ମଧୁସୂଦନ ରାଓ: ଓଡ଼ିଆ କବି

ଭକ୍ତକବି ମଧୁସୂଦନ ରାଓ (ଖ୍ରୀ ୧୮୫୩-୧୯୧୨) ଜଣେ ଓଡ଼ିଆ କବି, ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ପୁରୋଧା ଓ ଓଡ଼ିଆ ଭାଷାର ପ୍ରଥମ ବର୍ଣ୍ଣବୋଧ, ମଧୁ ବର୍ଣ୍ଣବୋଧର ପ୍ରଣେତା । ସେ ଏକାଧାରରେ ଥିଲେ ଜଣେ ଆଦର୍ଶ ଶିକ୍ଷକ, କବି ସାହିତ୍ୟିକ, ପଣ୍ଡିତ, ସୁସଂଗଠକ ଓ ସମାଜ ସଂସ୍କାରକ । ସାହିତ୍ୟର ପ୍ରଚାର ପ୍ରସାର ପାଇଁ, ସେ କଟକରେ ଉତ୍କଳ ସାହିତ୍ୟ ସମାଜ ପ୍ରତିଷ୍ଠା କରିଥିଲେ ।

ଭକ୍ତକବି ମଧୁସୂଦନ ରାଓ
ମଧୁସୂଦନ ରାଓ: ଜୀବନ, ଆଧାର, ଅଧିକ ତଥ୍ୟ
ଜନ୍ମ ଓ ଜନ୍ମସ୍ଥାନ(1853-01-29)୨୯ ଜାନୁଆରୀ ୧୮୫୩



ପୁରୀ, ଓଡ଼ିଶା
ମୃତ୍ୟୁ୨୮ ଡିସେମ୍ବର ୧୯୧୨(1912-12-28) (ବୟସ ୫୯)
ବୃତ୍ତିକବି, ଦାର୍ଶନିକ, ସ୍ୱାଧୀନତା ସଂଗ୍ରାମୀ
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ନାଗରିକତାଭାରତୀୟ
ସାହିତ୍ୟର ଆନ୍ଦୋଳନଓଡ଼ିଆ ଭାଷା ଆନ୍ଦୋଳନ
ସାହିତ୍ୟ କୃତିମଧୁ ବର୍ଣ୍ଣବୋଧ, ଶିଶୁବୋଧ
ବାଳବୋଧ, ସାହିତ୍ୟ କୁସୁମ,
କବିତାବଳୀ, ଛନ୍ଦମାଳା ଭାଗ
ସମ୍ପର୍କୀୟରେବା ରାୟ (ଝିଆରୀ)
ଭାନୁଜୀ ରାଓ (ନାତି)

ମଧୁସୂଦନ ରାଓଙ୍କ ପୂର୍ବ ପୁରୁଷ ମହାରାଷ୍ଟ୍ରର ନାଗପୁରସ୍ଥ ଭୋନ୍ସଲା ରାଜପରିବାର ଥିଲେ । ଓଡ଼ିଶା ମରହଟ୍ଟାମାନଙ୍କର ଶାସନ ଅଧିନରେ ୧୭୫୧ରୁ ୧୮୦୩ ମସିହା ପର୍ଯ୍ୟନ୍ତ ରହିଥିଲା । ଏହି ସମୟରେ ଅନେକ ଲୋକ ମହାରାଷ୍ଟ୍ରରୁ ଚାଲିଆସି ଓଡ଼ିଶାରେ ବସବାସ କରିବାରେ ଲାଗିଲେ । କିନ୍ତୁ ମରହଟ୍ଟାମାନଙ୍କୁ ୧୮୦୩ ମସିହାରେ ବ୍ରିଟିଶମାନେ ବିତାଡ଼ିତ କରି ଓଡ଼ିଶା ଶାସନ ଭାର ହାତକୁ ନେଲେ । ଫଳରେ ଅନେକ ମରହଟ୍ଟା ପରିବାର ସ୍ୱଦେଶ ପ୍ରତ୍ୟାବର୍ତ୍ତନ କଲେ ।

