ପଠାଣି ସାମନ୍ତ: ଓଡ଼ିଆ ଜ୍ୟୋତିର୍ବିଦ

ପଠାଣି ସାମନ୍ତ ବା ମହାମହୋପାଧ୍ୟାୟ ସାମନ୍ତ ଚନ୍ଦ୍ରଶେଖର ସିଂହ ହରିଚନ୍ଦନ ମହାପାତ୍ର ଓଡ଼ିଶାର ନୟାଗଡ଼ର ଖଣ୍ଡପଡ଼ାରେ ୧୮୩୫ରେ ଜନ୍ମିତ ଜଣେ ଜ୍ୟୋତିର୍ବିଦ ଓ ପଣ୍ଡିତ ଥିଲେ । ଉତ୍କଳର ପୁରପଲ୍ଲୀରେ ସେ ପଠାଣି ସାମନ୍ତ ନାମରେ ସୁପରିଚିତ । ସୂର୍ଯ୍ୟ, ଚନ୍ଦ୍ର, ଗ୍ରହ ଆଦିଙ୍କର ଦୈନିକ ଓ ବାର୍ଷିକ ଆବର୍ତ୍ତନର ନିର୍ଭୁଲ ଗଣନା କରିବା, ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣର ସଠିକ୍ ସମୟ ନିର୍ଦ୍ଧାରଣ କରିବାରେ ସେ ପାରଙ୍ଗମ ଥିଲେ। ତାଙ୍କ ନାମରେ ପଠାଣି ସାମନ୍ତ ପଞ୍ଜିକା ମଧ୍ୟ ପ୍ରଚଳିତ ଯାହା ରାଶି, ଗ୍ରହ, ନକ୍ଷତ୍ର ଆଦିର ଅବସ୍ଥିତିକୁ ନେଇ ଭବିଷ୍ୟତ ଗଣନାରେ ସାହାଯ୍ୟ କରିଥାଏ ।

ମହାମହୋପାଧ୍ୟାୟ

ସାମନ୍ତ ଚନ୍ଦ୍ରଶେଖର
ପଠାଣି ସାମନ୍ତ: ଜୀବନକାଳ, ରଚନାବଳୀ, ତାଙ୍କ ତିଆରି ଯନ୍ତ୍ର
ଜନ୍ମ
ସାମନ୍ତ ଚନ୍ଦ୍ରଶେଖର ସିଂହ ହରିଚନ୍ଦନ ମହାପାତ୍ର

(1835-12-13)୧୩ ଡିସେମ୍ବର ୧୮୩୫
ଖଣ୍ଡପଡ଼ା
ମୃତ୍ୟୁ୧୧ ଜୁନ ୧୯୦୪(1904-06-11) (ବୟସ ୬୮)
ପୁରୀ
ଜାତୀୟତାଭାରତୀୟ
ଅନ୍ୟ ନାମପଠାଣି ସାମନ୍ତ
ବୃତ୍ତିଜ୍ୟୋତିର୍ବିଦ
ଉଲ୍ଲେଖନୀୟ କୃତିସିଦ୍ଧାନ୍ତ ଦର୍ପଣ
ପିତାମାତା(s)ଶ୍ୟାମବନ୍ଧୁ ସିଂହ, ବିଷ୍ଣୁମାଳୀ ଦେବୀ
ପୁରସ୍କାରମହାମହୋପାଧ୍ୟାୟ

