ମୁସଲମାନ

ମୁସଲମାନମାନେ ଏକେଶ୍ୱରବାଦୀ ଇବ୍ରାହିମୀୟ ଧର୍ମସମ୍ପ୍ରଦାୟ ଇସଲାମ ଅନୁଗାମୀ । ମୁସଲମାନଙ୍କ ପବିତ୍ର ଧର୍ମଗ୍ରନ୍ଥ କୋରାନ ଓ ସେମାନଙ୍କ ମତରେ ଏହି କୋରାନ ବାସ୍ତବରେ ଆଲ୍ଲାଙ୍କ ମୁଖନିଃସୃତ ବାଣୀ ଯାହା ପୈଗମ୍ବର ମହମ୍ମଦଙ୍କ ସମ୍ମୁଖରେ ଉନ୍ମୋଚନ କରାଯାଇଥିଲା । ଅଧିକାଂଶ ମୁସଲମାନ ମହମ୍ମଦଙ୍କ ଜୀବନଶୈଳୀ ସୁନାଃ ତଥା ହଦିଥ (କିମ୍ବଦନ୍ତୀ) ମଧ୍ଯ ଅନୁସରଣ କରିଥାନ୍ତି । ମୁସଲମାନ ଏକ ଆରବୀ ଶବ୍ଦ ଓ ଏହାର ଅର୍ଥ ସମର୍ପକ ।

ମୁସଲମାନ
ମୁସଲମାନ
୧୮୬୫ ମସିହାରେ ମୁସଲମାନମାନେ କାଇରୋରେ ପ୍ରାର୍ଥନା କରୁଛନ୍ତି (ଜଁ-ଲିଅଁ ଜେରୋମଙ୍କଦ୍ୱାରା)
ଆଦର୍ଶ ବାକ୍ଯ:
ସର୍ବମୋଟ ଅନୁଗାମୀ

c.୧୯୦ କୋଟି ବିଶ୍ୱବ୍ୟାପୀ (୨୦୨୦)

ସ୍ଥାପକ

ପୈଗମ୍ବର ମହମ୍ମଦ

ଧର୍ମାବଲମ୍ବୀ ବହୁଳ ଅଞ୍ଚଳ
ମୁସଲମାନ ଇଣ୍ଡୋନେସିଆ ୨୩୬,୮୦୦,୦୦୦
ମୁସଲମାନ ପାକିସ୍ଥାନ ୨୦୮,୮୦୦,୦୦୦
ମୁସଲମାନ ଭାରତ ୧୯୪,୬୦୦,୦୦୦
ମୁସଲମାନ ବଙ୍ଗଳାଦେଶ ୧୫୧,୯୦୦,୦୦୦
ମୁସଲମାନ ନାଇଜେରିଆ ୯୯,୧୦୦,୦୦୦
ମୁସଲମାନ ଇଜିପ୍ଟ ୯୫,୦୦୦,୦୦୦
ମୁସଲମାନ ଇରାନ ୮୨,୯୦୦,୦୦୦
ମୁସଲମାନ ତୁର୍କୀ ୮୨,୮୦୦,୦୦୦
ମୁସଲମାନ ଚୀନ ୬୦,୦୦୦,୦୦୦—୮୦,୦୦୦,୦୦୦
ମୁସଲମାନ Algeria ୪୨,୦୦୦,୦୦୦
ଧର୍ମ
୮୦-୯୦% ସୁନ୍ନି ଇସଲାମ
୧୦-୧୩% ସିହା ଇସଲାମ
~୧% ଅହମଦୀୟ
~୧% ଅନ୍ୟାନ୍ଯ ଇସଲାମୀୟ ପରମ୍ପରା, ଉ.ସ୍ୱ. ଇବାଦୀ ଇସଲାମ
ଧର୍ମଗ୍ରନ୍ଥ
କୋରାନ
ଭାଷା
ଆରବୀୟ (ଦିବ୍ଯଭାଷା), ଉର୍ଦ୍ଦୁ, ବଙ୍ଗାଳୀ, ମଳୟୀ ଭାଷା, ପାରସୀ ଭାଷା, ଯାଭା ଭାଷା, ପଞ୍ଜାବୀ, ତୁର୍କୀ, ହୌସା, ମାଣ୍ଡାରିନ, ଏବଂ ଅନ୍ଯାନ୍ଯ

