ଗୋଲୋକ ବିହାରୀ ଧଳ: ଭାରତୀୟ ଓଡ଼ିଆ-ଭାଷୀ ଲେଖକ

ଗୋଲୋକ ବିହାରୀ ଧଳ (୧୫ ଡିସେମ୍ବର ୧୯୨୧- ୨୪ ଜୁନ ୧୯୭୪) ଓଡ଼ିଆ ପ୍ରବନ୍ଧ ସାହିତ୍ୟରେ ଜଣେ ଭାଷାତତ୍ତ୍ୱବିତ, ପ୍ରଫେସର, ଧ୍ୱନି ତତ୍ତ୍ୱବିତ୍, ଅନୁବାଦକ, ପ୍ରାବନ୍ଧିକ ଓ ଭ୍ରମଣ କାହାଣୀ ଲେଖକ ଥିଲେ । ଜଣେ ପ୍ରାବନ୍ଧିକ ଭାବେ ସେ ବିଭିନ୍ନ ଗଠନମୂଳକ ମୂକ୍ୟବୋଧ ତଥା ଓଡ଼ିଶାର ସମାଜ, ଶିକ୍ଷା, ସଂସ୍କୃତି ଓ ପରମ୍ପରା ଉପରେ ପ୍ରବନ୍ଧମାନ ରଚନା କରୁଥିଲେ । ଭାରତର ଜାତୀୟ ଜୀବନର ତ୍ରୁଟିବିଚ୍ୟୁତି ଉପରେ ତାଙ୍କର କିଛି ପ୍ରବନ୍ଧ ରଚିତ । ତାଙ୍କ ପ୍ରବନ୍ଧମାନ ସରଳ, ସଂକ୍ଷିପ୍ତ ଓ ଇଙ୍ଗିତଧର୍ମୀ ।

ଗୋଲୋକ ବିହାରୀ ଧଳ
ଜନ୍ମ ଓ ଜନ୍ମସ୍ଥାନ(1921-12-15)୧୫ ଡିସେମ୍ବର ୧୯୨୧
ଗଞ୍ଜେଇଡିହ, ଢେଙ୍କାନାଳ
ମୃତ୍ୟୁ୨୪ ଜୁନ ୧୯୭୪(1974-06-24) (ବୟସ ୫୨)
ବୃତ୍ତିପ୍ରଫେସର
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ନାଗରିକତାଗୋଲୋକ ବିହାରୀ ଧଳ: ପ୍ରାରମ୍ଭିକ ଜୀବନ, ଶିକ୍ଷା ଓ ବୃତ୍ତିଗତ ଜୀବନ, ରଚନାବଳୀ ଭାରତୀୟ
ଶିକ୍ଷାସ୍ନାତକୋତ୍ତର
ଶିକ୍ଷାନୁଷ୍ଠାନରେଭେନ୍ସା ମହାବିଦ୍ୟାଳୟ, ବିବି ହାଇସ୍କୁଲ ଢେଙ୍କାନାଳ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର
ଜୀବନସାଥୀକନକଲତା ଧଳ
ସମ୍ପର୍କୀୟଭୋଳେଶ୍ୱର ଧଳ (ପିତା) ଓ ଜାହ୍ନବୀ ଦେବୀ (ମାତା)

ପ୍ରାରମ୍ଭିକ ଜୀବନ

ସେ ୧୯୨୧ ମସିହା ଡିସେମ୍ବର ୧୫ ତାରିଖରେ, ଢେଙ୍କାନାଳର ଗଞ୍ଜେଇଡିହ ଗ୍ରାମରେ ଭୋଳେଶ୍ୱର ଧଳ ଓ ଜାହ୍ନବୀ ଦେବୀଙ୍କ ସନ୍ତାନ ଭାବେ ଜନ୍ମଗ୍ରହଣ କରିଥିଲେ । ଛାତ୍ରାବସ୍ଥାରୁ ତାଙ୍କର ସାହିତ୍ୟ ପ୍ରତି ଆଗ୍ରହ ଥିଲା ।

