ଏଲିନା ସାମନ୍ତରାୟ: ଓଡ଼ିଆ କଥାଚିତ୍ର ଅଭିନେତ୍ରୀ

ଏଲିନା ସାମନ୍ତରାୟ (ଜନ୍ମ:୨୩ ଜୁଲାଇ ୧୯୯୬) ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣେ ଅଭିନେତ୍ରୀ । ଏଲିନା ତରଙ୍ଗ ଟିଭିରେ ପ୍ରସାରିତ କାର୍ଯ୍ୟକ୍ରମ କିଏ ହେବ ମୋ ହିରୋଇନର ପ୍ରଥମ ଭାଗର ବିଜେତା ହୋଇଥିଲେ । ଏହାପରେ ୨୦୧୫ ମସିହାରେ ତରଙ୍ଗର ପ୍ରଥମ ଚଳଚ୍ଚିତ୍ର ଇସ୍କ ତୁ ହି ତୁ ଚଳଚ୍ଚିତ୍ରରୁ ତାଙ୍କର ଅଭିନୟ ଆରମ୍ଭ କରିଥିଲେ ।

ଏଲିନା ସାମନ୍ତରାୟ
ଏଲିନା ସାମନ୍ତରାୟ: ବ୍ୟକ୍ତିଗତ ଜୀବନ, କଥାଚିତ୍ର ଜୀବନ, ଅଭିନୀତ କଥାଚିତ୍ର
ଜନ୍ମ (1996-07-23) ୨୩ ଜୁଲାଇ ୧୯୯୬ (ବୟସ ୨୭)
ଆଗରପଡ଼ା, ଭଦ୍ରକ
ଶିକ୍ଷାସ୍ନାତକ
ବୃତ୍ତି(ଓଡ଼ିଆ) ଅଭିନେତ୍ରୀ
ସକ୍ରିୟ ବର୍ଷ୨୦୧୫ରୁ-ଏବେଯାଏଁ
ପିତାମାତା(s)ଜ୍ୟୋତିରଞ୍ଜନ ସାମନ୍ତରାୟ
ଅନୁରାଧା ସାମନ୍ତରାୟ

ବ୍ୟକ୍ତିଗତ ଜୀବନ

ଏଲିନା ୧୯୯୬ ମସିହା ଜୁଲାଇ ୨୩ତାରିଖ ଦିନ ଭଦ୍ରକର ଆଗରପଡ଼ାଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଜ୍ୟୋତିରଞ୍ଜନ ସାମନ୍ତରାୟ ଓ ମାତାଙ୍କ ନାମ ଅନୁରାଧା ଅଟେ । ସେ ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସ୍ନାତକ ଶେଷ କରି ଉତ୍କଳ ବିଶ୍ୱବିଦ୍ୟାଳୟରେ ଇଂରାଜୀରେ ସ୍ନାତକୋତ୍ତର ଅଧ୍ୟୟନ ଜାରି ରଖିଛନ୍ତି । ଜଣେ ଶିକ୍ଷିକା ହେବାର ଇଚ୍ଛା ରଖିଥିଲେ ଏଲିନା ।

କଥାଚିତ୍ର ଜୀବନ

ଏଲିନା ପ୍ରଥମେ ତରଙ୍ଗ ଟିଭିରେ ପ୍ରସାରିତ କାର୍ଯ୍ୟକ୍ରମ କିଏ ହେବ ମୋ ହିରୋଇନର ପ୍ରଥମ ଭାଗରେ ଅଂଶଗ୍ରହଣ କରିଥିଲେ । ସେହି କାର୍ଯ୍ୟକ୍ରମରେ ସେ ବିଜେତା ହୋଇଥିଲେ ଏବଂ ତରଙ୍ଗ ଟିଭି ପ୍ରଯୋଜନାର ପ୍ରଥମ ଚଳଚ୍ଚିତ୍ର ଇସ୍କ ତୁ ହି ତୁରେ ଅରିନ୍ଦମ ରାୟଙ୍କ ବିପକ୍ଷରେ ନାୟିକା ହେବାର ସୁଯୋଗ ପାଇଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲ ତାପସ ସରଘରିଆ । ଏହି କଥାଚିତ୍ରଟିରେ ମିହିର ଦାସ, ଅପରାଜିତା ମହାନ୍ତି, ସମରେଶ ରାଉତରାୟ, ପ୍ରଜ୍ଞା ଖଟୁଆ ଆଦି ଅଭିନୟ କରିଥିଲେ ।