ଜୀବନକାଳ

୧୮୩୫ ମସିହା ଡିସେମ୍ବର ୧୩ତାରିଖ ପୌଷ କୃଷ୍ଣ ଅଷ୍ଟମୀ ତିଥିରେ ଚନ୍ଦ୍ରଶେଖର ଖଣ୍ଡପଡ଼ା ରାଜବଂଶରେ ଜନ୍ମଗ୍ରହଣ କରିଥିଲେ । ଖଣ୍ଡପଡ଼ା ନିକଟସ୍ଥ ଖୁଣ୍ଟୁପଡ଼ା ଗ୍ରାମସ୍ଥିତ ମହାଦେବ ଶ୍ରୀ ଶ୍ରୀ ଚନ୍ଦ୍ରଶେଖରଙ୍କ ପ୍ରସାଦରୁ ଏହି ବାଳକ ଜନ୍ମଗ୍ରହଣ କରିଥିବାର ବିଶ୍ୱାସ କରି, ପିତାମାତା ତାଙ୍କର ନାମ ଚନ୍ଦ୍ରଶେଖର ରଖିଥିଲେ । ତାଙ୍କ ଆଗରୁ ଦୁଇଟି ଝିଅ ଓ ଗୋଟିଏ ପୁଅ ମରିଯାଇଥିବାରୁ, ତାଙ୍କ ଅପର୍ତ୍ତ୍ୟାଣି ନାମ ପଠାଣି ରଖାଯାଇଥିଲା । ପିଲାଦିନୁ ସେ ଉଦାସୀନ, ମନଯୋଗୀ, ଏକାଗ୍ରଚିତ୍ତ ଓ ଅଧ୍ୟବସାୟୀ ଓ ଉଦାରମନା ଥିଲେ । ଗୁରୁ କୃତ୍ତିବାସ ରଥଙ୍କଠାରୁ ବାଲ୍ୟଶିକ୍ଷା ଓ ଗୁରୁ ପଣ୍ଡିତ ଆନନ୍ଦ ଖାଡ଼ଙ୍ଗାଙ୍କଠାରୁ ସଂସ୍କୃତ ଶିକ୍ଷା ଲାଭ କରିଥିଲେ । ଚନ୍ଦ୍ରଶେଖରଙ୍କ ବାପା ସେହି ସମୟରେ ଜଣେ ପ୍ରଧାନ ଗାଣିତିକ ଥିଲେ । ଗଣିତ ଜ୍ୟୋତିଷରେ ତାହାଙ୍କର ଗଭୀର ପାଣ୍ଡିତ୍ୟ ଥିଲା । ଚନ୍ଦ୍ରଶେଖର ବାପାଙ୍କଠାରୁ ଗଣିତ ଜ୍ୟୋତିଷର ଆଲୋଚନା ମାଧ୍ୟମରେ ଶିକ୍ଷା ଲାଭ କରିଥିଲେ । ସେ ପୁରାତନ ଜ୍ୟୋତିଷ ଶାସ୍ତ୍ରମାନ ପର୍ଯ୍ୟାଲୋଚନା କରି ତାରା ଜଗତର ଗତିବିଧି ଅନୁଧ୍ୟାନ କରିବା ସହ ସୂକ୍ଷ୍ମ ଯନ୍ତ୍ରମାନ ଉଦ୍ଭାବନ କରିଥିଲେ । ଦୁଇଗୋଟି ବାଉଁଶନଳୀ ସାହାଯ୍ୟରେ ଦୂରଦୂରାନ୍ତର ଗ୍ରହ ମଣ୍ଡଳର ନକ୍ଷତ୍ରମାନଙ୍କର ଗତି ଅବଲୋକନ କରି ସେ ଯେଉଁ ସିଦ୍ଧାନ୍ତରେ ଉପନୀତ ହେଲେ ତାହା ପୁରାତନ ସଂସ୍କୃତ ଜ୍ୟୋତିଷ ଶାସ୍ତ୍ରର ସିଦ୍ଧାନ୍ତ ସହିତ ତାହାର ଅନେକ ଅସମାନତା ଥିଲା । ତାହାଙ୍କର ନିଜ ସିଦ୍ଧାନ୍ତରୁ ପ୍ରମାଣିତ ହେଲା ଯେ, ପୁରାତନ ଭାରତୀୟ ଜ୍ୟୋତିର୍ବିଦମାନଙ୍କ ଗଣନା ଦିବସରୁ ନକ୍ଷତ୍ର ଜଗତର ସ୍ଥିତି ଗତିର ବଦଳିଯାଇଛି । ତାଙ୍କର ନୂତନ ମୌଳିକ ଗଣନା ଅନୁଯାୟୀ ସେ ସିଦ୍ଧାନ୍ତ ଦର୍ପଣ ପୋଥି ରଚନା କଲେ ।

