ଭାରତ ସରକାର

ଭାରତ ହେଉଛି ଏକ ସାର୍ବଭୌମ ଗଣତାନ୍ତ୍ରିକ ଦେଶ । ଭାରତର ଶାସନ ବ୍ୟବସ୍ଥାର ଭାର ଭାରତ ସରକାରଙ୍କ ଉପରେ ନ୍ୟସ୍ତ। ଦେଶର ସମ୍ବିଧାନ ଭାରତରେ ସଂଘୀୟ ଶାସନ ପରିଚାଳିତ। ସଂଘର ସର୍ବୋଚ୍ଚ ପ୍ରଧାନ ରାଷ୍ଟ୍ରପତି ଅଟନ୍ତି । ତାଙ୍କର ସହାୟତା ପାଇଁ ଉପରାଷ୍ଟ୍ରପତି ରହିଥାନ୍ତି ।

ଭାରତ ସରକାରର ତିନିଟି ମୁଖ୍ୟ ଅଙ୍ଗ ରହିଛି :

ବିଧାୟିକା (Legislature)

ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥାରେ ସାଧାରଣ ଜନତାଙ୍କ ହାତରେ ହିଁ ସବୁ ଶକ୍ତି ରହିଥାଏ। ସେମାନେ ପାଞ୍ଚ ବର୍ଷରେ ଥରେ ନିର୍ବାଚନ ମାଧ୍ୟମରେ ସେମାନଙ୍କର ପ୍ରତିନିଧି ବାଛିଥାନ୍ତି। ୧୮ ବର୍ଷରୁ ଉର୍ଦ୍ଧ୍ୱ ପ୍ରତ୍ୟେକ ନାଗରିକ ଦେଶର ବିଭିନ୍ନ ରାଜନୈତିକ ଦଳର ନେତାମାନଙ୍କ ଭିତରୁ (କେନ୍ଦ୍ର ସ୍ତରରେ) ସାଂସଦ(Member of Parliament) ଓ (ରାଜ୍ୟ ସ୍ତରରେ) ବିଧାୟକ(Member of Legislative Assembly)ମାନଙ୍କର ନିର୍ବାଚନ କରିଥାନ୍ତି। ଏହି ନିର୍ବାଚନ ପ୍ରକ୍ରିୟାକୁ ସୁଚାରୁ ରୂପେ ଚଲାଇବା ପାଇଁ ନିର୍ବାଚନ ଆୟୋଗ ସ୍ଥାପନା କରା ଯାଇଛି।

ଭାରତର ସରକାର ଦେଶ ଓ ଜନତାର ହିତରେ କାମ କରିଥାଏ। ସରକାରୀ ତନ୍ତ୍ରର ଢାଞ୍ଚା ଭାରତରେ କେନ୍ଦ୍ର ଓ ରାଜ୍ୟ ସ୍ତରରେ ଏକା ପ୍ରକାର ହୋଇଥାଏ। କେନ୍ଦ୍ରର ସଂସଦ ଦୁଇ ଭାଗରେ ବିଭକ୍ତ – ଲୋକ ସଭା ଓ ରାଜ୍ୟ ସଭା। ଲୋକ ସଭାର ସଞ୍ଚାଳନ ଅଧ୍ୟକ୍ଷ ଓ ରାଜ୍ୟ ସଭାର ସଞ୍ଚାଳନ ଉପ ରାଷ୍ଟ୍ରପତି କରିଥାନ୍ତି। ସେହିପରି କେତକ ରାଜ୍ୟର ବିଧାୟିକା ମଧ୍ୟ ଦୁଇ ଭାଗରେ ବିଭକ୍ତ – ବିଧାନ ସଭା ଓ ବିଧାନ ପରିଷଦ।

