଗୋଳ ଗଠନ । ଏହି ପ୍ରାକୃତିକ ଆବେଷ୍ଟନୀ ଭାରତର ଜଳବାୟୁ ଓ ମୃତ୍ତିକା ଗଠନକୁ ନିୟନ୍ତ୍ରଣ କରେ । ଏତଦ୍ବ୍ୟତିତ ଏହା ଭାରତକୁ ଏକ ଆପାତସ୍ୱତନ୍ତ୍ର ପରିବେଷ୍ଟନୀ ମଧ୍ୟରେ ଭୌଗଳିକ ଏକତ୍ୱ ଦେବା ସଙ୍ଗେ ସଙ୍ଗେ ବହିର୍ଜଗତରୁ ଅନେକାଂଶରେ ବିଚ୍ଛିନ୍ନ କରିଛି ।
ପୁରାଣରୁ ଜଣାଯାଏ , ପ୍ରାଚୀନ କାଳରେ ପୃଥିବୀ ସାତଟି ଦ୍ୱୀପରେ ବିଭକ୍ତ ଥିଲା । ତନ୍ମଧ୍ୟରୁ ଜମ୍ବୁ ଦ୍ୱୀପ ଅନ୍ୟତମ । ଜମ୍ବୁ ଦ୍ୱୀପ ନଅଟି ଦେଶରେ ବିଭକ୍ତ । ଭାରତ ଏହି ନଅଟି ଦେଶ ଅନ୍ତର୍ଗତ ବୋଲି କେତେକ ଐତିହାସିକ ମତ ବ୍ୟକ୍ତ କରନ୍ତି । ମହାଭାରତ ଓ ପୌରାଣିକ ଯୁଗରେ ଚନ୍ଦ୍ରବଂଶର ରାଜା ଦୁଷ୍ମନ୍ତଙ୍କ ପୁତ୍ର ଭରତ ଆମ ଦେଶର ସର୍ବ ପ୍ରଥମ ଚକ୍ରବର୍ତ୍ତୀ ବା ସମ୍ରାଟ ଥିଲେ । ତାଙ୍କରି ନାମାନୁଯାୟୀ ଆମ ଦେଶ ଭାରତ ବର୍ଷ ନାମରେ ଅଭିହିତ ।
ବୈଦିକ ଯୁଗରେ ଏହାକୁ ଆର୍ଯ୍ୟାବର୍ତ୍ତ, ଜମ୍ବୁଦ୍ୱୀପ ଓ ଅଜନାଭ ଦେଶ ବୋଲି ମଧ୍ୟ କୁହାଯାଇଛି।
ମାନବ ସଭ୍ୟତାର ପ୍ରଥମ ଦେଶ ହୋଇଥିବାରୁ ଏହାକୁ ସନାତନ ରାଷ୍ଟ୍ର କୁହାଯାଏ । ଶ୍ରୀମଦ ଭାଗବତର ପଞ୍ଚମ ସ୍କନ୍ଧରେ ଏହାର ସ୍ଥାପନା ସମ୍ବନ୍ଧରେ ଉଲ୍ଲେଖ ରହିଛି। ଭାରତୀୟ ଦର୍ଶନ ଅନୁସାରେ ସୃଷ୍ଟି ରଚନା ପରେ ବ୍ରହ୍ମା ଜଗତର ଭାର ତାଙ୍କ ପୁତ୍ର ସ୍ୱୟଂଭୁବ ମନୁଙ୍କୁ ଅର୍ପଣ କଲେ। ତାଙ୍କର ଦୁଇପୁତ୍ର ଥିଲେ ପ୍ରିୟବ୍ରତ ଓ ଉତ୍ତାନପାଦ। ପ୍ରିୟବ୍ରତଙ୍କର ଦଶପୁତ୍ର ଥିଲେ । ଏମାନଙ୍କ ଭିତରୁ ତିନିଜଣ ସଂସାର ପ୍ରତି ବୈରାଗ୍ୟ ଭାବ ରଖିଥିବାରୁ ବିଶ୍ୱକୁ ସାତ ଖଣ୍ଡରେ ବିଭାଜିତ କରି ପ୍ରିୟବ୍ରତ ପୁତ୍ରମାନଙ୍କୁ ଅର୍ପଣ କରିଥିଲେ। ଏମାନଙ୍କ ଭିତରୁ ଜମ୍ବୁଦ୍ୱୀପର ରାଜାଥିଲେ ଅଗ୍ନୀଧ୍ର, ଯିଏ ଜମ୍ବୁଦ୍ୱୀପର ଭିନ୍ନ ଭିନ୍ନ ନଅ ଭାଗର ଦାୟିତ୍ୱ ନିଜର ନଅ ପୁତ୍ରଙ୍କୁ ସମର୍ପି ଥିଲେ। ସେମାନଙ୍କ ଭିତରୁ ହିମବର୍ଷର ଶାସକ ଥିଲେ ନାଭି। ସେ ନିଜ ନାମ (ନାଭି ବା ଅଜନାଭ) ସହିତ ରାଜ୍ୟର ନାମକୁ ଯୋଡ଼ି ଅଜନାଭବର୍ଷ ନାମରେ ପ୍ରଚାର କଲେ। ରାଜା ନାଭିଙ୍କ ଶତପୁତ୍ରଙ୍କ ଭିତରେ ଜ୍ୟେଷ୍ଠ ଓ ଉତ୍ତମ ଥିଲେ ଋଷଭଦେବ। ତାଙ୍କର ପୁତ୍ର ଭରତ ଲୋକପ୍ରିୟ ଓ ପ୍ରଜାପାଳକ ରାଜାଥିଲେ। ତାଙ୍କ ନାମ ଅନୁସାରେ ଏହି ଅଜନାଭ ବର୍ଷହିଁ ପରବର୍ତ୍ତୀକାଳରେ ଭାରତ ନାମରେ ପରିଚିତ ହେଲା।
ଆୟତନ ଓ ଜନସଂଖ୍ୟା ଦୃଷ୍ଟିରୁ ଭାରତକୁ ସାଧାରଣତଃ ଏକ ଉପମହାଦେଶ ବୋଲି କୁହାଯାଏ । ପୃଥିବୀର ବୃହତ୍ତମ ମହାଦେଶ ଏସିଆର ଦକ୍ଷିଣାଂଶର କେନ୍ଦ୍ରସ୍ଥଳୀରେ ଭାରତବର୍ଷ ଅବସ୍ଥିତ ।
ଭାରତର ଉତ୍ତରରେ ସୁଦୀର୍ଘ ହିମାଳୟ ପର୍ବତଶ୍ରେଣୀ ଦୁର୍ଭେଦ୍ୟ ପ୍ରଚୀର ସଦୃଶ ଦଣ୍ଡାୟମାନ । ତାହା ଭାରତବର୍ଷକୁ ଏସିଆ ମହାଦେଶର ଅନ୍ୟ ଅନ୍ୟ ଅଞ୍ଚଳମାନଙ୍କରୁ ପ୍ରାୟ ବିଚ୍ଛିନ୍ନ କରି ରଖିଛି । ଉତ୍ତର-ପଶ୍ଚିମରେ ସୁଲେମାନ ଓ ହିନ୍ଦୁକୁସ ପର୍ବତମାଳା ଅବସ୍ଥିତ । ଏହା ଭରତ ଉପଦେଶକୁ ଋଷିଆ, ଆଫଗାନିସ୍ଥାନ ଓ ଇରାନଠାରୁ ପୃଥକ୍ କରିଅଛି ।
ଇତିହାସ ସହିତ ଭୂଗୋଳ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ଭୌଗଳିକ ଅବସ୍ଥିତି ଓ ପ୍ରାକୃତିକ ଗଠନ ଭାରତର ଇତିହାସର ଗତି ନିର୍ଦ୍ଧାରଣ କରିଅଛି । ହିମାଳୟ ପର୍ବତ ଏକ ପ୍ରାଚୀର ସଦୃଶ । ଏହାର ଦୁର୍ଗମ ଗିରିପଥ ଅତିକ୍ରମ କରିବା କଷ୍ଟସାଧ୍ୟ । ଗିରିପଥଗୁଡ଼ିକ ବର୍ଷର ଅଧିକାଂଶ ସମୟ ତୁଷାରାଚ୍ଛନ୍ନ ରହେ । ତେଣୁ ହିମାଳୟ ପର୍ବତ ଅତିକ୍ରମ କରି ଅତୀତରେ ବୈଦେଶିକ ଶତ୍ରୁମାନେ ଭାରତ ଆକ୍ରମଣ କରିବା ଦୁଃସାଧ୍ୟ ଥିଲା ।