ରଚନାବଳୀ

  • ସିଦ୍ଧାନ୍ତ ଦର୍ପଣ (୧୮୯୯ରେ କଲିକତା ବିଶ୍ୱବିଦ୍ୟାଳୟରୁ ପ୍ରକାଶିତ) ଏଥିରେ ପାଖାପାଖି ୨୦୦୦ଗୋଟି ପଦ ରହିଛି ।

ପଠାଣି ସାମନ୍ତ ୧୮୬୯ ମସିହା ମେଷ ସଂକ୍ରମଣ ଦିନ ସିଦ୍ଧାନ୍ତ ଦର୍ପଣ ଗ୍ରନ୍ଥର ରଚନା ଆରମ୍ଭ କରିଥିଲେ । ୩୪ବର୍ଷ ବୟସରୁ ଆରମ୍ଭ କରିଥିବା ଏହି ଗ୍ରନ୍ଥ ମୁକୁନ୍ଦ ଦେବଙ୍କ ୧୪ଶ ଅଙ୍କ ମାର୍ଗଶୀର କୃଷ୍ଣ ନବମୀ ଶନିବାର ଅର୍ଥାତ ୧୮୯୨ ମସିହା ନଭେମ୍ବର ୧୨ତାରିଖ ଦିନ ସମାପ୍ତ ହୋଇଥିଲା । ଅତି ସୁନ୍ଦର ପଦ୍ୟାବଳି ସହ ସଂସ୍କୃତ ଭାଷାରେ ଲିଖିତ ଏହି ବୃହତ ଗ୍ରନ୍ଥରେ ୨୪ଟି ବିଭାଗ ଏବଂ ୨୫୦୦ଟି ଶ୍ଳୋକ ସ୍ଥାନିତ ହୋଇଛି । ଏଥିମଧ୍ୟରୁ ୨୨୮୪ଟି ଶ୍ଳୋକ ସାମନ୍ତଙ୍କଦ୍ୱାରା ରଚିତ ହୋଇଥିବା ବେଳେ ଅବଶିଷ୍ଟ ପୁରାତନ ସିଦ୍ଧାନ୍ତମାନଙ୍କରୁ ଗୃହୀତ । ଏହି ଗ୍ରନ୍ଥ ମଧ୍ୟାଧିକାର, ସ୍ଫୁଟାଧିକାର, ତ୍ରିପ୍ରଶ୍ନାଧିକାର, ଗୋଳାଧିକାର ଓ କାଳାଧିକାର ପରି ପଞ୍ଚ ଅଧିକାରରେ ବିଭକ୍ତ । ତାଳପତ୍ର ଉପରେ ଲିଖିତ ପଠାଣି ସାମନ୍ତଙ୍କ ହସ୍ତଲିପିକୁ ଘନଶ୍ୟାମ ମିଶ୍ର କାଗଜକୁ ଉତ୍ତାରିଥିଲେ । ତତ୍କାଳିନ କରଦରାଜ୍ୟ ସମୂହର ତଦନାନ୍ତୀନ ସହକାରୀ ସୁପରିଟେଣ୍ଡେଣ୍ଟ ସୁଦାମ ଚରଣ ନାୟକଙ୍କ ଉଦ୍ୟମରେ ଆଠମଲ୍ଲିକ ରାଜା ମହେନ୍ଦ୍ର ଦେଓ ଓ ମୟୂରଭଞ୍ଜ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓଙ୍କ ଆର୍ଥିକ ସହାୟତା କ୍ରମେ କଲିକତାସ୍ଥିତ ଗିରୀଶ ବିଦ୍ୟାରତ୍ନ ମୁଦ୍ରଣାଳୟରେ ୧୮୯୪ ମସିହାରେ ଛାପାକାର୍ଯ୍ୟ ଆରମ୍ଭ ହୋଇଥିଲା ।

