ଓଡ଼ିଆ ଭାଷା: ଭାରତୀୟ ଭାଷା

ଓଡ଼ିଆ (ଇଂରାଜୀ ଭାଷାରେ Odia /əˈdiːə/ or Oriya /ɒˈriːə/,) ଏକ ଭାରତୀୟ ଭାଷା ଯାହା ଏକ ଇଣ୍ଡୋ-ଇଉରୋପୀୟ ଭାଷାଗୋଷ୍ଠୀ ଅନ୍ତର୍ଗତ ଇଣ୍ଡୋ-ଆର୍ଯ୍ୟ ଭାଷା । ଏହା ଭାରତ ଦେଶର ଓଡ଼ିଶା ପ୍ରଦେଶରେ ସର୍ବାଧିକ ବ୍ୟବ‌ହାର କରାଯାଉଥିବା ମୁଖ୍ୟ ସ୍ଥାନୀୟ ଭାଷା ଯାହା 91.85 % ଲୋକ ବ୍ୟବ‌ହର କରନ୍ତି । ଓଡ଼ିଶା ସମେତ ଏହା ପଶ୍ଚିମ ବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ର ପ୍ରଦେଶ ଓ ଗୁଜରାଟ (ମୂଳତଃ ସୁରଟ)ରେ କୁହାଯାଇଥାଏ । ଏହା ଓଡ଼ିଶାର ସରକାରୀ ଭାଷା । ଏହା ଭାରତର ସମ୍ବିଧାନ ସ୍ୱିକୃତୀପ୍ରାପ୍ତ ୨୨ଟି ଭାଷା ମଧ୍ୟରୁ ଗୋଟିଏ ଓ ଝାଡ଼ଖଣ୍ଡର ୨ୟ ପ୍ରଶାସନିକ ଭାଷା । ଓଡ଼ିଆ ଷଷ୍ଠ ଭାରତୀୟ ଭାଷା ଭାବରେ ଏକ ସ୍ୱତନ୍ତ୍ର ଓ ଅନ୍ୟ ଭାଷାଦ୍ୱାରା ପ୍ରଭାବିତ ହୋଇ ନ‌ ଥିବା ଭାଷା ଭାବରେ ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଛି ।

ଓଡ଼ିଆ (ōḍiā)
ଓଡ଼ିଆ ଭାଷା: ଓଡ଼ିଆ କଥିତ ଅଞ୍ଚଳ, ଉତ୍ସ, ଇତିହାସ
Native toଭାରତଆମେରିକା, ଇଂଲଣ୍ଡ, ଅଷ୍ଟ୍ରେଲିଆ, ସାଉଦି ଆରବ, ବର୍ମା, ମାଲେସିଆ, ସିଙ୍ଗାପୁର, ସିଂହଳରେ ବସବାସ କରୁଥିବା ଓଡ଼ିଆ
ଅଞ୍ଚଳଓଡ଼ିଶା, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ
ମାତୃଭାଷୀ
୩,୩୦,୧୭,୪୪୬ (୨୦୦୧)
ଇଣ୍ଡୋ-ଇଉରୋପିଆନ
  • ଇଣ୍ଡୋ-ଇରାନିଆନ
    • ଭାରତୀୟ
      • ପୂର୍ବ ଭାରତୀୟ ଭାଷା
ଓଡ଼ିଆ ଲିପି
ଆଧିକାରିକ ସ୍ଥିତି
କେଉଁଠି ରାଜଭାଷା:
ଓଡ଼ିଆ ଭାଷା: ଓଡ଼ିଆ କଥିତ ଅଞ୍ଚଳ, ଉତ୍ସ, ଇତିହାସଓଡ଼ିଶା
ଭାଷା କୋଡ୍
ISO ୬୩୯-୧or
ISO ୬୩୯-୨ori
ISO ୬୩୯-୩ori
ଓଡ଼ିଆ ଭାଷା: ଓଡ଼ିଆ କଥିତ ଅଞ୍ଚଳ, ଉତ୍ସ, ଇତିହାସ
ଭାରତରେ ମାତୃଭାଷା ଓଡ଼ିଆରେ କଥାହେଉଥିବା ଲୋକ