ମୁସଲମାନଙ୍କର ବିଶ୍ୱାସ ଯେ ଆଲ୍ଲା ପରାଜାଗତିକ ତଥା ଏକ ଏବଂ ଅଦ୍ୱିତୀୟ, ସ୍ୱୟଂଭୂବଃ, ଅଜନ୍ମା ଓ ଅଭୋକ୍ତା; ଇସଲାମ ହେଉଛି ଆଲ୍ଲାଙ୍କ ବାସ୍ତବ ଧର୍ମ ଯାହା ପୂର୍ବରୁ ଆବ୍ରାହମ, ଇସ୍ମାଏଲ, ଆଇଜାକ, ମୁଶା ତଥା ଯୀଶୁଙ୍କୁ ଦିଆଯାଇଥିଲା; ଏବଂ ଏହି ପୈଗମ୍ବରଙ୍କୁ ଦିଆଯାଇଥିବା ପୂର୍ବ ସନ୍ଦେଶଗୁଡ଼ିକ କାଳକ୍ରମେ ବଦଳିଯାଇଛି; ଏବଂ କୋରାନ ଏହି ସବୁରେ ସର୍ବଶେଷ ଏବଂ ସମ୍ପୂର୍ଣ୍ଣ ।

୨୦୧୫ ମସିହା ସୁଦ୍ଧା ସମ୍ପୂର୍ଣ୍ଣ ବିଶ୍ୱ ଜନସଂଖ୍ଯାର ପ୍ରାୟ ଶତକଡା ୨୪.୧ ଭାଗ ଅର୍ଥାତ ୧.୮ ବିଲିଅନ ଲୋକ ଇସଲାମ ଧର୍ମାବଲମ୍ବୀ । ମଧ୍ଯପ୍ରାଚ୍ଯ-ଉତ୍ତର ଆଫ୍ରିକାରେ ୯୧%, ମଧ୍ଯ ଏସିଆରେ ୮୧%, କକସସରେ ୬୫% , ଆଗ୍ନେୟ ଏସିଆରେ ୪୦%, ଦକ୍ଷିଣ ଏସିଆରେ ୩୧%, ଉପସାହାରୀୟ ଆଫ୍ରିକାରେ ୩୦%, ଏସିଆ-ଓସେନିଆରେ ୨୫%, ୟୁରୋପରେ ୬%, ଆମେରିକାରେ ୧% ଇସଲାମ ଧର୍ମାବଲମ୍ବୀ ବାସକରନ୍ତି ।

ଅଧିକାଂଶ ମୁସଲମାନ ନିଜକୁ ସୁନ୍ନି (୭୫-୯୦%) କିମ୍ବା ସିହା ବୋଲି ବିବେଚନା କରିଥାନ୍ତି । ପ୍ରାୟ ୧୩% ମୁସଲମାନ ଇଣ୍ଡୋନେସିଆରେ ରହନ୍ତି ଓ ଏହା ବିଶ୍ୱର ସର୍ବାଧିକ ମୁସଲମାନବହୁଳ ଦେଶ । ୩୧% ମୁସଲମାନ ଦକ୍ଷିଣ ଏସିଆରେ ରହନ୍ତି ଓ ତାହା ବିଶ୍ୱର ସର୍ବାଧିକ ମୁସଲମାନବହୁଳ ଅଞ୍ଚଳ । ୨୦% ମୁସଲମାନ ମଧ୍ଯପ୍ରାଚ୍ଯ-ଉତ୍ତର ଆଫ୍ରିକା ଅଞ୍ଚଳରେ ରହନ୍ତି ଓ ସେଠାରେ ଏହା ମୁଖ୍ଯ ଧର୍ମ ।