ଏହି ଗ୍ରନ୍ଥଟି ପାଖାପାଖି ୧୦୦ ବର୍ଷ ପର୍ଯ୍ୟନ୍ତ ଅନାଲୋଚିତ ହୋଇ ରହିଥିଲା । ଅଧ୍ୟାପକ ଯୋଗେଶଚନ୍ଦ୍ର ରାୟ ବିଦ୍ୟାନିଧି ‘‘ନେଚର କଲେଜ’’ ନାମକ ପତ୍ରିକାରେ ଏ ବିଷୟରେ ଏକ ଲେଖା ପ୍ରକାଶ କରି ଏହାକୁ ଲୋକ ଲୋଚନକୁ ଆଣିଥିଲେ । ପଦାର୍ଥବିଜ୍ଞାନୀ ପ୍ରଫେସର ଲକ୍ଷ୍ମୀଧର ଶତପଥି ଓ ଡଃ ପ୍ରହଲ୍ଲାଦ ଚନ୍ଦ୍ର ନାୟକ ମିଳିତ ଭାବେ ପଠାଣି ସାମନ୍ତ ସମ୍ବନ୍ଧରେ କତିପୟ ପ୍ରବନ୍ଧ ପ୍ରକାଶ କରି ଅଛନ୍ତି । କେତକ ଭାରତୀୟ ଓ ଅଣ-ଭାରତୀୟ ବୈଜ୍ଞାନିକଙ୍କ ଚେଷ୍ଟାରେ ତାଙ୍କ ସମ୍ବନ୍ଧରେ ‘‘ବୌଦ୍ଧିକ ଅବଦାନ’’ ନାମକ ପୁସ୍ତକ ଦିଲ୍ଲୀର ନିରୋସା ପବ୍ଲିସିଂ ହାଉସ ତରଫରୁ ପ୍ରକାଶିତ ହୋଇଛି ।

ତାଙ୍କ ତିଆରି ଯନ୍ତ୍ର

  • ଗୋଲଯନ୍ତ୍ର
  • ସୂର୍ଯ୍ୟଘଡ଼ି (ଏହା ସୂର୍ଯ୍ୟଙ୍କ ଗତିକୁ ନେଇ ସମୟ ନିରୂପଣ ପାଇଁ ବ୍ୟବହାର କରାଯାଇଥାଏ)
  • ଶଙ୍କୁଦଣ୍ଡ
  • ଉଲମ୍ବୀ ଚକ୍ର
  • ମାନଯନ୍ତ୍ର
  • ଖଗୋଳଯନ୍ତ୍ର

ପୁରସ୍କାର ଓ ସମ୍ମାନ

  • ଫଳିତ ଜ୍ୟୋତିଷର ନିର୍ଭୁଲ ଗଣନା ଯୋଗୁଁ ତାଙ୍କୁ ୧୮୯୩ ମସିହାରେ ମହାମହୋପାଧ୍ୟାୟ ଉପାଧିରେ ବିଭୂଷିତ କରାଯାଇଥିଲା।
  • ତା ୨୦.୧୧.୧୯୦୩ରିଖରେ ତତ୍କାଳିନ ଇଂରେଜ ସରକାର ତାଙ୍କୁ ଟ୫୦ଙ୍କାର ମାସିକ ବୃତ୍ତି ପ୍ରଦାନ କରିଥିଲେ।