ବିଧାୟିକାର ଏକ ପ୍ରମୁଖ ଦାୟିତ୍ୱ ହେଲା ଦେଶବାସୀଙ୍କ ଇଚ୍ଛା ଓ ଆବଶ୍ୟକତାକୁ ସମ୍ମାନ ଦେଇ ଦେଶପାଇଁ ଆଇନ ଗଢିବା । ଏହିକ୍ରମରେ ଭାରତରେ ମହିଳାଙ୍କ ପାଇଁ ଆଇନ ସବୁ ପ୍ରଣୀତ ହୋଇଛି ।

କାର୍ଯ୍ୟପାଳିକା

ଭାରତର ପ୍ରଶାସନିକ ପ୍ରଧାନ ହେଉଛନ୍ତି ରାଷ୍ଟ୍ରପତି । ଦେଶର ସମସ୍ତ ପ୍ରଶାସନିକ କାମ ରାଷ୍ଟ୍ରପତିଙ୍କ ନାମରେ ଚାଲିଥାଏ । ସେ ତାଙ୍କ ଅଧିନସ୍ଥ କର୍ମଚାରୀମାନଙ୍କଦ୍ୱାରା ନିଜ କ୍ଷମତାର ଉପଯୋଗ କରିଥାନ୍ତି। ରାଷ୍ଟ୍ରପତି ବହୁମତ ପ୍ରାପ୍ତ କରିଥିବା ରାଜନୈତିକ ଦଳର ନେତାମାନଙ୍କୁ ସରକାର ଗଠନ କରିବାପାଇଁ ଆମନ୍ତ୍ରଣ ଦେଇଥାନ୍ତି । ଯେତେବେଳେ ଗୋଟିଏ ଦଳକୁ ବହୁମତ ମିଳି ନ ଥାଏ, ସେତେବେଳେ କେତେଗୋଟି ଦଳ ପରସ୍ପର ସହିତ ମିଶି ସରକାର ଗଠନ କରିଥାନ୍ତି । ଏମାନଙ୍କର ନେତାଙ୍କୁ ସେ ପ୍ରଧାନ ମନ୍ତ୍ରୀ ରୂପେ ନିଯୁକ୍ତ କରିଥାନ୍ତି । ପ୍ରଧାନ ମନ୍ତ୍ରୀଙ୍କ ପରାମର୍ଶକ୍ରମେ ରାଷ୍ଟ୍ରପତି ମନ୍ତ୍ରୀମଣ୍ଡଳ ଗଠନ କରିଥାନ୍ତି ।

ଭାରତ ସରକାର 
ରାଷ୍ଟ୍ରପତି ଭବନ, ଭାରତର ରାଷ୍ଟ୍ରପତିଙ୍କ ନିବାସ

ନ୍ୟାୟପାଳିକା

ଭାରତୀୟ ସମ୍ବିଧାନ ନ୍ୟାୟ ପାଳିକାକୁ ପୂର୍ଣ୍ଣ ସ୍ୱତନ୍ତ୍ରତା ଏବଂ ନିଷ୍ପକ୍ଷତା ପ୍ରଦାନ କରିଛି । କେନ୍ଦ୍ର ସ୍ତରରେ ଉଚ୍ଚତମ ନ୍ୟାୟାଳୟ ଓ ରାଜ୍ୟ ସ୍ତରରେ ଉଚ୍ଚ ନ୍ୟାୟାଳୟର ବ୍ୟବସ୍ଥା ରହିଛି । ଉଚ୍ଚତମ ଓ ଉଚ୍ଚ ନ୍ୟାୟାଳୟର ବିଚାର ପତିମାନଙ୍କୁ ରାଷ୍ଟ୍ରପତି ନିଯୁକ୍ତ କରିଥାନ୍ତି ।

ସ୍ଥାପନା

କାର୍ଯ୍ୟ

ପ୍ରମୁଖ

ଆଧାର

ବାହାର ତଥ୍ୟ

Tags:

ଭାରତ ସରକାର ବିଧାୟିକା (Legislature)ଭାରତ ସରକାର କାର୍ଯ୍ୟପାଳିକାଭାରତ ସରକାର ନ୍ୟାୟପାଳିକାଭାରତ ସରକାର ସ୍ଥାପନାଭାରତ ସରକାର କାର୍ଯ୍ୟଭାରତ ସରକାର ପ୍ରମୁଖଭାରତ ସରକାର ଆଧାରଭାରତ ସରକାର ବାହାର ତଥ୍ୟଭାରତ ସରକାରଭାରତ

🔥 Trending searches on Wiki ଓଡ଼ିଆ:

ଚନ୍ଦନଲାଗି ବେଶକଳାପାହାଡ଼ଗଜଲବକ୍ସି ଜଗବନ୍ଧୁପ୍ରଦ୍ୟୁମ୍ନ ଲେଙ୍କାରାସେଶ୍ୱରୀ ପାଣିଗ୍ରାହୀଏସିଆସମ୍ବାଦ (ଖବରକାଗଜ)ଭୂମିକା ଦାଶହିନ୍ଦୁ ଧର୍ମଭୀମ ଭୋଇଭାରତୀୟ ଜାତୀୟ କଂଗ୍ରେସପୁରୀ ଜିଲ୍ଲାଭଦ୍ରକ ଜିଲ୍ଲାଅକ୍ଷାଂଶ୨୦୨୪ ଓଡ଼ିଶା ବିଧାନସଭା ନିର୍ବାଚନସବ୍ୟସାଚୀ ମିଶ୍ରଅଦାଦାମୋଦର ରାଉତରାକ୍ଷୀ ପୂର୍ଣ୍ଣିମାଓଡ଼ିଆ ଭାଗବତଭୀମ ପୃଷ୍ଟିମେସିନ ଟ୍ରାନ୍ସଲେସନବେଣୁଧର ରାଉତଭାରତୀୟ ସମ୍ବିଧାନଚଉଷଠି ଯୋଗିନୀ ମନ୍ଦିର, ହୀରାପୁରଶ୍ରାଦ୍ଧଉତ୍କଳ ବ୍ରାହ୍ମଣପ୍ରଦୀପ କୁମାର ପଣ୍ଡାକବିସୂର୍ଯ୍ୟ ବଳଦେବ ରଥଓଡ଼ିଆ ଭାଷାବିଜୁ ଜନତା ଦଳଔଷଧୀୟ ଗଛଲତାମାନଙ୍କର ତାଲିକାଚନ୍ଦ୍ରଶେଖର ଆଜାଦମନୋରଞ୍ଜନ ଦାସରାଣୀ ଲକ୍ଷ୍ମୀବାଈଅଣସର୧୭୩୬ଉଇକିପିଡ଼ିଆଏସ୍କେରିସିଆ କୋଲାଇକୁନ୍ତଳା କୁମାରୀ ସାବତମହିଳା ଯୌନାଙ୍ଗ ଛେଦନଖାଦ୍ୟକାଳୀଚରଣ ପଟ୍ଟନାୟକବିଲେଇଚଇତି ଘୋଡ଼ା ନାଚଡାଲିବିଷ୍ଣୁକଲମ୍ବିଆରଣା ସାପଓଡ଼ିଆ କବି ମାନଙ୍କର ତାଲିକାଲବଙ୍ଗଫକୀର ମୋହନ ସେନାପତିମହା ଶିବରାତ୍ରିଦଣ୍ଡ ନାଟଶ୍ରୀରାମ ପଣ୍ଡାଅଂଶୁଘାତସାଇକେଲବିଜୟ ମିଶ୍ରମାସସୀତାକାନ୍ତ ମହାପାତ୍ରଅଭିମନ୍ୟୁ ସାମନ୍ତସିଂହାରକୁଜିବର ପ‌ତ୍ରବ୍ୟଞ୍ଜନ ବର୍ଣ୍ଣ🡆 More