ଧାର୍ମିକ ଯୋଗ୍ୟତା

ମୁସଲମାନମାନଙ୍କ ଧାର୍ମିକ ରୀତିନୀତି ସବୁ ଇସଲାମୀୟ ପଞ୍ଚାଧାରରେ ବର୍ଣ୍ଣିତ; ଶହାଦା (ବିଶ୍ବାସର ଉଦ୍ଘୋଷଣା), ସଲାତ (ଦୈନିକ ପ୍ରାର୍ଥନା), ସୱମ (ରମଜାନ ମାସରେ ଉପବାସ), ଜକାତ (ଗରିବଙ୍କୁ ଦାନ) ଏବଂ ହଜ (ଅତି କମରେ ଜୀବନରେ ଥରେ ମକ୍କାକୁ ତୀର୍ଥଯାତ୍ରା କରିବା) ।

ଏକ ମୁସଲମାନ ହେବା ପାଇଁ ବା ଇସଲାମରେ ଦୀକ୍ଷିତ ହେବା ପାଇଁ ଶହାଦା କହିବା ପାଇଁ ପଡ଼ିଥାଏ । ଶହାଦା ଉଦ୍ଘୋଷଣା ଅନୁସାରେ ଆଲ୍ଲା ଏକ ଏବଂ ମହମ୍ମଦ ତାଙ୍କର ପୈଗମ୍ବର । ଏଥିପାଇଁ ଏକ ଆରବୀୟ ବାକ୍ଯ ଲା' ଇଲାହା' ଇଲ୍ଲା-ଲ୍ଲାହୁ' ମୁହମ୍ମଦୁନ୍' ରସୁଲୁ-ଲ୍ଲାହ (الله لَا إِلٰهَ إِلَّا الله مُحَمَّدٌ رَسُولُ) କହିବାପାଇଁ ପଡ଼ିଥାଏ । ତାହାର ଅର୍ଥ ହେଲା ଏହି ସଂସାରରେ ଆଲ୍ଲାଙ୍କ ଛଡ଼ା ଆଉ କେହି ଆଲ୍ଲା ନାହାନ୍ତି ଏବଂ ମହମ୍ମଦ ଆଲ୍ଲାଙ୍କ ପୈଗମ୍ବର ।

ସୁନ୍ନି ଇସଲାମରେ ଶହାଦାର ଦୁଇଟି ପଦ ରହିଛି । ପ୍ରଥମ ଶହାଦା ହେଲା ଲା' ଇଲାହା' ଇଲ୍ଲା-ଲ୍ଲାହୁ (ଏହି ସଂସାରରେ ଆଲ୍ଲାଙ୍କ ଛଡ଼ା ଆଉ କେହି ଆଲ୍ଲା ନାହାନ୍ତି) ଏବଂ ଦ୍ୱିତୀୟ ଶହାଦା ହେଲା "ମୁହମ୍ମଦୁନ୍' ରସୁଲୁ-ଲ୍ଲାହ'" (ମହମ୍ମଦ ଆଲ୍ଲାଙ୍କ ପୈଗମ୍ବର) । ପ୍ରଥମ ଶହାଦାକୁ ତଲିଲ ବୋଲି ମଧ୍ଯ କୁହାଯାଏ ।

ସିହା ଇସଲାମରେ ଶହାଦାର ଏକ ତୃତୀୟ ଭାଗ ମଧ୍ଯ ଥାଏ - "ୱା ଅଲିୟୁନ ୱାଲିୟୁ-ଲ୍ଲାହ" (الله وليُّ وعليٌ) (ଅଲୀ ଆଲ୍ଲାଙ୍କ ୱାଲୀ) । ଏହା ଜଣେ ସିହା ଇମାମ ଅଲୀଙ୍କ ବିଷୟରେ କହିଥାନ୍ତି ।

