ଭାରତ ସ୍ୱାଧୀନତା ଦିବସ‌: ଭାରତର ସ୍ବାଧୀନତା ଦିବସ

ଭାରତର ସ୍ୱାଧୀନତା ଦିବସ‌ ଏକ ଭାରତୀୟ ଜାତୀୟ ଦିବସ ଅଟେ । ୧୯୪୭ ମସିହାରେ ଭାରତ ଫିରିଙ୍ଗି ଶାସନରୁ ମୁକ୍ତ ହୋଇ ସ୍ୱତନ୍ତ୍ର ଗଣରାଜ୍ୟରେ ପରିଣତ ହୋଇଥିଲା । ତେଣୁ ଏହି ଦିନକୁ ମନେପକାଇବା ପାଇଁ ପ୍ରତିବର୍ଷ ପନ୍ଦର ଅଗଷ୍ଟକୁ ଭାରତର ସ୍ୱାଧୀନତା ଦିବସ ଭାବରେ ପାଳନ କରାଯାଇଥାଏ । ଏହା ଭାରତର ଏକ ପ୍ରଧାନ ଜାତୀୟ ଦିବସ । ଦେଶ ସାରା, ଏହି ଦିନ ପତାକା ଉତ୍ତୋଳନ କରଯାଇଥାଏ ଓ ଉତ୍ସବମାନ ଅୟୋଜନ କରାଯାଇଥାଏ । ରାଜଧାନୀ ଦିଲ୍ଲୀରେ ଏହି ଦିନ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ନିମନ୍ତେ ଜାତୀୟ ପତାକା ଉତ୍ତୋଳନ କରି ଅଭିଭାଷଣ ଦେଇଥାନ୍ତି ଯାହା ଦେଶସାରା ଟି.ଭି.ରେ ଦେଖାଯାଇଥାଏ । ଏହି ଅଭିଭାଷଣରେ ସେ ଦେଶର ପ୍ରଗତି, ଅସୁବିଧା ଓ ତାହାର ସମାଧାନ ଓ ଆଗକୁ ହେବାକୁ ଥିବା ଉନ୍ନତି ଆଦି ବିଷୟରେ ବଖାଣିଥାନ୍ତି । ଭାରତୀୟ ସ୍ୱାଧୀନତା ସଂଗ୍ରାମ ଓ ସଂଗ୍ରାମୀମାନଙ୍କ ଉପରେ ମଧ୍ୟ ସେ ଅଭିଭାଷଣ ରଖିଥାନ୍ତି ।

ସ୍ୱାଧୀନତା ଦିବସ‌
ଭାରତ ସ୍ୱାଧୀନତା ଦିବସ‌: ଇତିହାସ, ସ୍ୱାଧୀନତା ପୂର୍ବରୁ ଆୟୋଜିତ ସ୍ୱାଧୀନତା ଦିବସ, ଆଧାର
ଲାଲ କିଲ୍ଲାରେ ଉତ୍ତୋଳିତ ଭାରତୀୟ ଜାତୀୟ ପତାକା; ୧୫ ଅଗଷ୍ଟ ଭଳି ଜାତୀୟ ଦିବସମାନଙ୍କରେ ସର୍ବସାଧାରଣ କୋଠାମାନଙ୍କରେ ଏହା ଉତ୍ତୋଳନ କରାଯାଇଥାଏ ।
ଅନ୍ୟ ନାମପନ୍ଦର ଅଗଷ୍ଟ
ପାଳନକାରୀଭାରତ ସ୍ୱାଧୀନତା ଦିବସ‌: ଇତିହାସ, ସ୍ୱାଧୀନତା ପୂର୍ବରୁ ଆୟୋଜିତ ସ୍ୱାଧୀନତା ଦିବସ, ଆଧାର ଭାରତ
ପ୍ରକାରଜାତୀୟ
ବିଶେଷତାଭାରତ ସ୍ୱାଧୀନତାର ଉତ୍ସବ ପାଳିବା
ପାଳନଜାତୀୟ ପତାକା ଉତ୍ତୋଳନ, ପ୍ୟାରେଡ଼ ପ୍ରଦର୍ଶନ, ଆତସବାଜି, ଦେଶଭକ୍ତିପୂର୍ଣ୍ଣ ସଂଗୀତ ଏବଂ ଜାତୀୟ ସଂଗୀତ ଗାନ, ଭାରତୀୟ ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତିଙ୍କ ଅଭିଭାଷଣ
ତାରିଖଅଗଷ୍ଟ ୧୫
ପୁନଃପୌନିକତାବାର୍ଷିକ
ପ୍ରଥମ ପାଳନଅଗଷ୍ଟ ୧୫ ୧୯୪୭

