ରାଜକିଶୋର ରାୟ: ଅଧ୍ୟାପକ, ଲେଖକ

ରାଜକିଶୋର ରାୟ, (୨୩ ନଭେମ୍ବର ୧୯୧୪ - ୧୧ ଅଗଷ୍ଟ ୧୯୯୮) ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଲେଖକ । କ୍ଷୁଦ୍ରଗଳ୍ପ, ନାଟକ, ଉପନ୍ୟାସ ଆଦି ସାହିତ୍ୟର ବହୁ ବିଭାଗରେ ସେ ଲେଖନୀ ଚାଳନା କରିଛନ୍ତି । ଆଡମ୍ବରପୂର୍ଣ୍ଣ କାବ୍ୟିକ ଭାଷା ଓ ମର୍ଯ୍ୟାଦାବନ୍ତ ଶୈଳୀ ତାଙ୍କ ଗଳ୍ପର ବୈଶିଷ୍ଟ୍ୟ । ସେ ଭାଇ ଭାଉଜ ଚଳଚ୍ଚିତ୍ରରେ ଅଭିନୟ ମଧ୍ୟ କରିଥିଲେ ।

ରାଜକିଶୋର ରାୟ
ଜନ୍ମ(1914-11-23)୨୩ ନଭେମ୍ବର ୧୯୧୪
ମୃତ୍ୟୁ୧୧ ଅଗଷ୍ଟ ୧୯୯୮(1998-08-11) (ବୟସ ୮୩)
ଜାତୀୟତାଭାରତୀୟ
ଶିକ୍ଷାନୁଷ୍ଠାନରେଭେନ୍ସା ମହାବିଦ୍ୟାଳୟ
ବୃତ୍ତିଓଡ଼ିଆ ସାହିତ୍ୟିକ ଓ ଅଧ୍ୟାପକ
ବୈବାହିକ-ସାଥୀମନୋରମା ରାୟ
ସନ୍ତାନମାଳବିକା ରାୟ, ମନସ୍ୱିନୀ ରାୟ ମହାଶ୍ୱେତା ରାୟ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର

ଜୀବନୀ

ରାଜକିଶୋର ୧୯୧୪ ମସିହା ନଭେମ୍ବର ୨୩ ତାରଖରେ ଜନ୍ମଗ୍ରହଣ କରିଥିଲେ । ବୃତ୍ତିରେ ସେ ଥିଲେ ଅଧ୍ୟାପକ । ସାହିତ୍ୟ, ଅଧ୍ୟାପନା, ନୃତ୍ୟ, ସଙ୍ଗୀତ, ଅଭିନୟ, ନିର୍ଦ୍ଦେଶନା ଆଦି କ୍ଷେତ୍ରରେ ତାଙ୍କର ରୂଚି ରହିଥିଲା । "ଦୀପାଳି" ତାଙ୍କ ପ୍ରକାଶିତ ପ୍ରଥମ କବିତା ସଂକଳନ ଥିଲା । ଏହା ପରେ, ସେ ଗପ ଲେଖିବା ଆରମ୍ଭ କରିଥିଲେ । ସେ ସାଧାରଣତଃ ଅଙ୍ଗେ ନିଭେଇଥିବା କଥାକୁ ନେଇ ଗପ ଲେଖୁଥିଲେ, ତେଣୁ ତାଙ୍କ ରଚିତ ବହୁ ଗଳ୍ପର ନାୟକ, ସେ ନିଜେ ଥିଲେ । ଗପଗୁଡିକ ଆତ୍ମକୈନ୍ଦ୍ରିକ ହେଉଥିଲା ବୋଲି ସମାଲୋଚିତ ମଧ୍ୟ ହୋଇଥିଲା । ରେଭେନ୍ସା ମହାବିଦ୍ୟାଳୟରେ ଅଧ୍ୟୟନ କରୁଥିବା ସମୟରେ, ସେ ନାରୀ ଚରିତ୍ରରେ ଅଭିନୟ କରୁଥିଲେ । ଭାଇ ଭାଉଜ ତାଙ୍କ ଅଭିନିତ ଏକ କଥାଚିତ୍ର । ରେଭେନ୍ସା ମହାବିଦ୍ୟାଳୟରେ ପଢ଼ିବା ସମୟରେ, ପ୍ରେମଲତା ନାମକ ଜଣେ କିରସ୍ତାନୀ ଝିଅ ସହିତ ତାଙ୍କ ପ୍ରଣୟ, ଏକ ଚର୍ଚ୍ଚାର ବିଷୟ ରହିଥିଲା । ଏପରିକି ଉତ୍କଳ ଦୀପିକା ଖବର କାଗଜରେ ଏ ବାବଦର ଖବର ପ୍ରକାଶ ପାଇଥିଲା । ସେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର କାର୍ଯ୍ୟକାରୀ ସଭାପତି ଓ ୧୯୫୮ ମସିହାରେ ପ୍ରତିଷ୍ଠିତ ଓଡ଼ିଶା ସାହିତ୍ୟ-ସଙ୍ଗୀତ-ନାଟକ ଏକାଡେମୀର ପ୍ରଥମ ସଚିବ ଭାବରେ କାର୍ଯ୍ୟ କରିଥିଲେ ।