ନୈରୁକ୍ତଶାସ୍ତ୍ର

ଓଡ଼ିଆରେ ମୁସଲମାନ ଶବ୍ଦଟି ହିନ୍ଦୁସ୍ଥାନୀ ଭାଷାର ମୁସଲ୍‌ମାନ୍ ଶବ୍ଦରୁ ଆନୀତ ଓ ଉକ୍ତ ଶବ୍ଦଟି ମୂଳ ଆରବୀରୁ କ୍ରମେ ପାରସୀ ଦେଇ ଓଡ଼ିଆକୁ ଆସିଛି । ମୁସଲିମ ଶବ୍ଦଟି (ଆରବୀୟ: مسلم‎ ; ଇଂରାଜୀ: ମୁସଲିମ, ମୋସ୍ଲେମ୍) ଆରବୀ ତ୍ରୈଧ୍ୱନି ସ-ଲ-ମରୁ (ଅର୍ଥାତ ସମ୍ପୂର୍ଣ୍ଣ ଥିବା) ଆନୀତ । ଏହି ତ୍ରୈଧ୍ୱନିରୁ ଇସଲାମ ଶବ୍ଦ ମଧ୍ଯ ତିଆରି ହୋଇଛି । ସ୍ତ୍ରୀ ଅନୁଗାମୀଙ୍କୁ ମୁସଲିମା (ଆରବୀୟ: مسلمة‎) ("ମୁସ୍ଲିମାଃ" ବୋଲି ମଧ୍ଯ ପଢ଼ାଯାଇପାରେ) କୁହାଯାଏ । ଆରବୀରେ ମୁସଲିମର ବହୁବଚନ ମୁସଲିମନ/ମୁସ୍ଲିମୁନ୍ (مسلمون) କିମ୍ବା ମୁସଲିମିନ/ମୁସ୍ଲିମିନ (مسلمين) ଏବଂ ଏହାର ସ୍ତ୍ରୀରୂପ ହେଉଛି ମୁସଲିମାତ/ମୁସ୍ଲିମାତ୍ (مسلمات) ।

ଶବ୍ଦାର୍ଥ

ମୁସଲମାନ ଦାର୍ଶନିକ ଇବ୍ନ ଆରବୀ କହିଥିଲେ —

ଯେଉଁ ବ୍ଯକ୍ତି ନିଜର ସମସ୍ତ ପୂଜା ଅର୍ଚ୍ଚନା କେବଳ ଏବଂ କେବଳ ଆଲ୍ଲାଙ୍କୁ (ଆଲ୍ଲାଙ୍କୁ) ସମର୍ପି ଥାଏ ସେ ହିଁ ବାସ୍ତବ ମୁସଲମାନ ଅଟେ.... ଇସଲାମ ଅର୍ଥ ନିଜର ଧର୍ମ ଏବଂ ବିଶ୍ବାସକୁ କେବଳ ଆଲ୍ଲା(ଆଲ୍ଲା)ଙ୍କଠାରେ ରଖିବା ।

