ଆଣ୍ଡାମାନ ସାଗର: ସମୁଦ୍ର

ଆଣ୍ଡାମାନ ସାଗର (ଐତିହାସିକ ଭାବରେ ବର୍ମା ସାଗର ଭାବରେ ଜଣାଶୁଣା) ଉତ୍ତର-ପୂର୍ବ ଭାରତ ମହାସାଗରର ଭାଗ ଯାହାକି ମିଆଁମାର ଏବଂ ଥାଇଲ୍ୟାଣ୍ଡର ଉପକୂଳବର୍ତ୍ତୀ ସୀମାନ୍ତରେ ଅବସ୍ଥିତ ଏବଂ ମାର୍ଟାବାନ୍ ଉପସାଗରରେ ଏବଂ ମାଲାୟ ଉପଦ୍ୱୀପର ପଶ୍ଚିମ ପାର୍ଶ୍ୱରେ ଅବସ୍ଥିତ । ଏହା ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ଦ୍ୱର ବଙ୍ଗୋପସାଗରଠାରୁ ପୃଥକ ହୋଇଛି । ଏହାର ଦକ୍ଷିଣତମ ସୀମା ସୁମାତ୍ରାର ଉତ୍ତରରେ ଥିବା ବ୍ରେହୁ ଦ୍ୱୀପ ଏବଂ ମାଲାକା ପ୍ରଣାଳି ସହିତ ସଂଯୁକ୍ତ ।

ପାରମ୍ପରିକ ଭାବେ ଆଣ୍ଡାମାନ ସାଗର ,ସମୁଦ୍ର ଉପକୂଳବର୍ତ୍ତୀ ଦେଶମାନଙ୍କ ମଧ୍ୟରେ ସାମଗ୍ରୀ ପରିବହନ ଏବଂ ମତ୍ସ୍ୟ ଉତ୍ପାଦନ ପାଇଁ ବ୍ୟବହୃତ । ଏହାର ପ୍ରବାଳ ବନ୍ଧ ଏବଂ ଦ୍ୱୀପପୁଞ୍ଜଗୁଡ଼ିକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ଭାବରେ ଜଣାଶୁଣା ।

ଭୂଗୋଳ

ଆଣ୍ଡାମାନ ସାଗର: ଭୂଗୋଳ, ଭୂତତ୍ତ୍ୱ, ଆଗ୍ନେୟଗିରି 
ଆଣ୍ଡାମାନ ସାଗର ସ୍ଥିତି

୯୨° ପୂର୍ବରୁ ୧୦୦° ପୂର୍ବ ଦ୍ରାଘିମା ଏବଂ ୪° ଉତ୍ତରରୁ ୨୦° ଉତ୍ତର ପର୍ଯ୍ୟନ୍ତ ବ୍ୟାପିଥିବା ଆଣ୍ଡାମାନ ସାଗର ଭାରତ ମହାସାଗରରେ ଏକ ଗୁରୁତ୍ୱପୂର୍ଣ୍ଣ ଭାଗ ଅଧିକାର କରିଛି |ଏହା ମିଆଁମାରର ଦକ୍ଷିଣରେ, ଥାଇଲ୍ୟାଣ୍ଡର ପଶ୍ଚିମରେ ଏବଂ ଇଣ୍ଡୋନେସିଆର ଉତ୍ତରରେ ଅବସ୍ଥିତ। ଏହି ସମୁଦ୍ରକୁ ବଙ୍ଗୋପସାଗରରୁ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ଏବଂ ଇଣ୍ଡୋ-ବର୍ମା ପ୍ଲେଟ ସୀମା ସହିତ ସମୁଦ୍ରର ଏକ ଶୃଙ୍ଖଳ ପୃଥକ କରିଛି । ମାଲାକା ପ୍ରଣାଳି ଏହାର ଦକ୍ଷିଣ ଦିଗରେ ଏକ ପ୍ରସ୍ଥାନ ପଥ ସୃଷ୍ଟି କରେ ଯାହା କି ୩ କିଲୋମିଟର ଚଉଡା ଏବଂ ୩୭ ମିଟର ଗଭୀର ଅଟେ ।

