]
ବରଗଡ଼ | |
---|---|
ଜିଲ୍ଲା | |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଲୋକ ସଭା | ବରଗଡ଼ |
ଭାଷା | ଓଡ଼ିଆ, ଇଂରାଜୀ |
ବିଧାନ ସଭା | ୫ଟି ଆସନ
|
Area | |
• ଜିଲ୍ଲା | 5837 km2 (2,254 sq mi) |
Population (୨୦୧୧) | |
• ଜିଲ୍ଲା | ୧୪୭୮୮୩୩ |
• Density | 253/km2 (660/sq mi) |
• Urban | ୧୪୯୭୦୮ |
• Rural | ୧୩୨୯୧୨୫ |
• ୬ ବର୍ଷରୁ କମ ଶିଶୁ | ୧୫୬୧୮୫ |
Time zone | IST (+୫.୩୦) |
ଡାକ କୋଡ଼ (ପିନ୍) | ୭୬୪ xxx |
ତାର (ଏସ୍.ଟି.ଡ଼ି) | ୦୬ |
ଯାନବାହାନ ପଞ୍ଚୀକରଣ | OD-17 |
ଜିଲ୍ଲାପାଳ | ଭାବଗ୍ରାହୀ ମିଶ୍ର |
Website | Official website |
ବରଗଡ଼ ଜିଲ୍ଲା ଓଡ଼ିଶାର ଏକ ପ୍ରଶାସନିକ ଜିଲ୍ଲା । ବରଗଡ଼ ଏହାର ପ୍ରଶାସନିକ ମୁଖ୍ୟ ସହର ।
୨୦୧୧ ଜନଗଣନା ଅନୁସାରେ, ବରଗଡ଼ ଜିଲ୍ଲାର ମୋଟ ଲୋକସଂଖ୍ୟା ୧୪,୭୮,୮୩୩ | ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୧୩,୨୯,୧୨୫ ଓ ସହରାଞ୍ଚଳରେ ୧,୪୯,୭୦୮ ଲୋକ ବାସ କରନ୍ତି |
ଏହି ଜିଲ୍ଲାଟି ଅବିଭକ୍ତ ସମ୍ବଲପୁରରୁ ବିଭକ୍ତ ହୋଇ ତିଆରି ହୋଇଛି । ମହାନଦୀ ଉପରେ ତିଆରି ହୀରାକୁଦ ବନ୍ଧରୁ ଜଳସେଚନ ଯୋଗୁଁ ଏହି ଜିଲ୍ଲାର ଉତ୍ତର ଅଧା ଧାନ ଓ ଅନ୍ୟାନ୍ୟ ଶସ୍ୟ ଚାଷରେ କୃଷିବହୁଳ ।ବରଗଡ଼କୁ ଓଡ଼ିଶାର ଭାତ ହାନ୍ଡି ବୋଲି କୁହାଯାଏ।
ବରଗଡ଼ ଜିଲାର ଦୁଇଟି ସଦର-ମହକୁମା, ବରଗଡ଼ ଓ ପଦମପୁର ଓ ୧୨ଟି ପଞ୍ଚାୟତ ସମିତି (ବ୍ଲକ) ଅଛି । ସେଗୁଡିକ ହେଲା ବରଗଡ଼, ବରପାଲି, ଅତାବିରା, ଭେଡେନ, ସୋହେଲା, ବିଜେପୁର, ପଦମପୁର୍, ଗାଇସିଲେଟ, ପାଈକମାଲ, ଝାରବନ୍ଧ, ଆମ୍ବାଭୋନା ଏବଂ ଭଟଲି ।
ଏହି ଜିଲ୍ଲାର ଦର୍ଶନୀୟ ସ୍ଥାନମାନଙ୍କ ମଧ୍ୟରେ ନୃସିଂହନାଥ ଅନ୍ୟତମ । ଏଠାରେ ତୟୋଦଶ ଶତାବ୍ଦୀରେ ନିର୍ମିତ ଏକ ବୈଷ୍ଣବ ମନ୍ଦିର ରହିଛି ଯେଉଁଠାରେ ଭଗବାନ ନୃସିଂହ ବିରାଡ଼ି ବା ମାର୍ଜାର ରୂପେ ପୁଜା ପାଇଥାନ୍ତି ।
# | ନିର୍ବାଚନ ମଣ୍ଡଳୀ | ଆରକ୍ଷଣ | ପରିସୀମା ଅଧୀନସ୍ଥ ଅଞ୍ଚଳ (ପୌରାଞ୍ଚଳ ଓ ପଞ୍ଚାୟତ ସମିତି ) | ୧୪ଶ ବିଧାନ ସଭା ସଦସ୍ୟ | ରାଜନୈତିକ ଦଳ |
---|---|---|---|---|---|
୧ | ପଦ୍ମପୁର | ଅଣ ସଂରକ୍ଷିତ | ପଦ୍ମପୁର (ବି), ଝାରବନ୍ଧ, ପାଇକମାଳ, ରାଜବୋଡ଼ାସମ୍ବର, | ବିଜୟ ରଞ୍ଜନ ସିଂ ବରିହା | ବିଜଦ |
୨ | ବିଜେପୁର | ଅଣ ସଂରକ୍ଷିତ | ବରପାଲି (ବି), ବିଜେପୁର, ଗାଇସିଲଟ, ବରପାଲି (ଆଂଶିକ) | ସୁବଳ ସାହୁ | କଂଗ୍ରେସ |
୩ | ବରଗଡ଼ | ଅଣ ସଂରକ୍ଷିତ | ବରଗଡ଼ (ପୌ), ବରଗଡ଼, ବରପାଲୀ (ଆଂଶିକ) | ସାଧୁ ନେପାକ | କଂଗ୍ରେସ |
୪ | ଅତାବିରା | ଅନୁସୂଚିତ ଜାତି | ଅତାବିରା, ଅତାବିରା, ଭେଡେନ | ନିହାର ରଞ୍ଜନ ମହାନନ୍ଦ | କଂଗ୍ରେସ |
୫ | ଭଟଲୀ | ଅଣ ସଂରକ୍ଷିତ | ସୋହେଲା, ଭଟଲୀ, ଅମ୍ବାଭୋନା | ସୁଶାନ୍ତ ସିଂହ | ବିଜଦ |
This article uses material from the Wikipedia ଓଡ଼ିଆ article ବରଗଡ଼ ଜିଲ୍ଲା, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 4.0 ରେ ଉପଲବ୍ଧ । Images, videos and audio are available under their respective licenses.
®Wikipedia is a registered trademark of the Wiki Foundation, Inc. Wiki ଓଡ଼ିଆ (DUHOCTRUNGQUOC.VN) is an independent company and has no affiliation with Wiki Foundation.