ଭାରତର ସୈନ୍ଧବ-ଗାଙ୍ଗେୟ ସମତଳ ଭୂମି ସିନ୍ଧୁ,ଗଙ୍ଗା, ବ୍ରହ୍ମପୁତ୍ର ଏବଂ ସେମାନଙ୍କର ଉପନଦୀଗୁଡିକର ଅବବାହିକାଦ୍ୱାରା ଗଠିତ । ଏହି ଅଞ୍ଚଳର ଜଳବାୟୁ ସ୍ୱାସ୍ଥ୍ୟକର ଏବ, ମୃତ୍ତିକା ଉର୍ବର ଓ କୃଷୀ ଉପଯୋଗୀ । ତେଣୁ ଏଠାରେ ପ୍ରଥମେ ଦ୍ରାବିଡ଼ ଓ ଆର୍ଯ୍ୟ ସଭ୍ୟତାର ଅଭ୍ୟୁଦୟ ହୋଇଥିଲା । ପରବର୍ତ୍ତୀ କାଳରେ ଏହି ଅଞ୍ଚଳରେ ନନ୍ଦ, ମୌର୍ଯ୍ୟ, କୁଶାଣ ଗୁପ୍ତ, ଆଫଗାନ୍ ଓ ମୋଗଲ୍ ସାମ୍ରାଜ୍ୟ ବିସ୍ତାର ଲାଭ କରିଥିଲା । ଉତ୍ତର-ପଶ୍ଚିମରେ ଖାଇବର ଓ ବୋଲାନ୍ ଗିରିପଥ ଅତିକ୍ରମକରି ପ୍ରଥମେ ଦ୍ରାବିଡ଼ ଓ ଆର୍ଯ୍ୟମାନେ ଭାରତରେ ପ୍ରବେଶ କରିଥିଲେ ।
ବଙ୍ଗୋପ ସାଗର, ଆରବ ସାଗର ଏବଂ ଭାରତ ମହାସାଗରରେ ନୌଯାତ୍ରା କରି ଭାରତୀୟମାନେ ଚୀନ, ଜାପାନ ସମେତ ଦକ୍ଷିଣ-ପୂର୍ବ ଏସିଆ ଏବଂ ପଶ୍ଚିମ ଏସିଆ ଅନ୍ତର୍ଗତ ବିଭିନ୍ନ ଦେଶ ଏବଂ ଉଇରୋପର ବିଭିନ୍ନ ଅଞ୍ଚଳ ସହିତ ବାଣିଜ୍ୟ ବେବସାୟ କରିବାକୁ ସମର୍ଥ ହୋଇଥିଲେ । ବିଶେଷତଃ କଳିଙ୍ଗର ଅଧିବାସୀମାନେ ଜାଭା, ସୁମାତ୍ରା, ବାଲି, ବୋର୍ଣ୍ଣିଓ ଆଦି ପୂର୍ବ ଭାରତୀୟ ଦୀପପୁଞ୍ଜ ଓ ମାଳୟ ଉପଦ୍ୱୀପରେ ବାଣିଜ୍ୟକେନ୍ଦ୍ର ଓ ବସତିସ୍ଥାପନ କରିଥିଲେ । ସେମାନଙ୍କଦ୍ୱାରା ହିନ୍ଦୁ, ବୌଦ୍ଧ ଧର୍ମ ଆଦି ଧର୍ମ ସଂସ୍କୃତି ସେହି ଦେଶ ଗୁଡିକରେ ପ୍ରସାର ଲାଭ କରିଥିଲା । ସେହିପରି ଭାରତର ଉପକୂଳବର୍ତ୍ତୀ ଅଞ୍ଚଳମାନଙ୍କରେ ୧୪୯୮ ଖ୍ରୀଷ୍ଟାବ୍ଦରୁ ୧୬୯୨ ଖ୍ରୀଷ୍ଟାବ୍ଦ ମଧ୍ୟରେ ପର୍ତ୍ତୁଗୀଜ, ଓଲନ୍ଦାଜ, ଇଂରେଜ ଓ ଫରାସୀ ପ୍ରଭୃତି ଇଉରୋପୀୟମାନେ ବାଣିଜ୍ୟକୋଠି ତଥା ଉପନିବେଶମାନ ସ୍ଥାପନ କରିଥିଲେ ।