ଅନ୍ଯାନ୍ଯ ଭବିଷ୍ଯବକ୍ତା

କୋରାନରେ ଅନେକ ଇହୁଦୀ ତଥା ଖ୍ରୀଷ୍ଟୀୟ ଭବିଷ୍ଯବକ୍ତା ତଥା ସେମାନଙ୍କର ଅନୁଗାମୀ ଯଥା ଆଡାମ, ନୋହା, ଆବ୍ରାହମ, ଇସ୍ମାଏଲ, ଜାକବ, ମୁସା, ଏବଂ ଯୀଶୁ ତଥା ସେମାନଙ୍କ ଶିଷ୍ଯମାନଙ୍କୁ ମୁସଲମାନ ବୋଲି କୁହାଯାଇଛି । କାରଣ ସେମାନେ ମଧ୍ଯ ସେହି ଏକ ଏବଂ ଅଦ୍ୱିତୀୟ ଆଲ୍ଲାଙ୍କୁ ନିଜର ସର୍ବସ୍ବ ସମର୍ପଣ କରିଥିଲେ ତଥା ସେହି ଆଲ୍ଲାଙ୍କ ପ୍ରଦର୍ଶିତ ମାର୍ଗରେ ନିଜେ ଚାଲିଥିଲେ ଏବଂ ଅନ୍ଯକୁ ଚଳାଇଥିଲେ । ତେଣୁ କୋରାନର ସୁରାଃ ୩:୫୨ରେ ଯୀଶୁଙ୍କ ଶିଷ୍ଯମାନେ ତାଙ୍କୁ କହିଲେ ଯେ "ଆମେ ଆଲ୍ଲାଙ୍କୁ ବିଶ୍ବାସ କରୁ ଏବଂ ତୁମେ ଆମର ମୁସଲମାନ ହେବାର ସାକ୍ଷୀ ଅଟ (ୱା-ଶହାଦ୍ ବେ ଅନ୍ନା ମୁସ୍ଲିମୁନ୍) । ମୁସଲମାନଙ୍କ ବିଶ୍ବାସ ଯେ କୋରାନ ପୂର୍ବରୁ ଆଲ୍ଲା ତାୱରତ୍ (ତୋରାଃ) ମୁସାଙ୍କୁ, ଜାବୁର (ସାଲମସ) ଡେଭିଡଙ୍କୁ ଏବଂ ଇଞ୍ଜିଲ (ଗୋସ୍ପେଲ) ଯୀଶୁଙ୍କୁ ପ୍ରଦାନ କରିଥିଲେ ।

ମୁସଲମାନମାନଙ୍କ ସଂଖ୍ୟା

ମୁସଲମାନ 
ପ୍ରତ୍ୟେକ ରାଷ୍ଟ୍ର ମୁସଲମାନ ଜନସଂଖ୍ୟା (ଶତକଡାରେ)
ମୁସଲମାନ 
୨୦୦୯ମସିହାର ମୁସଲମାନ ଜନସଂଖ୍ୟା ମାନଚିତ୍ର

ସର୍ବାଧିକ ମୁସଲମାନବହୁଳ ଦେଶ ହେଉଛି ଇଣ୍ଡୋନେସିଆ । ସେଠାରେ ବିଶ୍ୱ ମୁସଲମାନ ସମୁଦାୟର ପ୍ରାୟ ୧୨.୭ ଭାଗ ରହନ୍ତି । ଏହା ତଳକୁ ପାକିସ୍ଥାନ (୧୧.୦%), ବଙ୍ଗଳାଦେଶ (୯.୨%), ମିଶର (୪.୯%) ଆଦି ଦେଶ ରହିଛନ୍ତି । ବିଶ୍ୱ ମୁସଲମାନ ସମୁଦାୟର ପ୍ରାୟ ୨୦ ଭାଗ ଲୋକ ମଧ୍ଯପ୍ରାଚ୍ଯ ଏବଂ ଉତ୍ତର ଆଫ୍ରିକାରେ ରହନ୍ତି ।

ଭାରତ, ଚୀନ, ଇଥିଓପିଆ, ଆମେରିକା, ଅଷ୍ଟ୍ରେଲିଆ ତଥା ୟୁରୋପରେ ମଧ୍ୟ ବହୁସଂଖ୍ୟାରେ ମୁସଲମାନମାନେ ରହନ୍ତି ।