ଏହାପରେ ଏଲିନା କେହି ନୁହେଁ କାହାର ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିରେ ଏଲିନାଙ୍କ ସ‌ହ ନାୟକ ଭୂମିକାରେ ଅଭିନୟ କରିଥିଲେ ଅଭିଶେକ ରଥ । ନିର୍ଦ୍ଦେଶକ ସୁଶାନ୍ତ ମଣି ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ସିଦ୍ଧାନ୍ତ ମହାପାତ୍ର, ବିଜୟ ମହାନ୍ତି, କୁନା ତ୍ରିପାଠୀ, ସମରେଶ ରାଉତରାୟ, ନୀତୁ ସିଂହ, ପିଙ୍କି ପ୍ରଧାନ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।

ଏହାପରେ ୨୦୧୫ ଦୁର୍ଗାପୂଜା ସମୟରେ ଏଲିନା ଜଗା ହାତରେ ପଘା ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଏହି କଥାଚିତ୍ରରେ ସେ ଅନୁଭବ ମହାନ୍ତି ଏବଂ ବୁଦ୍ଧାଦିତ୍ୟ ମହାନ୍ତିଙ୍କ ସ‌ହ ଅଭିନୟ କରିଥିଲେ । ଏହି କଥାଚିତ୍ରଟିରେ ଝିଲିକ୍ ଭଟ୍ଟାଚାର୍ଯ୍ୟ ଅନ୍ୟତମ ନାୟିକା ଭାବରେ ଅଭିନୟ କରିଥିଲେ । ମୂରଲି କ୍ରିଷ୍ଣା ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ମହାଶ୍ୱେତା ରାୟ, ଅଜିତ ଦାସ, ମୀନକେତନ, କାଳିଆ, ଅସୀତ ପତି ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।

୨୦୧୬ରେ ଏଲିନା ଅଭିନେତା ବାବୁଶାନ୍‌ଙ୍କ ସ‌ହ ଲଭ୍ ଷ୍ଟେସନ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ରଜ ସମୟରେ ମୁକ୍ତିଲାଭ କରିଥିଲା ଏହି ଚଳଚ୍ଚିତ୍ରଟି । ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଅଶୋକ ପତି । ଏହି କଥାଚିତ୍ରଟିରେ ମିହିର ଦାସ, ପପୁ ପମ ପମ, ପୁଷ୍ପା ପଣ୍ଡା, ସଲିଲ ମିତ୍ର, ଜୀବନ ପଣ୍ଡା ଆଦି କଳାକାରମାନେ ଅଭିନୟ କରିଥିଲେ ।

୨୦୧୬ ରଥଯାତ୍ର ସମୟରେ ଏଲିନା ପୁଣିଥରେ ବାବୁଶାନ୍‌ଙ୍କ ସ‌ହ ଝିଅଟା ବିଗିଡ଼ିଗଲା ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ବିନି ପଟ୍ଟନାୟକ । ରୁଦ୍ର ପାଣିଗ୍ରାହୀ, ଜିନା ସାମଲ, ମୀନକେତନ, ସଲିଲ ମିତ୍ର, ଅସୀତ ପତି ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।

ରଜ ସମୟରେ ଏଲିନାଙ୍କର ୨୦୧୭ର ପ୍ରଥମ ଚଳଚ୍ଚିତ୍ର ଅଭୟ ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ରଟିରେ ଅନୁଭବ ମହାନ୍ତି ୨ୟଥର ପାଇଁ ଏଲିନାଙ୍କର ନାୟକ ଭାବରେ ଅଭିନୟ କରିଥିଲେ । ମୂରଲୀ କ୍ରିଷ୍ଣା ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ଏହି କଥାଚିତ୍ରଟିରେ ମନୋଜ ମିଶ୍ର, ମିହିର ଦାସ, ଅଶ୍ରୁମୋଚନ ମହାନ୍ତି, ଅନିତା ଦାସ, ପ୍ରତିଭା ପଣ୍ଡା, ସରୋଜ ଦାସ ପ୍ରମୁଖ ଅଭିନୟ କରିଥିଲେ ।

୨୦୧୭ରେ ରାକ୍ଷୀ ପୂର୍ଣ୍ଣିମା ସମୟରେ ଏଲିନାଙ୍କ ଅଭିନୀତ ମୁଁ ଖାଣ୍ଟି ଓଡ଼ିଆ ଝିଅ ମୁକ୍ତିଲାଭ କରିଥିଲେ । ଜଣେ ଗାଉଁଲି ଝିଅର ଭୂମିକାରେ ଅଭିନୟ କରିଥିଲେ ଏଲିନା । ଏହି କଥାଚିତ୍ରଟିରେ ଦୁଇଜଣ ନାୟକ ଥିଲେ । ନ‌ବାଗତ ନାୟକ ରଣବୀର ଏବଂ ସିଦ୍ଧାନ୍ତ ମହାପାତ୍ର ଏଲିନାଙ୍କର ନାୟକ ଭୂମିକାରେ ଅଭିନୟ କରିଥିଲେ । ନିର୍ଦ୍ଦେଶକ ଅବତାର ସିଂ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ପପୁ ପମ ପମ, ମନୋଜ ପଟ୍ଟନାୟକ, ମନିଷା ମିଶ୍ର, ମାମୁନି ମିଶ୍ର, ଜୀବନ ପଣ୍ଡା, ସଲିଲ ମିତ୍ର, ସୋରଜ ଦାସ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।

