ସାଧାରଣତନ୍ତ୍ର

ସାଧାରଣତନ୍ତ୍ର (ଲାଟିନ:ରେସ୍ ପବ୍ଲିକା), ଅର୍ଥାତ୍ ଲୋକ ସମ୍ବନ୍ଧୀୟ, ହେଉଛି ଏକ ପ୍ରଶାସନିକ ରୂପ ଯେଉଁଠାରେ କ୍ଷମତା ଜନସାଧାରଣଙ୍କ ପାଖରେ ଥାଏ ଏବଂ ତାଙ୍କର ପ୍ରତିନିଧିଙ୍କଦ୍ୱାରା ବ୍ୟବହାର କରାଯାଏ । ସାଧାରଣତନ୍ତ୍ରଗୁଡ଼ିକରେ, ଦେଶକୁ କୌଣସି ବ୍ଯକ୍ତିବିଶେଷଙ୍କ ବ୍ଯକ୍ତିଗତ ସମସ୍ୟା ବା ସମ୍ପତ୍ତି ପରିବର୍ତ୍ତେ ଏକ ଲୋକ ସମ୍ପତ୍ତି ରୂପେ ଗ୍ରହଣ କରାଯାଏ । କୌଣସି ସାଧାରଣତନ୍ତ୍ରରେ କ୍ଷମତାର ପ୍ରାଥମିକ ପଦଗୁଡ଼ିକ, ଗଣତନ୍ତ୍ର କିମ୍ବା କୌଣସି ଏକ ଅଳ୍ପତନ୍ତ୍ରୀ ବା ଏକତନ୍ତ୍ରୀଙ୍କ ପାଇଁ ନିରଙ୍କୁଶ ଭାବେ ସଂରକ୍ଷଣ କରାନଯାଇ ଗଣତନ୍ତ୍ର ସହ ମିଶ୍ରଣଦ୍ୱାରା ପ୍ରାପ୍ତ କରାଯାଇଥାଏ । ଆଧୁନିକ ସାଧାରଣତନ୍ତ୍ରବାଦ, ରାଜତନ୍ତ୍ରର ବିକଳ୍ପ ହୋଇପାରିଛି, ତେଣୁ ରାଜତନ୍ତ୍ର ପରି ସାଧାରଣତନ୍ତ୍ରରେ ରାଷ୍ଟ୍ରମୁଖ୍ୟ କୌଣସି ବଂଶାନୁକ୍ରମିକ ରାଜତନ୍ତ୍ରୀ ନହୋଇ ସାଧାରଣ ଜନତାଙ୍କ ମଧ୍ଯରୁ ନିର୍ବାଚିତ ବ୍ଯକ୍ତି ହୋଇଥାନ୍ତି ।

ସାଧାରଣତନ୍ତ୍ର
ବିଭିନ୍ନ ପ୍ରଶାସନିକ ବ୍ୟବସ୍ଥା
ସାଧାରଣତାନ୍ତ୍ରିକ ପ୍ରଶାସନ:
  ବିଧାୟିକାଠାରୁ ଭିନ୍ନ ଏକ କାର୍ଯ୍ୟପାଳିକା ବିଶିଷ୍ଟ ରାଷ୍ଟ୍ରପତିକ ସାଧାରଣତନ୍ତ୍ର
  ଏକ କାର୍ଯ୍ୟପାଳିକା ଓ ଏକ ଭିନ୍ନ ପ୍ରଶାସନିକ ମୁଖ୍ଯ ଥିବା ଅର୍ଦ୍ଧ-ରାଷ୍ଟ୍ରପତିତନ୍ତ୍ର, ଯେଉଁଠାରେ ରାଷ୍ଟ୍ରପତିଙ୍କ ଦ୍ୱାରା ନିଯୁକ୍ତ ପ୍ରଶାସନିକ ମୁଖ୍ଯ ରାଷ୍ଟ୍ରର ବିଧାୟିକାଠାରେ ଉତ୍ତରଦାୟୀ
  ଏକ ନାମମାତ୍ର ଆନୁଷ୍ଠାନିକ କାର୍ଯ୍ୟପାଳିକା, ରାଷ୍ଟ୍ରପତି ଏବଂ ସଂସଦ ନିକଟରେ ଉତ୍ତରଦାୟୀ ଥିବା ଏକ ଭିନ୍ନ ବାସ୍ତବ ପ୍ରଶାସନିକ ମୁଖ୍ଯ, ପ୍ରଧାନମନ୍ତ୍ରୀ, ବିଶିଷ୍ଟ ସଂସଦୀୟ ଗଣତନ୍ତ୍ର
  ସଂସଦଠାରେ ଉତ୍ତରଦାୟୀ ରହୁନଥିବା ଏକ ସଂଯୁକ୍ତ ରାଷ୍ଟ୍ରମୁଖ୍ୟ ଓ ପ୍ରଶାସନିକ ମୁଖ୍ଯ ବିଶିଷ୍ଟ ସାଧାରଣତନ୍ତ୍ର

