ଗୋଦାବରୀଶ ମିଶ୍ର

ଗୋଦାବରୀଶ ମିଶ୍ର (୨୬ ଅକ୍ଟୋବର ୧୮୮୬ - ୨୬ ଜୁଲାଇ ୧୯୫୬) ଜଣେ ଓଡ଼ିଆ କବି, ଗାଳ୍ପିକ ଓ ନାଟ୍ୟକାର ଥିଲେ । ସେ ଆଧୁନିକ ପଞ୍ଚସଖାଙ୍କ ମଧ୍ୟରୁ ଜଣେ ଓ ପଣ୍ଡିତ ଗୋପବନ୍ଧୁ ଦାସଙ୍କଦ୍ୱାରା ପ୍ରତିଷ୍ଠିତ ସତ୍ୟବାଦୀ ବନ ବିଦ୍ୟାଳୟରେ ଶିକ୍ଷକତା କରିଥିଲେ । ସେ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ମନ୍ତ୍ରୀମଣ୍ଡଳରେ ଅର୍ଥ ଓ ଶିକ୍ଷା ମନ୍ତ୍ରୀ ମଧ୍ୟ ଥିଲେ । ସେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

ପଣ୍ଡିତ

ଗୋଦାବରୀଶ ମିଶ୍ର
ଗୋଦାବରୀଶ ମିଶ୍ର
ଜନ୍ମ ଓ ଜନ୍ମସ୍ଥାନ(1886-10-26)୨୬ ଅକ୍ଟୋବର ୧୮୮୬
ଶ୍ରୀନିବାସପୁର ଶାସନ, ବାଣପୁର, ପୁରୀ
ମୃତ୍ୟୁ୨୬ ଜୁଲାଇ ୧୯୫୬(1956-07-26) (ବୟସ ୬୯)
ବୃତ୍ତିଶିକ୍ଷକତା, ରାଜନୀତି
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ଶିକ୍ଷାସ୍ନାତକୋତ୍ତର (ଅର୍ଥନୀତି), ବି.ଟି.
ଶିକ୍ଷାନୁଷ୍ଠାନକଲିକତା ବିଶ୍ୱବିଦ୍ୟାଳୟ
ସାହିତ୍ୟ କୃତିଅର୍ଦ୍ଧଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋର ସ୍ଥାନ
ପୁରସ୍କାରକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର
ସନ୍ତାନରଘୁନାଥ ମିଶ୍ର
ସଭ୍ୟ: ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୨ – ୧୯୫୭
ନିର୍ବାଚନ ମଣ୍ଡଳୀବାଣପୁର
ବ୍ୟକ୍ତିଗତ ସବିଶେଷ
ରାଜନୀତିକ ଦଳସ୍ୱାଧୀନ

ଜୀବନୀ

ଗୋଦାବରୀଶ ମିଶ୍ର ଓଡ଼ିଶାର ପୁରୀ ଜିଲ୍ଲାସ୍ଥିତ ବାଣପୁରର ଶ୍ରୀନିବାସପୁର ଶାସନରେ ଜନ୍ମଗ୍ରହଣ କରିଥିଲେ । ସେ ଗୋପବନ୍ଧୁଙ୍କଦ୍ୱାରା ଅନୁପ୍ରାଣିତ ହୋଇଥିଲେ । ତେବେ ସେ ରାଜନୀତିକୁ ପସନ୍ଦ କରୁନଥିଲେ । ଅଣକଂଗ୍ରେସ ମନ୍ତ୍ରୀମଣ୍ଡଳରେ ଯୋଗ ଦେଇଥିବାରୁ ତାଙ୍କୁ କଂଗ୍ରେସ ଦଳରୁ ବହିଷ୍କାର କରାଯାଇଥିଲା । ପରେ, ଦଳକୁ ଫେରିବା ପାଇଁ ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ ସେ ତାହାକୁ ପ୍ରତ୍ୟାଖାନ କରିଥିଲେ । ତାଙ୍କ ଉଦ୍ୟମରେ ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲେ ମଧ୍ୟ ସେ କୁଳପତି ହୋଇପାରିନଥିଲେ ।

ରଚନାବଳୀ

ଓଡ଼ିଆ ସାହିତ୍ୟରେ ସେ ପ୍ରଥମ ଗାଥା କବିତାର ଜନକ ଭାବେ ବିବେଚିତ ହୋଇଥାନ୍ତି । ସେ "ଘଟାନ୍ତର", "ଅଭାଗିନୀ", "ଅଠର ଶହ ସତର" ଓ "ନିବାସିତ" ଆଦି ଉପନ୍ୟାସର ସ୍ରଷ୍ଟା । ତାଙ୍କର "ଅଭାଗିନୀ" ଉପନ୍ୟାସ ୧୯୧୨ ମସିହାରେ ପ୍ରଥମେ ପ୍ରକାଶିତ ହୋଇଥିଲା । ତାଙ୍କର ଅନ୍ୟ ଉପନ୍ୟାସଗୁଡ଼ିକ ୧୯୪୦ ମସିହାରୁ ୧୯୫୧ ମଧ୍ୟରେ ଆତ୍ମପ୍ରକାଶିତ ହୋଇଥିଲା । ତାଙ୍କ ଆତ୍ମଜୀବନୀ "ଅର୍ଦ୍ଧଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋର ସ୍ଥାନ"ର ସୂଚୀପତ୍ରରେ ସେ ୮୫ଟି ବିଭାଗ ରଖିଥିଲେ, କିନ୍ତୁ ତାଙ୍କ ମୃତ୍ୟୁବେଳକୁ କେବଳ ୩୪ଟି ବିଭାଗ ଲେଖିସାରିଥିଲେ । ଏହି ପୁସ୍ତକ ପାଇଁ ତାଙ୍କୁ ୧୯୬୧ ମସିହାରେ ମରଣୋତ୍ତର ଭାବରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥିଲା ।