୧୯୪୬ରେ, ବ୍ରିଟେନର ଶ୍ରମିକ ସରକାର ୨ୟ ବିଶ୍ୱଯୁଦ୍ଧରେ ବ୍ୟସ୍ତ ହୋଇ ପଡ଼ିଥିଲେ ଓ ନିଜ ଦେଶ ଓ ବିଦେଶୀ ସହଯୋଗ ତଥା ଭାରତୀୟ ସେନାର ସହଯୋଗରେ ମାତିଉଠିଥିବା ଭାରତୀୟମାନଙ୍କୁ ଦମନ କରିବାର ଆଶା ହରାଇଥିଲେ । ଏଣୁ ସେମାନେ ଭାରତରେ ଫିରିଙ୍ଗି ଶାସନର ଅନ୍ତ କରିବାକୁ ସିଦ୍ଧାନ୍ତ ନେଲେ ଓ ୧୯୪୭ର ଆରମ୍ଭରେ ୧୯୪୮ ଜୁନ ଆଗରୁ ବ୍ରିଟେନ ଭାରତରୁ ଶାସନ ଫେରାଇଆଣିବାର ସିଦ୍ଧାନ୍ତ ପୋଷଣ କଲା । ଭାରତ ଏକ ସାର୍ବଭୌମ ଧର୍ମନିରପେକ୍ଷ ଓ ଗଣତାନ୍ତ୍ରିକ ରାଷ୍ଟ୍ର ବୋଲି କୁହାଯାଏ। ସେହି ଦେଶ ନାଗରିକମାନଙ୍କ ମୌଳିକ ଅଧିକାରକୁ ସୁରକ୍ଷା ଦେଇ ଥାଏ।

ଇତିହାସ

ସପ୍ତଦଶ ଶତାବ୍ଦୀ ସୁଦ୍ଧା ବ୍ରିଟିଶ ବଣିକମାନେ ଭାରତର ବିଭିନ୍ନ ସ୍ଥାନରେ ବାଣିଜ୍ୟକେନ୍ଦ୍ରମାନ ପ୍ରତିଷ୍ଠା କରିସାରିଥିଲେ । ଇଂରେଜ ସରକାର ଅଷ୍ଟାଦଶ ଶତାବ୍ଦୀରେ ନିଜ ବିପୁଳ ସୈନ୍ୟବଳଙ୍କଦ୍ୱାରା ଅନ୍ୟ ସ୍ୱାଧୀନ ଦେଶମାନଙ୍କୁ ଅଧିକୃତ କରିବାକୁ ଚେଷ୍ଟା କଲେ । ୧୮୫୭ ମସିହାରେ ଘଟିଥିବା ପ୍ରଥମ ସ୍ୱାଧୀନତା ସଂଗ୍ରାମ ପରେ ଭାରତୀୟ ସରକାର ଅଧିନିୟମ ୧୮୫୮ ଅନୁସାରେ ବ୍ରିଟିଶ ସରକାର ଭାରତରେ ସାର୍ବଭୌମ ଶାସନ କ୍ଷମତା ଲାଭ କଲେ । ଏହି ସମୟରେ ଭାରତୀୟ ଜାତୀୟ କଂଗ୍ରେସ ପରି ଜାତୀୟତାବାଦୀ ସଂସ୍ଥା ଗଠିତ ହୋଇଥିଲା ଦେଶ ଇତିମଧ୍ୟରେ ମୋନଟାଗୁ-ଚେମସଫୋର୍ଡ଼ ସୁଧାରସବୁ ଦେଖିବା ସହ ରାୱଲଟ ଆଇନର ବର୍ବରତା ମଧ୍ୟ ଅନୁଭବ କରିଥିଲା । ମହାତ୍ମାଗାନ୍ଧୀଙ୍କଦ୍ୱାରା ପ୍ରସ୍ତାବିତ ସତ୍ୟାଗ୍ରହ ଏବଂ ଅସହଯୋଗ ଆନ୍ଦୋଳନ ହେତୁ ଏହି ଅବସ୍ଥାର ଗୁରୁତରତା ନିୟନ୍ତ୍ରିତ ହୋଇଥିଲା ।

