ଜଗନମୋହ‌ନ ଲାଲ: ପ୍ରଥମ ଆଧୁନିକ ଓଡ଼ିଆ ନାଟ୍ୟକାର

ଜଗନମୋହ‌ନ ଲାଲ (୨୫ ନଭେମ୍ବର ୧୮୩୮ - ୨୬ ଡିସେମ୍ବର ୧୯୧୩) (ଜଗନ୍ ମୋହନ ଲାଲ ଓ ଜଗମୋହନ ଲାଲା ନାମରେ ମଧ୍ୟ ପରିଚିତ) ଜଣେ ଭାରତୀୟ ନାଟ୍ୟକାର ଥିଲେ ଓ ସେ ଓଡ଼ିଶାର ପ୍ରଥମ ଆଧୁନିକ ନାଟ୍ୟକାର ଭାବରେ ପରିଚିତ । ସେ ଜଣେ ଅଭିନେତା, ନାଟ୍ୟକାର, ପ୍ରଶାସକ ଓ ସମାଜ ସଂସ୍କାରକ ଥିଲେ । ୧୮୭୭ରେ ପ୍ରଥମ ଓଡ଼ିଆ ନାଟକ ଥିଲା ବାବାଜୀ ନାଟକ ରଚନା କରି ତାକୁ ମଞ୍ଚସ୍ଥ ମଧ୍ୟ କରାଇଥିଲେ ।

ଜଗନମୋହନ ଲାଲ
ଜନ୍ମ ଓ ଜନ୍ମସ୍ଥାନ(1838-11-25)୨୫ ନଭେମ୍ବର ୧୮୩୮
ମାହାଙ୍ଗା, କଟକ ଜିଲ୍ଲା
ମୃତ୍ୟୁ୨୬ ଡିସେମ୍ବର ୧୯୧୩(1913-12-26) (ବୟସ ୭୫)
ବୃତ୍ତିନାଟ୍ୟକାର
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ଶିକ୍ଷାନୁଷ୍ଠାନରେଭେନ୍‌ସା କଲିଜିଏଟ ସ୍କୁଲ
ସାହିତ୍ୟ କୃତିବାବାଜୀ

ଜୀବନୀ ଓ ଶିକ୍ଷା

ଜଗନମୋହନ ଲାଲ ୧୮୩୮ ନଭେମ୍ବର ୨୫ରେ ଓଡ଼ିଶାର କଟକ ଜିଲ୍ଲାସ୍ଥିତ ମାହାଙ୍ଗାଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପୂର୍ବଜ ଫତେଚାନ୍ଦ ଉତ୍ତର ପ୍ରଦେଶରୁ ମାହାଙ୍ଗା ଅଞ୍ଚଳକୁ ଆସି ସେଠାରେ ଦୀର୍ଘକାଳ ବସବାସ କରିଆସୁଥିଲେ । ସେ ରେଭେନ୍‌ସା କଲିଜିଏଟ ସ୍କୁଲରୁ ଶିକ୍ଷାଲାଭ କରିଥିଲେ ।

ବୃତ୍ତିଗତ ଜୀବନ

ସ୍କୁଲ ଶିକ୍ଷା ପରେ ଜମିଦାରୀ ଥିଲେ ମଧ୍ୟ ସରକାରୀ ସେ ଚାକିରିରେ ଯୋଗ ଦେଇଥିଲେ । ବ୍ରିଟିଶ ଶାସନ କାଳରେ ସେ ଡେପୁଟି କଲେକ୍ଟର ପଦବୀ ପର୍ଯ୍ୟନ୍ତ ଯାଇପାରିଥିଲେ । ତାଙ୍କର ରଚିତ ଭ୍ରମ ଭଞ୍ଜନ (୧୮୭୧) ସେତେବେଳେ ବିଦ୍ୟାଳୟମାନଙ୍କରେ ପଢ଼ାଯାଉଥିଲା । ତାଙ୍କର ଯାତ୍ରା, ସୁଆଙ୍ଗ ଓ ନାଟକ ପ୍ରତି ବିଶେଷ ରୁଚି ଥିଲା । କଟକରେ ପାଠ ପଢୁଥିବା ସମୟରେ ଇଂରାଜୀ ଓ ବଙ୍ଗଳା ନାଟକମାନ ଦେଖି ମଞ୍ଚକଳା ପ୍ରତି ଆକର୍ଷିତ ହୋଇଥିଲେ । ସାଲ ୧୮୭୫ରେ ସେ ରାଧାକାନ୍ତ ରଙ୍ଗମଞ୍ଚ ପ୍ରତିଷ୍ଠା କରିଥିଲେ । ଅନୁବାଦ ନାଟକ କରି ସନ୍ତୁଷ୍ଟ ନ ହେବାରୁ ସେ ବାବାଜୀ ନାଟକ ରଚନା କରି ୧୮୭୭ରେ ମଞ୍ଚସ୍ଥ କରିଥିଲେ । ଏଥିରେ ସେ ମୁଖ୍ୟ ଚରିତ୍ର ବାବାଜୀ ଭୂମିକାରେ ଅଭିନୟ କରିଥିଲେ ଏବଂ ଏହାର ନିର୍ଦ୍ଦେଶକ ଥିଲେ । କୁସଂସ୍କାର ବିରୁଦ୍ଧରେ ନାଟକରେ ପ୍ରତିବାଦ କରୁଥିଲେ ଓ ନିଜେ ଜମିଦାର ହୋଇ ମଧ୍ୟ ଜମିଦାରଙ୍କ ଗର୍ବ, ଅହ‌ଙ୍କାର ଓ କୁକର୍ମ ବିରୁଦ୍ଧରେ କଲମ ଚାଳନା କରିଥିଲେ ।