ଭାରତ ବିଶ୍ୱର ସର୍ବବୃହତ୍ତ ଗଣତାନ୍ତ୍ରୀକ ରାଷ୍ଟ୍ର । ଏକ ସଂସଦୀୟ ଲୋକତନ୍ତ୍ର ହିସାବରେ, ଏହା ୬ ଗୋଟି ସ୍ୱୀକୃତିପ୍ରାପ୍ତ ଜାତୀୟ ରାଜନୈତିକ ଦଳକୁ ନେଇ ଗଠିତ । ତନ୍ମଧ୍ୟରେ ଭାରତୀୟ ଜନତା ପାର୍ଟି, ଭାରତୀୟ ଜାତୀୟ କଂଗ୍ରେସ ଭଳି ପ୍ରମୁଖ ଦଳଗୁଡିକ ସହ ୪୦ଟି ପ୍ରାଦେଶିକ ଦଳ ମଧ୍ୟ ଅନ୍ତର୍ଭୁକ୍ତ । ଭାରତକୁ ୧୯୫୦ ମସିହାରେ ଏକ ଗଣତନ୍ତ୍ର ରାଷ୍ଟ୍ର ଭାବେ ଘୋଷଣା କରିବା ପରଠାରୁ ନେଇ ୧୯୮୦ ମସିହା ପର୍ଯ୍ୟନ୍ତ, ଭାରତୀୟ ଜାତୀୟ କଂଗ୍ରେସ ଦଳ ସଂସଦରେ ଏକମାତ୍ର ଦଳ ହିସାବରେ ପୂର୍ଣ୍ଣବହୁମତ ହାସିଲ କରି ଆସୁଥିଲା । ପରବର୍ତ୍ତୀ ଅନେକାଂଶ ପର୍ଯ୍ୟାୟରେ ଭାରତୀୟ ଜନତା ପାର୍ଟି ବହୁ ପ୍ରାଦେଶିକ ଦଳମାନଙ୍କ ସହ ମିଶି ଗଠବନ୍ଧନ ଜରିଆରେ ବହୁମତ ହାସିଲ କରିଥିଲା । ୨୦୧୪ ମସିହା ସାଧାରଣ ଲୋକ ସଭା ନିର୍ବାଚନ ପରଠାରୁ ବର୍ତ୍ତମାନ କେନ୍ଦ୍ରରେ ଭାରତୀୟ ଜନତା ପାର୍ଟି ଶାସନ କ୍ଷମତାରେ ରହିଛି ।
ଭାରତ ହେଉଛି ଏକ ସାର୍ବଭୌମ ଗଣତାନ୍ତ୍ରିକ ଦେଶ । ଦେଶର ସମ୍ବିଧାନ ଭାରତରେ ସଂଘୀୟ ଶାସନ ପରିଚାଳିତ। ସଂଘର ସର୍ବୋଚ୍ଚ ପ୍ରଧାନ ରାଷ୍ଟ୍ରପତି ଅଟନ୍ତି । ତାଙ୍କର ସହାୟତା ପାଇଁ ଉପରାଷ୍ଟ୍ରପତି ରହିଥାନ୍ତି ।
ଭାରତୀୟ ପ୍ରଶାସନ ବ୍ୟବସ୍ଥାର ତିନିଟି ମୁଖ୍ୟ ଅଙ୍ଗ ରହିଛି:
୧. ବିଧାୟିକା
ଭାରତର ସରକାର ଦେଶ ଓ ଜନତାର ହିତରେ କାମ କରିଥାଏ। ସରକାରୀ ତନ୍ତ୍ରର ଢାଞ୍ଚା ଭାରତରେ କେନ୍ଦ୍ର ଓ ରାଜ୍ୟ ସ୍ତରରେ ଏକା ପ୍ରକାର ହୋଇଥାଏ ।
କେନ୍ଦ୍ରର ସଂସଦ ଦୁଇ ଭାଗରେ ବିଭକ୍ତ – ଲୋକ ସଭା ଓ ରାଜ୍ୟ ସଭା। ଲୋକ ସଭାର ସଞ୍ଚାଳନ ଅଧ୍ୟକ୍ଷ ଓ ରାଜ୍ୟ ସଭାର ସଞ୍ଚାଳନ ଉପ ରାଷ୍ଟ୍ରପତି କରିଥାନ୍ତି।