ଜୀବନ

ପାରିବାରିକ ଜୀବନ

ମଧୁସୂଦନ ରାଓ ଙ୍କର ପୁତ୍ର ଓ କନ୍ୟା ହୋଇ ସାତଟି ସନ୍ତାନ । ସେମାନେ ହେଲେ ବାସନ୍ତି ଦେବୀ, ଡାକ୍ତର ଜୟନ୍ତୀ ରାଓ, ଅବନ୍ତୀ ଦେବୀ, ଶାନ୍ତି ଦେବୀ, ପ୍ରଶାନ୍ତ ରାଓ , ସାନ୍ତ୍ୱନା, ଓ ସୁକାନ୍ତ ରାଓ । ଜ୍ୟୋଷ୍ଠ କନ୍ୟା ବାସନ୍ତୀ ଦେବୀ ହେଉଛନ୍ତି ବଙ୍ଗଳାର ବିଶିଷ୍ଟ ଲେଖକ ତଥା ଓଡ଼ିଶାରେ ବିଶେଷ ସୁପରିଚିତ ବିଜୟ ଚନ୍ଦ୍ର ମଜୁମଦାରଙ୍କ ସ୍ତ୍ରୀ । ନାରୀ କବି ରେବା ରାୟ ହେଉଛନ୍ତି ମଧୁସୂଦନ ରାଓଙ୍କ କନିଷ୍ଠ ଭ୍ରାତା ଜଗନ୍ନାଥ ରାଓଙ୍କ କନ୍ୟା । ରେବାରାୟ ଯାଜପୁର କତରାପୁରର ସାଧୁଚରଣ ରାୟଙ୍କୁ ବିବାହ କରିଥିଲେ ।

କଟକରେ ଅଧ୍ୟୟନ କାଳରେ ମଧୁସୂଦନ ବ୍ରାହ୍ମଧର୍ମ ଗ୍ରହଣ କରିଥିଲେ । ହରିନାଥ ଭଟ୍ଟାଚାର୍ଯ୍ୟ ସେତେବେଳେ କଟକ କଲେଜରେ ଅଧ୍ୟାପକ ଥିଲେ । ତାଙ୍କରି ପ୍ରେରଣାରେ ସେ ବ୍ରାହ୍ମଧର୍ମ ପ୍ରତି ଆକୃଷ୍ଟ ହୋଇଥିବା ଜଣାଯାଏ । ପିଆରୀମୋହନ ଆଚାର୍ଯ୍ୟ ମଧ୍ୟ ବ୍ରାହ୍ମଧର୍ମ ଗ୍ରହଣ କରିଥିଲେ । ମଧୁସୂଦନ ଓ ପିଆରୀମୋହନ ଦୁହେଁ ଥିଲେ ପରମବନ୍ଧୁ । ଦୁହିଁଙ୍କର ଜୀବନାଦର୍ଶ ଏକ ପ୍ରକାର । ମଧୁସୂଦନ ଶିକ୍ଷାବିଭାଗର ବିଭିନ୍ନ ପଦବୀରେ କାର୍ଯ୍ୟ କରି ଶେଷରେ ମାସିକ ପାଞ୍ଚଶହ ବେତନରେ ଇନ୍ସପେକ୍ଟର ପଦବୀରୁ ଅବସର ଗ୍ରହଣ କରିଥିଲେ । ସେ ଭାରତୀୟ ଶିକ୍ଷାବିଭାଗରେ (Indian Service) ସ୍ଥାନ ପାଇଥିଲେ ।

