କାଳିନ୍ଦୀ ଚରଣ ପାଣିଗ୍ରାହୀ

କାଳିନ୍ଦୀ ଚରଣ ପାଣିଗ୍ରାହୀ (୧୯୦୧ - ୧୯୯୧) ଜଣେ ଖ୍ୟାତନାମା ଓଡ଼ିଆ କବି ଓ ଔପନ୍ୟାସିକ ଥିଲେ । ସେ ଅନ୍ନଦା ଶଙ୍କର ରାୟ, ବୈକୁଣ୍ଠନାଥ ପଟ୍ଟନାୟକ ଓ ଅନ୍ୟମାନଙ୍କ ସହ ମିଶି ଓଡ଼ିଆ ସାହିତ୍ୟରେ ସବୁଜ ଯୁଗ ନାମରେ ଏକ ନୂଆ ସାହିତ୍ୟ ଯୁଗ ଆରମ୍ଭ କରିଥିଲେ । ସେ ଜଣେ ବାମପନ୍ଥୀ ଲେଖକ ଭାବରେ ଜଣାଶୁଣା । ଓଡ଼ିଶାର ପ୍ରଥମ ନାରୀ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ତାଙ୍କର ଝିଅ ।

କାଳିନ୍ଦୀ ଚରଣ ପାଣିଗ୍ରାହୀ
ପଦ୍ମଭୂଷଣ ଶ୍ରୀ କାଳିନ୍ଦୀ ଚରଣ ପାଣିଗ୍ରାହୀ
ପଦ୍ମଭୂଷଣ ଶ୍ରୀ କାଳିନ୍ଦୀ ଚରଣ ପାଣିଗ୍ରାହୀ
ଜନ୍ମ ଓ ଜନ୍ମସ୍ଥାନ(1901-07-02)୨ ଜୁଲାଇ ୧୯୦୧
ପୁରୀ, ଓଡ଼ିଶା
ମୃତ୍ୟୁ୧୫ ମଇ ୧୯୯୧(1991-05-15) (ବୟସ ୮୯)
ବୃତ୍ତିକବି, ଔପନ୍ୟାସିକ
ଭାଷାଓଡ଼ିଆ,
ଜାତୀୟତାଭାରତୀୟ
ଶିକ୍ଷାନୁଷ୍ଠାନରେଭେନ୍ସା ମହାବିଦ୍ୟାଳୟ
ସାହିତ୍ୟ କୃତିମାଟିର ମଣିଷ
ପୁରସ୍କାରପଦ୍ମ ଭୂଷଣ
ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର
ସନ୍ତାନନନ୍ଦିନୀ ଶତପଥୀ
ପିତାମାତାସ୍ୱପ୍ନେଶ୍ୱର ପାଣିଗ୍ରାହୀ
ସମ୍ପର୍କୀୟଭଗବତୀ ଚରଣ ପାଣିଗ୍ରାହୀ, ଦିବ୍ୟସିଂହ ପାଣିଗ୍ରାହୀ(ଭାଇ)

ଜୀବନୀ

କାଳିନ୍ଦୀ ଚରଣ ପାଣିଗ୍ରାହୀ ଓଡ଼ିଶାର ପୁରୀ ଜିଲ୍ଲାର ବିଶ୍ୱନାଥପୁର ଗ୍ରାମରେ ୧୯୦୧ ମସିହା ଜୁଲାଇ ୨ ତାରିଖରେ ଜନ୍ମ ନେଇଥିଲେ । ତାଙ୍କ ପିତା ସ୍ୱପ୍ନେଶ୍ୱର ପାଣିଗ୍ରାହୀ ଜଣେ ଆଇନଜୀବୀ ଥିଲେ । ପିତା ଏବଂ ଦୁଇ ଭାଇ ଦିବ୍ୟସିଂହ ଓ ଭଗବତୀ ଚରଣ ସାହିତ୍ୟିକ ଥିଲେ । ପୁରୀରେ ହିଁ ସେ ନିଜର ବାଲ୍ୟଜୀବନ ଓ ଶିକ୍ଷା ସମାପ୍ତ କରିଥିଲେ । ହାଇସ୍କୁଲ ପରେ ସେ ରେଭେନ୍ସା ମହାବିଦ୍ୟାଳୟରେ ଶିକ୍ଷାଲାଭ କରିଥିଲେ ।