ରଚନାବଳୀ

  • ଭ୍ରମ ଭଞ୍ଜନ (ଟମାସ ପର୍ଣ୍ଣଲଙ୍କ 'ଦି ହର୍ମିଟ'ର ଅନୁବାଦ)
  • ଓଡ଼ିଶା ବିଜୟ (ଐତିହାସିକ ଟୟନବିଙ୍କ 'ଦି ସ୍କେଚ ଅଫ ଦି ହିଷ୍ଟ୍ରି ଅଫ ଓଡ଼ିଶା'ର 'କନକ୍ୱେଷ୍ଟ ଅଫ ଓଡ଼ିଶା' ପ୍ରସଙ୍ଗକୁ ନେଇ ରଚନା)
  • ବାବାଜୀ (୧୮୭୭ର ନାଟକ; ମଠ ମନ୍ଦିରର ବ୍ୟଭିଚାର ବିଷୟରେ ଲିଖିତ ଓ ଗଣେଶ୍ୱର ମିଶ୍ର The Holy Man, a Play ନାମରେ ଏହାର ଇଂରାଜୀ ରୂପାନ୍ତର କରିଥିଲେ)
  • ସତୀ (୧୮୮୬ର ନାଟକ; ବିଧବା ବିବାହ ସପକ୍ଷରେ ଲିଖିତ)
  • ବୃଦ୍ଧ ବିବାହ (ନାଟକ; ଅଳ୍ପ ବୟସର କନ୍ୟାଙ୍କୁ ବୃଦ୍ଧଙ୍କ ସ‌ହ ବିବାହ ବିରୁଦ୍ଧରେ ଲିଖିତ)
  • ପ୍ରୀତି (ନାଟକ; ଜମିଦାରମାଙ୍କର କୁକର୍ମ ବିରୁଦ୍ଧରେ ଲିଖିତ)
  • ଅଷ୍ଟବକ୍ର ଉପଦେଶ

ଆଧାର

Tags:

ଜଗନମୋହ‌ନ ଲାଲ ଜୀବନୀ ଓ ଶିକ୍ଷାଜଗନମୋହ‌ନ ଲାଲ ବୃତ୍ତିଗତ ଜୀବନଜଗନମୋହ‌ନ ଲାଲ ରଚନାବଳୀଜଗନମୋହ‌ନ ଲାଲ ଆଧାରଜଗନମୋହ‌ନ ଲାଲ

🔥 Trending searches on Wiki ଓଡ଼ିଆ:

ବୃହସ୍ପତିକୃଷ୍ଣଉଇକିକମନ୍ସଭାରତୀୟ ଜାତୀୟ କଂଗ୍ରେସଗୁରୁବାରଜବାହରଲାଲ ନେହେରୁଓଡ଼ିଶାର ମୁଖ୍ୟମନ୍ତ୍ରୀମାନଙ୍କର ତାଲିକାଟୋଲକାପୋନଚକ୍ରଧର ମହାପାତ୍ରହୃଷୀକେଶ ପଣ୍ଡାୟୁରୋପବିରଜା ମନ୍ଦିରଇଲେକ୍ଟ୍ରୋନିକ କମର୍ସସମ୍ବଲପୁରୀ ଭାଷାଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟବନ୍ଧୁତାପ୍ରଦ୍ୟୁମ୍ନ ଲେଙ୍କାବାରାକ ଓବାମାଜଗନ୍ନାଥ ଦାସରାଜ ଯୋଗଦଶାବତାରକଦଳୀଗଛଓଡ଼ିଆ ଭ୍ରମଣ ସାହିତ୍ୟଅଂଶୁପା ହ୍ରଦକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାକାଞ୍ଚନ ଅୱସ୍ତିଚନ୍ଦନ ଯାତ୍ରାଗୋପୀନାଥ ମହାନ୍ତିୱିଲିଅମ ସେକ୍ସପିଅରବିଷ୍ଣୁମୁସଲମାନମା ଓ ମମତା (୧୯୯୯ର ଓଡ଼ିଆ କଥାଚିତ୍ର)ଚତୁର ବିନୋଦଚଇତି ଘୋଡ଼ା ନାଚହରେକୃଷ୍ଣ ମହତାବଏଲିନା ସାମନ୍ତରାୟସୁବର୍ଣ୍ଣରେଖା ନଦୀଆଲେକ୍‌ଜାଣ୍ଡର୍ ମହାନକାନାଡ଼ାରାସାୟନିକ ମୌଳିକରଜତାଳଚେରଜୀବସାର ଖଦଶପଲ୍ଲା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ପ୍ରତିଭା ରାୟପରିସଂଖ୍ୟାନଓଡ଼ିଆ ଭାଷାଉଦୟନାଥ ଷଡ଼ଙ୍ଗୀକିଶୋରୀ ଚରଣ ଦାସଓଡ଼ିଶାର ଅନୁସୂଚିତ ଜନଜାତି ତାଲିକାମନମୋହନ ସାମଲଚନ୍ଦନଭାରତ ସରକାରଉଇକିପିଡ଼ିଆ ସମୂହର ତାଲିକାଛାନ୍ଦଉଇକିପିଡ଼ିଆଭାରତଚନ୍ଦ୍ରଶେଖର ଆଜାଦଗୋଦାବରୀଶ ମିଶ୍ରଶ୍ରୀରାଧାମାସଦାସକାଠିଆପୁରୀଓଡ଼ିଶୀବିଜୟ ମିଶ୍ରଚଉଷଠି ଯୋଗିନୀ ମନ୍ଦିର, ହୀରାପୁର🡆 More