ରାଜତାନ୍ତ୍ରିକ ପ୍ରଶାସନିକ ରୂପ:
  ଏକ ନାମମାତ୍ର ଅପ୍ରଶାସନିକ ରାଜତନ୍ତ୍ରି ବିଶିଷ୍ଟ ସାମ୍ବିଧାନିକ ରାଜତନ୍ତ୍ର ଯେଉଁଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟପାଳିକା ପ୍ରଶାସନ କରିଥାଏ
  ଏକ ସାମ୍ବିଧାନିକ ରାଜତନ୍ତ୍ରି ବିଶିଷ୍ଟ ଅର୍ଦ୍ଧ-ସାମ୍ବିଧାନିକ ରାଜତନ୍ତ୍ର ଯେଉଁଠାରେ, ରାଜତ୍ବ ତଥାପି ମହତ୍ତ୍ବପୂର୍ଣ୍ଣ ଭୂମିକା ଓ କ୍ଷମତା ଗ୍ରହଣ କରିଥାଏ
  ସମ୍ପୂର୍ଣ୍ଣ ରାଜତନ୍ତ୍ର, ଯେଉଁଠାରେ ରାଜତନ୍ତ୍ରି କାର୍ଯ୍ୟପାଳିକାର ନେତୃତ୍ବ ନିଅନ୍ତି

  ଏକଦଳୀୟ ରାଜ୍ୟମାନ (ସୈଦ୍ଧାନ୍ତିକ ସାଧାରଣତନ୍ତ୍ର)
  ପ୍ରଶାସନ ପାଇଁ ନିର୍ଦ୍ଦିଷ୍ଟିତ ସାମ୍ବିଧାନିକ ବ୍ୟବସ୍ଥା ପ୍ରତ୍ୟାହାର କରାଯାଇଥିବା ରାଷ୍ଟ୍ରଗୁଡ଼ିକ
  ଉପରୋକ୍ତ ବ୍ୟବସ୍ଥାର କୌଣସି ରୂପଠାରୁ ଭିନ୍ନ ଏକ ରୂପ ଥିବା ରାଷ୍ଟ୍ର (ଉ.ସ୍ୱ. ମଧ୍ଯବର୍ତ୍ତୀକାଳୀନ ପ୍ରଶାସନ or ଅସ୍ପଷ୍ଟ ରାଜନୈତିକ ପରିସ୍ଥିତି)

ବର୍ତ୍ତମାନ (୨୦୧୭ ମସିହା) ସୁଦ୍ଧା ୨୦୬ ସାର୍ବଭୌମ ଦେଶମାନଙ୍କ ମଧ୍ଯରୁ ୧୫୯ଟି ଦେଶ ନିଜର ଆଧିକାରିକ ନାମରେ "ସାଧାରଣତନ୍ତ୍ର ବା ଗଣରାଜ୍ୟ (ଇଂରାଜୀରେ Republic ରିପବ୍ଲିକ)" ବ୍ୟବହାର କରିଛନ୍ତି । କିନ୍ତୁ ବାସ୍ତବରେ ଏମାନଙ୍କ ମଧ୍ଯରୁ କେତେକ ଦେଶରେ ଏକ ସାଧାରଣତାନ୍ତ୍ରିକ ସରକାର ସ୍ଥାପନ ହୋଇ ନାହିଁ କିମ୍ବା ସାଧାରଣତାନ୍ତ୍ରିକ ସରକାର ଥିଲେ ମଧ୍ଯ କେତେକ ଦେଶ ନିଜ ନାମରେ ସାଧାରଣତନ୍ତ୍ରର ବ୍ୟବହାର କରିନାହାନ୍ତି ।