ଶେଷ ଜୀବନ

ନିଜର ଜାତକକୁ ଗଣନା କରି ନିଜର ମୃତ୍ୟୁ ସମୟ ସେ ବହୁ ପୂର୍ବରୁ ଜାଣି ପାରିଥିଲେ । ସେଥିପାଇଁ ଅନ୍ତିମ କାଳରେ ସେ ପୁରୀରେ ଅବସ୍ଥାନ ପୂର୍ବକ ମହାପ୍ରଭୁ ଜଗନ୍ନାଥଙ୍କ କୃପାଲାଭ କରି ୧୧ ଜୁନ୧୯୦୪ରେ ଇହଲୀଳା ସମ୍ବରଣ କରିଥିଲେ । କବିବର ରାଧାନାଥ ତାଙ୍କର ପ୍ରତିଭା ଓ କୃତିକୁ ଲକ୍ଷ୍ୟକରି ଦରବାର କବିତାରେ ଲେଖିଛନ୍ତି
‘‘ଉତ୍କଳମାତାର ଯୋଗ୍ୟତମ ସୂତ,
ତୁମ୍ଭ ଯୋଗୁଁ ଆମ୍ଭେ ସର୍ବେ ହେଲୁ ପୂତ,
ସିଦ୍ଧାନ୍ତ ଦର୍ପଣ ହେବ ନାହିଁ ଲୟ,
ନର ଦେହେଥିବ ଯାବତ ହୃଦୟ।’’

ସ୍ମୃତି ସନ୍ତକ

  • ପଠାଣି ସାମନ୍ତ ପ୍ଲାନେଟୋରିଅମ: ଭୁବନେଶ୍ୱରଠାରେ ତାଙ୍କୁ ସମ୍ମାନ ଜଣାଇ ଓଡ଼ିଶାର ଲୋକମାନଙ୍କ ଭିତରେ ଖଗୋଳ ବିଜ୍ଞାନ ଓ ଜ୍ୟୋତିର୍ବିଜ୍ଞାନ ଉପରେ ଅଧିକ ଆଗ୍ରହ ଜନ୍ମାଇବା ଲକ୍ଷରେ ଏହି ତାରାଘର ତିଆରି କରାଯାଇଅଛି ।
  • ୧୯୧୫ ମସିହା ଅଗଷ୍ଟ ମାସ ପହିଲାରେ ପୁରୀଠାରେ "ଚନ୍ଦ୍ରଶେଖର ହଲ" ପ୍ରତିଷ୍ଠା କରାଯାଇଥିଲା ଯେଉଁଥିରେ ସାହିତ୍ୟିକ ଗୋପାଳ ଚନ୍ଦ୍ର ପ୍ରହରାଜ ଚନ୍ଦ୍ରଶେଖରଙ୍କ ସ୍ମୃତି ତର୍ପଣ କରି କହିଥିଲେ:
      "ନିଜ ଦେଶରେ ନିଜ ଗ୍ରାମରେ , ଆପଣା ଜୀବିତ କାଳରେ ମହାପୁରୁଷମାନେ ସମ୍ମାନିତ ହେବାର ମହାପୁରୁଷମାନଙ୍କର ଜୀବନରେ କ୍ୱଚିତ୍ ଘଟିଥାଏ । ଆମ ଦେଶର "ଗାଁ କନିଆଁ ସିଙ୍ଘାଣିନାକୀ" ଏବଂ "ଗାଁ ବଳଦ ଗାଁରେ ବିକାଯାଏ ନାହିଁ " ପ୍ରଭୃତି ପ୍ରବଚନ ଏହି ଉକ୍ତିର ସତ୍ୟତା ପ୍ରତିପାଦନ କରୁଅଛି ।"

ଆଧାର

Tags:

ପଠାଣି ସାମନ୍ତ ଜୀବନକାଳପଠାଣି ସାମନ୍ତ ରଚନାବଳୀପଠାଣି ସାମନ୍ତ ତାଙ୍କ ତିଆରି ଯନ୍ତ୍ରପଠାଣି ସାମନ୍ତ ପୁରସ୍କାର ଓ ସମ୍ମାନପଠାଣି ସାମନ୍ତ ଶେଷ ଜୀବନପଠାଣି ସାମନ୍ତ ସ୍ମୃତି ସନ୍ତକପଠାଣି ସାମନ୍ତ ଆଧାରପଠାଣି ସାମନ୍ତଉତ୍କଳଓଡ଼ିଶାଗ୍ରହଚନ୍ଦ୍ରଚନ୍ଦ୍ରଗ୍ରହଣନକ୍ଷତ୍ରନୟାଗଡ଼ ଜିଲ୍ଲାସୂର୍ଯ୍ୟସୂର୍ଯ୍ୟପରାଗ