କୋରାନ

ମୁସଲମାନ 
ଚୀନରେ ଡୋଙ୍ଗଜିଆଙ୍ଗ ମୁସଲିମ ଛାତ୍ର

କୋରାନ ଆରବୀ ଭାଷାରେ ଲିଖିତ ମୁସଲମାନମାନଙ୍କ ମୁଖ୍ୟ ଧର୍ମଗ୍ରନ୍ଥ । ଆଲ୍ଲା ଏ ଗ୍ରନ୍ଥଲିଖିତ ବାକ୍ୟଗୁଡ଼ିକୁ ଦୂତ ଜେବ୍ରୀୟେଲଙ୍କଦ୍ୱାରା ହଜରତ୍ ମହମ୍ମଦଙ୍କ ନିକଟକୁ କହି ପଠାଇଥିଲେ ବୋଲି ମୁସଲମାନମାନଙ୍କର ବିଶ୍ୱାସ । ଏହି ଗ୍ରନ୍ଥଟି ୩୦ ଭାଗରେ ବିଭକ୍ତ ଓ ପ୍ରତି ଭାଗକୁ ପାରା କୁହାଯାଏ । ପାରାମାନଙ୍କରେ ଥିବା ପଙ୍‌କ୍ତିକୁ ସୁରା କୁହାଯାଏ । କୋରାନ ଗ୍ରନ୍ଥକୁ ମାନ୍ୟରେ ମୁସଲମାନମାନେ "କୁରାନ ସରିଫ" ବା "କୁରାନ ମଜିଦ" ବୋଲି କହିଥାନ୍ତି ।

କୋରାନ ଅନୁଯାୟୀ ପ୍ରତ୍ୟେକ ମୁସଲମାନର ୫ଟି କର୍ତ୍ତବ୍ୟ ହେଲା:

  1. କଲମା
  2. ନମାଜ
  3. ରୋଜା
  4. ଜକାତ
  5. ହଜ

କଲମା

ଏକେଶ୍ୱରବାଦ କଲମା (ଲା ଇଲାହ୍‌ ଇଲ୍ଲିଲ୍ଲାହ୍ ମହମ୍ମଦ୍‌ଉର୍‌ ରସୂମିଲ୍ଲାହ୍‌ ଅର୍ଥାତ ଆଲ୍ଲା ଏକ ଏବଂ ମହମ୍ମଦ ତାଙ୍କର ଦୂତ) ପଠନ ।

ନମାଜ

କୋରାନର ସୁରା ପାଠ ପୁର୍ବକ ଆଲ୍ଲାଙ୍କୁ ଡାକି ସ୍ତୁତିପାଠ ଓ ସମ୍ମାନ ଜଣାଇବା । ପ୍ରତ୍ୟେକ ମୁସଲମାନ ପ୍ରତ୍ୟହ ୫ ଥର ନମାଜ ପାଠ କରିବାର ବିଧି ଅଛି । ମୁହଁହାତ ଧୋଇ ଖଣ୍ଡିଏ ମୂସଲ୍ଲାରେ (ସ୍ୱତନ୍ତ୍ର ଆସନ) ଆଣ୍ଠୁ ମାଡ଼ି ବସି ଓ ଠିଆହୋଇ ଓ ମୁଣ୍ଡ ତଳକୁ ଲଗାଇ ମକ୍କା ଆଡ଼କୁ ମୁହଁ କରି ନମାଜ ପଢ଼ିବାକୁ ହୁଏ । ଦୈନିକ ନମାଜ ପଢ଼ିବା ଛଡ଼ା ସପ୍ତାହ ମଧ୍ୟରେ ପ୍ରତି ଶୁକ୍ରବାର ଦିନ ମସଜିଦରେ ମୁସଲମାନମାନେ ଏକତ୍ର ହୋଇ ଆଲ୍ଲାଙ୍କୁ ଉପାସନା କରନ୍ତି । ଏହା ଜୁମା ନମାଜ ନାମରେ ମଧ୍ୟ ଜଣା । ଏହି ବିଶେଷ ନମାଜ ଇଦ ଦିନ ସକାଳ ୯ଟାରୁ ୧୧ଟା ପର୍ଯ୍ୟନ୍ତ କରାଯାଏ ।

ନମାଜ ପଢ଼ିବା ସମୟ

  • ଫଜର: ସୂର୍ଯ୍ୟୋଦୟ ପୂର୍ବରୁ; ବଡ଼ିଭୋର ୪ଟା ବେଳେ
  • ଜୋହର୍: ଦ୍ୱିପ୍ରହର ପରେ; ଅପରାହ୍ଣ ୧ଟା ବେଳେ
  • ଅସର: ଅପରାହ୍ନ ୩ଟାଠାରୁ ୪ଟା ମଧ୍ୟରେ
  • ମଗରୀବ: ସୂର୍ଯ୍ୟାସ୍ତର ଠିକ ପରେ
  • ଏସା: ରାତି ୮ଟା ବେଳେ