ସମ୍ମାନ ଓ ପୁରସ୍କାର

  • କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର - ୧୯୬୧ ("ଅର୍ଦ୍ଧ ଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋ ସ୍ଥାନ" ପାଇଁ ମରଣୋତ୍ତର ଭାବେ)

ଆଧାର

Tags:

ଗୋଦାବରୀଶ ମିଶ୍ର ଜୀବନୀଗୋଦାବରୀଶ ମିଶ୍ର ରଚନାବଳୀଗୋଦାବରୀଶ ମିଶ୍ର ସମ୍ମାନ ଓ ପୁରସ୍କାରଗୋଦାବରୀଶ ମିଶ୍ର ଆଧାରଗୋଦାବରୀଶ ମିଶ୍ରଉତ୍କଳ ବିଶ୍ୱବିଦ୍ୟାଳୟଓଡ଼ିଆ ଭାଷାକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଗୋପବନ୍ଧୁ ଦାସସତ୍ୟବାଦୀ ବନ ବିଦ୍ୟାଳୟ

🔥 Trending searches on Wiki ଓଡ଼ିଆ:

ଅଣସରନାରୀବାଦଜୟନ୍ତୀ ପଟ୍ଟନାୟକସୁଭାଷ ଚନ୍ଦ୍ର ବୋଷରବୀନ୍ଦ୍ରନାଥ ଠାକୁରଅଂଶୁପା ହ୍ରଦ୧୫ ଫେବୃଆରୀରଣା ସାପଓଡ଼ିଆ ଭ୍ରମଣ ସାହିତ୍ୟସମ୍ବଲପୁର ଜିଲ୍ଲାଭଦ୍ରକ ଜିଲ୍ଲାଖଣ୍ଡାୟତସମୀର ରଞ୍ଜନ ଦାଶଅଶୋକ (ସମ୍ରାଟ)ସ୍ୱାଧୀନତା ଦିବସ‌ (ଭାରତ)ପୁରୀ ଜିଲ୍ଲାସତ୍ୟବାଦୀ ବନ ବିଦ୍ୟାଳୟଭାରତର ରାଷ୍ଟ୍ରପତିଚକ୍ରଧର ବେହେରାରାମଚନ୍ଦ୍ର ବେହେରାଅମର ପ୍ରସାଦ ଶତପଥୀଅଭିରାମ ପରମହଂସବିଭୂତି ପଟ୍ଟନାୟକଜର୍ଜ କ୍ୟାଣ୍ଟରମନୋରଞ୍ଜନ ଦାସସ୍ତନପୃଥିବୀରୋହିତ ପୂଜାରୀ୧୭୩୬ମହେନ୍ଦ୍ରଗିରିକଙ୍କାଳସମ୍ବଲପୁରୀ ଭାଷାଇବାଣ୍ଡ୍ରୋନିକ ଏସିଡଦଶାବତାରପାଟୁଆ ଯାତ୍ରାଜଣ୍ଡିସ୍ଇରା ମହାନ୍ତିମକର (ରାଶି)ଅଶୋକାଷ୍ଟମୀଓଡ଼ିଶାର ସଂସ୍କୃତିଜହ୍ନଚିଲିକା ହ୍ରଦସୀତାକାନ୍ତ ମହାପାତ୍ରରାଜ୍ୟଡାଲିମଧୁସୂଦନ ରାଓଗୁରୁ ପ୍ରସାଦ ମହାନ୍ତିଧର୍ମଉତ୍କଳ ଦୀପିକାସ୍ୱିଡେନସାରଳା ଦାସରାକ୍ଷୀ ବାନ୍ଧିଲି ମୋ ରଖିବ ମାନଗୋପୀନାଥ ମହାନ୍ତି୧୨ ଫେବୃଆରୀବୈଷ୍ଣବ ପାଣିତପସ୍ୱିନୀମନମୋହନ ସାମଲପ୍ରଦୀପ କୁମାର ପାଣିଗ୍ରାହୀପଦ୍ମଚରଣ ପଟ୍ଟନାୟକଜାପାନକୁକୁରଭାରତୀୟ ସମ୍ବିଧାନଶ୍ରୀ ଅରବିନ୍ଦଭାରତର ରାଷ୍ଟ୍ରପତି ମାନଙ୍କର ତାଲିକା🡆 More