ଭୁବନେଶ୍ୱର ବେହେରା: ଓଡ଼ିଆ ପ୍ରାବନ୍ଧିକ, ଅଧ୍ୟାପକ

ଭୁବନେଶ୍ୱର ବେହେରା (୧ ଜାନୁଆରୀ ୧୯୧୬ - ୧୬ ଅପେଲ ୨୦୦୧) ଜଣେ ଓଡ଼ିଆ ପ୍ରାବନ୍ଧିକ, ଅଧ୍ୟାପକ ଓ ବିଜ୍ଞାନ ଲେଖକ ଥିଲେ ।

ଭୁବନେଶ୍ୱର ବେହେରା
ଭୁବନେଶ୍ୱର ବେହେରା: ପ୍ରାରମ୍ଭିକ ଜୀବନ, ରଚନାବଳୀ, ସମ୍ମାନ
ଜନ୍ମ ଓ ଜନ୍ମସ୍ଥାନ(1916-01-01)୧ ଜାନୁଆରୀ ୧୯୧୬
କାଶିବାହାଲ , କଳାହାଣ୍ଡି ଜିଲ୍ଲା
ମୃତ୍ୟୁ୧୬ ଅପ୍ରେଲ ୨୦୦୧(2001-04-16) (ବୟସ ୮୫)
ଶିକ୍ଷାନୁଷ୍ଠାନରେଭେନ୍ସା ମହାବିଦ୍ୟାଳୟ
ସାହିତ୍ୟ କୃତିଗାଁର ଡାକ
ପୁରସ୍କାରସାରଳା ସମ୍ମାନ, ୧୯୯୦

ପ୍ରାରମ୍ଭିକ ଜୀବନ

ବେହେରା ତାତ୍କାଳିକ କଳାହାଣ୍ଡି ରାଜ୍ୟର କାଶିବାହାଲ ଗାଆଁରେ ୦୧ ଜାନୁଆରୀ ୧୯୧୬ରେ ଜନ୍ମିତ । ତାଙ୍କର ପ୍ରାରମ୍ଭିକ ପାଠପଢ଼ା ଭବାନୀପାଟଣାରେ ହୋଇଥିଲା ।

ଉଚ୍ଚଶିକ୍ଷା

ସେଠାରୁ ୧୯୩୫ ମସିହାରେ ଦଶମ ପାସ କଲା ପରେ ସେ ୧୯୩୯ ମସିହାରେ ରେଭେନ୍ସା କଲେଜରୁ ପଦାର୍ଥ ବିଜ୍ଞାନରେ ବିଏସସି (ଅନର୍ସ) ପାସକରିଥିଲେ । ସେ ପାଟଣାର ବିହାର କଲେଜ ଅଫ ଇଞ୍ଜିନିୟରିଂରୁ ୧୯୪୩ ମସିହାରେ ସିଭିଲ ଇଞ୍ଜିନିୟରିଂ ବିଭାଗରେ ବିଏସସି (ଇଞ୍ଜିନିୟରିଂ) ପାସକରିଥିଲେ ।

ଚାକିରି

ଓଡ଼ିଶା ସରକାରଙ୍କ ଏକ ଆପ୍ରେଣ୍ଟିସ କରିବା ପରେ ସେ ସେ ମହୀଶୂର ରାଜ୍ୟର କାର୍ଯ୍ୟ ଓ ଜଳସେଚନ ବିଭାଗ ଅଧୀନରେ ଜଗ ଜଳବିଦ୍ୟୁତ କେନ୍ଦ୍ରରେ ସହଯନ୍ତ୍ରୀ ଭାବେ ଯୋଗଦେଇଥିଲେ । ଏହି ସମୂରେ କଳାହାଣ୍ଡି ରାଜଦରବାର ଅଧୀନରେ ୧୯୪୫ ମସିହା ଯାଏ ବିଶେଷ ଭାବେ ଜଳସେଚନ କାର୍ଯ୍ୟ ତଦାରଖ ମଧ୍ୟ କରୁଥିଲେ ।

