ଯାଜପୁର ଜିଲ୍ଲା: ଓଡିଶାର ଏକ ଜିଲ୍ଲା

]

ଯାଜପୁର।
ଜିଲ୍ଲା
ଓଡ଼ିଶାରେ ଅବସ୍ଥାନ
ଓଡ଼ିଶାରେ ଅବସ୍ଥାନ
ଦେଶଭାରତ
ରାଜ୍ୟଓଡ଼ିଶା
ଲୋକ ସଭାଯାଜପୁର
ଭାଷାଓଡ଼ିଆ, ଇଂରାଜୀ
ବିଧାନ ସଭା୭ଟି ଆସନ
 
  • ୧. ବିଞ୍ଝାରପୁର (୦୪୮)
    ୨. ବରି (୦୪୯)
    ୩. ବଡ଼ଚଣା(୦୫୦)
    ୪. ଧର୍ମଶାଳା (୦୫୧)
    ୫. ଯାଜପୁର (୦୫୨)
    ୬. କୋରେଇ(୦୫୩)
    ୭. ସୁକିନ୍ଦା (୦୫୪)
Area
 • ଜିଲ୍ଲା2,887.69 ବର୍ଗ କି.ମି km2 (Formatting error: invalid input when rounding sq mi)
Population
 (୨୦୧୧)
 • ଜିଲ୍ଲା୧୮୨୬୨୭୫
 • Rankଓଡ଼ିଶାରେ ସପ୍ତମ (୭/୩୦)
 • Urban
୧୩୫୦୧୧
 • Rural
୧୬୯୧୨୬୪
 • ୬ ବର୍ଷରୁ କମ ଶିଶୁ
୨୦୭୩୧୦
Time zoneIST (+୫.୩୦)
ଡାକ କୋଡ଼
୭୫୫ xxx
ଯାନବାହାନ ପଞ୍ଚୀକରଣଓଡ଼ି-୦୪,ଓଡ଼ି-୩୪
ଜିଲ୍ଲାପାଳରଞ୍ଜନ କୁମାର ଦାସ
WebsiteOfficial website

ଓଡ଼ିଶାର ସର୍ବ ପ୍ରାଚୀନ ରାଜଧାନୀ ଭାବେ ଏହାର ଯଶ କିର୍ତିତ । ବିଶେଷ କରି ଶୈଳୋଦ୍ଭବ, ମାଠର, ଭୌମକର ଏବଂ ସୋମବଂଶୀ ବା କେଶରୀମାନଙ୍କ ଶାସନ କାଳରେ ଏହି ଭୂଭାଗ ଓଡ଼ିଶାର ରାଜଧାନୀ ରୂପେ ଭାରତ ବର୍ଷରେ ଏକ ବିଖ୍ୟାତ ସହରର ମାନ୍ୟତା ଲାଭ କରିଥିଲା । ଦେବୀ ବିରଜାଙ୍କ ନାମାନୁସାରେ ଏହାର ପ୍ରାଚୀନ ନାମ ଥିଲା ବିରଜା । ପରବର୍ତୀ ସମୟ ସମୟରେ ଏହାର ନାମରେ ପରିବର୍ତ୍ତନ ଲକ୍ଷ୍ୟ କରାଯାଇଛି । ଯଜ୍ଞପୁର, ଗୁହଦେବ ପାଟକ, ଯାଜନଗର, ଅଭିନବ ଯଯାତି ନଗର, ଯାଜିପୁର ଓ ଆଜିର ଯାଜପୁର ରୂପେ ଏହାର ନାମାନ୍ତର ଘଟିଅଛି । ଆଛତିଆ ଆରୋଡ଼ି ପର୍ଯ୍ୟନ୍ତ ଏହି ଭୂମଣ୍ଡଳ ବିସ୍ତୃତ ।

