ରମଣ ପ୍ରଭାବ

ରମଣ ପ୍ରଭାବ ବା ରମଣ ବିଚ୍ଛୁରଣ (ଇଂରାଜୀରେ Raman scattering ବା Raman effect) ଆଲୋକ କଣିକା ଫୋଟନ୍‍ର ବିଚ୍ଛୁରଣ ସମ୍ବନ୍ଧୀୟ ଏକ ସିଦ୍ଧାନ୍ତ । ଉଚ୍ଚ କମ୍ପନ ଓ ଘୂର୍ଣ୍ଣନ ଶକ୍ତି ସ୍ତରରେ ରହିଥିବା ଅଣୁମାନଙ୍କ ଧକ୍କା ଫଳକେ ଆଲୋକ କଣିକା ଫୋଟନ୍‍ର ଏକ ପ୍ରକାରର ଅନମନୀୟ ବିଚ୍ଛୁରଣ ଯୋଗୁଁ ରମଣ ପ୍ରଭାବ ସୃଷ୍ଟି ହୋଇଥାଏ । ୧୯୨୮ ମସିହାରେ ଭାରତୀୟ ପଦାର୍ଥ ବିଜ୍ଞାନୀ ଚନ୍ଦ୍ରଶେଖର ଭେଙ୍କଟ ରମଣ ଓ ତାଙ୍କର ଜଣେ ଛାତ୍ର କେ.

ଶ୍ରୀନିବାସ କୃଷ୍ଣନ୍ ତରଳ ପଦାର୍ଥମାନଙ୍କରେ ଏହି ବିଚ୍ଛୁରଣ ଘଟୁଥିବା ଆବିଷ୍କାର କରିଥିଲେ । ଆଉ ଦୁଇ ବୌଜ୍ଞାନିକ ଗ୍ରିଗୋରି ଲାଣ୍ଡସ୍‍ବର୍ଗ୍ ଓ ଲିଓନିଡ୍ ମାଣ୍ଡେଲ୍‍ଷ୍ଟାମ୍ ସ୍ୱତନ୍ତ୍ର ପରୀକ୍ଷାଦ୍ୱାରା କଠିନ ସ୍ଫଟିକ ପଦାର୍ଥରେ ଏହି ପ୍ରଭାବ ଦେଖାଯାଉଥିବା ପ୍ରତିପାଦିତ କରିଥିଲେ । ୧୯୨୩ ମସିହାରେ ଆଉ ଜଣେ ବୈଜ୍ଞାନିକ ଆଡୋଲ୍‍ଫ୍ ସ୍ମେକାଲ୍ ଏହି ପ୍ରଭାବର ତତ୍ତ୍ୱ ବିଷୟରେ କହିଥିଲେ ହେଁ କୌଣସି ବିଜ୍ଞାନଭିତ୍ତିକ ପ୍ରମାଣ ଦେଇନଥିଲେ ।