ସେ ଭାରତ ସରକାରଙ୍କଦ୍ୱାରା ଯୁଦ୍ଧ ପରର ପୁନର୍ନିମାଣ ଅଧ୍ୟୟନ ନିଯୁକ୍ତ ହୋଇ ପରେ ଆମେରିକାର ଆଇଓଆ ବିଶ୍ୱବିଦ୍ୟାଳୟରୁ ୧୯୪୭ ମସିହାରେ ପିଏଚଡି ଲାଭ କରିଥିଲେ । ତାହାପରେ ସେ କଳାହାଣ୍ଡି ରାଜ୍ୟର ଇରିଗେସନ ଅଫିସର ଭାବେ ଯୋଗଦେଇଥିଲେ । ପରେ କଳାହାଣ୍ଡି ଓଡ଼ିଶା ସହ ୧୯୪୮ରେ ମିଶିଥିଲା । ହିରାକୁଦ ନଦୀବନ୍ଧ ନିର୍ମାଣରେ ସେ ୧୯୫୬ରେ କନିଷ୍ଠଯନ୍ତ୍ରୀ ଭାବେ ଯୋଗଦେଇ ପରେ ନିର୍ବାହୀ ଯନ୍ତ୍ରୀ ଭାବେ ଯୋଗଦେଇଥିଲେ । ୧୯୫୮ରେ ସେ ୟୁନିଭର୍ସିଟି କଲେଜ ଅଫ ବୁର୍ଲାରେ ସିଭିଲ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ଭାବେ ଯୋଗଦେଇଥିଲେ । ପରେ ୧୯୬୧ ମସିହାରେ ସେ ସେହି କଲେଜର ଅଧ୍ୟକ୍ଷ ହୋଇଥିଲେ । ୧୯୬୨ ଫେବୃଆରୀ ମାସରେ ସେ ରିଜିଓନାଲ ଇଞ୍ଜିନିୟରିଂ କଲେଜରେ ଯୋଗଦେଇ ୧୯୭୧ରେ ସେହି କଲେଜର ପ୍ରଥମ ଅଧ୍ୟକ୍ଷ ହୋଇଥିଲେ । ୧୯୭୧ରେ ସେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରଥମ କୁଳାଧିପତି ହୋଇ ୧୯୭୬ ମସିହା ଯାଏ ସେଠାରେ କାର୍ଯ୍ୟକରିଥିଲେ । ୧୯୭୭ରେ ଭାରତ ସରକାର ତାଙ୍କୁ ପଶ୍ଚିମ ଆଫ୍ରିକାର ଡେମୋକ୍ରାଟିକ ରିପବ୍ଲିକ ଅଫ ଲାଇବେରିଆକୁ ଜଣେ ବୈଷୟିକ ଶିକ୍ଷା ଉପାଦେଷ୍ଟା ଭାବେ ପଠେଇଥିଲେ । ପରେ ସେ ଓଡ଼ିଶା ରାଜ୍ୟ ଯୋଜନା ବୋର୍ଡ଼ର ସଭ୍ୟ ଭାବେ ଯୋଗ ଦେଇଥିଲେ । ସେ କେନ୍ଦ୍ର ପବ୍ଲିକ ସର୍ଭିସ କମିଶନର ସଭ୍ୟ ଭାବେ ଯୋଗଦେଇ ୧୯୮୧ ମସିହା ଯାଏ ସେଠାରେ କାମକରିଥିଲେ ।

ରଚନାବଳୀ

ସେ ମୋଟ ୭ଟି ବହି ଓ ଅନେକ ଗବେଷଣା ନିବନ୍ଧ ଲେଖିଥିଲେ ।

କବିତା

  • ଭୟ

ପ୍ରବନ୍ଧ

  • ଶୁଣ ପରୀକ୍ଷ
  • ଦଇବ ଦଉଡ଼ି

ଭ୍ରମଣ ସାହିତ୍ୟ

  • ପଶ୍ଚିମ ଆଫ୍ରିକାରେ ଓଡ଼ିଆ ଢେଙ୍କି

ଆତ୍ମଜୀବନୀ

  • ଗାଁର ଡାକ

ଭୁବନେଶ୍ୱର ବେହେରା ତାଙ୍କର ଏକମାତ୍ର ଆତ୍ମଜୀବନୀରେ ଗାଁର ଡାକରେ ତାଙ୍କ ସମ୍ପୂର୍ଣ୍ଣ ଜୀବନୀ ଉଲ୍ଲେଖ କରିଛନ୍ତି