ସୋମବଂଶୀୟ ରାଜା ଯଜାତି କେଶରୀଙ୍କଦ୍ୱାରା ସ୍ଥାପିତ ଯାଜପୁର ସହର ନାମରେ ଏହି ଜିଲ୍ଲାର ନାମକରଣ କରାଯାଇଛି ୤ ୧୯୯୩ ମସିହ ଅପ୍ରେଲ ମାସରେ ଯାଜପୁର ଗୋଟିଏ ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ନେଲା ଓ ଯାଜପୁର ସଦର ଗୋଟିଏ ଉପଖଣ୍ଡ (ସବଡ଼ିଭିଜନ) ହୋଇରହିଲା । ଯାଜପୁର ସହର ଜିଲ୍ଲାର ସଦର ମହକୁମା ହୋଇରହିଲା । ଆଗେ ଯାଜପୁର ଅଞ୍ଚଳ ବିଭିନ୍ନ ନଦୀଦ୍ୱାରା ବହୁତ କ୍ଷତିଗ୍ରସ୍ଥ ହେଉଥିଲା । ସେ ନଦୀଗୁଡିକ ମଧ୍ୟରେ ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ବୁଢ଼ା, ଖରସୁଆଁ ଇତ୍ୟାଦି । ଅବିଭକ୍ତ କଟକ ଜିଲ୍ଲାର ତ୍ରିକୋଣ ଭୂମି ଅଞ୍ଚଳ ଏହିସବୁ ନଦୀଗୁଡିକଦ୍ୱାରା ବନ୍ୟାରେ ଅପୂରଣୀୟ କ୍ଷତି ହେଉଥିଲା ଓ ବହୁତ ଫସଲ ନଷ୍ଟ ହେଉଥିଲା ।

ଭୂଗୋଳ

ଯାଜପୁର ଜିଲ୍ଲାର ଆୟତନ ୨,୮୮୭.୬୯ ବର୍ଗ କିମି । ଏହି ଜିଲ୍ଲାର ଉପର ଅଞ୍ଚଳ କିଛି ପାହାଡ଼ିଆ ଓ ଜଙ୍ଗଲଭୂମି ରହିଛି। ସମତଳ ଅଞ୍ଚଳରେ ଜଳସେଚନଦ୍ୱାରା କୃଷିର ଉନ୍ନତି ହୋଇପାରୁଛି। ତଥାପି ଜଙ୍ଗଲ ଓ ପାହାଡ଼ିଆ ଜମିର ପରିମାଣ ୭୨୫ ବର୍ଗ କିଲୋମିଟର। ଯାଜପୁର ଜିଲ୍ଲା ଖଣିଜ ଦ୍ରବ୍ୟରେ ଭରପୁର। ଏହି ଜିଲ୍ଲାର ସୁକିନ୍ଦା ଅଞ୍ଚଳରେ ବହୁ ପରିମାଣରେ କ୍ରୋମାଇଟ୍ ଉତ୍ପାଦନ ହୁଏ। ଅନେକ ଲୁହାପଥର ଭରି ରହିଛି ଯାହାକି ଆମ ରାଜ୍ୟର ପାରାଦ୍ୱୀପ ବନ୍ଦରରୁ ଜାହାଜ ଯୋଗେ ବିଦେଶକୁ ରତ୍ପାନୀ ହେଉଛି।

ଅବସ୍ଥିତି

ଏହାର ଉତ୍ତରରେ କେନ୍ଦୁଝର ଓ ଭଦ୍ରକ, ଦକ୍ଷିଣରେ କଟକ, ପୂର୍ବରେ କେନ୍ଦ୍ରାପଡ଼ା ଏବଂ ପଶ୍ଚିମରେ ଢେଙ୍କାନାଳ ଜିଲ୍ଲା ଅବସ୍ଥିତ ।

ମୁଖ୍ୟ ନଦୀ ଓ ଶାଖାନଦୀ

  • ବୈତରଣୀ
  • ବ୍ରାହ୍ମଣୀ
  • ଖରସ୍ରୋତା
  • ବିରୂପା
  • ବୁଢ଼ା
  • କଣି
  • ବଡ଼ଗେଙ୍ଗୁଟି
  • କେଳୁଆ

ଜନସଂଖ୍ୟା

୨୦୧୧ ଜନଗଣନା ଅନୁସାରେ ଯାଜପୁର ଜିଲ୍ଲାର ମୋଟ ଲୋକସଂଖ୍ୟା ୧୮,୨୬,୨୭୫ । ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୧୬,୯୧,୨୬୪ ଓ ସହରାଞ୍ଚଳରେ ୧,୩୫,୦୧୧ ଲୋକ ବାସ କରନ୍ତି ।

  • ପୁରୁଷ: ୯,୨୬,୦୫୮
  • ମହିଳା: ୯,୦୦,୨୧୭
    • ଛ ବର୍ଷରୁ କମ: ୨,୦୭,୩୧୦
  • ସାକ୍ଷରତା ହାର: ୮୦.୪୪%
    • ପୁରୁଷ: ୮୭.୩୬%
    • ମହିଳା: ୭୩.୩୭%