ଆଧାର

Tags:

ଏକତନ୍ତ୍ରରାଜତନ୍ତ୍ର

🔥 Trending searches on Wiki ଓଡ଼ିଆ:

କୃଷ୍ଣଚନ୍ଦ୍ର ପାଣିଗ୍ରାହୀଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟ୨୬ ଅପ୍ରେଲହରପ୍ରସାଦ ଦାସଉତ୍କଳ ଦିବସଭାରତ ସରକାରଆହେ ଦୟାମୟ ବିଶ୍ୱ ବିହାରୀ୧୯୪୯ପ୍ରେମତୁଳସୀ ଦାସ୧୫ ଡିସେମ୍ବରହେପାଟାଇଟିସବିଶ୍ୱଜିତ ଦାସବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ଭାରତ)ମନ୍ଦାରମିନତି ମିଶ୍ରଉଇକିମିଡ଼ିଆ ଫାଉଣ୍ଡେସନନବୀନ ପଟ୍ଟନାୟକସୁରେନ୍ଦ୍ର ମହାନ୍ତିଗୀତଗୋବିନ୍ଦଗ୍ରହଇରା ମହାନ୍ତିବିଧାନ ସଭା ସଭ୍ୟନବକଳେବରପଶ୍ଚିମ ଓଡ଼ିଶାଅର୍ଚ୍ଚନା (କବିତା ସଙ୍କଳନ)୨ ନଭେମ୍ବରଓଡ଼ିଆ ଲିପିଜଗନ୍ନାଥପୁରୀଶ୍ରୀମନ୍ଦିରରେ ପାଳିତ ଦୈନିକ ନୀତିବସନ୍ତ କୁମାରୀ ପଟ୍ଟନାୟକପ୍ରଧାନ ପୃଷ୍ଠାଶାନ୍ତନୁ କୁମାର ଆଚାର୍ଯ୍ୟଗୋପବନ୍ଧୁ ଦାସମୁଣ୍ଡପିଛା ଆୟଓଡ଼ିଆ ଗହଣାଇଜିପ୍ଟକାନାଡ଼ାଜଗନମୋହ‌ନ ଲାଲଭୂଗୋଳଗୋବିନ୍ଦ ତ୍ରିପାଠୀଗନ୍ଧମାର୍ଦନଭାରତୀୟ ଜନତା ପାର୍ଟିଦୀପକ ମିଶ୍ରଆଲବର୍ଟ ଆଇନଷ୍ଟାଇନସମୁଦ୍ରଗୁପ୍ତଓଡ଼ିଶାର ମାପ ବ୍ୟବସ୍ଥାଅମର ସିଂହ ଚମକିଲାଉଇକିଅଭିଧାନମାଗନେସିଅମ ସଲଫେଟ (ଡାକ୍ତରୀ ବ୍ୟବ‌ହାର)ଅନୁଗୋଳ ଜିଲ୍ଲାରାମଚନ୍ଦ୍ର ବେହେରାହୀରାକୁଦ ବନ୍ଧଗୁରୁବାରୀ ମିର୍ଦ୍ଧାମୟୂରଭଞ୍ଜ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ଭାରତହିମାଳୟମୋହନ ସୁନ୍ଦର ଦେବ ଗୋସ୍ୱାମୀକାଳୀଚରଣ ପଟ୍ଟନାୟକସଚ୍ଚିଦାନନ୍ଦ ରାଉତରାୟବଲ୍ଲଭଭାଇ ପଟେଲବରଗଡ଼ ଜିଲ୍ଲା୬ ସେପ୍ଟେମ୍ବରତପସ୍ୱିନୀରାଜ୍ୟଲିଙ୍ଗରାଜ ମନ୍ଦିର🡆 More