କୃତାର୍ଥ ଆଚାର୍ଯ୍ୟ: ସାମାଜିକ କର୍ମୀ ଓ ରାଜନୀତିଜ୍ଞ

କୃତାର୍ଥ ଆଚାର୍ଯ୍ୟ (୨୦ ମାର୍ଚ୍ଚ ୧୯୦୦ - ୭ ମଇ ୧୯୭୯) ଜଣେ ସମାଜସେବୀ ଥିଲେ । ସେ ୧୯୫୪ ମସିହାରେ ସମ୍ବଲପୁରୀ ବସ୍ତ୍ରାଳୟ ନାମରେ ଏକ ତନ୍ତୁବାୟ ସମବାୟ ସମିତି ଗଠନ କରିଥିଲେ । ସମାଜସେବା ଓ ସମ୍ବଲପୁରୀ ବସ୍ତ୍ରର ଉନ୍ନତି ପାଇଁ ୧୯୬୫ ମସିହାରେ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରିଥିଲେ ।

କୃତାର୍ଥ ଆଚାର୍ଯ୍ୟ
ଜନ୍ମ(1900-03-20)୨୦ ମାର୍ଚ୍ଚ ୧୯୦୦
ମୃତ୍ୟୁ୭ ମଇ ୧୯୭୯(1979-05-07) (ବୟସ ୭୯)
ବୈବାହିକ-ସାଥୀଚଞ୍ଚଳା ଆଚାର୍ଯ୍ୟ
ସନ୍ତାନଆନନ୍ଦ ଆଚାର୍ଯ୍ୟ, ପ୍ରସନ୍ନ ଆଚାର୍ଯ୍ୟ
ପୁରସ୍କାରପଦ୍ମଶ୍ରୀ

ଜୀବନୀ

ଆଚାର୍ଯ୍ୟ, ୧୯୦୦ ମସିହାରେ ବରଗଡ଼ ଜିଲ୍ଲାର ଜବକାଟିକରା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ପରିବାରର ଆର୍ଥିକ ଦୁରାବସ୍ଥା ଯୋଗୁ, ତାଙ୍କର ବାଲ୍ୟକାଳ ଅସୁବିଧାରେ କଟିଥିଲା । ସେ ମାଟ୍ରିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ପାରିନଥିଲେ । ରୋଜଗାର ପାଇଁ, ସେ ଜଣେ ମୁସଲମାନ ବ୍ୟବସାୟୀଙ୍କ ପାଖରେ କାମ କରିବା ସହିତ ଶିକ୍ଷକତା ଆରମ୍ଭ କରିଥିଲେ । ମହାତ୍ମା ଗାନ୍ଧୀଙ୍କ "କାଟି ଖାଅ, କୁଟି ପିନ୍ଧ" କଥାକୁ ସେ ଅନୁସରଣ କରୁଥିଲେ । ବରଗଡ଼ର ଆମ୍ବପାଲିଠାରେ କିଛି ହରିଜନ ବୁଣାକାରଙ୍କ ଲୁଗାବୁଣାର ନୂତନ ବିଧି ଶିଖେଇଥିଲେ । ସମ୍ବଲପୁରୀ ବସ୍ତ୍ରାଳୟ ମାଧ୍ୟମରେ ସେ ବୁଣାକାରମାନଙ୍କର ଆର୍ଥିକ ଅବସ୍ଥାରେ ଉନ୍ନତି ଆଣି ପାରିଥିଲେ । "କୃଷକ ଟ୍ରେଡିଂ" କମ୍ପାନୀ ପ୍ରତିଷ୍ଠା କରି, କୃଷକମାନଙ୍କର ଉନ୍ନତି କରିଥିଲେ । ଗରିବ ଛାତ୍ରମାନଙ୍କର ଶିକ୍ଷା ପାଇଁ ସେ ବୃତ୍ତି ବ୍ୟବସ୍ଥା କରିଥିଲେ । ୧୯୪୫ରେ ବ୍ରିଟିଶ ସରକାର ତାଙ୍କୁ 'ରାୟ ବାହାଦୂର' ଉପାଧୀ ପ୍ରଓ ଦାନ କରିଥିଲେ । ଭାରତ ସରକାରଙ୍କ ତରଫରୁ ତାଙ୍କୁ ପଦ୍ମଶ୍ରୀ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟ ତରଫରୁ ଡି ଲିଟ ଉପାଧି ପ୍ରଦାନ କରାଯାଇଥିଲା ।