୨୦୧୭ ଦୁର୍ଗାପୂଜା ସମୟରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର କାବୁଲା ବାରବୁଲାରେ ଏଲିନା ପୁଣିଥରେ ଅନୁଭବଙ୍କ ସ‌ହ ଅଭିନୟ କରିଥିଲେ । ଏହି କଥାଚିତ୍ରରେ ସେ ଅନୁଭବଙ୍କ ସ‌ହ ୩ୟ ଥର ପାଇଁ ଅଭିନୟ କରିଥିଲେ । ଭାରତ ବାହାରେ ଏହି କଥାଚିତ୍ରଟିର ଅଧିକାଂଶ ଦୃଶ୍ୟ ସୁଟିଂ କରାଯାଇଥିଲା । ରମେଶ ରାଉତ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ପପୁ ପମ ପମ, ହରିହର ମହାପାତ୍ର, ସୁଭାଶିଷ ଶର୍ମା, ଆନିଷା ଶର୍ମା, ପ୍ରଦ୍ୟୁମ୍ନ ଲେଙ୍କା, ଅନିତା ଦାସ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।

୨୦୧୮ ମସିହାରେ ଏଲିନା ପ୍ରଥମ ଥର ପାଇଁ ନାୟକ ଜ୍ୟୋତି ରଞ୍ଜନ ନାୟକଙ୍କ ସ‌ହ ହାପି ଲକି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୨୦୧୮ ଜାନୁଆରୀ ମାସରେ ମୁକ୍ତିଲାଭ କରିଥିଲା । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ସୁଧାଂଶୁ ମୋହନ ସାହୁ । କଥାଚିତ୍ରଟିରେ ଅନ୍ୟ ଏକ ଯୋଡ଼ି ସମ୍ବିତ ଆଚାର୍ଯ୍ୟ ଏବଂ ସସ୍ମିତା ପିୟାଲି ସାହୁ ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ବବି ମିଶ୍ର, ମିହିର ଦାସ, ପ୍ରଦ୍ୟୁମ୍ନ ଲେଙ୍କା, ପୃଥ୍ୱୀରାଜ ନାୟକ, ଚୌଧୁରୀ ବିକାଶ ଦାସ ଆଦି କଳାକାରମାନେ ଏହି କଥାଚିତ୍ରଟିର ଅଭିନୟ କରିଥିଲେ ।

୨୦୧୮ ରଜ ସମୟରେ ଏଲିନା ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ସ‌ହ ପ୍ରଥମ ଥର ୪ ଇଡିଅଟସ୍ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅକ୍ଷୟ ପରିଜା । ବସନ୍ତ ସାହୁ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ଆକାଶ ଦାସ ନାୟକ, କୁନା ତ୍ରିପାଠୀ, ଚିତ୍ତ ତ୍ରିପାଠୀ, ଲିପ୍ସା ମିଶ୍ର, ପୁନମ ମିଶ୍ର, ଚାନ୍ଦିନୀ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିହତିଲେ । ରଥଯାତ୍ର ସମୟରେ ପୁଣିଥରେ ଏଲିନା, ସବ୍ୟସାଚୀ ମିଶ୍ରଙ୍କ ସ‌ହ ଟୋକାଟା ଫସିଗଲା ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ରମେଶ ରାଉତ ।

ଅଭିନୀତ କଥାଚିତ୍ର

ବର୍ଷ ଚଳଚ୍ଚିତ୍ର ଭୂମିକା ମନ୍ତବ୍ୟ
୨୦୧୫ ଇସ୍କ ତୁ ହି ତୁ ସିମ୍‌ରନ୍ ପ୍ରଥମ ଓଡ଼ିଆ କଥାଚିତ୍ର
କେହି ନୁହେଁ କାହାର
ଜଗା ହାତରେ ପଘା
୨୦୧୬ ଲଭ୍ ଷ୍ଟେସନ ରାଣୀ
ଝିଅଟା ବିଗିଡ଼ିଗଲା
୨୦୧୭ ଅଭୟ
ମୁଁ ଖାଣ୍ଟି ଓଡ଼ିଆ ଝିଅ
କାବୁଲା ବାରବୁଲା
୨୦୧୮ ହାପି ଲକି କାଜଲ
୪ ଇଡିଅଟସ୍
ଟୋକାଟା ଫସିଗଲା
୨୦୨୩ ପ୍ରତିଶୋଧ
- ମାଲ୍ୟଗିରି ଧୂଳିଆ ଜନ୍ଦା ଗୀତରେ ନୃତ୍ୟ