ଭୂତତ୍ତ୍ୱ

ଆଣ୍ଡାମାନ ସାଗର ବେସିନର ଉତ୍ତର ଏବଂ ପୂର୍ବ ପାର୍ଶ୍ୱ ମିଆଁମାର ଏବଂ ଥାଇଲ୍ୟାଣ୍ଡ ଉପକୂଳରୁ ୨୦୦ କିଲୋମିଟର ଦୁର ମହୀସୋପାନରେ ବିସ୍ତୃତ ଏବଂ ଅଗଭୀର | ଏହାର ପ୍ରାୟ ୪୫ ପ୍ରତିଶତ ଅଗଭୀର (୫୦୦ ମିଟରରୁ କମ୍ )। ପୂର୍ବ ଦିଗରେ ମହୀସୋପାନକୁ ଅନୁସରଣ କରୁଥିବା ମହୀଢାଲୁ ୯° ଉତ୍ତରରୁ ୧୪° ଉତ୍ତର ମଧ୍ୟରେ ଯଥେଷ୍ଟ ତୀଖ ଓ ଗଭୀର ।

ଇରାୱାଡି ନଦୀଦ୍ୱାରା ଜମା ହୋଇଥିବା ଅବକ୍ଷୀପ୍ତ ଯୋଗୁ ଉତ୍ତର ଏବଂ ପୂର୍ବ ଭାଗ ୧୮୦ ମିଟର (୫୯୦ ଫୁଟ)ରୁ କମ୍ ଗଭୀର ଅଟେ | ଏହି ପ୍ରମୁଖ ନଦୀ ଉତ୍ତରରୁ ମିଆଁମାର ଦେଇ ସମୁଦ୍ରକୁ ପ୍ରବାହିତ ହେଉଛି | ପଶ୍ଚିମ ଏବଂ କେନ୍ଦ୍ରୀୟ ଭାଗଗୁଡିକର ଗଭୀରତା ୯୦୦–୩୦୦୦ ମିଟର (୩୦୦୦–୯୮୦୦ ଫୁଟ) ଅଟେ |ସମଗ୍ର ସାଗରର 5%ରୁ କମ୍ ୩୦୦୦ ମିଟର (୯୮୦୦ ଫୁଟ)ଠାରୁ ଗଭୀର ଅଟେ।

ଆଗ୍ନେୟଗିରି

ଆଣ୍ଡାମାନ ସାଗର: ଭୂଗୋଳ, ଭୂତତ୍ତ୍ୱ, ଆଗ୍ନେୟଗିରି 
ବାରେନ୍ ଦ୍ୱୀପର ଆଗ୍ନେୟଗିରି

ସମୁଦ୍ର ମଧ୍ୟରେ, ମୁଖ୍ୟ ଗ୍ରେଟ୍ ଆଣ୍ଡାମାନ ଦ୍ୱୀପ ପୁଞ୍ଜର ପୂର୍ବରେ, ବାରେନ୍ ଦ୍ୱୀପରେ ଏକମାତ୍ର ସକ୍ରିୟ ଆଗ୍ନେୟଗିରି ଅବସ୍ଥିତ | ଏହି ଦ୍ୱୀପ-ଆଗ୍ନେୟଗିରିର ବ୍ୟାସ ୩ କିଲୋମିଟର (୨ ମାଇଲ) ଏବଂ ସମୁଦ୍ର ପତ୍ତନଠାରୁ ୩୫୪ ମିଟର ଉଚ୍ଚ। ପ୍ରାୟ 200 ବର୍ଷର ଶାନ୍ତ ରହିବା ପରେ ପରେ ୧୯୯୧ରେ ଏହା ପୁନର୍ବାର ସକ୍ରିୟ ହୋଇଛି ।

ପରିସଂସ୍ଥା

ଉଦ୍ଭିଦ

ଆଣ୍ଡାମାନ ସାଗରର ଉପକୂଳବର୍ତ୍ତୀ ଅଞ୍ଚଳଗୁଡିକ ହେନ୍ତାଳ ଜଙ୍ଗଲ ଏବଂ ସମୁଦ୍ର ଘାସଦ୍ୱାରା ଘେରା | ଉପକୂଳବର୍ତି ଅଞ୍ଚଳରେ ହେନ୍ତାଳ ଗଛର ମୂଳ ମାଟି ଏବଂ ପଙ୍କର ସଂରକ୍ଷଣ କରିଥାଏ । ଏହା ମାଛ ଏବଂ କ୍ଷୁଦ୍ର ଜଳଜୀବମାନଙ୍କ ଏକ ଉନ୍ନତ ଆଶ୍ରୟସ୍ଥଳୀ ହୋଇଥାଏ ।