ନ'ଅଙ୍କ ଦୁର୍ଭିକ୍ଷରେ ସ୍ୱେଚ୍ଛାସେବୀ

୧୮୬୬ ମସିହାରେ ପଡ଼ିଥିଲା ନ’ଅଙ୍କ ଦୁର୍ଭିକ୍ଷ । ସେହି ସମୟରେ ମଧୁସୂଦନ ପୁରୀ ଜିଲ୍ଲାସ୍କୁଲର ଛାତ୍ର । ଶହଶହ ଶବ ଓ ନରକଙ୍କାଳ ଦେଖି ବାଳକ ମଧୁସୂଦନଙ୍କ ତରଳପ୍ରାଣ ଛଟପଟ ହୋଇଥିଲା । ସେ ସମୟର ପୁରୀର ମହନ୍ତ ନାରାୟଣ ଦାସଙ୍କ ଅନୁରୋଧ କ୍ରମେ ପୁରୀର ମାଜିଷ୍ଟ୍ରେଟ ବକସଉଏଲ ସାହେବ ଦରିଦ୍ର ତଥା ଦୁର୍ଭିକ୍ଷ ପ୍ରପୀଡିତ ଲୋକମାନଙ୍କର ସେବା କରିବା ଏବଂ ସେମାନଙ୍କୁ ଚାଉଳ ବାଣ୍ଟିବା ପାଇଁ ମଧୁସୂଦନଙ୍କ ଉପରେ ଦାୟିତ୍ୱ ଦେଇଥିଲେ । ବାଳକ ମଧୁସୂଦନ ଆନନ୍ଦର ସହିତ ଏହି ଗୁରୁଦାୟିତ୍ୱ ବହନ କରି ସଂଚାଳନ କଲେ । ଜିବଦୟା ଭାବ ତାଙ୍କ ମନରେ ଉଦ୍ରେକ ହେଲା । ଏହି ସମୟରୁ ସେ ସାରାଜୀବନ ମତ୍ସ୍ୟ ଭକ୍ଷଣ ତ୍ୟାଗ କଲେ ।

ଶିକ୍ଷକ ଜୀବନ

ମଧୁସୂଦନ ପ୍ରଥମେ ପୁରୀ ଜିଲ୍ଲାସ୍କୁଲରେ ଏକ ଅସ୍ଥାୟୀ ତୃତୀୟ ଶିକ୍ଷକ ଭାବରେ ନିଯୁକ୍ତି ପାଇଲେ । କିନ୍ତୁ ସେ ଏହି ପଦବୀରେ ଯୋଗଦାନ କରିବା ପୂର୍ବରୁ ଅନ୍ୟଜଣେ ବଙ୍ଗୀୟ ବ୍ୟକ୍ତି ତତ୍କାଳୀନ ଇନ୍ସପେକ୍ଟର ମାର୍ଟିନ ସାହେବଙ୍କଦ୍ୱାରା ନିଯୁକ୍ତି ପାଇ ସେହି ପଦବୀରେ ଯୋଗଦେଲେ । ଫଳରେ ମାର୍ଟିନ ସାହେବ କଟକ ହାଇସ୍କୁଲରେ ମଧୁସୂଦନଙ୍କୁ ମାସିକ ଦରମା ୭୫ ଟଙ୍କାରେ ନିଯୁକ୍ତି ପ୍ରଦାନ କଲେ । ହେଲେ ସେ ଯୋଗଦାନ କରିବାର କିଛିଦିନ ପରେ ତାଙ୍କ ପଦବୀଟି ଉଚ୍ଛେଦ ହେଇଗଲା । ଫଳରେ ମାର୍ଟିନ ସାହେବ ବାଧ୍ୟହୋଇ ଯାଜପୁର ମଧ୍ୟ ଇଂରାଜୀ ବିଦ୍ୟାଳୟରେ ଖାଲି ପଡ଼ିଥିବା ପ୍ରଧାନଶିକ୍ଷକ ପଦବୀରେ ନିଯୁକ୍ତି ପ୍ରଦାନ କଲେ । ଏଠାରେ ଦେଢ଼ବର୍ଷ କାର୍ଯ୍ୟ କରିବା ପରେ ବାଲେଶ୍ୱର ଜିଲ୍ଲାସ୍କୁଲରେ ଦ୍ୱିତୀୟ ଶିକ୍ଷକ ପଦବୀରେ ଯୋଗଦେଲେ ।