୧୯୭୯ ମସିହାରେ କୃତାର୍ଥ ଆଚାର୍ଯ୍ୟଙ୍କର ତିରୋଧାନ ଘଟିଥିଲା ।

ସମ୍ମାନ ଓ ପୁରସ୍କାର

  • ରାୟ ବାହାଦୂର - ୧୯୪୫ (ବ୍ରିଟିଶ ସରକାର)
  • ପଦ୍ମଶ୍ରୀ - ୧୯୬୫
  • ଡି ଲିଟ - ସମ୍ବଲପୁର ବିଶ୍ୱବିଦ୍ୟାଳୟ

ଆଧାର

Tags:

ପଦ୍ମଶ୍ରୀ

🔥 Trending searches on Wiki ଓଡ଼ିଆ:

ପ୍ରତିଭା ରାୟଏ. ପି. ଜେ. ଅବଦୁଲ କଲାମମେଷ (ରାଶି)ପୃଥ୍ୱୀରାଜ ଚୌହାନତପସ୍ୱିନୀକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାସ୍ୱଚ୍ଛ ଭାରତ ଅଭିଯାନ୧୧ ମାର୍ଚ୍ଚତୁମ ପରି ଛୋଟ ପିଲାଟିଏକିଏ କାହାର (୧୯୯୭ର ଓଡ଼ିଆ କଥାଚିତ୍ର)ଚନ୍ଦ୍ରଶେଖର ରଥ୨୦ ମାର୍ଚ୍ଚ୮ ମାର୍ଚ୍ଚକାଳୀଚରଣ ପଟ୍ଟନାୟକପ୍ଲାଟିନମବ୍ରାହ୍ମ ସମାଜକାଳିନ୍ଦୀ ଚରଣ ପାଣିଗ୍ରାହୀଆଲୋକ-ବୈଦୁତିକ ପ୍ରଭାବଅଷ୍ଟ୍ରେଲିଆଲୋକ ସଭାପ୍ୟାରିସଉଇକିଅଭିଧାନଉଇକିପିଡ଼ିଆ ସମୂହର ତାଲିକାଓଡ଼ିଆ ପତ୍ରିକା ଗୁଡ଼ିକର ତାଲିକାଉଇକିମିଡ଼ିଆ ଫାଉଣ୍ଡେସନଶ୍ୱେତସାରଜଳ ପ୍ରଦୂଷଣସିଲଡେନାଫିଲବିଜୟ ମହାନ୍ତିଉପେନ୍ଦ୍ର ଭଞ୍ଜରାଜନୀତି ବିଜ୍ଞାନମିଖାଇଲ ଗୋର୍ବାଚୋଭକଲରାପତରିଆ ବାଘଖାରବେଳଗଙ୍ଗାଧର ମେହେରସାଲବେଗ୧୫୨୫ଗ୍ରାମ ପଞ୍ଚାୟତହୃଷୀକେଶ ମଲ୍ଲିକକନଫୁସିଅସବାଦପ୍ରଥମ ବିଶ୍ୱଯୁଦ୍ଧଧର୍ମଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଧର୍ମେନ୍ଦ୍ର ପ୍ରଧାନଗୀତଗୋବିନ୍ଦଇଣ୍ଡିଆନ ପ୍ରିମିଅର ଲିଗସୁଦାମ ମାରାଣ୍ଡିଗୁଗଲଗୁରୁ ପ୍ରସାଦ ମହାନ୍ତିଟୁଇଟରଉଇକିପୋଥି୧୩୯୧ରାଣୀ ଲକ୍ଷ୍ମୀବାଈଗଜପତି ମହାରାଜାଝିନ୍ନ ହିକ୍‌କାଖ୍ରୀଷ୍ଟ ଧର୍ମଭାରତର ଜାତୀୟ ପ୍ରତୀକପ୍ରଧାନମନ୍ତ୍ରୀ ଜନଧନ ଯୋଜନା୧୩ ମାର୍ଚ୍ଚଯୀଶୁଚେକ୍ ଗଣରାଜ୍ୟଚନ୍ଦ୍ରଶେଖର ନନ୍ଦ (ନାଟ୍ୟକାର)ଫତୁରାନନ୍ଦରାମଚନ୍ଦ୍ର ବେହେରାଗୋଦାବରୀଶ ମିଶ୍ରଦକ୍ଷିଣ ଚୀନ ସାଗରସୌଭାଗ୍ୟ କୁମାର ମିଶ୍ରହୋଲିରମଣ ପ୍ରଭାବବ୍ରତସମ୍ବଲପୁରଭିଏତନାମ🡆 More