ଉତ୍ପନ୍ନ ଖାଦ୍ୟଶସ୍ୟ

ଉତ୍ପନ୍ନ ଖାଦ୍ୟଶସ୍ୟ : ଧାନ, ମୁଗ, ବିରି, କୋଳଥ, ଚିନାବାଦାମ, ଆଳୁ, ଆଖୁ ଇତ୍ୟାଦି ଉତ୍ପନ୍ନ ହୁଏ ।

ସଦର ମହକୁମା

  • ଯାଜପୁର ରୋଡ୍
  • ଯାଜପୁର ଟାଉନ୍

ବ୍ଳକ

  • କୋରାଇ, ଧର୍ମଶାଳା, ବଡ଼ଚଣା, ଦଶରଥପୁର, ଦାନଗଦି, ବରି, ବିଞ୍ଝାରପୁର, ଯାଜପୁର ସଦର, ରସୁଲପୁର, ସୁକିନ୍ଦା

ଗ୍ରାମ ପଞ୍ଚାୟତ

ଯାଜପୁର ଜିଲ୍ଲାରେ ଥିବା ମୋଟ ୧,୭୮୧ଟି ଜିଲ୍ଲା ୩୧୧ଟି ଗ୍ରାମ ପଞ୍ଚାୟତ ମଧ୍ୟରେ ରହିଛି ।

ପର୍ଯ୍ୟଟନ ସ୍ଥଳୀ

ପ୍ରସିଦ୍ଧ ବ୍ୟକ୍ତି

ଯାଜପୁର ଜିଲ୍ଲାର ପ୍ରସିଦ୍ଧ ବ୍ୟକ୍ତିବିଶେଷମାନଙ୍କ ମଧ୍ୟରେ ଅଭିମନ୍ୟୁ ସାମନ୍ତସିଂହାର, ବିଚ୍ଛନ୍ଦଚରଣ ପଟ୍ଟନାୟକ, ହାଡ଼ିଦାସ ପ୍ରମୁଖ ଅନ୍ୟତମ ।

ରାଜନୀତି

# ନିର୍ବାଚନ ମଣ୍ଡଳୀ ଆରକ୍ଷଣ ପରିସୀମା ଅଧୀନସ୍ଥ ଅଞ୍ଚଳ (ପୌରାଞ୍ଚଳ ଓ ପଞ୍ଚାୟତ ସମିତି ) ୧୪ଶ ବିଧାନ ସଭା ସଦସ୍ୟ ରାଜନୈତିକ ଦଳ
୪୮ ବିଞ୍ଝାରପୁର ଅନୁସୂଚିତ ଜାତି ବିଞ୍ଝାରପୁର, ଦଶରଥପୁର (ଅଂଶ) ପ୍ରମିଳା ମଲ୍ଲିକ ବିଜେଡି
୪୯ ବରୀ ଅଣ ସଂରକ୍ଷିତ ବରୀ, ବନ୍ଧଡିହ, ଯାଜପୁର (ଅଂଶ), ରସୁଲପୁର (ଅଂଶ) ଦେବାଶିଷ ନାୟକ ବିଜେଡି
୫୦ ବଡ଼ଚଣା ଅଣ ସଂରକ୍ଷିତ ବଡ଼ଚଣା ଅମର ପ୍ରସାଦ ଶତପଥୀ ବିଜେଡି*
୫୧ ଧର୍ମଶାଳା ଅଣ ସଂରକ୍ଷିତ ଧର୍ମଶାଳା, ରସୁଲପୁର (ଅଂଶ) ପ୍ରଣବ ପ୍ରକାଶ ବଳବନ୍ତରାୟ ବିଜେଡି
୫୨ ଯାଜପୁର ଅଣ ସଂରକ୍ଷିତ ଯାଜପୁର (ପୌ), ଯାଜପୁର (ଅଂଶ), ଦଶରଥପୁର (ଅଂଶ) ପ୍ରଣବ ପ୍ରକାଶ ଦାସ ବିଜେଡି
୫୩ କୋରେଇ ଅଣ ସଂରକ୍ଷିତ ବ୍ୟାସନଗର (ପୌ), ବ୍ୟାସନଗର (O. G), କୋରାଇ, ରସୁଲପୁର (ଅଂଶ) ପ୍ରିତୀରଞ୍ଜନ ଘଡ଼ାଇ ବିଜେଡି
୫୪ ସୁକିନ୍ଦା ଅଣ ସଂରକ୍ଷିତ ସୁକିନ୍ଦା, ଦାନଗଦି ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ ବିଜେଡି