ବାଲେଶ୍ୱରରେ ମଧୁସୂଦନ, ଫକୀର ମୋହନରାଧାନାଥଙ୍କ ସାନ୍ନିଧ୍ୟ ଲାଭ କଲେ । ସାହିତ୍ୟ ଚର୍ଚ୍ଚା ଆରମ୍ଭ ହେଲା । ଏମାନେ ଓଡ଼ିଆ ଭାଷାରେ ପାଠ୍ୟପୁସ୍ତକ ରଚନା କଲେ । ବାଲେଶ୍ୱର ରାଜକୁମାର ବୈକୁଣ୍ଠ ନାଥ ଦେ ଏମାନଙ୍କୁ ପ୍ରୋତ୍ସାହିତ କଲେ । ଜଣେ ସୁଲେଖକ ଭାବେ ମଧୁସୂଦନ ଏଠାରେ ପ୍ରସିଦ୍ଧି ଲାଭ କଲେ ।

ସ୍କୃତି

ଓଡ଼ିଆ ବର୍ଣ୍ଣମାଳା ପାଇଁ ଉଦ୍ଦିଷ୍ଟ ପ୍ରାଥମିକ ପୁସ୍ତକ ବର୍ଣ୍ଣବୋଧ ପ୍ରତ୍ୟେକ ଓଡ଼ିଆର ଚିର ପରିଚିତ । ସେ ସାକ୍ଷର ହେଉ କି ନିରକ୍ଷର ହେଉ, ସେ ଓଡ଼ିଶାର ବାସିନ୍ଦା ହେଉ କି ଉପାନ୍ତ ଅଞ୍ଚଳର ବାସିନ୍ଦାହେଉ, ସଂସ୍କୃତି ପୀଠ କଟକ ମହାନଗରୀର ମଧ୍ୟ ଭାଗରେ ଅବସ୍ଥିତ ଉତ୍କଳ ସାହିତ୍ୟ ସମାଜ ଓଡ଼ିଶାର ସାରସ୍ୱତ ସାଧକମାନଙ୍କର ଏକ ତୀର୍ଥକ୍ଷେତ୍ର କହିଲେ ଅତ୍ୟୁକ୍ତି ହେବନାହିଁ । କଟକ ମହାନଗରୀରେ ଅବସ୍ତିତ ଭିକ୍ଟୋରିଆ ସ୍କୁଲ (ଭକ୍ତ ମଧୁ ବିଦ୍ୟାପୀଠ) ମଧ୍ୟ ଓଡ଼ିଶାର ଅନ୍ୟତମ ଆଦର୍ଶ ଶିକ୍ଷାନୁଷ୍ଠାନ ଭାବରେ ପରିଚିତ । ମଧୁସୂଦନ ବର୍ଣ୍ଣବୋଧର ଲେଖକ ତଥା ଏହି ସାହିତ୍ୟ ଓ ଶିକ୍ଷାନୁଷ୍ଠାନ ଦ୍ୱୟର ପ୍ରାଣପ୍ରତିଷ୍ଠାତା ।