ରମଣ ପ୍ରଭାବ
ଆଣବିକ ଶକ୍ତି ସ୍ତର ସମୂହ ଓ ରମଣ ପ୍ରଭାବ ପାଇଁ ଉଦ୍ଦିଷ୍ଟ ସ୍ତର

ଏକ ଅଣୁ ବା ପରମାଣୁରୁ ଫୋଟନ୍ ବିଚ୍ଛୁରଣ ହେଲେ, ଏହି ବିଚ୍ଛୁରଣ ସାଧାରଣତଃ ନମନୀୟ ବିଚ୍ଛୁରଣ ହୋଇଥାଏ ଯାହାକୁ ରେଲେ ବିଚ୍ଛୁରଣ (ଈଂରାଜୀରେ Rayleigh scattering) ବୋଲି କୁହାଯାଏ । ଏପରି ବିଚ୍ଛୁରଣରେ ଆଗନ୍ତୁକ ଓ ବିଚ୍ଛୁରିତ ଫୋଟନ୍‍ର ଶକ୍ତି ସ୍ତର (ତରଙ୍ଗ ଦୈର୍ଘ୍ୟ ଓ ଆବୃତ୍ତି) ସମାନ ହୋଇଥାଏ । ତେବେ ଏହି ବିଚ୍ଛୁରିତ ଫୋଟନ୍‍ମାନଙ୍କ ଏକ କ୍ଷୁଦ୍ର ଅଂଶରେ (ପ୍ରାୟ ୧ କୋଟିରେ ଗୋଟିଏ) ଅନମନୀୟ ପ୍ରକୃତି ଦେଖାଯାଇଥାଏ । ଅର୍ଥାତ୍ ବିଚ୍ଛୁରିତ ଫୋଟନ୍‍ର ଶକ୍ତି (ବା ଆବୃତ୍ତି) ଆଗନ୍ତୁକ ଫୋଟନ୍‍ର ଶକ୍ତି (ବା ଆବୃତ୍ତି)ଠାରୁ ଅଲଗା (ଅଧିକାଂଶ କ୍ଷେତ୍ରରେ କମ୍) ହୋଇଥାଏ । ଗ୍ୟାସୀୟ ପଦାର୍ଥରେ ଅଣୁମାନେ ନିଜ ଶକ୍ତି ସ୍ତରରୁ ଅନ୍ୟ ଏକ ଉଚ୍ଚ ଶକ୍ତି ସ୍ତରକୁ ଗଲେ ମଧ୍ୟ ରମଣ ପ୍ରଭାବ ପରିଲକ୍ଷିତ ହୋଇପାରେ ।

ଇତିହାସ

୧୯୨୩ ମସିହାରେ ପ୍ରଥମେ ଅଷ୍ଟ୍ରିଆର ପଦାର୍ଥ ବିଜ୍ଞାନୀ ଅନମନୀୟ ବିଚ୍ଛୁରଣ ବିଷୟରେ କଳ୍ପନା କରିଥିଲେ (ତେଣୁ ଜର୍ମାନ୍ ଭାଷାଭାଷୀ ମହଲରେ ଏହି ପ୍ରଭାବକୁ ସ୍ମେକାଲ୍-ରମଣ ପ୍ରଭାବ ବୋଲି ମଧ୍ୟ କୁହାଯାଏ) । ୧୯୨୨ ମସିହାରେ ଭାରତୀୟ ପଦାର୍ଥ ବିଜ୍ଞାନୀ ଚନ୍ଦ୍ରଶେଖର ଭେଙ୍କଟ ରମଣ ଆଲୋକର ଆଣବିକ ବିସରଣ ସମ୍ପର୍କରେ ଅନେକ ଲେଖା ପ୍ରକାଶ କରିଥିଲେ । ତାଙ୍କର ଏହି ସମସ୍ତ ବୈଜ୍ଞାନିକ ପରୀକ୍ଷା ଯୋଗୁଁ ୧୯୨୮ ମସିହା ଫେବୃଆରୀ ୨୮ ତାରିଖ ଦିନ ସେ ଏହି ପ୍ରଭାବର ଆବିଷ୍କାର କଲେ ତଥା ବୈଜ୍ଞାନିକ ପ୍ରମାଣ ପାଇଲେ । ଏହି ଆବିଷ୍କାର ପାଇଁ ପ୍ରଭାବ ସହିତ ଚନ୍ଦ୍ରଶେଖରଙ୍କ ନାମ ଯୋଡ଼ି ହୋଇଗଲା । ଚନ୍ଦ୍ରଶେଖର ରମଣ ଓ କେ. ଶ୍ରୀନିବାସ କୃଷ୍ଣନ୍ ପ୍ରଥମେ ଏହି ପ୍ରଭାବ ସମ୍ପର୍କରେ ନିଜର ଲେଖା ପ୍ରକାଶ କଲେ । ଏକା ସମୟରେ ୧୯୨୮ ମସିହା ଫେବୃଆରୀ ୨୧ ତାରିଖ ଦିନ ଗ୍ରିଗୋରି ଲାଣ୍ଡସ୍‍ବର୍ଗ୍ ଓ ଲିଓନିଡ୍ ମାଣ୍ଡେଲ୍‍ଷ୍ଟାମ୍ ସ୍ୱତନ୍ତ୍ର ପରୀକ୍ଷାଦ୍ୱାରା ଏକା ପ୍ରଭାବ ଆବିଷ୍କାର କରିଥିଲେ । ଏହି କାରଣରୁ ତତ୍କାଳୀନ ସୋଭିଏତ୍ ବୈଜ୍ଞାନିକ ସମାଜ ଏହି ଆବିଷ୍କାରରେ କେବଳ ରମଣଙ୍କ ନାମ ଯୋଡ଼ିବାକୁ ଗ୍ରହଣ କରୁନଥିଲା । ଋଷୀୟ ବୈଜ୍ଞାନିକ ଲେଖାରେ ଏହାକୁ ମିଶ୍ରିତ ବିଚ୍ଛୁରଣ ("combinatory scattering") ବୋଲି କୁହାଯାଉଥିଲା । ଆଲୋକର ବିଚ୍ଛୁରଣ ଦିଗରେ ଉଲ୍ଲେଖନୀୟ ଅବଦାନ ପାଇଁ ୧୯୩୦ ମସିହାରେ ଚନ୍ଦ୍ରଶେଖର ଭେଙ୍କଟ ରମଣଙ୍କୁ ନୋବେଲ୍ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।