ଓଡ଼ିଆ କଥିତ ଅଞ୍ଚଳ

ଓଡ଼ିଆ ଭାଷା ଓଡ଼ିଶାର ପାଖାପାଖି ଅନେକ ରାଜ୍ୟରେ କୁହାଯାଏ । ପଶ୍ଚିମବଙ୍ଗର ମେଦିନୀପୁର ସମେତ ଆହୁରି ଅନେକ ଅଞ୍ଚଳ, ଝାଡ଼ଖଣ୍ଡର ସିଂହଭୂମି ଜିଲ୍ଲା, ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ, ବିଜୟନଗରବିଶାଖାପଟନମ ଜିଲ୍ଲା, ଛତିଶଗଡ଼ର ପୂର୍ବ ଜିଲ୍ଲା ଓ ନାଗପୁର ଅଞ୍ଚଳରେ ବହୁଳ ଭାବରେ କୁହାଯାଏ । ଗୁଜରାଟର ସୁରଟ ଭାରତର ଦ୍ୱିତୀୟ ଓଡ଼ିଆ ଭାଷା ବହୁଳ ଅଞ୍ଚଳ । ଏହାଛଡା ବେଙ୍ଗାଳୁରୁ, ହାଇଦ୍ରାବାଦ, ପଣ୍ଡିଚେରୀ, ଚେନ୍ନାଇ, ଗୋଆ, ମୁମ୍ବାଇ, ଜାମସେଦପୁର, ବରୋଦା, ରାୟପୁର, ଅହମଦାବାଦ, ଦିଲ୍ଲୀ, କଲିକତା, ଖଡ଼ଗପୁର, ଗୁଆହାଟୀ, ପୁନେସିଲଭାସା ଆଦି ସହରରେ ଓଡ଼ିଆ ଭାଷାଭାଷୀ ଲୋକ ଦେଖାଯାନ୍ତି ।

ଉତ୍ସ

ଓଡ଼ିଆଭାଷାର ମୂଳ ଉତ୍ସ ହେଉଛି ଗୁମ୍ଫାଲେଖ। ୨୦ହଜାର ବର୍ଷ ତଳେ କଳାହାଣ୍ଡିର ଗୁଡହାଣ୍ଡିରୁ ମିଳିଥିବା ଚିତ୍ର, ନୂଆପଡାର ଯୋଗୀମଠରୁ ୧୦ହଜାର ବର୍ଷ ତଳର ମିଳିଥିବା ଚିତ୍ରଲିପି ଓ ଝାରୁସୁଗୁଡାର ବିକ୍ରମଖୋଲରୁ ମିଳିଥିବା ୩୫୦୦ବର୍ଷ ତଳ ଗୁମ୍ଫାଲିପି ହେଉଛି ଓଡ଼ିଆଭାଷାର ମୂଳ ଆଧାର। ଯୋଗୀମଠର ଚିତ୍ରଲିପିରେ ନାଲଙ୍ଗୀ ରଙ୍ଗରେ ଲିଖିତ “ଠ” ଲିପି ଆଜି ପର୍ଯ୍ୟନ୍ତ ଓଡ଼ିଆ ସମେତ ସମସ୍ତ ଭାରତୀୟ ଲିପିମାଳାରେ ଅବିକଳ ଭାବରେ ବ୍ୟବହୃତ।

ଇତିହାସ

ଓଡ଼ିଆ ଏକ ଭାରତୀୟ ଭାଷା । ମୂଳ ଓଡ଼ିଆ ଭାଷା ପାଲି ଓ ଔଡ୍ରୀ ପ୍ରାକୃତରୁ ସିଧା ସୃଷ୍ଟି ହୋଇଥିବା ଭାଷା ବିଜ୍ଞାନୀମାନେ ପ୍ରମାଣ ଦିଅନ୍ତି, ଏହି ଭାଷା ଭାରତରରେ ୨,୫୦୦ ବର୍ଷରୁ ଅଧିକ ବର୍ଷ ଆଗରୁ କୁହାଯାଉଥିଲା ଓ ବୌଦ୍ଧ ଧର୍ମର ତିପିଟକ ଓ ଜୈନ ଧର୍ମଗ୍ରନ୍ଥର ମୂଳ ଭାଷା ଥିଲା । । ଓଡ଼ିଆ ବାକି ଭାରତୀୟ ଭାଷାମାନଙ୍କ ତୁଳନାରେ ଖୁବ କମ ପାରସୀ ଓ ଆରବୀ ଭାଷାଦ୍ୱାରା ପ୍ରାଭାବିତ ।