ସମ୍ମାନ

ଆଧାର

Tags:

ଭୁବନେଶ୍ୱର ବେହେରା ପ୍ରାରମ୍ଭିକ ଜୀବନଭୁବନେଶ୍ୱର ବେହେରା ରଚନାବଳୀଭୁବନେଶ୍ୱର ବେହେରା ସମ୍ମାନଭୁବନେଶ୍ୱର ବେହେରା ଆଧାରଭୁବନେଶ୍ୱର ବେହେରାଓଡ଼ିଆ ଲୋକବିଜ୍ଞାନ

🔥 Trending searches on Wiki ଓଡ଼ିଆ:

ପଠାଣି ସାମନ୍ତପୂର୍ଣ୍ଣାନନ୍ଦ ଦାନୀସ୍ଵପ୍ନେଶ୍ଵର ମନ୍ଦିର,କେନ୍ଦୁସାହିଗୋଦାବରୀଶ ମିଶ୍ରଜୟ ଜଗନ୍ନାଥଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟଜଗନ୍ନାଥ ମନ୍ଦିରତାରିଣୀ ମନ୍ଦିର, ଘଟଗାଁସାରଳା ଦାସଘର ବାହୁଡ଼ାମହିମା ଧର୍ମଗଣେଶ୍ୱର ବେହେରାପରିସଂଖ୍ୟାନସ୍ନେହସାରମୀନ (ମାସ)ବୀଜାଣୁଭଗବତ ଗୀତାତରଭୁଜପାଲାକଳାପାହାଡ଼ସମ୍ବଲପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ମହାଭାରତଶାନ୍ତନୁ କୁମାର ଆଚାର୍ଯ୍ୟଚନ୍ଦ୍ରଗୁପ୍ତବିଲେଇଦୁର୍ଗାଅକ୍ଷାଂଶକଳମଶାଗବିଜୁ ଜନତା ଦଳଅଂଶୁପା ହ୍ରଦଓଡ଼ିଆ କଥାଚିତ୍ର ଜଗତରାଧାନାଥ ରାୟଛ ମାଣ ଆଠ ଗୁଣ୍ଠଶ୍ରୀଜଗନ୍ନାଥ ଓ ପଞ୍ଚସଖା ସାହିତ୍ୟମେସିନ ଟ୍ରାନ୍ସଲେସନକୃଷ୍ଣଧର୍ମେନ୍ଦ୍ର ପ୍ରଧାନପାଟୁଆ ଯାତ୍ରାରିୟା ଦେରମାକାନ୍ତ ରଥଭୀମ ପୃଷ୍ଟିଚନ୍ଦ୍ରଶେଖର ଆଜାଦରବୀନ୍ଦ୍ରନାଥ ଠାକୁରସାଇକେଲମୌଳିକ ସଂଖ୍ୟାମ୍ୟାଲେରିଆଗୁରୁପ୍ରସାଦ ମହାନ୍ତିମାଟିର ମଣିଷ (ଉପନ୍ୟାସ)ପ୍ରଦ୍ୟୁମ୍ନ ଲେଙ୍କାଇଲେକ୍ଟ୍ରୋନିକ କମର୍ସସଚ୍ଚିଦାନନ୍ଦ ରାଉତରାୟକଟକବିର୍ସା ମୁଣ୍ଡାଓଡ଼ିଶାର ଲୋକନୃତ୍ୟଓଡ଼ିଆ ଯୁବକ ପାଠାଗାରଗଜଲଶ୍ରୀରାଧାକୁକୁରତରୁଣକାନ୍ତି ମିଶ୍ରଯଶୋବନ୍ତ ଦାସଅମରକଣ୍ଟକ ଏକ୍ସପ୍ରେସସାରଳା ସମ୍ମାନଚତୁର ବିନୋଦପ୍ରଧାନ ପୃଷ୍ଠାଚଇତି ଘୋଡ଼ା ନାଚବୌଦ୍ଧ ଧର୍ମ🡆 More