ତରଳ, ଗ୍ୟାସୀୟ ଓ କଠିନ ପଦାର୍ଥଙ୍କ ଅନ୍ତଃ-ଗଠନ ଓ ସଜ୍ଜା ଜାଣିବା ପାଇଁ ଅତ୍ୟନ୍ତ ଉପଯୋଗୀ ହୋଇଥିବାରୁ ୧୯୯୮ ମସିହାରେ ଆମେରିକୀୟ ରସାୟନ ବିଜ୍ଞାନ ସମାଜ (American Chemical Society) ରମଣ ପ୍ରଭାବକୁ ଏକ “ଜାତୀୟ ଐତିହାସିକ ରସାୟନ ବିଜ୍ଞାନ କୀର୍ତ୍ତିମାନ” ଭାବେ ମାନ୍ୟତା ପ୍ରଦାନ କରିଥିଲେ ।

ବ୍ୟାଖ୍ୟା

ସ୍ୱାଧୀନତାର ସୂଚକ (ଡିଗ୍ରୀସ୍ ଅଫ୍ ଫ୍ରିଡମ୍ – Degrees of freedom)

ଯେ କୌଣସି ରସାୟନିକ ଯୌଗିକ ପଦାର୍ଥରେ ୩N ଗୋଟି ସ୍ୱାଧୀନତାର ଦିଗ ଥାଆନ୍ତି (ଯଦି ସେହି ଯୌଗିକ ପଦାର୍ଥରେ ସମୁଦାୟ Nଟି ପରମାଣୁ ରହିଥାନ୍ତି) । ଗୋଟିଏ ଅଣୁରେ ରହିଥିବା ପ୍ରତ୍ୟେକ ପରମାଣୁ x, y, z ଏପରି ତିନୋଟି ଦିଗ ବା ଆୟାମରେ ଗତି କରିପାରୁଥିବାରୁ ସ୍ୱାଧୀନତାର ଦିଗ ୩N ହୋଇଥାଏ । କିନ୍ତୁ ଏକ ଅଣୁର ସ୍ୱାଧୀନତାର ଦିଗ ନିର୍ଣ୍ଣୟ କରିବା ପାଇଁ ସମଗ୍ର ଅଣୁର ସ୍ୱାଧୀନତାର ଦିଗ ଦେଖିବାକୁ ପଡ଼ିଥାଏ । ତେଣୁ, ଏକ ଅଣୁର ସ୍ୱାଧୀନତାର ସୂଚକରେ ୩ଟି ଆୟାମ ସହିତ ସରଳ ରୈଖିକ ଗତି, ଘୂର୍ଣ୍ଣନ ଗତି ଓ କମ୍ପନ ଗତିକୁ ମଧ୍ୟ ସ୍ୱାଧୀନତାର ଦିଗ ଭାବେ ଅଭିହିତ କରାଯାଇଥାଏ । ସରଳ ରୈଖିକ ଗତିର ୩ଟି ଆୟାମ (x, y, z) ଏବଂ ରମଣ ପ୍ରଭାବ , ରମଣ ପ୍ରଭାବ ରମଣ ପ୍ରଭାବ -ଅକ୍ଷ ଚାରିପଟେ ଘୂର୍ଣ୍ଣନ ଗତିର ୩ଟି ଦିଗ ରହିପାରିବ । ରୈଖିକ ଅକ୍ଷରେ ଘୂର୍ଣ୍ଣନ କରୁଥିବା ଅଣୁର କେବଳ ଦୁଇଟି ଘୂର୍ଣ୍ଣନ ସ୍ୱାଧୀନତା ଥିବାରୁ ଏକ ଦିଗ କମ୍ ଥାଏ । ଅନ୍ୟ ସମସ୍ତ ସ୍ୱାଧୀନତାର ସୂଚକ ଅଣୁର କମ୍ପନ ଗତି ପାଇଁ ଉଦ୍ଦିଷ୍ଟ । ରସାୟନିକ ବନ୍ଧନ ସୃଷ୍ଟି ହେବା, ଭାଙ୍ଗିବା ବା ଅନ୍ୟ ସମସ୍ତ ବନ୍ଧନ ସମ୍ପର୍କୀୟ ପ୍ରକ୍ରିୟା ଏହି କମ୍ପନ ଗତିର ସ୍ୱାଧୀନତାର ସୂଚକ ସାଜିଥାନ୍ତି ।

ଏକ ରୈଖିକ ଅଣୁ ପାଇଁ ରହିଥିବା ସମସ୍ତ କମ୍ପନ ଦିଗଗୁଡ଼ିକ ହେଲେ :

    ରମଣ ପ୍ରଭାବ 

କିନ୍ତୁ ଏକ ଅଣ-ରୈଖିକ ଅଣୁ ପାଇଁ ରହିଥିବା ସମସ୍ତ କମ୍ପନ ଦିଗଗୁଡ଼ିକ ହେଲେ :

    ରମଣ ପ୍ରଭାବ 

ଆଣବିକ କମ୍ପନ ଓ ଅବଲୋହିତ ବିକିରଣ

ଆଣବିକ କମ୍ପନର ଆବୃତ୍ତି ଅତି ନିମ୍ନ ସ୍ତରର ହୋଇଥାଏ (ପ୍ରାୟ ୧୦୧୨ରୁ ୧୦୧୪ ହର୍ଜ୍) । ଏହି ନିମ୍ନ ଆବୃତ୍ତି ଅବଲୋହିତ ଆଲୋକର ଆବୃତ୍ତି ସହିତ ପ୍ରାୟ ସମାନ । ଯେ କୌଣସି ଏକ ନିର୍ଦ୍ଦିଷ୍ଟ ସମୟରେ ଏକ ଅଣୁରେ କିଛି ମାତ୍ରାର କମ୍ପନ ଶକ୍ତି ନିହିତ ହୋଇ ରହିଥାଏ । କିନ୍ତୁ ପରସ୍ପର ସହିତ ଧକ୍କା ବା ଅନ୍ୟ ଅଣୁମାନଙ୍କ ପ୍ରଭାବ ଯୋଗୁଁ ଅଣୁମାନଙ୍କ କମ୍ପନ ଶକ୍ତି ଅବିରତ ବଦଳୁଥାଏ ।