ଇଂଲଣ୍ଡର କୁଇନଟେସେନସିଆଲଙ୍କ ଭାଷା ବିଭାଗର ମତରେ ଧଉଳିଠାରୁ ମିଳିଥିବା ଅଶୋକଙ୍କ ସମୟର ଶିଳାଲେଖ, ଜଉଗଡ଼ର ଶିଳାଲେଖ ଆଉ ଖାରବେଳଙ୍କ ବେଳରେ ତିଆରି ଖଣ୍ଡଗିରି ଓ ହାତୀଗୁମ୍ଫାର ଶିଳାଲେଖ ଓଡ଼ିଆ ଭାଷାର ମୂଳ ଇତିହାସ ଉପରେ ସୂଚନା ଦିଏ। ହାତିଗୁମ୍ଫାର ଶିଳାଲେଖରୁ ଜଣା ଯାଏ ଯେ ଆଧୁନିକ ଓଡ଼ିଆ ଭାଷାର ମୂଳ ପାଳି ଭାଷାରୁ । ହାତିଗୁମ୍ଫାର ଶିଳାଲେଖରେ ଲେଖା ଭାଷା ହେଉଛି ପାଳି ଆଉ ଲିପି ହେଉଛି ବ୍ରାହ୍ମୀ, ତେବେ ଏହି ଶିଳାଲେଖ ହିଁ ପ୍ରମାଣ କରିଦିଏ ଯେ ଓଡ଼ିଆ ଭାଷା ଅନ୍ୟ ଭାଷାଠାରୁ ପୁରାତନ। ସଂସ୍କୃତ ଭାଷାର ପ୍ରଭାବରେ ପୁରୁଣା ପାଳି ଭାଷାରେ ଅନେକ ଜାଗାରେ ଶବ୍ଦ ସବୁ ବଦଳି ଯାଇଛି । ତେବେ ଓଡ଼ିଆରେ ବିଦେଶୀ ଭାଷାର ପ୍ରଭାବ ଖୁବ କମ ଦେଖାଯାଏ ଯାହାକି ଅନ୍ୟ ଭାରତୀୟ ଭାଷାଠାରୁ ଖୁବ ଗୌଣ । ପ୍ରଫେସର ଓଲଡେନବର୍ଗଙ୍କ ମତରେ ପାଳି ଭାଷା ହିଁ ଓଡ଼ିଆ ଭାଷାର ମୂଳ ।

ଓଡ଼ିଆ ଶବ୍ଦର ବ୍ୟବହାର ୭ମ ଶତାବ୍ଦୀର ତାଳପତ୍ରରେ ଦେଖିବାକୁ ମିଳେ। ବିଶେଷକରି ନେପାଳ ରାଜଦରବାରରୁ ସଂଗୃହୀତ ବୌଦ୍ଧ ଆଚାର୍ଯ୍ୟଙ୍କଦ୍ୱାରା ରଚିତ ଚର୍ଯ୍ୟାସାହିତ୍ୟ ହେଉଛି ପ୍ରାଚୀନ ଓଡ଼ିଆ ଶବ୍ଦାବଳୀର ଗନ୍ତାଘର। ସେହିପରି ଭଦ୍ରକରୁ ପ୍ରାପ୍ତ ମହାରାଜ ଗଣଙ୍କ ୯ମ ଶତାବ୍ଦୀରେ ଲିଖିତ ଶିଳାଲେଖରେ 'ଦେବ କହି ଭକତି କରୁଣ ବୋଲନ୍ତି ଭୋ କୁମାର ଶେଣ' ହେଉଛି ଓଡ଼ିଆ ଭାଷାରେ ରଚିତ ସ୍ୱୟଂସଂପୂର୍ଣ୍ଣ ଓଡ଼ିଆ ଶବ୍ଦ। ଓଡ଼ିଆ ଶବ୍ଦ କୁମ୍ଭାର /kumbha:rɔ/ର ବ୍ୟବହାର ତମ୍ବାପଟାରେ ଲେଖାଥିବାର ଦେଖିବାକୁ ମିଳେ । ସେମିତି ୯୯୧ ସନର ଲେଖ ଓ ୭୧୫ ସନର ଲେଖରେ ଓଡ଼ିଆ ଶବ୍ଦ ଭିତୁରୁ /bhituru/ ଆଉ ପନ୍ଦର /pɔndɔrɔ/ ପ୍ରଭୃତିର ବ୍ୟବହାର ଦେଖିବାକୁ ମିଳେ।

ଓଡ଼ିଆ ଭାଷା: ଓଡ଼ିଆ କଥିତ ଅଞ୍ଚଳ, ଉତ୍ସ, ଇତିହାସ 
ଅତୀତର କଳିଙ୍ଗ ଭୁଇଁ

ଶାସ୍ତ୍ରୀୟ ମାନ୍ୟତା

୨୦ ଫେବୃଆରୀ ୨୦୧୪ ତାରିଖ ଦିନ କେନ୍ଦ୍ର ସରକାର ଓଡ଼ିଆ ଭାଷାକୁ ଶାସ୍ତ୍ରୀୟତାର ମାନ୍ୟତା ଦେଇଥିଲେ ଓ ମାର୍ଚ୍ଚ ୧୧ତାରିଖ ଦିନ, ଏ ନେଇ ଗାଜେଟ ନୋଟିଫିକେସନ ଜାରି କରାଯାଇଥିଲା । ଏହି ମାନ୍ୟତା ପାଇବାରେ ଓଡ଼ିଆ ହେଲା ଷଷ୍ଠ ଭାଷା । ଏହା ପୂର୍ବରୁ ତାମିଲ, ସଂସ୍କୃତ, ତେଲୁଗୁ, କନ୍ନଡ ଓ ମାଲାୟାଲମକୁ ଶାସ୍ତ୍ରୀୟ ଭାଷା ମାନ୍ୟତା ମିଳିସାରିଛି। କେନ୍ଦ୍ର କ୍ୟାବିନେଟ୍ ଫେବୃଆରୀ ୨୦ ତାରିଖରେ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନପାଇଁ ଚୂଡ଼ାନ୍ତ ନିଷ୍ପତ୍ତି ନେଲେ । ୨୦୧୩ ମସିହା ଜୁଲାଇ ୨୩ ତାରିଖରେ ଭାଷାବିଶେଷଜ୍ଞ କମିଟି ଓଡ଼ିଆକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଥିଲେ। ଶାସ୍ତ୍ରୀୟ ଭାଷା ହେବା ଫଳରେ ଓଡ଼ିଆ ଭାଷାରେ ଉଲ୍ଲେଖନୀୟ ଅବଦାନ ସକାଶେ ପ୍ରତିବର୍ଷ ଆଠଟି ଅନ୍ତର୍ଜାତୀୟ ପୁରସ୍କାର ପ୍ରଦାନ କରାଯିବ। ଏହାଛଡା ଓଡ଼ିଆ ଭାଷା ପାଇଁ ଏକ ସେଣ୍ଟର ଅଫ୍ ଏକ୍ସଲେନ୍ସ ସ୍ଥାପନ କରିବାକୁ ସୁଯୋଗ ମିଳିବ। କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଓଡ଼ିଆ ଶିକ୍ଷାବିତମାନେ ନିଯୁକ୍ତିର ସୁଯୋଗ ପାଇପାରିବେ। ୨୦୧୪ ମସିହା ମାର୍ଚ୍ଚ ୧୧ତାରିଖ ଦିନ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟତାର ମାନ୍ୟତାପାଇଁ ରାଜପତ୍ର ବିଜ୍ଞପ୍ତି ଜାରି କରାଯାଇଥିବାରୁ, ୨୦୧୫ ମସିହାରୁ ଏହି ଦିନଟିକୁ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ରୂପେ ପାଳନ କରିବାପାଇଁ ଓଡ଼ିଶା ସରକାର ନିଷ୍ପତି ନେଇଛନ୍ତି ।

ଓଡ଼ିଆ କଥନ

  • କହୁଥିବା ଲୋକସଂଖ୍ୟା:
  • ୩,୩୦,୧୭,୪୪୬ (୨୦୦୧)
  • ୩,୭୫,୨୧,୩୨୪ (୨୦୧୧)