ସେହିପରି କେତକ ରାଜ୍ୟର ବିଧାୟିକା ମଧ୍ୟ ଦୁଇ ଭାଗରେ ବିଭକ୍ତ – ବିଧାନ ସଭା ଓ ବିଧାନ ପରିଷଦ ।
୨. କାର୍ଯ୍ୟପାଳିକା
ମନ୍ତ୍ରୀମଣ୍ଡଳରେ ଦୁଇ ସ୍ତରର ମନ୍ତ୍ରୀ ରହିଥାନ୍ତି
୩. ନ୍ୟାୟପାଳିକା
ସରକାରୀ କାର୍ଯ୍ୟର ଆବଣ୍ଟନ:
ସରକାରୀ ତନ୍ତ୍ରକୁ ଠିକ୍ ଭାବେ ଚଳାଇବାପାଇଁ ସମସ୍ତ କାମକୁ ବିଭିନ୍ନ ଭାଗରେ ବଣ୍ଟା ଯାଇଥାଏ । ଏଥିପାଇଁ ଅନେକ ମନ୍ତ୍ରଣାଳୟ ଗଠିତ ହୋଇଛି । ମନ୍ତ୍ରଣାଳୟର ପ୍ରଧାନ ଜଣେ କେନ୍ଦ୍ର ସ୍ତରୀୟ ମନ୍ତ୍ରୀ ହୋଇଥାନ୍ତି । କେବେ କେବେ ଏକାଧିକ କେନ୍ଦ୍ର ସ୍ତରୀୟ ମନ୍ତ୍ରୀ ଗୋଟିଏ ମନ୍ତ୍ରଣାଳୟର ପ୍ରମୁଖ ହୋଇଥାନ୍ତି ।
ଏହା ନିମ୍ନ ସାରଣୀରୁ ସ୍ପଷ୍ଟ ଜଣାପଡ଼େ।
ଆବଣ୍ଟନର ସ୍ତର | ପ୍ରଶାସନିକ ପ୍ରଧାନ |
---|---|
ମନ୍ତ୍ରଣାଳୟ | ସଚୀବ |
ସ୍କନ୍ଧ | ସଂଯୁକ୍ତ ସଚୀବ |
ପ୍ରଭାଗ | ଉପ ସଚୀବ / ନିର୍ଦ୍ଦେଶକ |
ଶାଖା | ଅନୁକର୍ମ ସଚୀବ |
ଅନୁଭାଗ | ଅନୁଭାଗ ଅଧିକାରୀ |
ଗୋଟିଏ ଅନୁଭାଗରେ ସହାୟକ, ଲିପିକ, ଟାଇପିଷ୍ଟ ଆଦି କର୍ମଚାରୀ ରହିଥାନ୍ତି ।
ସିଧା ମନ୍ତ୍ରାଳୟର ନିୟନ୍ତ୍ରଣରେ ମଧ୍ୟ କେତେକ ଶାଖା କାମ କରିଥାନ୍ତି, ଏଗୁଡ଼ିକୁ କକ୍ଷ ବା ପ୍ରକୋଷ୍ଠ କୁହାଯାଇଥାଏ।
ସରକାରଙ୍କର ନୀତିକୁ କାର୍ଯ୍ୟକାରୀ କରିବାପାଇଁ ମନ୍ତ୍ରାଳୟ ଅଧିନରେ ଦୁଇପ୍ରକାରର କାର୍ଯ୍ୟାଳୟ ରହିଥାଏ – ସଂଲଗ୍ନ ଓ ଅଧିନସ୍ଥ । ଏମାନେ ପ୍ରଶାସନିକ ରୂପରେ ମନ୍ତ୍ରାଳୟ ଅଧିନରେ କାମ କରିଥାନ୍ତି । ଏହାର ଅଧ୍ୟକ୍ଷ ନିର୍ଦ୍ଦେଶକ ହୋଇଥାନ୍ତି । ସମ୍ବନ୍ଧିତ କାର୍ଯ୍ୟାଳୟ ଟେକନିକାଲ ସୂଚନା ସଂଗ୍ରହର କେନ୍ଦ୍ର ହୋଇଥାନ୍ତି ଓ ଟେକ୍ନିକାଲ ଦିଗରେ ମନ୍ତ୍ରାଳୟକୁ ପରାମର୍ଶ ମଧ୍ୟ ଦେଇଥାନ୍ତି ତଥା ଅଧିନସ୍ଥ କାର୍ଯ୍ୟାଳୟ ମନ୍ତ୍ରାଳୟର ନିଷ୍ପତ୍ତିକୁ କାମରେ ଲଗାଇଥାନ୍ତି ।