ସ୍ୱାଧୀନତା ପୂର୍ବରୁ ଆୟୋଜିତ ସ୍ୱାଧୀନତା ଦିବସ

ଭାରତୀୟ ଜାତୀୟ କଂଗ୍ରେସର ୧୯୨୯ ଲାହୋର ଅଧିବେଶନରେ ପୂର୍ଣ୍ଣ ସ୍ୱାଧୀନର ଘୋଷଣା ହେବା ସହିତ ଅଗଷ୍ଟ ୧୫କୁ ସ୍ୱାଧୀନତା ଦିବସ ଭାବେ ଘୋଷଣା କରାଗଲା ଦେଶବାସୀଙ୍କୁ ବ୍ରିଟିଶଶାସନରେ ଅସହଯୋଗ ପ୍ରଦର୍ଶନ କରିବା ପାଇଁ ନିବେଦନ କରିବା ସହ ପୂର୍ଣ୍ଣ ସ୍ୱାଧୀନତା ଲାଭ ପର୍ଯ୍ୟନ୍ତ କଂଗ୍ରେସର ପ୍ରତ୍ୟେକ ନିର୍ଦ୍ଦେଶକୁ ମାନିବାକୁ ମଧ୍ୟ କୁହାଯାଇଥିଲା ।୧୯୩୦ରୁ ୧୯୪୬ ମସିହା ପର୍ଯ୍ୟନ୍ତ କଂଗ୍ରେସ ଜାନୁଆରୀ ୨୬ ତାରିଖକୁ ସ୍ୱାଧୀନତା ଦିବସ ରୂପେ ପାଳନ କରିଥିଲା । ସାଧାରଣସଭା ଆୟୋଜନଦ୍ୱାରା ସେତେବେଳେ ସ୍ୱାଧୀନତା ଦିବସ ପାଳିତ ହେଉଥିଲା, ଯେଉଁଥିରେ ଯୋଗ ଦେଇଥିବା ବ୍ୟକ୍ତିମାନେ ସ୍ୱାଧୀନତାର ପ୍ରତିଜ୍ଞା ନେଉଥିଲେ ।

ଆଧାର

ବାହାର ଲିଙ୍କ

Tags:

ଭାରତ ସ୍ୱାଧୀନତା ଦିବସ‌ ଇତିହାସଭାରତ ସ୍ୱାଧୀନତା ଦିବସ‌ ସ୍ୱାଧୀନତା ପୂର୍ବରୁ ଆୟୋଜିତ ସ୍ୱାଧୀନତା ଦିବସଭାରତ ସ୍ୱାଧୀନତା ଦିବସ‌ ଆଧାରଭାରତ ସ୍ୱାଧୀନତା ଦିବସ‌ ବାହାର ଲିଙ୍କଭାରତ ସ୍ୱାଧୀନତା ଦିବସ‌ଦିଲ୍ଲୀଭାରତର ପ୍ରଧାନମନ୍ତ୍ରୀଭାରତୀୟ ଜାତୀୟ ପତାକାଭାରତୀୟ ସ୍ୱାଧୀନତା ସଂଗ୍ରାମ

🔥 Trending searches on Wiki ଓଡ଼ିଆ:

ଅର୍କ କେଶରୀ ଦେଓବିଶ୍ୱ ନାଟ୍ୟ ଦିବସରୋମନ ରେନ୍ସଚନ୍ଦନ ବୋଡ଼ାବ୍ରଜ କିଶୋର ପ୍ରଧାନଜର୍ମାନୀ୨୦ ଡିସେମ୍ବର୧୪ ମାର୍ଚ୍ଚଦ୍ରୌପଦୀ ମୁର୍ମୁଉତ୍ତମ କୁମାର ପ୍ରଧାନନିଖିଳାନନ୍ଦ ପାଣିଗ୍ରାହୀଗୋପୀନାଥ ମହାନ୍ତିସୌର ଜଗତମଣ୍ଡାଯୌନ ସମ୍ଭୋଗହିଙ୍ଗୁଳା ମନ୍ଦିରପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷଦ୍ୱିତୀୟ ବିଶ୍ୱଯୁଦ୍ଧଯୁକ୍ତରାଜ୍ୟକାଜାଖସ୍ତାନକ୍ରୋଏସିଆପଦ୍ମଜ ପାଳଛଉ ନାଚଗୋଲୋକ ବିହାରୀ ଧଳଭାରତମାର୍କଣ୍ଡେୟ ପୁରାଣବି. ଆର. ଆମ୍ବେଦକରଗୁପ୍ତେଶ୍ୱରସୁଦର୍ଶନ ସାହୁ (ଛେନାପୋଡ଼ ଜନକ)ରାମାୟଣସୁନାବେଶ୯୮୮ଓଡ଼ିଶାତନ୍ତ୍ରକାନନ ମିଶ୍ରପଣସଓଡ଼ିଆ ଭାଷାରାମଶଙ୍କର ରାୟରାସାୟନିକ ମୌଳିକଭାରତୀୟ ପକ୍ଷୀକବିସୂର୍ଯ୍ୟ ବଳଦେବ ରଥରାଧାଢେଙ୍କାନାଳ ଜିଲ୍ଲା୧ ଜୁଲାଇଚେନ୍ନାଇ ଏକ୍ସପ୍ରେସବୃସେଲ୍ସଦାଶରଥି ପଟ୍ଟନାୟକଓଡ଼ିଶାର ଅନୁସୂଚିତ ଜନଜାତି ତାଲିକାମାଣବସା ଗୁରୁବାରକୃଷ୍ଣବନ୍ଦେ ଉତ୍କଳ ଜନନୀଅଖିଳ ମୋହନ ପଟ୍ଟନାୟକବିନାୟକ ଦାମୋଦର ସାବରକରମେଲାଟୋନିନଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରଓଡ଼ିଶୀଦିସପୁରରାସନ କାର୍ଡ଼ (ଭାରତ)ଉତ୍କଳ ସମ୍ମିଳନୀଭକ୍ତ ଚରଣ ଦାସବିବାହ🡆 More