ନମାଜର ୩ଟି ଅଂଶ ରହିଛି:

  • ଫର୍ଜ: ଯାହା ଆଲ୍ଲାଙ୍କ ଉଦ୍ଦେଶ୍ୟରେ ବୋଲାଯାଏ
  • ସୂନ୍ନତ୍: ଯାହା ହଜରତ ମହମ୍ମଦ ପାଠ କରୁଥିଲେ
  • ନଫୀଲ: ଯାହା ପ୍ରାର୍ଥନାକାରୀ ନିଜର ଧର୍ମ ଉଦ୍ଦେଶ୍ୟରେ ପାଠକରେ

ନମାଜର ମର୍ମ

ଆଲ୍ଲା ଏକମାତ୍ର ପ୍ରଭୁ, ତାଙ୍କଛଡ଼ା ଅନ୍ୟ କେହି ପ୍ରଭୁ ନାହାଁନ୍ତି । ମହମ୍ମଦ ଆଲ୍ଲାଙ୍କ ପୈଗମ୍ବର (ପୃଥିବୀକୁ ପ୍ରେରୀତ ଦୂତ), ତେଣୁ ତାଙ୍କୁ ସମସ୍ତେ ପ୍ରଶଂସା କରିବା ଉଚିତ ।

ରୋଜା

ରୋଜା ପ୍ରତିବର୍ଷ ରମଜାନ ମାସରେ ଇଦ ଆଗରୁ ୩୦ ଦିନ ପାଇଁ ଦିନତମାମ ପାଳିତ ହେଥିବାବା ଉପବାସ ବ୍ରତ । ଧର୍ମଶାସ୍ତ୍ର ଅନୁଯାୟୀ ଶିଶୁ, ଅତି ରୁଗ୍ଣ ଓ ଅତ୍ୟନ୍ତ ଅକ୍ଷମ ବ୍ୟକ୍ତିଙ୍କ ଛଡ଼ା ଅନ୍ୟ ସମସ୍ତେ ରୋଜା ପାଳିବାକୁ ଧର୍ମତଃ ବାଧ୍ୟ । ରୋଜା ପାଳୁଥିବା ବ୍ୟକ୍ତି ଦିନଯାକ ଜଳଗ୍ରହଣ କରନ୍ତି ନାହିଁ ଓ ସୂର୍ଯ୍ୟାସ୍ତ ପରେ ଇଫତାରରେ (ରୋଜାର ପାରଣା) ଖାଦ୍ୟଗ୍ରହଣ କରନ୍ତି । ସନ୍ଧ୍ୟା ବୁଡ଼ିଲେ ନମାଜ ପଢ଼ିସାରି ଇଫତାର କରିବାକୁ ହୁଏ । ରୋଜା ଖୋଲିବା ବେଳେ ପ୍ରଥମେ ସରବତ ପିଇବାକୁ ହୁଏ ଓ ପରେ ଅନ୍ୟ ଖାଦ୍ୟ ଖିଆଯାଏ ।

ଜକାତ

ଇସଲାମ ଧର୍ମାବଲମ୍ବୀ ନିଜ ରୋଜଗାର ଅନୁସାରେ ଜକାତ (ଦାନ) ଦେବା । ବାର୍ଷିକ ଆୟରୁ ହଜାରକେ ୨୫ଟଙ୍କା ହିସାବରେ ଆଲ୍ଲାଙ୍କ ଉପସନା ଓ ଦାନ ପାଇଁ ଉତ୍ସର୍ଗୀକୃତ ଧନ ।

ହଜ

ଆର୍ଥିକ ସମ୍ବଳ ଥିଲେ ମକ୍କା ମଦୀନା ଯାଇ ହଜ (ତୀର୍ଥ) କରିବା । ଇସଲାମ ମାସ "ଜିଲହଜ"ର ଦଶମ ଦିନ ମୁସଲମାନମାନଙ୍କର ବକ୍ରି ଇଦ ପର୍ବ ଦିନ ମକ୍କାକୁ ଯାଇ ହଜ କରନ୍ତି ।