ସାଧାରଣ ତାପମାତ୍ରାରେ ଅଧିକାଂଶ ଅଣୁ ନିଜର ନିମ୍ନତମ ଶକ୍ତିସ୍ତରରେ (ground state) ରହିଥାନ୍ତି । ଅଳ୍ପ କିଛି ଅଣୁ ଉତ୍ତେଜିତ ଅବସ୍ଥାରେ ଥାଆନ୍ତି, ତେଣୁ ଅନ୍ୟ ଅଣୁଙ୍କ ତୁଳନାରେ ଉଚ୍ଚତର ଶକ୍ତିସ୍ତରରେ ରହିଥାନ୍ତି । ଯେ କୌଣସି ତାପମାତ୍ରାରେ ବୋଲ୍‍ଜ୍‍ମାନ୍ ବିତରଣ ଅନୁଯାୟୀ ଅଣୁମାନଙ୍କ କମ୍ପନଶୀଳତା ନିର୍ଦ୍ଧାରିତ ହୋଇଥାଏ । ଅଳ୍ପ ବା ନିମ୍ନ ତାପମାତ୍ରାରେ ଅଧିକାଂଶ ଅଣୁ ନିମ୍ନ କମ୍ପନ ଶକ୍ତିସ୍ତରରେ ରହିଥାନ୍ତି । ଏହି ଅଣୁମାନଙ୍କୁ ଉତ୍ତେଜିତ କଲେ ସେମାନେ ଫୋଟନ୍‍ମାନଙ୍କଠାରୁ ଶକ୍ତି ପାଇ ଉଚ୍ଚ କମ୍ପନ ଶକ୍ତିସ୍ତରକୁ ଯାଇଥାନ୍ତି । ଏହି ତତ୍ତ୍ୱକୁ ଅନୁସରଣ କରି ଅବଲୋହିତ ସ୍ପେକ୍ଟ୍ରୋସ୍କୋପ୍ ଉପକରଣମାନ କାମ କରନ୍ତି : ବସ୍ତୁ ମଧ୍ୟରେ ଅବଲୋହିତ ରଶ୍ମୀ ସଞ୍ଚରିତ କରାଇ ବସ୍ତୁରୁ ବାହାରୁ ଥିବା ଆଲୋକ ରଶ୍ମୀର ଆବୃତ୍ତି ମାପ କରାଯାଏ । ଆଲୋକର ତୀବ୍ରତାରେ ହ୍ରାସ ଦେଖାଦେଲେ ତାହା ଅଣୁମାନଙ୍କ କମ୍ପନ ଶକ୍ତିସ୍ତରରେ ଉପଯୋଗ ହେବା ସୂଚିତ କରିଥାଏ । ଯଦି ଏକ ଫୋଟନ୍‍ର ଶକ୍ତିକୁ ରମଣ ପ୍ରଭାବ  ବୋଲି କହିବା, ତେବେ

    ରମଣ ପ୍ରଭାବ ,

ଏଠାରେ ରମଣ ପ୍ରଭାବ  ହେଉଛି ପ୍ଲାଂକ୍ ସ୍ଥିରାଙ୍କ ଓ ରମଣ ପ୍ରଭାବ  ହେଉଛି ବିକିରିତ ଆଲୋକର ଆବୃତ୍ତି । ତେଣୁ ଅଣୁମାନଙ୍କୁ କେତେ ଆବୃତ୍ତିର ଆଲୋକଦ୍ୱାରା ଉତ୍ତେଜିତ କରାଯାଇପାରିବ ସେଥିରୁ ଏପରି ଶକ୍ତିସ୍ତର ହାସଲ କରିବା ପାଇଁ ଆବଶ୍ୟକ ଶକ୍ତିର ମାପ ମିଳିଥାଏ ।