ପ୍ରାଣୀ

ମାଳୟ ଉପଦ୍ୱୀପର ଉପକୁଳବର୍ତ୍ତି ସମୁଦ୍ର ଜଳ ଶାମୁକା ଜାତୀୟ ପ୍ରାଣିଙ୍କ ବୃଦ୍ଧିକୁ ସହୟତା କରେ। ଏଠାରେ ପ୍ରାୟ ୭୫ଟି ପରିବାରର ୨୮୦ ପ୍ରକାର ଖାଇବା ମାଛ ପ୍ରଜାତି ଅଛନ୍ତି | ସେଥିମଧ୍ୟରୁ ୧୩୨ ପ୍ରଜାତି (୬୯ ପରିବାର) ହେନ୍ତାଳ ଜଙ୍ଗଲରେ ଦେଖାଯାଅନ୍ତି ଏବଂ ୧୪୯ ପ୍ରଜାତି (୫୧ ପରିବାର) ସମୁଦ୍ର ଘାସରେ ବାସ କରନ୍ତି; ୧୦୧ ପ୍ରଜାତି ଉଭୟ ସ୍ଥାନରେ ବାସ କରନ୍ତି ।

ଆଧାର

Tags:

ଆଣ୍ଡାମାନ ସାଗର ଭୂଗୋଳଆଣ୍ଡାମାନ ସାଗର ଭୂତତ୍ତ୍ୱଆଣ୍ଡାମାନ ସାଗର ଆଗ୍ନେୟଗିରିଆଣ୍ଡାମାନ ସାଗର ପରିସଂସ୍ଥାଆଣ୍ଡାମାନ ସାଗର ଆଧାରଆଣ୍ଡାମାନ ସାଗର

🔥 Trending searches on Wiki ଓଡ଼ିଆ:

ମନ କି ବାତମିଶ୍ର ସତ୍ୟନାରାୟଣମହାତ୍ମା ଗାନ୍ଧୀଓଡ଼ିଶାର ସଂସ୍କୃତିଚିନ୍ତାମଣି ବେହେରା୯ ଫେବୃଆରୀଶତାବ୍ଦୀର ସୂର୍ଯ୍ୟଅବକାଶ ବେଶଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଆମ୍ବଓଷାହୋ ଜନ‌ଜାତିଫଣୀଶ୍ୱର ନାଥ 'ରେଣୁ'ବୈଷ୍ଣବ ଚରଣ ସାମଲଝଙ୍କାର (ପତ୍ରିକା)ଓଡ଼ିଶାସ୍ତୁତି ଚିନ୍ତାମଣିପ୍ରମିଳା ମଲ୍ଲିକରାଜ୍ୟ ସଭାସ୍ତନପ୍ରତିଭା ପାଟିଲବୁଢ଼ିଆଣୀତ୍ରିନାଥ ନାଏକଗୋଦାବରୀଶ ମହାପାତ୍ରଲାଲ ରଞ୍ଜିତ ସିଂହ ବରିହାନୂଆପଡ଼ା ଜିଲ୍ଲାଭାଷାକଳସା ଚଉତିଶାଟଗରସୁରମା ପାଢ଼ୀପାର୍କିନ୍‌ସନ୍ ରୋଗଜଗନମୋହ‌ନ ଲାଲଅକାନବିନ୍ଧିଦେବସ୍ନାନ ପୂର୍ଣ୍ଣିମାଲକ୍ଷ୍ମଣ ନାୟକଗୋପାଳ ଛୋଟରାୟନୂଆଖାଇକଳିଙ୍ଗ ଯୁଦ୍ଧପୁରୀଦିବ୍ୟସିଂହ ଦେବଗ୍ରୀନଲାଣ୍ଡସାକ୍ଷୀ ରହିବ ମୋ ଶଙ୍ଖା ସିନ୍ଦୂରଅଶୋକ (ସମ୍ରାଟ)ସାରଳା ଦାସବୃହସ୍ପତିଦୁଦୁରାଯୌନ କ୍ରିୟା ସଞ୍ଚାରିତ ରୋଗ ସମୂହଦୁର୍ଗାwiki.phtmlରୋଦନ୍ତୀବିଭୂତି ପଟ୍ଟନାୟକନମିତା ଅଗ୍ରୱାଲରଘୁନାଥ ମୁର୍ମୁପଦ୍ମପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଠିଆକିଆ ବେଶଓଡ଼ିଆ ନାଟକମିଳିମିଳାକୋଣାର୍କ ସୂର୍ଯ୍ୟ ମନ୍ଦିରଶ୍ରୀନିବାସ ରାମାନୁଜନଧନୁଯାତ୍ରାମେଘସରସ୍ୱତୀରଥଯାତ୍ରା (ବହୁବିକଳ୍ପ)ପାଞ୍ଜିଦଶାବତାରପୁଷ୍ଟିସାରସ୍ୱର୍ଣ୍ଣ ମନ୍ଦିରଜଗନ୍ନାଥଙ୍କ ସେବକଅଦା🡆 More