ଜଳ: ଯୌଗିକ ପଦାର୍ଥ

ପୃଥିବୀର ଅତି ସାଧାରଣ ତରଳ ହେଉଛି ଜଳ । ପୃଥିବୀର ପ୍ରାୟ ୭୧.୪% ଜଳପୂର୍ଣ୍ଣ ଅଟେ । ବିଶୁଦ୍ଧ ଜଳର ଗନ୍ଧ, ସ୍ୱାଦ ଓ ରଙ୍ଗ ନାହିଁ । ହ୍ରଦ, ନଦୀ ଓ ମହାସାଗର ଆଦିରେ ଜଳ ଥାଏ । ଆକାଶରେ ବାଦଲରୁ ବର୍ଷା ରୂପରେ ଜଳ ତଳକୁ ପଡେ । ଜଳ ଅତି ଥଣ୍ଡା ହେଲେ ବରଫରେ ପରିଣତ ହୁଏ । ଘନିଭୂତ ବର୍ଷା ତୁଷାରପାତରେ ପରିଣତ ହଏ । ଜଳ ଅତି ଗରମ ହେଲେ ଏହା ବାଷ୍ପରେ ପରିଣତ ହୁଏ । ଜୀବନ ପାଇଁ ଜଳ ଅତି ଜରୁରୀ । କିନ୍ତୁ ଜଣାଯାଏ ଯେ ୨୦୨୫ ସୁଦ୍ଧା ବିଶ୍ୱର ଅର୍ଦ୍ଧାଧିକ ଲୋକେ ଯଥେଷ୍ଟ ଜଳ ପାଇବେ ନାହିଁ । ହାଇଡ୍ରୋଫିଲିକ ଆଧାରରେ ଜଳ ଏକ ତରଳ ସ୍ଫଟିକ ଅବସ୍ଥାରେ ରହିଥାଏ ।

ଜଳ: ଜଳର ବ୍ୟବହାର, ଜଳର ଗଠନ, ସମ୍ପର୍କିତ ପୃଷ୍ଟା
ଜଳବିନ୍ଦୁର ପତନ ଫଳରେ ବୃତ୍ତୀୟ ତରଙ୍ଗ ସୃଷ୍ଟି ହୋଇ ବିନ୍ଦୁକୁ ଉପରକୁ ଠେଲେ ।

ଜଳ ପୃଥିବୀପୃଷ୍ଟରେ ପ୍ରାକୃତିକ ଭାବେ ମିଳେ । ଜଳ ହେଉଛି ଏକମାତ୍ର ବସ୍ତୁ ଯାହା ସାଧାରଣ ତାପମାତ୍ରାରେ ୩ଟି ଅବସ୍ଥାରେ ରହେ । ଜଳର ୪୦ରୁ ଉର୍ଦ୍ଧ୍ୱ ବିଶେଷ ଜଳ ଘନିଭୂତ ହେଲେ ଏହାର ଆୟତନ ପାଖାପାଖି ୯% ବୃଦ୍ଧି ପାଏ ।

ଜଳ: ଜଳର ବ୍ୟବହାର, ଜଳର ଗଠନ, ସମ୍ପର୍କିତ ପୃଷ୍ଟା
କଳରୁ ପଡୁଥିବା ପାଣି ଟୋପା

ଜଳର ବ୍ୟବହାର

ମାନବ ସମେତ ସମସ୍ତ ପ୍ରାଣୀ ଓ ଉଦ୍ଭିଦ ଜୀବନ ଧାରଣ ପାଇଁ ଜଳ ଆବଶ୍ୟକ କରନ୍ତି । ଶରୀରର ଆଭ୍ୟନ୍ତରୀଣ ରାସାୟନିକ ପ୍ରତିକ୍ରିୟା ଓ ରକ୍ତର ପ୍ରମୁଖ ଅଂଶ ଭାବେ କାମ କରେ । ଜଳ ଝାଳ ରୂପରେ ବାହାରି ଶରୀରକୁ ଥଣ୍ଡା ରଖେ । ପୋଷକତତ୍ତ୍ୱକୁ ପାକସ୍ଥଳୀରୁ ଶରୀରର ଅନ୍ୟାନ୍ୟ ଅଙ୍ଗକୁ ପହଞ୍ଚାଇବାରେ ଜଳ ସାହାଯ୍ୟ କରେ । ଫୁସ୍‌ଫୁସ୍‌ରୁ ଶରୀରକୁ ଅମ୍ଳଜାନ ପରିବହନ କରିବାରେ ମଧ୍ୟ ଜଳ ସାହାଯ୍ୟ କରେ । ଲାଳ ମଣିଷ ଓ ପ୍ରାଣୀମାନଙ୍କୁ ଖାଦ୍ୟ ହଜମ କରିବାରେ ଭୂମିକା ଗ୍ରହଣ କରେ । ଜଳ ପରିସ୍ରା ତିଆରି କରେ । ପରିସ୍ରା ଶରୀରର ଦୂଷିତ ପଦାର୍ଥକୁ ନିଷ୍କାସନ କରିଥାଏ । ମଣିଷ ଶରୀର ୬୦-୭୦% ଜଳରେ ଗଠିତ ।

ଦୁଗ୍ଧ, ଫଳରସ ଏବଂ ମଦ ପରି ପାନୀୟମାନଙ୍କର ମୁଖ୍ୟ ଅଂଶ ହେଉଛି ଜଳ । ପ୍ରତ୍ୟେକ ପ୍ରକାରର ପାନୀୟରେ ଜଳ ବ୍ୟତୀତ ବାସ୍ନା, ପୋଷକତତ୍ତ୍ୱ ଯେମିତି ସର୍କରା, ଫଳ ଇତ୍ୟାଦି ଥାଏ । ପିଇବା ଯୋଗ୍ୟ ଜଳକୁ ଆମେ ପାନୀୟ ଜଳ ବୋଲି କହୁ । ମହାସାଗରର ଜଳ ଲୁଣିଆ ହୋଇଥିବା ସ୍ଥଳେ ହ୍ରଦ ଓ ନଦୀର ଜଳ ମଧୁର ହୋଇଥାଏ । ପୃଥିବୀପୃଷ୍ଠରେ ମାତ୍ର ୩% ମଧୁର ଜଳ ଅଛି, ବାକି ସବୁ ଲୁଣିଆ ।

ଜଳର ଗଠନ

ଗୋଟିଏ ଜଳ ଅଣୁ ୨ଟି ଉଦଜାନ ପରମାଣୁ ଓ ଗୋଟିଏ ଅମ୍ଳଜାନ ପରମାଣୁରୁ ତିଆରି । ଏହାର ରାସାୟନିକ ସୂତ୍ର ହେଉଛି H2O.

ଜଳକୁ ରୋମାନ ଭାଷାରେ ଆକୁଆ କୁହାଯାଏ । ଆମୋଦପ୍ରମୋଦ ପାଇଁ ମଧ୍ୟ ଜଳ ବ୍ୟବହୃତ ହୋଇଥାଏ । ମଣିଷ ଖାଦ୍ୟ ବିନା ସପ୍ତାହେ ପର୍ଯ୍ୟନ୍ତ ବଞ୍ଚିପାରୁଥିଲେ ମଧ୍ୟ ଜଳ ବିନା ଦୁଇ ଦିନରୁ ଅଧିକ ବଞ୍ଚି ପାରିବ ନାହିଁ । ଜଳ ହିଁ ଜୀବନ ଅଟେ ।

ସମ୍ପର୍କିତ ପୃଷ୍ଟା

ଆଧାର

ଅଧିକ ତଥ୍ୟ

Tags:

ଜଳ ର ବ୍ୟବହାରଜଳ ର ଗଠନଜଳ ସମ୍ପର୍କିତ ପୃଷ୍ଟାଜଳ ଆଧାରଜଳ ଅଧିକ ତଥ୍ୟଜଳପୃଥିବୀବରଫ

🔥 Trending searches on Wiki ଓଡ଼ିଆ:

ଶ୍ରବଣା (ନକ୍ଷତ୍ର)କୋରାପୁଟ ଜିଲ୍ଲାନରେନ ପଲେଇବିଶ୍ୱ ବୌଦ୍ଧିକ ସମ୍ପଦ ଦିବସଗୋଦାବରୀଶ ମିଶ୍ରଯାଜପୁର ଜିଲ୍ଲାସମ୍ବଲପୁର ଜିଲ୍ଲାଗୋବିନ୍ଦ ତ୍ରିପାଠୀଭାରତୀୟ ଜାତୀୟ କଂଗ୍ରେସଉଚ୍ଛ୍ୱାସ (କବିତା ସଙ୍କଳନ)ବିଲେଇଖବର (ଖବରକାଗଜ)ଜନ ଗଣ ମନସ୍ୱାମୀ ବିବେକାନନ୍ଦଶ୍ରୀମନ୍ଦିରର ଗଣେଶ ମନ୍ଦିର୨୭ ଜୁଲାଇଯଶୋଧାରା ମିଶ୍ର୨୬ ଜୁଲାଇକଳିଙ୍ଗ ଯୁଦ୍ଧସଚ୍ଚିଦାନନ୍ଦ ରାଉତରାୟମୌଳିକ ସଂଖ୍ୟାରାଜରାଜେଶ୍ୱର ବେଶରାଧାନାଥ ରାୟଓଡ଼ିଆ ରାମାୟଣ୧୯୩୪ଓଡ଼ିଶାର ସଂସ୍କୃତିକଳାପାହାଡ଼Bhubaneswarପାକ୍ରିଟିନିବହଳଦୀ ବସ‍ନ୍ତଆର୍ଯ୍ୟଭଟ୍ଟକବିସୂର୍ଯ୍ୟ ବଳଦେବ ରଥଭାରତର ଜାତୀୟ ପତାକାଧନିଷ୍ଠା (ନକ୍ଷତ୍ର)ରାମକୃଷ୍ଣ ମଠଅଦିନ ମେଘଉଇକିକଥାକୋରାପୁଟଚତୁର୍ଶୃଙ୍ଗୀ ମନ୍ଦିରଭାରତର ସଂସ୍କୃତିଜଗନ୍ନାଥ ମନ୍ଦିରସୂର୍ଯ୍ୟପରାଗୱାଇ-ଫାଇପଠାଣି ସାମନ୍ତଖାଦ୍ୟମଧ୍ୟ ଏସିଆନବୀନ ପଟ୍ଟନାୟକକୁନ୍ତଳା କୁମାରୀ ସାବତ୧୭୧୧ସୁଗ୍ରୀବଭଗବାନ କହଁରଅନନ୍ତ ପଟ୍ଟନାୟକବୃହସ୍ପତିଶ୍ରୀରାଧାଉତ୍ତରାଷାଢ଼ା (ନକ୍ଷତ୍ର)ଜୁଲାଇ୨୦୦୪ଲକ୍ଷ୍ମୀକାନ୍ତ ମହାପାତ୍ରଯଶୋବନ୍ତ ଦାସଧାତୁମାଲେସିଆଛ ମାଣ ଆଠ ଗୁଣ୍ଠସୂର୍ଯ୍ୟଗାୟତ୍ରୀ ସରାଫ🡆 More