ରମଣ ବିଚ୍ଛୁରଣ

ଅନମନୀୟ ବିଚ୍ଛୁରଣଦ୍ୱାରା ଆଣବିକ କମ୍ପନ ବିଷୟରେ ସମ୍ୟକ୍ ସୂଚନା ମିଳେ । ଅନମନୀୟ ସ୍ୱଭାବର ହୋଇଥିବାରୁ ରମଣ ବିଚ୍ଛୁରଣରେ ଆଗନ୍ତୁକ ଫୋଟନ୍‍ଠାରୁ ବିଚ୍ଛୁରିତ ଫୋଟନ୍‍ର ଶକ୍ତି କମ୍ ହୋଇଥାଏ । ତେଣୁ ବଳକା ଶକ୍ତି ଅଣୁମାନଙ୍କୁ ଉଚ୍ଚତର କମ୍ପନ ଶକ୍ତିସ୍ତରକୁ ଉଠାଇବାରେ ନିୟୋଜିତ ହୋଇଛି ବୋଲି ଜଣାପଡ଼େ । ଆଗନ୍ତୁକ ଓ ବିଚ୍ଛୁରିତ ଆଲୋକ ରଶ୍ମୀର ଆବୃତ୍ତି ଜଣାଥିଲେ କେତେ ଶକ୍ତିଦ୍ୱାରା ଅଣୁଟିକୁ ଉତ୍ତେଜିତ କରାଯାଇପାରିବ ତାହା ନିର୍ଦ୍ଧାରଣ କରାଯାଇପାରିବ ।

ରମଣ ସ୍ପେକ୍ଟ୍ରୋସ୍କୋପିରେ ଦୃଶ୍ୟମାନ ବା ଅବଲୋହିତ ନିକଟସ୍ଥ ଆଲୋକ ପରୀକ୍ଷଣ ପାଇଁ ଉଦ୍ଦିଷ୍ଟ ବସ୍ତୁ ଦେଇ ସଞ୍ଚରିତ କରାଯାଏ । ଆଲୋକର ଫୋଟନ୍‍ମାନଙ୍କ ଯୋଗୁଁ ବସ୍ତୁର ଅଣୁମାନଙ୍କ କମ୍ପନ ଶକ୍ତି ଉପରେ ପ୍ରଭାବ ନ ପଡ଼ିଲେ ବିଚ୍ଛୁରିତ ଆଲୋକର ଆବୃତ୍ତି ଆଗନ୍ତୁକ ଆଲୋକର ଆବୃତ୍ତି ସହ ସମାନ ହୋଇଥାଏ । ଏହି ବିଚ୍ଛୁରଣ ନମନୀୟ ସ୍ୱଭାବର ଓ ଏହାକୁ ରେଲେ ବିଚ୍ଛୁରଣ (Rayleigh scattering) କୁହାଯାଏ । ଯଦି ଆଗନ୍ତୁକ ଫୋଟନ୍ ଏକ ଅଣୁର କମ୍ପନ ଶକ୍ତିସ୍ତରକୁ ବଢ଼ାଇଦିଏ ବା ପ୍ରଭାବିତ କରେ ତେବେ ବିଚ୍ଛୁରିତ ଫୋଟନ୍‍ର ଆବୃତ୍ତି ବା ଶକ୍ତି କମିଯାଏ । ଏକ ମଧ୍ୟବର୍ତ୍ତୀ ପ୍ରମାତ୍ରିକ ଅବସ୍ଥାରେ ଏହି ଅନମନୀୟ ସ୍ୱଭାବ ଦେଖାଦିଏ । ଏହି ପ୍ରମାତ୍ରିକ ଅବସ୍ଥା ଅଣୁର ଏକ “ସ୍ଥିର ଅବସ୍ଥା” ବା “ଅସ୍ଥିର ଅବସ୍ଥା” ମଧ୍ୟ ହୋଇପାରେ ।

ଷ୍ଟୋକ୍‍ସ୍ ଓ ଆଣ୍ଟି-ଷ୍ଟୋକ୍‍ସ୍

ରମଣ ପ୍ରଭାବ 
ଆଲୋକ ବିଚ୍ଛୁରଣର ବିଭିନ୍ନ ସମ୍ଭାବନା : ରେଲେ ବିଚ୍ଛୁରଣ, ଷ୍ଟୋକ୍‍ସ୍-ରମଣ ବିଚ୍ଛୁରଣ ଓ ଆଣ୍ଟିଷ୍ଟୋକ୍‍ସ୍-ରମଣ ବିଚ୍ଛୁରଣ