୧୯୯୧ ମେ ୧୫ ତାରିଖରେ ତାଙ୍କର ଦେହାନ୍ତ ହୋଇଥିଲା ı

ସାହିତ୍ୟ ରଚନା

ରେଭେନ୍ସା ମହାବିଦ୍ୟାଳୟରେ ପଢ଼ିବା କାଳରେ କାଳିନ୍ଦୀ ଚରଣଙ୍କ ସାହିତ୍ୟ ପ୍ରତିଭାର ପରିଚୟ ମିଳିଲା । କଲେଜର ପଢ଼ିବା ସମୟରେ, ସେ "ନନସେନ୍ସ କ୍ଳବ" ଗଠନ କରିଥିଲେ । ଏହି ଦଳରେ ଥିବା ନଅ ଜଣ ଲେଖକ-ଲେଖିକା "ଉତ୍କଳ ସାହିତ୍ୟ" ପତ୍ରିକାରେ "ବାସନ୍ତୀ" ନାମକ ଏକ ଉପନ୍ୟାସ ଧାରାବାହିକ ଭାବରେ ପ୍ରକାଶ କରୁଥିଲେ । ଏହି ସମୟରେ "ସବୁଜ ଗୋଷ୍ଠୀ"ର ମୁଖପତ୍ର "ଯୁଗବୀଣା"ରେ କାଳିନ୍ଦୀ ଚରଣଙ୍କ ଲେଖାମାନ ମଧ୍ୟ ପ୍ରକାଶ ପାଉଥିଲା । ପରବର୍ତ୍ତୀ ସମୟରେ, ବାଲେଶ୍ୱରରୁ ପ୍ରକାଶ ପାଉଥିବା ଏକ ଇଂରାଜୀ ଓ ତାଙ୍କ ନିଜ ଓଡ଼ିଆ ପତ୍ରିକାର ସେ ସମ୍ପାଦନା କରିବାକୁ ଲାଗିଲେ । କବିତାରୁ ହିଁ କାଳିନ୍ଦୀ ଚରଣଙ୍କ ସାହିତ୍ୟ ସର୍ଜନା ଆରମ୍ଭ ହୋଇଥିଲା । ଶବ୍ଦ ସଂଯୋଜନା ତାଙ୍କ କବିତାର ଏକ ବୈଶିଷ୍ଟ ଥିଲା । ତାଙ୍କ ଲେଖାରେ ଓଡ଼ିଶାର ଗ୍ରାମ୍ୟ ପରିବେଶ, ଲୋକଙ୍କର ଆଚାରବିଚାର ପ୍ରମୂଖ ସ୍ଥାନ ପାଉଥିଲା । ଅନ୍ୟାୟ, ଅନୀତି ବିରୁଦ୍ଧରେ ତାଙ୍କ ସାହିତ୍ୟ ସ୍ୱର ଉତ୍ତୋଳନ କରୁଥିଲା । ସେ ଜଣେ ଦରଦୀ କବି ଓ ଜୀବନବାଦୀ ସାହିତ୍ୟିକ ଭାବରେ ପରିଚିତ ।

କବିତା

  • ଯାଦୁଘର
  • ପୁରୀ ମନ୍ଦିର
  • ମହାଦୀପ
  • ଆଗାମୀ
  • କ୍ଷଣିକ ସତ୍ୟ
  • ମୋ କବିତା
  • ଛୁରିଟିଏ ଲୋଡା
  • ଗାନ୍ଧାରୀର ଆଶୀର୍ବାଦ
  • କିଏ ଶଳା ସଇତାନ୍
  • ମୋ ବାଣୀ

ଉପନ୍ୟାସ

  • ମାଟିର ମଣିଷ : ଗ୍ରାମ୍ୟ ଜୀବନରେ ଦୁଇ ଜା' ଭିତରେ କଳହ ଓ ଭାଇ ଭଗାରି ଭାଗ ବଣ୍ଟା ଇତ୍ୟାଦି ଏହି ଉପନ୍ୟାସଟିର ମୁଖ୍ୟ ବିଷୟ ବସ୍ତୁ । ଏହି ଉପନ୍ୟାସଟି ୧୯୬୬ରେ ମୃଣାଳ ସେନଙ୍କ ନିର୍ଦ୍ଦେଶନାରେ ଏକ କଥାଚିତ୍ର ରୂପେ ଆସିଥିଲା ।
  • ମାଟିର ମଣିଷ
  • ଲୁହାର ମଣିଷ
  • ଆଜିର ମଣିଷ
  • ଅମରଚିତା
  • ଅମରାବତୀ
  • ମୁକ୍ତାଗଡ଼ର କ୍ଷୁଦ୍ଧା

କ୍ଷୁଦ୍ରଗଳ୍ପ

  • ମାଂସର ବିଳାପ
  • ପଙ୍ଗୁ
  • ଉପହାର
  • ସାପୁଆ
  • ସାଗରିକା
  • ରୁଦ୍ରାକ୍ଷ
  • ଦ୍ୱାଦଶୀ
  • ରାଶିଫଳ
  • ଶେଷ ରଶ୍ମୀ
  • ସାଗରିକା
  • ମୋ କଥା ସରିନାହିଁ..
  • ମୋଟ ୪୯ଟି ଗଳ୍ପ