ଆଧାର

ଅଧିକ ତଥ୍ୟ

Tags:

ଏଲିନା ସାମନ୍ତରାୟ ବ୍ୟକ୍ତିଗତ ଜୀବନଏଲିନା ସାମନ୍ତରାୟ କଥାଚିତ୍ର ଜୀବନଏଲିନା ସାମନ୍ତରାୟ ଅଭିନୀତ କଥାଚିତ୍ରଏଲିନା ସାମନ୍ତରାୟ ଆଧାରଏଲିନା ସାମନ୍ତରାୟ ଅଧିକ ତଥ୍ୟଏଲିନା ସାମନ୍ତରାୟଇସ୍କ ତୁ ହି ତୁଓଡ଼ିଆ ଭାଷା

🔥 Trending searches on Wiki ଓଡ଼ିଆ:

ଗୋପୀନାଥ ଦାସଭୂମିକା ଦାଶ୨୦୧୯ ଭାରତୀୟ ସାଧାରଣ ନିର୍ବାଚନଏଟାୱାଭାରତୀୟ ଇତିହାସ (୧୯୪୭-ବର୍ତ୍ତମାନ)ଟ୍ରିପଲ ଏକ୍ସ ସିଣ୍ଡ୍ରୋମମନୋଜ ଦାସଙ୍କ କଥା ଓ କାହାଣୀଗଣେଶମାରୀଚକର୍ଣ୍ଣ୧୦ ଜୁନବିଶ୍ୱତାପନମାନସିକ ଦୃଢ଼ତାଆଜ୍‌ମାଇତିହାସହିମାଳୟଭାରତର ଜାତୀୟ ପ୍ରତୀକମଧ୍ୟ ଏସିଆଇନ୍ଦୁରାଣୀ ମହାପାତ୍ରଭୁବନେଶ୍ୱର ବେହେରାସୁନାବେଶସମୟ (କାଳ)ପୃଥିବୀପାକ୍ରିଟିନିବଭାରତୀୟ ଜନତା ପାର୍ଟି୧୭୧୧ରାମାନନ୍ଦ ରାୟଓଡ଼ିଆ୧୯୭୬ଟୁକୁନି ସାହୁଅନୀତା ଦାସରାଜକିଶୋର ରାୟଆଲେକ୍‌ଜାଣ୍ଡର ଫ୍ଲେମିଙ୍ଗପୂରଣବାଚକ ସଂଖ୍ୟାଚନ୍ଦ୍ରଶେଖର ରଥଆଦିଶଙ୍କରନମ୍ରତା ଦାସଢମଣା ସାପଅପରାଜିତା ମହାନ୍ତିଭାରତର ରାଷ୍ଟ୍ରପତିରୁକ୍ମିଣୀ ବିବାହଜର୍ଜିଆବେଦପଠାଣି ସାମନ୍ତମୋଗଲ ସାମ୍ରାଜ୍ୟକଳାପାହାଡ଼ଓଡ଼ିଶାର ଲୋକନୃତ୍ୟଲିଙ୍ଗରାଜ ମନ୍ଦିରଶଶି ଭୂଷଣ ବେହେରାସୁରେଶ ପୂଜାରୀପିତ୍ତକୋଷସୁଗ୍ରୀବଅମରପୋଇଖବର (ଖବରକାଗଜ)ଓଡ଼ିଆ ଖାଦ୍ୟ୨୦୨୪ ଓଡ଼ିଶା ବିଧାନସଭା ନିର୍ବାଚନମହୁ ଚାଷଯକ୍ଷ୍ମାଢଗ ଢମାଳିତାରାତାରିଣୀ ମନ୍ଦିରହାଡ଼ଫୁଟିବିଜ୍ଞାନମହୁଲ୩୧ ଜୁଲାଇନନ୍ଦ କିଶୋର ବଳକମ୍ପ୍ୟୁଟରପୂର୍ବ ଭାଦ୍ରପଦ (ନକ୍ଷତ୍ର)ଉପନିଷଦଡାଉନ ସିଣ୍ଡ୍ରୋମ🡆 More