ଓଡ଼ିଆ ଲିପି

ସ୍ୱରବର୍ଣ୍ଣ

ଲିଖନ
ନାମ a ā i ī u ū e o
ଉଚ୍ଚାରଣ /ɔ/ /a/ /i/ /i/ /u/ /u/ /ru/ /e/ /o/

କମ୍ପ୍ୟୁଟରରେ ଓଡ଼ିଆ

ବର୍ତ୍ତମାନ କମ୍ପ୍ୟୁଟର ଯୋଗେ ଓଡ଼ିଆ ଟାଇପ କରିବା ସହଜ ହୋଇଯାଇଛି । କମ୍ପ୍ୟୁଟରରେ ଓଡ଼ିଆ ଭାଷା ଟାଇପ କରିବାପାଇଁ ଯଥେଷ୍ଟ ସଂଖ୍ୟାରେ ବିଭିନ୍ନ ଆପ୍ଲିକେସନ ଉପଲବ୍ଧ । ସେଥିମଧ୍ୟରୁ ଲିପି, ଆକୃତି ଆଦି ପୂର୍ବରୁ ଥିବା ବେଳେ ମାଇକ୍ରୋସଫ୍ଟଦ୍ୱାରା ଇଣ୍ଡିକ ଇନ୍ପୁଟ ଭାରତୀୟ ଭାଷାରେ ଉପଲବ୍ଧ, ଯାହାଦ୍ୱାରା ଓଡ଼ିଆ ଲିପିରେ ସହଜରେ ଯେ କୌଣଶି ଆପ୍ଲିକେସନରେ ଓଡ଼ିଆରେ ଟାଇପ କରାଯାଇ ପାରୁଛି। ଏହା ଭିନ୍ନ ୱେବରେ ଅନେକ ପରିମାଣରେ ଓଡ଼ିଆ ଅଭିଧାନ, ଇଂରେଜୀରୁ ଓଡ଼ିଆକୁ ଅନୁବାଦ କରିବା ପାଇଁ ବହୁତ ସୁବିଧା ପ୍ରଦାନ କରୁଛି .।

ଓଡ଼ିଆ ଭାଷାର ସରକାରୀକରଣ

ଓଡ଼ିଶା ବିଧାନ ସଭାରେ 1954 ମସିହା ଓଡ଼ିଆ ଭାଷାର ସରକାରୀ ସ୍ତରରେ ବ୍ୟବହାର ପାଇଁ ଆଇନ ହେଇଥିଲା । । ଏହା ଅନୁସାରେ ସରକାରୀ ସ୍ତରରେ ସମସ୍ତ କାର୍ଯ୍ୟ ଓଡ଼ିଆରେ ହେବାପାଇଁ ସ୍ଥିରୀକୃତ ହୋଇଥିଲା । ମାତ୍ର ଉଦ୍ୟମର ଅଭାବ ଓ ଓଡ଼ିଆ ଟାଇପ ରାଇଟରରେ ଓଡ଼ିଆ ଟାଇପ କରିବାର ଅସୁବିଧାଗତ କାରଣରୁ ଏହା ବାସ୍ତବିକ କ୍ଷେତ୍ରରେ କାର୍ଯ୍ୟକାରୀ ହୋଇ ପାରିନଥିଲା । ତେବେ ବର୍ତ୍ତମାନ ସରକାରଙ୍କଦ୍ୱାରା ପୁନର୍ବାର ତାକୁ କାର୍ଯ୍ୟକାରୀ କରିବାକୁ ଦୃଢ଼ ନିଷ୍ପତ୍ତି ନିଆଯାଇ ତାହାକୁ ଲାଗୁ କରାଯାଇଛି । । ଏଥିପାଇଁ ରାଜ୍ୟର ଭାଷା ସଚେତନ ନାଗରିକମାନେ ମଧ୍ୟ ବହୁ ବାର ଦାବି କରିଆସିଛନ୍ତି ।

ଇଉନିକୋଡ଼ରେ ଓଡ଼ିଆ

ଓଡ଼ିଆର ଇଉନିକୋଡ଼ ଲିପି ଏହିପରି - U+0B00 ଉଦାହରଣ: U+0B7F । ଧୂଷର ଜାଗାସବୁ ଦିଆଯାଇନଥିବା କୋଡ଼ପାଇଁ ।

ଓଡ଼ିଆ[୧]
ଇଉନିକୋଡ଼.ଅର୍ଗ ସାରଣୀ (PDF)
  A B C D E F
U+0B0x        
U+0B1x    
U+0B2x  
U+0B3x         ି
U+0B4x            
U+0B5x                      
U+0B6x    
U+0B7x                
Notes
    ୧.^ ଇଉନିକୋଡ଼ ସଙ୍କଳନ ୬.୦ ଅନୁସାରେ

ଆଧାର

Tags:

ଓଡ଼ିଆ ଭାଷା ଓଡ଼ିଆ କଥିତ ଅଞ୍ଚଳଓଡ଼ିଆ ଭାଷା ଉତ୍ସଓଡ଼ିଆ ଭାଷା ଇତିହାସଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତାଓଡ଼ିଆ ଭାଷା ଓଡ଼ିଆ କଥନଓଡ଼ିଆ ଭାଷା ଓଡ଼ିଆ ଲିପିଓଡ଼ିଆ ଭାଷା କମ୍ପ୍ୟୁଟରରେ ଓଡ଼ିଆଓଡ଼ିଆ ଭାଷା ର ସରକାରୀକରଣଓଡ଼ିଆ ଭାଷା ଇଉନିକୋଡ଼ରେ ଓଡ଼ିଆଓଡ଼ିଆ ଭାଷା ଆଧାରଓଡ଼ିଆ ଭାଷା ବାହାର ଲିଙ୍କଓଡ଼ିଆ ଭାଷାଆନ୍ଧ୍ର ପ୍ରଦେଶଇଂରାଜୀ ଭାଷାଓଡ଼ିଶାଗୁଜରାଟଛତିଶଗଡ଼ଝାଡ଼ଖଣ୍ଡପଶ୍ଚିମ ବଙ୍ଗଭାରତୀୟ ସମ୍ବିଧାନଭାଷାସୁରଟ

🔥 Trending searches on Wiki ଓଡ଼ିଆ:

ଦିଲୀପ ତିର୍କୀଶ୍ରୀ ଅରବିନ୍ଦଗଣେଶଦଣ୍ଡ ନାଟଖୋର୍ଦ୍ଧାମହାବୀର ଜୈନକମ୍ପ୍ୟୁଟରଲକ୍ଷ୍ମୀକଳାକଳେବର ଚଉତିଶାଓଡ଼ିଆ ସାହିତ୍ୟର ଇତିହାସସାରଦା ପ୍ରସାଦ ମିଶ୍ରନବଗୁଞ୍ଜରପୌରସଂସ୍ଥାପାଇଥନ୍ (ପ୍ରୋଗ୍ରାମିଂ ଭାଷା)ଶ୍ରୀରାଧାଗଣନ ସଂଖ୍ୟାଭୂମିକମ୍ପନାନରଥଯାତ୍ରାବାବା ବଳିଆଛଉ ନାଚବଲାଙ୍ଗୀରବୁଧନ ମୁର୍ମୁଯୁକ୍ତରାଷ୍ଟ୍ର ଆମେରିକାମହାଭାରତଜୟୀ ରାଜଗୁରୁନାରୀବାଦରବୀନ୍ଦ୍ର କୁମାର ପ୍ରହରାଜଚିତ୍ରକୋଣ୍ଡା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବିର୍ସା ମୁଣ୍ଡାଗୋଲୋକ ବିହାରୀ ଧଳନୀଳକଣ୍ଠ ଦାସରାଜନୀତି ବିଜ୍ଞାନସୀତାଆର୍ଯ୍ୟଭଟ୍ଟମାହିମ ଦୁର୍ଗ , ମୁମ୍ବାଇକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାଓଡ଼ିଆ ନାଟକଭାରତରଘୁବଂଶଚନ୍ଦ୍ରଶେଖର ରଥବ୍ୟଞ୍ଜନ ବର୍ଣ୍ଣବନମାଳୀ ଦାସଉତ୍କଳ ଦିବସରକ୍ତଲୋକ ସଭାମଧୁସୂଦନ ଦାସନବଯୌବନ ବେଶମଙ୍ଗଳା ମନ୍ଦିରପ୍ରସନ୍ନ କୁମାର ଦାଶଓଡ଼ିଶାର ଲୋକନୃତ୍ୟମେରୁ ଯାତ୍ରାଭାରତର ନ୍ୟାୟୀକ ବ୍ୟବସ୍ଥାକୃଷ୍ଣଇରା ମହାନ୍ତିନ୍ୟାୟାଧୀଶଙ୍କ (ନିଯୁକ୍ତି ସମ୍ବନ୍ଧିତ) ତିନି ମାମଲାତ୍ରିଭୁଜଅମର ସିଂହ ଚମକିଲାଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରଅଟଳ ବିହାରୀ ବାଜପେୟୀରେବା ରାୟସୁଭାଷ ଚନ୍ଦ୍ର ବୋଷରାଜଧାନୀ ପ୍ରତିଷ୍ଠା ଦିବସଦଶାବତାରବିଶ୍ୱନାଥ କରହିନ୍ଦୁସ୍ତାନ ପେଟ୍ରୋଲିୟମ🡆 More