ନାଟକ

  • ପଦ୍ମିନୀ
  • ପ୍ରିୟଦର୍ଶୀ
  • ସୌମ୍ୟା

ଜୀବନୀ

  • ଭକ୍ତକବି ମଧୁସୂଦନ
  • କର୍ମବୀର ଗୌରୀଶଙ୍କର

ପ୍ରବନ୍ଧ

  • ସାହିତ୍ୟ ସମାଚାର
  • ସାହିତ୍ୟିକ
  • ନେତୃତ୍ୱ ଓ ନେତୃତ୍ୱ

ଆତ୍ମଜୀବନୀ

  • ଯାହା ଅଙ୍ଗେ ନିଭେଇଛି

ପୁରସ୍କାର

ଆଧାର

Tags:

କାଳିନ୍ଦୀ ଚରଣ ପାଣିଗ୍ରାହୀ ଜୀବନୀକାଳିନ୍ଦୀ ଚରଣ ପାଣିଗ୍ରାହୀ ସାହିତ୍ୟ ରଚନାକାଳିନ୍ଦୀ ଚରଣ ପାଣିଗ୍ରାହୀ ପୁରସ୍କାରକାଳିନ୍ଦୀ ଚରଣ ପାଣିଗ୍ରାହୀ ଆଧାରକାଳିନ୍ଦୀ ଚରଣ ପାଣିଗ୍ରାହୀଅନ୍ନଦା ଶଙ୍କର ରାୟଓଡ଼ିଆ ଭାଷାଓଡ଼ିଆ ସାହିତ୍ୟଓଡ଼ିଶାଓଡ଼ିଶାର ମୁଖ୍ୟମନ୍ତ୍ରୀ ମାନଙ୍କର ତାଲିକାକବିନନ୍ଦିନୀ ଶତପଥୀବୈକୁଣ୍ଠନାଥ ପଟ୍ଟନାୟକ

🔥 Trending searches on Wiki ଓଡ଼ିଆ:

ବର୍ଷାରବିବାରବିଜୟ ମିଶ୍ରଅଚ୍ୟୁତାନନ୍ଦ ପ‌ତିଅଂଶୁଘାତହାଡ଼ି ଦାସପ୍ରଧାନ ପୃଷ୍ଠାଦ୍ରୌପଦୀ ମୁର୍ମୁଏଣ୍ଟ୍ରେକ୍ଟିନିବନବଯୌବନ ବେଶକାଳୀଚରଣ ପଟ୍ଟନାୟକକ୍ରେଡିଟ କାର୍ଡ଼ସାରଳା ଦାସବାଲିଯାତ୍ରାମିଳିମିଳାଗାୟତ୍ରୀବାଳା ପଣ୍ଡାଜୟ ଶ୍ରୀରାମକୁନ୍ଦୁଲି ଗଣଦୁଷ୍କର୍ମ ମାମଲାୟୁକ୍ରେନକରାଚୀଓଡ଼ିଶାର ଭୂଗୋଳ୫ ଜୁନପଦ୍ମଚରଣ ପଟ୍ଟନାୟକଅମର ସିଂହ ଚମକିଲାସତ୍ୟବାଦୀ ବନ ବିଦ୍ୟାଳୟଟୁଇଟରଇନକ୍ଲିସିରାନହିନ୍ଦୁ ସମୟ ଗଣନାଇଣ୍ତିଆ ଗେଟଉତ୍କଳ ଦୀପିକାଶ୍ରୀନିବାସ ରାମାନୁଜନକରଣ (ଜାତି)ଶ୍ରୀଜଙ୍ଗରାଧାମୋହନ ଗଡ଼ନାୟକବିର୍ସା ମୁଣ୍ଡାରବି ପଟ୍ଟନାୟକଭାରତୀୟ ଜନତା ପାର୍ଟିଗୋଦାବରୀଶ ମିଶ୍ରଚିତ୍ତରଞ୍ଜନ ଦାସଚନ୍ଦ୍ରଶେଖର ନନ୍ଦଇରମବେଦବାବୁଶାନ୍ଓଡ଼ିଆଓଡ଼ିଶା ଉଚ୍ଚ ନ୍ୟାୟାଳୟସଉରାରଥଯାତ୍ରାଗ୍ରୀକ ଭାଷାମହାବୀର ଜୈନଘଟଗାଁଲିନକ୍ସ ବଣ୍ଟନବିଭୂତି ପଟ୍ଟନାୟକଛତ୍ରପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ହାଡ଼ଫୁଟିଶ୍ରୀଜଗନ୍ନାଥ ଓ ପଞ୍ଚସଖା ସାହିତ୍ୟରେଢ଼ାଖୋଲ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଦାମୋଦର ରାଉତପଶ୍ଚିମ ଓଡ଼ିଶାଓଡ଼ିଶାର କଳା🡆 More