ଶିକ୍ଷା ଓ ବୃତ୍ତିଗତ ଜୀବନ

ସେ ନିଜ ସ୍କୁଲ ଶିକ୍ଷା ଢେଙ୍କାନାଳର ବିବି ହାଇସ୍କୁଲ ଓ କଲେଜ ଶିକ୍ଷା ରେଭେନ୍ସା ମହାବିଦ୍ୟାଳୟରୁ ହାସଲ କରିଥିଲେ । ୧୯୪୩ ମସିହାରେ ପାଟଣା ବିଶ୍ୱବିଦ୍ୟାଳୟ ଅଧିନସ୍ଥ ରେଭେନ୍ସା ମହାବିଦ୍ୟାଳୟରୁ ସଂସ୍କୃତ ଅନର୍ସରେ କୃତିତ୍ୱର ସହ ଉତ୍ତୀର୍ଣ ହେବା ସହ ସର୍ବଶ୍ରେଷ୍ଠ ସ୍ନାତକ ଭାବେ ପୁରସ୍କୃତ ହୋଇଥିଲେ । ୧୯୪୫ ମସିହାରେ ପାଟଣା ବିଶ୍ୱବିଦ୍ୟାଳୟ ଅଧିନସ୍ଥ ପାଟଣା ମହାବିଦ୍ୟାଳୟରୁ ସଂସ୍କୃତରେ ସ୍ନାତକୋତ୍ତର ଉତ୍ତୀର୍ଣ ହେବା ପରେ ସେହିବର୍ଷ ପୁରୀ କଲେଜରେ (ସା.ଚ. ମହାବିଦ୍ୟାଳୟ) ସଂସ୍କୃତ ଓ ଓଡ଼ିଆ ବିଭାଗର ଅଧ୍ୟାପକ ଭାବେ ନିଯୁକ୍ତି । ପରେ ପରେ ସମ୍ବଲପୁର ମହାବିଦ୍ୟାଳୟକୁ (ଗଙ୍ଗାଧର ମେହେର ମହାବିଦ୍ୟାଳୟ) ବଦଳି । ସେହିଠାରୁ ସେ ୧୯୪୯ ମସିହାରେ ଲଣ୍ଡନ ବିଶ୍ୱବିଦ୍ୟାଳୟ ଗଲେ । ସେହି ଲଣ୍ଡନରୁ ଆମେରିକା ଓ ଫ୍ରାନ୍‌ସ ଯାତ୍ରା । ଫ୍ରାନ୍‌ସରେ ଏକ ଛାତ୍ର ସମ୍ମିଳନୀରେ ଭାରତର ପ୍ରତିନିଧିତ୍ୱ କରି "Indian Mind through the Ages" ସଂପର୍କରେ ଭାଷଣ ଦେଇ ପ୍ରଶଂସିତ ହୋଇଥିଲେ ।

ବିଲାତର ଲଣ୍ଡନ ବିଶ୍ୱବିଦ୍ୟାଳୟରୁ ପାଠପଢ଼ି ଆସି ଆଧୁନିକ ଭାଷାବିଜ୍ଞାନକୁ ଓଡ଼ିଶାରେ ଲୋକପ୍ରିୟ କରାଇବାରେ ସେ ଅଗ୍ରଗଣ୍ୟ ଓ ପଥ-ପ୍ରଦର୍ଶକ । ଭାଷାବିଜ୍ଞାନକୁ ସହଜ ଭାଷା ଓ ଭାବରେ ଲେଖି ସେ ଉଭୟ ସାଧାରଣ ପାଠକ ଓ ବୌଦ୍ଧିକ ଜଗତରେ ଦୃଷ୍ଟି ଆକର୍ଷଣ କରିଥିଲେ । ଏଥି ସହିତ ହିନ୍ଦୀ ଭାଷାରେ ପ୍ରଥମ ବିଜ୍ଞାନସମ୍ମତ ଧ୍ୱନିବିଜ୍ଞାନ ବହି ଲେଖିଥିଲେ । ଭାରତ ସରକାରଙ୍କ ଅଧୀନସ୍ଥ ଭାରତୀୟ ପ୍ରଶାସନିକ ଅଧିକାରୀମାନଙ୍କ (ଆଇ.ଏ. ଏସ୍.) ଟ୍ରେନିଂ ସ୍କୁଲରେ ଭାଷାବିଜ୍ଞାନ ମାଧ୍ୟମରେ ଭାଷାଶିକ୍ଷା ଦେବାରେ ସେ ହେଉଛନ୍ତି ଭାରତର ପ୍ରଥମ ଅଧ୍ୟାପକ । ପଚାଶ ଦଶକରେ ଭାରତରେ ନୂଆକରି ଆରମ୍ଭ ହୋଇଥିବା ଭାଷା ସ୍କୁଲଗୁଡ଼ିକରେ ଅଧ୍ୟାପନା କ୍ଷେତ୍ରରେ ସେ ଥିଲେ ସବୁଠୁ ସାନ ଓ ଏକମାତ୍ର ଓଡ଼ିଆ ।

