ମନମୋହନ ସାମଲ: ଓଡ଼ିଆ ରାଜନୀତିଜ୍ଞ

ମନମୋହନ ସାମଲ (ଜନ୍ମ: ୧୫ ଅପ୍ରେଲ ୧୯୫୯) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଏବଂ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ୨୦୦୪ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଧାମନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ଏବଂ ଏହି ବିଧାନ ସଭାରେ ସେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।

ମନମୋହନ ସାମଲ
ମନମୋହନ ସାମଲ: ଜନ୍ମ, ଶିକ୍ଷା ଓ ପରିବାର, ରାଜନୈତିକ ଜୀବନ, ବିବାଦ
ବିଧାୟକ: ୧୩ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୪ – ୨୦୦୯
ପୂର୍ବ ଅଧିକାରୀମାନସ ରଞ୍ଜନ ମଲ୍ଲିକ
ପର ଅଧିକାରୀରାଜେନ୍ଦ୍ର କୁମାର ଦାସ
ନିର୍ବାଚନ ମଣ୍ଡଳୀଧାମନଗର
ବ୍ୟକ୍ତିଗତ ସବିଶେଷ
ଜନ୍ମ (1959-04-15) ୧୫ ଅପ୍ରେଲ ୧୯୫୯ (ବୟସ ୬୫)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ଜୀବନ ସାଥୀପ୍ରଣତୀ ସାମଲ
ସନ୍ତାନ୧ ପୁଅ, ୧ ଝିଅ
ବାପା/ବୋଉକମ୍ଭୁପାଣି ସାମଲ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ଶିକ୍ଷା ଓ ପରିବାର

ମନମୋହନ ସାମଲ ୧୯୫୯ ମସିହାର ଅପ୍ରେଲ ମାସ ୧୫ ତାରିଖରେ ଭଦ୍ରକ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ କମ୍ଭୁପାଣି ସାମଲ । ମନମୋହନଙ୍କର ଶିକ୍ଷାଗତ ଯୋଗ୍ୟତା ହେଉଛି କଳା ଏବଂ ଓକିଲାତିରେ ସ୍ନାତକ । ସେ ପ୍ରଣତୀ ସାମଲଙ୍କୁ ବିବାହ କରିଛନ୍ତି । ଏହି ଦମ୍ପତ୍ତିଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି ।

ରାଜନୈତିକ ଜୀବନ

ମନମୋହନ ସାମଲ ଛାତ୍ର ଜୀବନରୁ ରାଜନୀତିରେ ଯୋଗ ଦେଇଥିଲେ । ସେ ଭଦ୍ରକ କଲେଜରେ ପାଠ ପଢ଼ୁଥିବାବେଳେ ୧୯୭୯ ମସିହାରେ ଭଦ୍ରକ କଲେଜର ସଭାପତି ଭାବରେ ନିର୍ବାଚିତ ହୋଇଥିଲେ । ଏଥିସହ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ବିଭିନ୍ନ କାର୍ଯ୍ୟକ୍ରମରେ ତାଙ୍କର ଯୋଗଦାନ ଥିଲା ଓ ପରେ ସେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ ଏବଂ ସେ ରାଜ୍ୟ ବିଜେପିର ସଭାପତି ଭାବରେ ଦୁଇଥର କାର୍ଯ୍ୟ କରିଛନ୍ତି ।

ମନମୋହନ ୨୦୦୪ ମସିହାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବରେ ଧାମନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ବିଧାନ ସଭାରେ ସେ ବିଜୟୀ ହୋଇ ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏହି ବିଧାନ ସଭାରେ ସେ ନବୀନ ପଟ୍ଟନାୟକଙ୍କର ମନ୍ତ୍ରୀମଣ୍ଡଳରେ ଜଣେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ସେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ମନ୍ତ୍ରୀ ଓ ରାଜସ୍ୱ ମନ୍ତ୍ରୀ ଭାବରେ ୧୮ ମଇ ୨୦୦୪ରୁ ୧୦ ଡିସେମ୍ବର ୨୦୧୮ ଯାଏଁ କାର୍ଯ୍ୟ କରିଥିଲେ ।

ଏହାପରେ ୨୦୦୯ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଭଣ୍ଡାରିପୋଖରୀ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜନତା ପାର୍ଟିର ପ୍ରତିନିଧି ଭାବରେ ନିର୍ବାଚନ ଲଢ଼ିଥିଲେ । ମାତ୍ର ଏହି ବିଧାନ ସଭାରେ ସେ ସମୁଦାୟ ୨୧,୧୬୦ ଖଣ୍ଡ ଭୋଟ ପାଇ ୩ୟ ସ୍ଥାନରେ ରହି ପରାଜିତ ହୋଇଥିଲେ ଏବଂ ବିଜୁ ଜନତା ଦଳର ପ୍ରାର୍ଥୀ ପ୍ରଫୁଲ୍ଲ ସାମଲ ସମୁଦାୟ ୬୦,୨୫୦ ଖଣ୍ଡ ଭୋଟ ପାଇଁ ବିଜୟୀ ହୋଇ ୧୪ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