କୃତି

ମଧୁସୂଦନ ରାଓଙ୍କ ରଚନା ଖୁବ ସରଳ ଓ ସୁବୋଧ୍ୟ ଓଡ଼ିଆରେ ଲେଖା । ସେ ଓଡ଼ିଆ ଭାଷାରେ ପ୍ରଥମ ବର୍ଣ୍ଣବୋଧ ରଚନା କରିଥିଲେ ଯାହା ମଧୁ ବର୍ଣ୍ଣବୋଧ ନାମରେ ଜଣା । ତାଙ୍କ ରଚିତ ମଧୁ ବର୍ଣ୍ଣବୋଧ ଏକ ଉପାଦେୟ ବହି ଯାହା କାଳ କାଳ ଧରି ଶିଶୁମାନଙ୍କର ପଠନଯୋଗ୍ୟ ହୋଇ ରହିଛି । ତାଙ୍କର ମଧୁର ରଚନା ଲାଗି ତାଙ୍କୁ ଭକ୍ତକବି ବୋଲି ଡକାଯାଇଥାଏ । ମଧୁସୂଦନ ଓ ଫକୀର ମୋହନ ସେନାପତିଙ୍କଠାରୁ ଓଡ଼ିଆ ଭାଷାର ଆଧୁନିକ ଯୁଗର ଆରମ୍ଭ ହୋଇଛି ବୋଲି କୁହାଯାଏ । ବସନ୍ତ ଗାଥା, ଉତ୍କଳ ଗାଥା, ଛାନ୍ଦମାଳା କୁସୁମାଞ୍ଜଳୀ, ପ୍ରବନ୍ଧମାଳା, କବିତାବଳୀ ଓ ସୁଖବୋଧ ଅଭିଧାନ ପ୍ରଭୃତିର ସେ ହେଉଛନ୍ତି ରଚୟିତା । ଓଡ଼ିଆ ଭାଷାରେ ପ୍ରାୟ ସମସ୍ତ ପାଠ୍ୟ ପୁସ୍ତକ ରଚନା କରିଥିଲେ । ତାଙ୍କର ଏକ କବିତା ହେଲା -

ରେ ଆତ୍ମନ !!!!!!.. ନିଦ୍ରା ପରିହରି, ଫେଡ଼ି ଚିନ୍ତାର ଲୋଚନ କର କର ନିରୀକ୍ଷଣ ନିଃଶବ୍ଦେ ଜୀବନ ସ୍ରୋତ ଧାଉଁଛି କିପରି ଭେଟିବାକୁ ମୃତ୍ୟୁ ସିନ୍ଧୁ କରାଳ ଲହରୀ । - ଜୀବନ ଚିନ୍ତା

ମୃତ୍ୟୁ

ମୃତ୍ୟୁ ପୂର୍ବରୁ ସେ ନିଜର ମୃତ୍ୟୁ ସମୟ ପରିବାରର ଲୋକଙ୍କୁ ଜଣାଇଦେଇଥିଲେ । ୧୯୧୨ ମସିହା ଡିସେମ୍ବର ୨୮ ତାରିଖରେ ସକାଳ ନ' ଘଣ୍ଟା ସମୟରେ ମଧୁସୂଦନ ରାଓ ଇହଲୀଳା ସମ୍ବରଣ କଲେ । ମଧୁସୂଦନଙ୍କର ପରମବନ୍ଧୁ ପିଆରୀମୋହନ ଆଚାର୍ଯ୍ୟ ମଧ୍ୟ ୧୮୮୧ ମସିହାର ଏହି ୨୮ ତାରିଖରେ ଇହଲୀଳା ତ୍ୟାଗ କରିଥିଲେ ।

ତାଙ୍କର ବାକି ରଚନାସବୁ ହେଲା:

  • ଅବଧାନ ବନ୍ଧୁ (୧୮୮୩)
  • ଶିଶୁବୋଧ
  • ବାଳବୋଧ
  • ସାହିତ୍ୟ କୁସୁମ
  • କବିତାବଳୀ ଭାଗ-୧, ୨
  • ଛନ୍ଦମାଳା ଭାଗ-୧, ୨
  • ଜୀବନ ଚିନ୍ତା
  • ଆକାଶପ୍ରତି

ପ୍ରବନ୍ଧ

  • ପ୍ରବନ୍ଧମାଳା (୧୮୮୦)
  • ଉଳକା ପିଣ୍ଡ

କବିତା

  • ସୌରଭ
  • ଜନ୍ମଭୂମି
  • ଇଞ୍ଜେକ୍‌ସନ୍
  • ପଦ୍ମ
  • କୁସୁମାଞ୍ଜଳି (୧୯୦୩)
  • ବସନ୍ତ ଗାଥା (୧୯୦୧)
  • ଅସଂପୁର୍ଣ୍ଣ କବିତା