ଆଧାର

ବାହାର ଆଧାର

Tags:

ମୁସଲମାନ ଧାର୍ମିକ ଯୋଗ୍ୟତାମୁସଲମାନ ନୈରୁକ୍ତଶାସ୍ତ୍ରମୁସଲମାନ ଶବ୍ଦାର୍ଥମୁସଲମାନ ମାନଙ୍କ ସଂଖ୍ୟାମୁସଲମାନ କୋରାନମୁସଲମାନ ଆଧାରମୁସଲମାନ ବାହାର ଆଧାରମୁସଲମାନଇସଲାମ ଧର୍ମମହମ୍ମଦ

🔥 Trending searches on Wiki ଓଡ଼ିଆ:

ଯୁକ୍ତରାଷ୍ଟ୍ର ଆମେରିକାରାସନ କାର୍ଡ଼ (ଭାରତ)ଏ. ପି. ଜେ. ଅବଦୁଲ କଲାମଓଡ଼ିଆ ସାହିତ୍ୟର ଇତିହାସସୁଦାମ ମାରାଣ୍ଡିସଚ୍ଚିଦାନନ୍ଦ ରାଉତରାୟମଙ୍ଗଳ ପାଣ୍ଡେକାଳୀଚରଣ ପଟ୍ଟନାୟକ୧୯୭୦ଓଡ଼ିଶା ସରକାରଶବ୍ଦ (ପଦ)ଭୀମ ଭୋଇଭାରତୀୟ ଡାକ ସେବାବୀରମହାରାଜପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ହିଙ୍ଗୁଳା ମନ୍ଦିରଇନଷ୍ଟାଗ୍ରାମଶାରଳା ପୁରସ୍କାରରାଜ୍ୟ ସଭାଆଙ୍ଗୋଲାକବିପ୍ରଣବ ପ୍ରକାଶ ଦାସବ୍ୟଞ୍ଜନ ବର୍ଣ୍ଣନୋଟା (ଭାରତ)ଦାମୋଦର ରାଉତପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାରସମୟମଣ୍ଡଳଅଷ୍ଟଶମ୍ଭୁ ଶିବ ମନ୍ଦିର , ଭୁବନେଶ୍ୱରଲଣ୍ଡନମହାନଦୀଦ୍ରାଘିମାଆମ୍ବଭବାନୀପାଟଣା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟGlobe rupture୮ ଫେବୃଆରୀସୁଦଶା ବ୍ରତଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମଧ୍ୟ ଏସିଆଜଣ୍ଡିସ୍ଗୌତମ ବୁଦ୍ଧସରଳା ଦେବୀଉଇକିମିଡ଼ିଆ ଫାଉଣ୍ଡେସନଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର୧ ଅପ୍ରେଲଅଂଶୁଘାତବଲ୍ଲଭଭାଇ ପଟେଲଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିପ୍ରତୀକ୍ଷାବଡ଼ଦିନରାଜ୍ୟଅଷ୍ଟ୍ରେଲିଆପରିବେଶନୀଳକଣ୍ଠ ଦାସବୀଣାପାଣି ମହାନ୍ତିପ୍ରଧାନ ପୃଷ୍ଠାଲୋକ ସଭାଭଟଲୀ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବର୍ଷାରସାୟନ ବିଜ୍ଞାନ୬ ଜୁଲାଇଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିବିଶ୍ୱନାଥ କରଅରବିନ୍ଦ କେଜରିୱାଲମୋହନ ଭୋଗନୃସିଂହନରେନ୍ଦ୍ର ମୋଦୀଦୋହାକୋଷ ଓ ବୌଦ୍ଧ ଗାନଜ୍ଞାନକୋଷବିଦ୍ୟାଳୟମହୁମାଛିପୃଥିବୀ ଦିବସ୩ ସେପ୍ଟେମ୍ବର🡆 More