ଅଭିନେତ୍ରୀ ଓ ଲେଖିକା ମାଳବିକା ରାୟ ଏବଂ ଅଭିନେତ୍ରୀ ମହାଶ୍ୱେତା ରାୟ ତାଙ୍କର ଦୁଇ ପୁତ୍ରୀ ଅଟନ୍ତି । ୧୯୯୮ ମସିହା ଅଗଷ୍ଟ ୧୧ତାରିଖରେ ତାଙ୍କର ମହାପ୍ରୟାଣ ଘଟିଥିଲା ।

ରଚନାବଳୀ

ସମ୍ମାନ ଓ ପୁରସ୍କାର

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୮୯ (ମନ୍ୱନ୍ତରର ମାନବ ପୁସ୍ତକ ପାଇଁ)
  • ଝଙ୍କାର ପୁରସ୍କାର (କ୍ଷୁଦ୍ରଗଳ୍ପ), ୧୯୭୩ (ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ)
  • ସାରଳା ସମ୍ମାନ, ୧୯୯୩

ଆଧାର

Tags:

ରାଜକିଶୋର ରାୟ ଜୀବନୀରାଜକିଶୋର ରାୟ ରଚନାବଳୀରାଜକିଶୋର ରାୟ ସମ୍ମାନ ଓ ପୁରସ୍କାରରାଜକିଶୋର ରାୟ ଆଧାରରାଜକିଶୋର ରାୟଓଡ଼ିଶା ସାହିତ୍ୟ ଏକାଡେମୀଭାଇ ଭାଉଜ

🔥 Trending searches on Wiki ଓଡ଼ିଆ:

ମଦର ଟେରେସାମ୍ୟାଲେରିଆସୁବର୍ଣ୍ଣରେଖା ନଦୀଟୋଲକାପୋନଓଡ଼ିଆ ଭାଗବତସରୋଜିନୀ ନାଇଡୁଅଚ୍ୟୁତାନନ୍ଦ ପ‌ତିରାଜ୍ୟ ସଭାଅଭିରାମ ପରମହଂସଓଡ଼ିଆ ଭାଷାମାଟିର ମଣିଷଗଣନ ସଂଖ୍ୟାଉଦୟଗିରି ଓ ଖଣ୍ଡଗିରି ଗୁମ୍ଫାଡାଲି୨୦୨୪ ଓଡ଼ିଶା ବିଧାନସଭା ନିର୍ବାଚନଶାରଳା ପୁରସ୍କାରଅକ୍ଷି ତୃତୀୟାଜଳସାଇକେଲଅଚ୍ୟୁତାନନ୍ଦ ଦାସଅପରେଟିଙ୍ଗ ସିଷ୍ଟମଲଣ୍ଡନଟେସାମୋରେଲିନମେସିନ ଟ୍ରାନ୍ସଲେସନତରଭୁଜରେବତୀ (କ୍ଷୁଦ୍ରଗଳ୍ପ)ଆଚାର୍ଯ୍ୟ ହରିହରଯୁକ୍ତରାଷ୍ଟ୍ର ଆମେରିକାଓଡ଼ିଶାର ଲୋକନୃତ୍ୟଦେଓମାଳୀଭାନୁଜୀ ରାଓଆସିକା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ରଣପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଗୋଲୋକ ବିହାରୀ ଧଳହନୁମାନ ଜୟନ୍ତୀଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରକରଣ (ଜାତି)ଆନନ୍ଦପୁରଗାର୍ଗୀ ମହାନ୍ତିପୁରୀ ଜିଲ୍ଲାଶ୍ରୀଜଗନ୍ନାଥ ଓ ପଞ୍ଚସଖା ସାହିତ୍ୟଉଇକିମିଡ଼ିଆ ମୁଭମେଣ୍ଟଦୀନକୃଷ୍ଣ ଦାସଭାରତର ରାଷ୍ଟ୍ରପତି ମାନଙ୍କର ତାଲିକାଛବିଳ ମଧୁ ବର୍ଣ୍ଣବୋଧରାମଚନ୍ଦ୍ର ମିଶ୍ରସବ୍ୟସାଚୀ ମିଶ୍ରଗୋପୀନାଥ ମହାନ୍ତିଏଚଆଇଭି/ଏଡସଗୋପବନ୍ଧୁ ଦାସପ୍ରଧାନ ପୃଷ୍ଠା୧୨ ଫେବୃଆରୀସମ୍ବଲପୁର ଜିଲ୍ଲାଆଲବର୍ଟ ଆଇନଷ୍ଟାଇନମଙ୍ଗଳା ମନ୍ଦିରକୋଣାର୍କ ସୂର୍ଯ୍ୟ ମନ୍ଦିରହୃଷୀକେଶ ପଣ୍ଡାପ୍ରେମଲକ୍ଷ୍ମୀକାନ୍ତ ମହାପାତ୍ରଯୌନ ସମ୍ଭୋଗପରିବେଶସାରଳା ସମ୍ମାନହନୁମାନଖାଦ୍ୟ🡆 More