ଭାରତରେ ୨୮ଟି ରାଜ୍ୟ ଓ ୯ ଗୋଟି କେନ୍ଦ୍ର ଶାସିତ ଅଞ୍ଚଳ ରହିଛି। ତେଲେଙ୍ଗାନା ୨୦୧୪ରେ ନୂତନ ରାଜ୍ୟ ଭାବେ ମାନ୍ୟତା ପାଇଲା ତଥା ଜମ୍ମୁ ଓ କାଶ୍ମୀର୍ ଏବଂ ଲଦାଖ ନୂତନ ଭାବେ କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ ହେଲା।
ରାଜ୍ୟ
କେନ୍ଦ୍ରଶାସିତ ଅଞ୍ଚଳ
|
ଭାରତୀୟ ସଂସ୍କୃତି ବିଶ୍ୱରେ ଅନନ୍ୟ । ଭାରତୀୟ ସଂସ୍କୃତି ବିଶ୍ୱର ଅନେକ ପୁରାତନ ସଂସ୍କୃତି ମାନଂକ ମଧ୍ୟରେ ଅନ୍ୟତମ ।
ଭାରତରେ ବହୁ ସ୍ଥାନୀୟ ଖେଳ ରହିଛି ଯାହା ଏବେ ମଧ୍ୟ ଲୋକମାନଙ୍କ ମଧ୍ୟରେ ଲୋକପ୍ରିୟ ହୋଇରହିଛି ଯଥା: କବାଡି, ଖୋ-ଖୋ, କୁସ୍ତି , ଗିଲି-ଦଣ୍ଡା ଇତ୍ୟାଦି. କବାଡିରେ ଭାରତ ସମସ୍ତ ସ୍ୱର୍ଣ୍ଣ ପଦକ ପ୍ରାପ୍ତ କରିଛି । ଆଉ କେତେକ ଯୁଦ୍ଧ କୌଶଳକୁ ମଧ୍ୟ ଖେଳ ଭାବରେ ଖେଳାଯାଉଥିଲା ଯେପରିକିକଳରିପୟୁଟୁ, ମୁଷ୍ଟି ଯୁଦ୍ଦ, ସିଲାମ୍ବ୍ମମ ଓ ମର୍ଦମି, । ରାଜୀବ ଗାନ୍ଧୀ ଖେଳରତ୍ନ ଓ ଅର୍ଜୁନ ପୁରସ୍କାର ଭାରତରେ ଖେଳ ନିମନ୍ତେ ଦିଆଯାଉଥିବା ସର୍ବୋଚ୍ଚ ପୁରସ୍କାର। ଦ୍ରୋଣାଚାର୍ୟ ପୁରସ୍କାର ଶ୍ରେଷ୍ଠ କୋଚଙ୍କୁ ଦିଆଯାଇଥାଏ । ଚେସ, ଭାରତରେ ଖୁବ ଲୋକପ୍ରିୟ ଏହାକୁ ଚତୁରଙ୍ଗ ମଧ୍ୟ କୁହାଯାଏ, ଚେସରେ ଭାରତରୁ ବହୁ ଗ୍ରାଣ୍ଡମାଷ୍ଟର ଥିବାରୁ ଏହା ବହୁ ଲୋକପ୍ରିୟ ହୋଇପାରିଛି।ବିଶ୍ୱନାଥ ଆନନ୍ଦ ଚତୁରଂଗ ଖେଲରେ ବିଶ୍ୱ ବିଜେତା ଥିଲେ। ଅନ୍ୟ ଖେଳ ମଧ୍ୟରୁ ଭାରତ ବ୍ୟାଡମିନ୍ଟନ, ଟେନିସ, ବନ୍ଧୁକ ଚାଳଣାରେ ବହୁ ସଫଳତା ହାସଲ କରିଛି। କୁସ୍ତି ଓ ଫୁଟବଲ ଭାରତର ଗୋଆ, ତାମିଲନାଡୁ, କେରଳ, ଉତ୍ତର-ପୂର୍ବ ଭାରତରେ ଖୁବ ଲୋକପ୍ରିୟ ।