ସୂଚନା:
ବି: ବିଜ୍ଞାପିତ ଅଞ୍ଚଳ ପରିଷଦ, ପୌ: ପୌର ପରିଷଦ, ମ: ମହାନଗର ନିଗମ
* ଚିହ୍ନିତ ସଭ୍ୟ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ଦଳୀୟ ପ୍ରାର୍ଥୀ ଭାବେ ନିର୍ବାଚନ ଜିତିଥିଲେ ।

ଆଧାର

ଅଧିକ ତଥ୍ୟ

Tags:

ଯାଜପୁର ଜିଲ୍ଲା ଭୂଗୋଳଯାଜପୁର ଜିଲ୍ଲା ପର୍ଯ୍ୟଟନ ସ୍ଥଳୀଯାଜପୁର ଜିଲ୍ଲା ପ୍ରସିଦ୍ଧ ବ୍ୟକ୍ତିଯାଜପୁର ଜିଲ୍ଲା ରାଜନୀତିଯାଜପୁର ଜିଲ୍ଲା ଆଧାରଯାଜପୁର ଜିଲ୍ଲା ଅଧିକ ତଥ୍ୟଯାଜପୁର ଜିଲ୍ଲା

🔥 Trending searches on Wiki ଓଡ଼ିଆ:

ଅସହଯୋଗ ଆନ୍ଦୋଳନଭାରତୀୟ ମହିଳାଏଇଠି ସ୍ୱର୍ଗ ଏଇଠି ନର୍କଲଡୁବାବା ମନ୍ଦିରକନ୍ନଡ଼ ଭାଷାରିଉମାଟଏଡ ଆର୍ଥ୍ରାଇଟିସଆର୍ଥିକ ସ୍ୱାଧୀନତାଅମୃତାୟନସିଓଲକରମା ନୃତ୍ୟଗୁଗଲପ୍ରଦୂଷଣଜୀବସାର ଗଶାଶ୍ୱତ ଯୋଶୀଗୋପାଳ ଚନ୍ଦ୍ର ପ୍ରହରାଜପଦ୍ମ ଫୁଲଦଣ୍ଡ ନାଟଅକ୍ଷାଂଶରମେଶ ପ୍ରସାଦ ପାଣିଗ୍ରାହୀକଣ୍ଡୋମତୁ ଯେ ସେଇଅନନ୍ତ ସେଠୀପାରମିତା ଶତପଥୀସୁରେନ୍ଦ୍ର ମହାନ୍ତିକାନାଡ଼ାବିଶ୍ୱ ପରିବେଶ ଦିବସଅଶୋକ (ସମ୍ରାଟ)ଓଡ଼ିଆ ମସଲାର ଇଂରାଜୀ ପ୍ରତିଶବ୍ଦଅଚ୍ୟୁତାନନ୍ଦ ଦାସଦୋହାକୋଷ ଓ ବୌଦ୍ଧ ଗାନଗଣିତଓଡ଼ିଆ ନାଟକଚନ୍ଦ୍ରମଣି ଦାସଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାଲକ୍ଷ୍ମୀଅଭିମନ୍ୟୁ ସାମନ୍ତସିଂହାରଇତିହାସଗୋପୀନାଥ ମହାନ୍ତିପୃଥିବୀମଧୁସୂଦନ ରାଓଭରତେଶ୍ୱର ମନ୍ଦିରପୁରୀ ଜିଲ୍ଲାଏଚଆଇଭି/ଏଡସଓଡ଼ିଶା ବିଧାନ ସଭାମୃତ୍ୟୁଞ୍ଜୟ ରଥଜ୍ଞାନପୀଠ ପୁରସ୍କାରମକର ସଂକ୍ରାନ୍ତିଦଶାବତାରଗଙ୍ଗାଧର ମେହେରଗଣେଶଉଦୟନାଥ ଷଡ଼ଙ୍ଗୀଗୋପପୁର (ଗପ ସଙ୍କଳନ)ଜହ୍ନିଓଷାଛବିଳ ମଧୁ ବର୍ଣ୍ଣବୋଧସାରଳା ଦାସଦୀପା ସାହୁକବିସୂର୍ଯ୍ୟ ବଳଦେବ ରଥରୋମବିଜୟ ମହାପାତ୍ରଆଶୁତୋଷ ପରିଡ଼ାରାଶି ଓ ନକ୍ଷତ୍ରବଡ଼ ଓଡ଼ିଆ ମଠହିନ୍ଦୁ ସମୟ ଗଣନାଯୁକ୍ତରାଜ୍ୟପଣିକିଆକ୍ରେଡିଟ କାର୍ଡ଼ଜଳନ୍ଧର ଦେବହାଡ଼ିବନ୍ଧୁ ମିର୍ଦ୍ଧା🡆 More