🔥 Trending searches on Wiki ଓଡ଼ିଆ:

ରାଜ ଯୋଗ୨ (ସଂଖ୍ୟା)ଝୋଟି ଚିତାପ୍ରତିଭା ରାୟକେବେ ତମେ ନାହଁ କେବେ ମୁଁ ନାହିଁମନୋରଞ୍ଜନ ଦାସଓଡ଼ିଶାର ସାମୁଦ୍ରିକ ବାଣିଜ୍ୟର ଇତିହାସପଣା ସଂକ୍ରାନ୍ତିଭାରତୀୟ ଜାତୀୟ କଂଗ୍ରେସଆମାଜନ୍.କମ୍‌କ୍ରିକେଟକୁନ୍ତଳା କୁମାରୀ ସାବତଚଳନ୍ତି ଠାକୁରବାବୁଶାନ୍କାଳିନ୍ଦୀ ଚରଣ ପାଣିଗ୍ରାହୀଭାରତୀୟ ଜନତା ପାର୍ଟିବସନ୍ତ କୁମାର ଶତପଥୀଗୋଦାବରୀଶ ମହାପାତ୍ରନବଯୌବନ ବେଶଇତିହାସଜୟଦେବ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ରାଜନୀତି ବିଜ୍ଞାନଆହାର ଯୋଜନାଗାୟତ୍ରୀବାଳା ପଣ୍ଡାସୌରୀନ୍ଦ୍ର ବାରିକଲୋକ ସଭାମହାଭାରତବ୍ୟାସଦେବଭଗବତୀ ଚରଣ ପାଣିଗ୍ରାହୀଟାଇଫଏଡପଞ୍ଚାୟତ ରାଜଦଶରଥକନ୍ଧମାଳ ଜିଲ୍ଲାଦକ୍ଷିଣ କୋରିଆସ୍ୱୋର୍ଡ ମାଛଯୁକ୍ତରାଜ୍ୟରାମଦ୍ୱିତୀୟ ବିଶ୍ୱଯୁଦ୍ଧଚିକିତ୍ସା ବିଜ୍ଞାନରେ ନୋବେଲ ବିଜେତାଙ୍କ ତାଲିକାନ୍ୟାୟାଧୀଶଙ୍କ (ନିଯୁକ୍ତି ସମ୍ବନ୍ଧିତ) ତିନି ମାମଲାରାଜ୍ୟ ସଭାବାଲେଶ୍ୱର ଜିଲ୍ଲାରାଷ୍ଟ୍ରୀୟ ନ୍ୟାୟୀକ ନିଯୁକ୍ତି ଆୟୋଗଜବାହରଲାଲ ନେହେରୁପିପିଲିଫେସବୁକଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାମହାତ୍ମା ଗାନ୍ଧୀତ୍ରିଭୁଜଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାଓଡ଼ିଆତାରାତାରିଣୀ ମନ୍ଦିରରାଜେନ୍ଦ୍ର କିଶୋର ପଣ୍ଡାକଲେରାଓଡ଼ିଶାର ଭୂଗୋଳଆଦିଶଙ୍କରମଧୁସୂଦନ ଦାସବୈଦେହୀଶ ବିଳାସରୋହିଦାସ ସିଂ ନାଗବ୍ୟକ୍ତିଗତ ଅର୍ଥବ୍ୟବସ୍ଥାଜଗନ୍ନାଥଙ୍କ ବେଶସଞ୍ଜୟ ହାତୀଚାଣକ୍ୟଗଣେଶପଦାର୍ଥ ବିଜ୍ଞାନମାରୀଚୟାଓଇହିନ୍ଦୁ ସମୟ ଗଣନାବାଲେଶ୍ୱରପରି ମହଲଜୀବାଣୁ ଭାଜିନୋସିସ🡆 More