୨୦୧୪ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବରେ ଚାନ୍ଦବାଲି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୩୮,୯୫୨ ଖଣ୍ଡ ଭୋଟ ପାଇ ୩ୟ ସ୍ଥାନରେ ରହି ପରାଜିତ ହୋଇଥିଲେ ଏବଂ ବିଜୁ ଜନତା ଦଳର ପ୍ରାର୍ଥୀ ବ୍ୟୋମକେଶ ରାୟ ସମୁଦାୟ ୬୮,୫୫୭ ଖଣ୍ଡ ଭୋଟ ପାଇଁ ବିଜୟୀ ହୋଇ ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ବିବାଦ

୨୦୦୮ ମସିହାରେ ମନମୋହନ ସାମଲଙ୍କ ଉପରେ ଜଣେ ମହିଳା ଦୁଷ୍ମର୍ମ ଆରୋପ କରିଥିଲେ । ଏହା ପରେ ତାଙ୍କ ଅଧୀନରେ ଥିବା ଦୁଇଜଣଯାକ ମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହ ନବୀନ ପଟ୍ଟନାୟକଙ୍କର ମନ୍ତ୍ରୀମଣ୍ଡଳରୁ ବାହାରିଯାଇଥିଲେ ।

ଆଧାର

Tags:

ମନମୋହନ ସାମଲ ଜନ୍ମ, ଶିକ୍ଷା ଓ ପରିବାରମନମୋହନ ସାମଲ ରାଜନୈତିକ ଜୀବନମନମୋହନ ସାମଲ ବିବାଦମନମୋହନ ସାମଲ ଆଧାରମନମୋହନ ସାମଲଓଡ଼ିଆ ଲୋକଓଡ଼ିଶାଓଡ଼ିଶା ବିଧାନ ସଭାଧାମନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଭାରତୀୟ ଜନତା ପାର୍ଟି୧୩ଶ ଓଡ଼ିଶା ବିଧାନ ସଭା

🔥 Trending searches on Wiki ଓଡ଼ିଆ:

ହରିପ୍ରସାଦ ଚୌରାଶିଆଆନ୍ତର୍ଜାତିକ ମହିଳା ଦିବସସାରଥୀ ବାବାଟ୍ରାଲୋକିନୁମାବଅଷ୍ଟ୍ରେଲିଆଶେୟାର ବଜାରମହିଳାଙ୍କ ସୁରକ୍ଷା ନିମନ୍ତେ ଭାରତରେ ଥିବା ଆଇନ ତାଲିକାସାମାଜିକ ଆନ୍ଦୋଳନଜଣ୍ଡିସ୍ସୁଇଜରଲ୍ୟାଣ୍ଡମହାପାତ୍ର ନୀଳମଣି ସାହୁଇଂଲଣ୍ଡଜାପାନ ସାଗରହେମଲତା ମାନସିଂହଦେବୁ ବୋଷଅଶ୍ରୁମୋଚନ ମହାନ୍ତି୦ (ସଂଖ୍ୟା)ଜର୍ମାନୀଜମ୍ମୁ ତୱି ରେଳ ଷ୍ଟେସନଭଦ୍ରକରାଧାନାଥ ରଥଯୌନ ଉତ୍ପୀଡ଼ନଗୁଣୁପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଆଣ୍ଡାମାନ ସାଗରରଥଯାତ୍ରାଡାଲମା୧୬୬୫ରାସାୟନିକ ମୌଳିକଜଗନ୍ନାଥଓଡ଼ିଆ ଭାଷାବିଶ୍ୱତାପନପ୍ରଯୁକ୍ତି ବିଦ୍ୟାଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକାଛାନ୍ଦଦଣ୍ଡ ନାଟତ୍ରିଭୁଜବଉଳଅସହଯୋଗ ଆନ୍ଦୋଳନଓଡ଼ିଶାର ସଂସ୍କୃତିଯଶୋବନ୍ତ ଦାସମାଁ ପୀତାମ୍ବର ମନ୍ଦିରମସ୍କୋଓଡ଼ିଆ ନାଟକବିରଳା ମନ୍ଦିର, କୋଲକାତାଭାରତର ସଂସ୍କୃତିଶିବବସନ୍ତ କୁମାର ଶତପଥୀବେଣୁଧର ରାଉତଖାଦ୍ୟନୀଳକଣ୍ଠ ଦାସଆଖିଟମ୍ ଖା କାଇମାସରାମ ନବମୀବିର୍ସା ମୁଣ୍ଡାନବଯୌବନ ବେଶଅଚ୍ୟୁତ ଗୋକୁଳ ନାୟକରାମଚନ୍ଦ୍ର ବେହେରାକୋଚିଲାମହେନ୍ଦ୍ର ସିଂହ ଧୋନିବାଙ୍କୀପରୀକ୍ଷାମେସିନ ଲର୍ଣ୍ଣିଙ୍ଗ୍ପାଇକ ବିଦ୍ରୋହଗୋପବନ୍ଧୁ ଚୌଧୁରୀ🡆 More