୧୯୫୫ରୁ ୧୯୫୮ ଯାଏ ଆଗ୍ରା ବିଶ୍ୱବିଦ୍ୟାଳୟର (ବର୍ତ୍ତମାନ ବି.ଆର୍. ଆମ୍ବେଦକର୍ ବିଶ୍ୱବିଦ୍ୟାଳୟ) Agra University of Hindi Studies ( ବର୍ତ୍ତମାନର K.M. Institute of Hindi Studies and linguistics )ବିଭାଗରେ ପ୍ରାଧ୍ୟାପକଭାବେ ଯୋଗଦାନ । ସେଠାରେ ସେ ଭାଷାବିଜ୍ଞାନ ଅଧ୍ୟାପନା କରୁଥିଲେ । ୧୯୭୨ ମସିହାରେ ସେ ରେଭେନ୍ସା ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗର ପ୍ରଫେସର ହୋଇଥିଲେ | ୧୯୭୪ ମସିହା ଜୁନ୍ ମାସରେ ଭୁବନେଶ୍ୱରରେ ଅନୁଷ୍ଠିତ ଏକ ଭାଷା ସ୍କୁଲରେ କ୍ଲାସ ନେଇସାରି ଗେଷ୍ଟ୍ ହାଉସକୁ ଚଢ଼ୁଥିବା ବେଳେ ଆକସ୍ମିକ ସଂଜ୍ଞାହୀନ ଓ ପ୍ରାୟ ୬ ଦିନ କୋମାରେ ରହି ୨୪ ତାରିଖରେ ପରଲୋକ |

ରଚନାବଳୀ

ଦଶ ଖଣ୍ଡ ଭାଷାମୂଳକ ବହି ଲେଖିବା ସହିତ କରିଛନ୍ତି ବହୁ ଅନୁବାଦ । ପ୍ରେମଚନ୍ଦଙ୍କ ଗୋଦାନ ଉପନ୍ୟାସର ଓଡ଼ିଆ ଅନୁବାଦପାଇଁ ତାଙ୍କୁ ୧୯୫୮ରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥିଲା । ଶିଶୁ ସାହିତ୍ୟ ଓ ପ୍ରୌଢଶିକ୍ଷାମୂଳକ ବହି ପାଇଁ ସେ ଭାରତ ସରକାରଙ୍କଠାରୁ ତିନିଥର ପୁରସ୍କୃତ ।

  • ଆମେରିକା ଚିଠି (୧୯୫୨)
  • ଲଣ୍ଡନ ଚିଠି (୧୯୫୩)
  • ଅମର ମଣିଷ
  • ଗଙ୍ଗାରୁ ଗୋଦାବରୀ
  • ବନ୍ଦୀନେହେରୁ
  • ମଣିଷର ଭାଷା (୧୯୫୩)
  • ପେଟର ପବନ ପାଟିର କଥା (୧୯୫୫)
  • ଧ୍ୱନିବିଜ୍ଞାନ (ହିନ୍ଦୀରେ, ୧୯୫୮)
  • ପେଟ୍ କୀ ହୱା ମୁହ୍ଁ କୀ ବାତ୍ (ହିନ୍ଦୀରେ ୧୯୫୮)
  • ଇଂରେଜି ଉଚ୍ଚାରଣ ଶିକ୍ଷା (୧୯୬୩)
  • ଓଡ଼ିଆ କେବେ ? (୧୯୬୩)
  • Aspiration in Oriya (1966)
  • ଗାନ୍ଧିଜୀ ଓ ଭାଷା ସମସ୍ୟା (୧୯୬୯)
  • ଧ୍ୱନିବିଜ୍ଞାନ (୧୯୭୪)
  • ଭାଷାଶାସ୍ତ୍ର ପରିଚୟ (୧୯୭୬)

ପୁରସ୍କାର ଓ ସମ୍ମାନ

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୫୮ (ଗୋଦାନ ନିମନ୍ତେ)