ରମଣ ପ୍ରଭାବ ଯୋଗୁଁ ଦୁଇଟି ସମ୍ଭାବନା ସୃଷ୍ଟି ହୋଇପାରେ :

  • ପଦାର୍ଥଟିଏ ଆଗନ୍ତୁକ ଫୋଟନ୍‍ର ଶକ୍ତି ଶୋଷଣ କରେ ଓ ନିର୍ଗତ ଫୋଟନ୍‍ର ଶକ୍ତି ଆଗନ୍ତୁକ ଫୋଟନ୍‍ର ଶକ୍ତିଠାରୁ କମ୍ ହୋଇଥାଏ । ସାର୍ ଜର୍ଜ୍ ଷ୍ଟୋକ୍‍ସ୍‍ ୧୮୫୨ ମସିହାରେ ଆବିଷ୍କାର କରିଥିବା ଫ୍ଲୋରୋସେନ୍ସ୍ ତତ୍ତ୍ୱ ସହ ସାମଞ୍ଜସ୍ୟ ଥିବାରୁ ଏହାକୁ ଷ୍ଟୋକ୍‍ସ୍-ରମଣ ପ୍ରଭାବ କୁହାଯାଏ ।
  • ପଦାର୍ଥରୁ ଶକ୍ତି କ୍ଷୟ ହୁଏ ଓ ନିର୍ଗତ ଫୋଟନ୍‍ର ଶକ୍ତି ଆଗନ୍ତୁକ ଫୋଟନ୍‍ର ଶକ୍ତିଠାରୁ ଅଧିକ ହୋଇଥାଏ । ଏହାକୁ ଆଣ୍ଟିଷ୍ଟୋକ୍‍ସ୍ ରମଣ ବିଚ୍ଛୁରଣ କୁହନ୍ତି ।

ଉପଯୋଗିତା

ରମଣ ସ୍ପେକ୍ଟ୍ରୋସ୍କୋପିରେ ରମଣ ପ୍ରଭାବ ବ୍ୟବହାର କରାଯାଇଥାଏ । ରମଣ ସ୍ପେକ୍ଟ୍ରୋସ୍କୋପିଦ୍ୱାରା କଠିନ, ତରଳ ଓ ଗ୍ୟାସୀୟ ପଦାର୍ଥମାନଙ୍କ ଅନ୍ତଃ-ସଂରଚନା ନିର୍ଦ୍ଧାରିତ ହୁଏ । ରମଣ ସ୍ପେକ୍ଟ୍ରୋସ୍କୋପିଦ୍ୱାରା ଜୈବିକ ବସ୍ତୁ, ମନୁଷ୍ୟ ଜୀବକୋଷ (tissue) ପରି ଜଟିଳ ବସ୍ତୁଙ୍କ ଅନ୍ତଃ-ସଂରଚନା ନିର୍ଦ୍ଧାରଣ ଓ ବିଶ୍ଳେଷଣ ମଧ୍ୟ ହୋଇପାରିବ ।

ରମଣ ଲିଡାର୍, ରମଣ ଆମ୍ପ୍ଲିଫାୟର୍ ପରି ଉପକରଣରେ ମଧ୍ୟ ରମଣ ପ୍ରଭାବର ବ୍ୟବହାର ଦେଖାଯାଇଛି । ଯବକ୍ଷାରଜାନ ଓ ଅମ୍ଳଜାନ ଅଣୁରେ ରେଲେ ଓ ରମଣ ବିଚ୍ଛୁରଣ (ରମଣ ପ୍ରଭାବ) ଯୋଗୁଁ ଆକାଶ ନୀଳ ରଙ୍ଗର ଦେଖାଯାଇଥାଏ ।

ଆହୁରି ଦେଖନ୍ତୁ

ଆଧାର

ଅନ୍ୟାନ୍ୟ ଲିଂକ୍

Tags:

ରମଣ ପ୍ରଭାବ ଇତିହାସରମଣ ପ୍ରଭାବ ବ୍ୟାଖ୍ୟାରମଣ ପ୍ରଭାବ ଉପଯୋଗିତାରମଣ ପ୍ରଭାବ ଆହୁରି ଦେଖନ୍ତୁରମଣ ପ୍ରଭାବ ଆଧାରରମଣ ପ୍ରଭାବ ଅନ୍ୟାନ୍ୟ ଲିଂକ୍ରମଣ ପ୍ରଭାବଚନ୍ଦ୍ରଶେଖର ଭେଙ୍କଟ ରମଣ

🔥 Trending searches on Wiki ଓଡ଼ିଆ:

ଟୋକିଓଆପେଣ୍ଡିସାଇଟିସବ୍ୟାଙ୍କଭାରତୀୟ ସଂଖ୍ୟା ପ୍ରଣାଳି୧୭ ଫେବୃଆରୀହୀରାକୁଦ ବନ୍ଧଫେବୃଆରୀ ୨୮ମାଛରାଜ ଯୋଗକିଶୋରୀ ଚରଣ ଦାସବିନ୍ଦୁପୁରୁଷୋତ୍ତମ ଦେବଦେବୁ ବୋଷଦାମୋଦର ରାଉତଶତ୍ରୁଘ୍ନ ପାଣ୍ଡବଶିବଭୀମ ପୃଷ୍ଟିଓଡ଼ିଆବୀର ସୁରେନ୍ଦ୍ର ସାଏଯୌନ ସମ୍ଭୋଗଫରିନା ଆଜାଦଓଡ଼ିଆ ଭାଗବତସିଦ୍ଧାନ୍ତ ମହାପାତ୍ରଚୈତନ୍ୟକବିସୂର୍ଯ୍ୟ ବଳଦେବ ରଥଭାରତୀୟ ସ୍ୱାଧୀନତା ଆନ୍ଦୋଳନପଲଉକାଗଜଇଂଲଣ୍ଡଆସିକା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଗାଲୁଆମହାରାଷ୍ଟ୍ରତାରିଣୀ ମନ୍ଦିର, ଘଟଗାଁଓଡ଼ିଶୀ ସଙ୍ଗୀତଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକାବଡ଼ ଏରାରାସାୟନିକ ମୌଳିକମନୋରଞ୍ଜନ ଦାସପଙ୍କଜ ଉଧାସଅଂଶୁଘାତଜୁନରାମଶଙ୍କର ରାୟଚିଲିକା ହ୍ରଦଲିମାଆଖୁବିରାଟ କୋହଲୀରାଉରକେଲାଗୋଦର ରୋଗକୁଜିବର ପ‌ତ୍ରପାରାଦୀପ ବନ୍ଦରତ୍ରିଭୁଜଆଣ୍ଡାମାନ ସାଗରମଦର ଟେରେସା୨୦୧୨ପ୍ରସନ୍ନ କୁମାର ପଣ୍ଡାଭାରତୀୟ ଜନତା ପାର୍ଟିମଧୁସୂଦନ ଦାସଓଡ଼ିଶାର କଳାଅପରେଟିଙ୍ଗ ସିଷ୍ଟମଦ୍ୱିତୀୟ ଭାସ୍କରରେଶମ ପଥସମୟ (କାଳ)ପର୍ଫେନାଜାଇନ୨୦ ଅଗଷ୍ଟଚିତ୍ତରଞ୍ଜନ ତ୍ରିପାଠୀଭ୍ୟାକୁମ୍ କ୍ଲିନର୍ଅଲାରନାଥ ମନ୍ଦିରଢେଙ୍କାନାଳନରେନ୍ଦ୍ର ମୋଦୀଶ୍ରୀମନ୍ଦିରର ଷୋଡ଼ଶ ମଣ୍ଡପସଚ୍ଚିଦାନନ୍ଦ ରାଉତରାୟମାର୍ଚ୍ଚ ୨୧🡆 More