ଅଭିଧାନ

  • ସୁଖ-ବୋଧ ଅଭିଧାନ

ଉପାଧି

  • ରାୟବାହାଦୂର(ଇଂରେଜ ସରକାର)
  • ଭକ୍ତକବି(ଉତ୍କଳୀୟ ଶିକ୍ଷିତ ସମାଜ)

ଆଧାର

ଅଧିକ ତଥ୍ୟ

Tags:

ମଧୁସୂଦନ ରାଓ ଜୀବନମଧୁସୂଦନ ରାଓ ଆଧାରମଧୁସୂଦନ ରାଓ ଅଧିକ ତଥ୍ୟମଧୁସୂଦନ ରାଓଓଡ଼ିଆ ଭାଷାଓଡ଼ିଆ ଭାଷା ଆନ୍ଦୋଳନ

🔥 Trending searches on Wiki ଓଡ଼ିଆ:

ବର୍ଷା ପ୍ରିୟଦର୍ଶିନୀପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାରଲବଣ ସତ୍ୟାଗ୍ରହ୨୦୧୪ଜାନକୀ ବଲ୍ଲଭ ପଟ୍ଟନାୟକଉତ୍କଳ ବ୍ରାହ୍ମଣରାଜନୀତି ବିଜ୍ଞାନବାଲିକୁଦା-ଏରସମା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)୧୯୭୦ବ୍ରଜନାଥ ବଡ଼ଜେନାମିଳିତ ଜାତିସଂଘକାଳୀଚରଣ ପଟ୍ଟନାୟକବୈଦେହୀଶ ବିଳାସଓଡ଼ିଶାର କଳାଓଡ଼ିଆ ଖାଦ୍ୟଗୋପାଳ ଚନ୍ଦ୍ର ପ୍ରହରାଜ୪ ଜାନୁଆରୀଗୁଣୁପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ପୃଥିବୀ ଦିବସରବୀନ୍ଦ୍ରନାଥ ଠାକୁରଶୈଳବାଳା ଦାସ୧ ସେପ୍ଟେମ୍ବରଉଦ୍‌ଜାନଅଷ୍ଟଶମ୍ଭୁ ଶିବ ମନ୍ଦିର , ଭୁବନେଶ୍ୱରଓଡ଼ିଆ ସାହିତ୍ୟର ଇତିହାସଦଅଣା୧୮୬୬ଶ୍ରୀରାଧାଶ୍ୱେତସାରବି. ଆର. ଆମ୍ବେଦକର୮ ଫେବୃଆରୀବିଷମ କଟକ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)୧୩ ଅପ୍ରେଲଚୀନଆସନତ୍ରିଭୁଜଯୌନ ସମ୍ଭୋଗସୁଭାଷ ଶତପଥୀଦେବ୍ରାଜ ଲେଙ୍କାଜ୍ଞାନପୀଠ ପୁରସ୍କାରଡାଉନ ସିଣ୍ଡ୍ରୋମକୋରାପୁଟ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ଶ୍ରୀଧର ଦାସଜାପାନୀ ଭାଷାକାହ୍ନୁଚରଣ ମହାନ୍ତିଜ୍ଞାନକୋଷ୧୯୫୩ସୁରେନ୍ଦ୍ର ମହାନ୍ତିଗୋପୀନାଥ ମହାନ୍ତିଉତ୍କଳ ଦିବସହନୁମାନବିଶ୍ୱଜିତ ଦାସରାଜ୍ୟ ସଭାଚିଲିକା ହ୍ରଦବାଞ୍ଛାନିଧି ମହାନ୍ତିଶବ୍ଦ (ଧ୍ୱନି)ଓଡ଼ିଆ କଥାଚିତ୍ର ଜଗତସୌଭାଗ୍ୟ କୁମାର ମିଶ୍ରବଲ୍ଲଭଭାଇ ପଟେଲ୧୪ ଅପ୍ରେଲମଧୁସୂଦନ ଦାସକବି୧୪୦୫🡆 More