ଆଧାର

Tags:

ଗୋଲୋକ ବିହାରୀ ଧଳ ପ୍ରାରମ୍ଭିକ ଜୀବନଗୋଲୋକ ବିହାରୀ ଧଳ ଶିକ୍ଷା ଓ ବୃତ୍ତିଗତ ଜୀବନଗୋଲୋକ ବିହାରୀ ଧଳ ରଚନାବଳୀଗୋଲୋକ ବିହାରୀ ଧଳ ପୁରସ୍କାର ଓ ସମ୍ମାନଗୋଲୋକ ବିହାରୀ ଧଳ ଆଧାରଗୋଲୋକ ବିହାରୀ ଧଳଓଡ଼ିଆ ଭାଷା

🔥 Trending searches on Wiki ଓଡ଼ିଆ:

ହରେକୃଷ୍ଣ ମହତାବଆନ୍ଧ୍ର ପ୍ରଦେଶଜଳନାରୀବାଦରାମାବତାରମ୍ସାଲଭାଡୋର ଡାଲିପ୍ରଯୁକ୍ତି ବିଦ୍ୟାଭକ୍ତ ଚରଣ ଦାସ (ରାଜନେତା)ଗଣନ ସଂଖ୍ୟାବାଇଶି ପାହାଚରାଧାନାଥ ରଥଉଇକିପିଡ଼ିଆ ସମୂହର ତାଲିକାଓଡ଼ିଶାଅମାବାସ୍ୟାର ଚନ୍ଦ୍ରପ୍ରହ୍ଲାଦ ନାଟକଜୟ ଜଗନ୍ନାଥଚାଣକ୍ୟନଇ ଆରପାରିଅଂଶୁପା ହ୍ରଦସୁଇଜରଲ୍ୟାଣ୍ଡଭାରତ୧୯ ମାର୍ଚ୍ଚବିରିୟାନୀରାଉରକେଲାଲକ୍ଷ୍ମୀକାନ୍ତ ମହାପାତ୍ରଲିମାରାମଚନ୍ଦ୍ର ବେହେରାନାରାୟଣ ସାହୁପୁଥୁପ୍ପାଲ୍ଲୀ, କୋଟ୍ଟାୟାମଜର୍ମାନୀମାଲକାନଗିରି ଜିଲ୍ଲାଭୀମ ଭୋଇଜୟୀରାମ ସାମଲଭାରତୀୟ ରିଜର୍ଭ ବ୍ୟାଙ୍କ ଗବର୍ନରଦ୍ୱିତୀୟ ବିଶ୍ୱଯୁଦ୍ଧହେପାଟାଇଟିସ ବିଚିଲିକା (ବହୁବିକଳ୍ପ)ବ୍ରୁସେଲୋସିସପ୍ରବୀଣ ଚନ୍ଦ୍ର ଭଞ୍ଜଦେଓମନୋଜ ଦାସବୀଣାପାଣି ମହାନ୍ତିଗଡ଼ଜାତ କୃଷକଶଙ୍କରାଚାର୍ଯ୍ୟରାଣୀ ଲକ୍ଷ୍ମୀବାଈଖଡ଼ଗପୁରଚିତ୍ତରଞ୍ଜନ ତ୍ରିପାଠୀଇଣ୍ଡିଆନ ପ୍ରିମିଅର ଲିଗଲକ୍ଷ୍ମୀପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ମୋନିକା ସେଲ୍ସ୧୬୬୫ମହାବିଦ୍ୟାଆନନ୍ଦପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଗୁରୁପ୍ରସାଦ ମହାନ୍ତିଯଦୁମଣି ମହାପାତ୍ରବ୍ରଜରାଜନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଜଗନ୍ନାଥଙ୍କ ବେଶଶାସ୍ତି (ଓଡ଼ିଆ କଥାଚିତ୍ର)ଦଣ୍ଡ ନାଟମହୁକଳାହାଣ୍ଡି ଜିଲ୍ଲା୧୯୬୧ବ୍ୟାଙ୍କଭାରତର ଜାତୀୟ ପତାକାପ୍ରତିଭା ରାୟପରୀକ୍ଷାମୁକୁନ୍ଦ ଦେବବ୍ରଜନାଥ ରଥଯାଜପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଛାନ୍ଦଓଡ଼ିଆ ନାଟକ🡆 More