ଭାରତର ରାଷ୍ଟ୍ରୀୟ ଖେଳ ହେଉଛି ହକି । ଭାରତୀୟ ହକି ଦଳ ୧୯୭୫ ହକି ବିଶ୍ୱକପ ଓ ଅଲମ୍ପିକ କ୍ରୀଡାରେ ଆଜି ପର୍ଯ୍ୟନ୍ତ ଆଠ ଥର ସ୍ୱର୍ଣ୍ଣ, ଥରେ ରୌପ୍ୟ ଏବଂ ଦୁଇଥର ବ୍ରୋଞ୍ଜ ପଦକ ଜିତି ସାରିଛି ।କ୍ରିକେଟ ଭାରତର ସବୁଠାରୁ ଲୋକପ୍ରିୟ ଖେଳ ଭାରତ ଏଥିରେ ୧୯୮୩ ଓ ୨୦୧୧ରେ କ୍ରିକେଟ ବିଶ୍ୱକପ ଓ ୨୦୦୭ରେ ୨୦-୨୦ ବିଶ୍ୱକପ ଜିତିଛି ।୨୦୧୭ରେ ଭାରତ ୧୭ ବର୍ଷରୁ କମ୍ ଫିଫା ବିଶ୍ୱକପ ଆୟୋଜନ କରିବା
ଭାରତ ବାବଦରେ ଉଇକିମିଡ଼ିଆର ସହଯୋଗୀ ପ୍ରକଳ୍ପଗୁଡ଼ିକରୁ ଅଧିକ ଜାଣନ୍ତୁ: | |
ଉଇକିଅଭିଧାନରେ ଶବ୍ଦାର୍ଥମାନ ଖୋଜନ୍ତୁ | |
କମନ୍ସରେ ଛବି ଓ ମିଡ଼ିଆସବୁ ଖୋଜନ୍ତୁ | |
ଉଇକିମହାବିହାରରେ ଶିକ୍ଷଣ ଆଧାରମାନ ଖୋଜନ୍ତୁ | |
ଉଇକିସମ୍ବାଦରେ ସମ୍ବାଦ ଲେଖାମାନ ଖୋଜନ୍ତୁ | |
ଉଇକିକଥାରୁ ଢଗଢମାଳି ଓ କଥାମାନ | |
ଉଇକିଉତ୍ସରୁ ମୂଳାଧାର ଲେଖାମାନ | |
ଉଇକିପୋଥିରେ ପଢ଼ାବହିମାନ |
This article uses material from the Wikipedia ଓଡ଼ିଆ article ଭାରତ, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 4.0 ରେ ଉପଲବ୍ଧ । Images, videos and audio are available under their respective licenses.
®Wikipedia is a registered trademark of the Wiki Foundation, Inc. Wiki ଓଡ଼ିଆ (DUHOCTRUNGQUOC.VN) is an independent company and has no affiliation with Wiki Foundation.