ଶେୟାର ବଜାର: ଶେୟାର କିଣାବିକା

ଶେୟାର ବଜାର ହେଉଛି ଶେୟାର କ୍ରେତା ଏବଂ ବିକ୍ରେତାଙ୍କର ଏକ ପେଣ୍ଠଘର ଯେଉଁଠାରେ ଶେୟାରଗୁଡିକର (କୌଣସି ଉଦ୍ୟୋଗର ଅଂଶଧନ ବା ମାଲିକାନା) କାରବାର ହୋଇଥାଏ । ଶେୟାର ବଜାରର ଅନ୍ୟ ନାମଗୁଡ଼ିକ ହେଲା ପୁଞ୍ଜି ବଜାର, ଷ୍ଟକ୍ ମାର୍କେଟ ବା ଶେୟାର ମାର୍କେଟ ।

ଶେୟାର ବଜାର: ଷ୍ଟକ୍ ଏକ୍ସଚେଞ୍ଜ, ଷ୍ଟକ୍ ଇଣ୍ଡେକ୍ସ, କିଛି ଗୁରୁତ୍ୱପୂର୍ଣ୍ଣ ଜାଣିବା କଥା
ମୁମ୍ବାଇରେସ୍ଥିତ ବମ୍ବେ ଷ୍ଟକ ଏକ୍ସଚେଞ୍ଜ

ଷ୍ଟକ୍ ଏକ୍ସଚେଞ୍ଜ

ଷ୍ଟକ୍ ଏକ୍ସଚେଞ୍ଜ ହେଉଛି ଏକ ନିର୍ଦ୍ଧିଷ୍ଟ ଜାଗା ଯେଉଁଠାରେ ଶେୟାର କିଣାବିକା ହୋଇଥାଏ । ଭାରତରେ ପାଖାପାଖି ୨୧ଟି ଷ୍ଟକ୍ ଏକ୍ସଚେଞ୍ଜ ଅଛି । ତନ୍ମଧ୍ୟରୁ ଭୁବନେଶ୍ୱର ଷ୍ଟକ୍ ଏକ୍ସଚେଞ୍ଜ ଅନ୍ୟତମ । ଏହା ୫ ଜୁନ ୧୯୮୯ରେ ପ୍ରତିଷ୍ଠିତ ହୋଇଥିଲା । ଭାରତର ଦୁଇଟି ମୁଖ୍ୟ ଷ୍ଟକ୍ ଏକ୍ସଚେଞ୍ଜଗୁଡ଼ିକ ହେଲା ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ

ଷ୍ଟକ୍ ଇଣ୍ଡେକ୍ସ

ପ୍ରତି ଷ୍ଟକ୍ ଏକ୍ସଚେଞ୍ଜ ନିଜର କିଛି ବଛା ବଛା ଶେୟାରକୁ ନେଇ ଏକ ଇଣ୍ଡେକ୍ସ ବା ସୁଚକାଙ୍କ ପ୍ରସ୍ତୁତ କରିଥାନ୍ତି ତାହାକୁ ଷ୍ଟକ୍ ଇଣ୍ଡେକ୍ସ କୁହାଯାଇଥାଏ । ଏହି ସୁଚକାଙ୍କରୁ ଜଣାପଡ଼ିଥାଏ କି ଶେୟାର ବଜାରରେ କିଭଳି କିଣାବିକା ଚାଲୁଛି । ଉଦାହରଣ ସ୍ୱରୂପ ଆମେ ସେନସେକ୍ସକୁ ନେଇପାରିବା ।

ସେନସେକ୍ସ

ସେନସେକ୍ସ ହେଉଛି ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ଷ୍ଟକ୍ ଇଣ୍ଡେକ୍ସ । ବଛା ବଛା ୩୦ଟି ଉଦ୍ୟୋଗର ଶେୟାରକୁ ନେଇ ସେନସେକ୍ସ ତିଆରି ହୋଇଛି । ନିବେଶକମାନେ ଏହି ସେନସେକ୍ସକୁ ଦେଖି ଶେୟାର ବଜାରର ଏବଂ ପରେ ଭାରତୀୟ ଅର୍ଥନୀତିର ପ୍ରଗତି ବିଷୟରେ ଜାଣିପାରନ୍ତି ।

କିଛି ଗୁରୁତ୍ୱପୂର୍ଣ୍ଣ ଜାଣିବା କଥା

ଆସେଟ

ଆସେଟ ବା ସମ୍ପତ୍ତି ହେଉଛି ଏକ ସମ୍ବଳ ଯାହା କୌଣସି ଏକ ବ୍ୟକ୍ତି, ଉଦ୍ୟୋଗ, ସଂସ୍ଥା କିମ୍ବା ଦେଶ ନିୟନ୍ତ୍ରଣ କରେ ବା ମାଲିକାନା ସାବ୍ୟସ୍ତ କରିଥାଏ ଏବଂ ଏହା ଭବିଷ୍ୟତରେ ଲାଭ ଦେଇଥାଏ । ଏହାର ବିପରୀତ ଶବ୍ଦକୁ ଲାୟାବିଲିଟି କୁହାଯାଇଥାଏ । ଉଦାହରଣ ସ୍ୱରୂପ ସୁନାରୁପା, ଜମି, ଟଙ୍କାପଇସା ଇତ୍ୟାଦି ହେଉଛି ଆସେଟ । ମାତ୍ର ଗାଡ଼ିମଟର, ଋଣ କରଜ, ସମସ୍ତ ପ୍ରଲୋଭନକାରୀ ଦ୍ରବ୍ୟ ଯଥା ହାତଘଡ଼ି, ଲାପଟପ, ମୋବାଇଲ ଇତ୍ୟାଦି ହେଉଛି ଲାୟାବିଲିଟି । ଅର୍ଥାତ ସାଧାରଣ ଭାଷାରେ କୌଣସି ବସ୍ତୁ ବା ବ୍ୟକ୍ତି ଯାହାର ବିକ୍ରିମୂଲ୍ୟ ଭବିଷ୍ୟତରେ ବୃଦ୍ଧି ଲାଭ କରିବ ତାହାକୁ ଆସେଟ କୁହାଯାଇଥାଏ ଅନ୍ୟପକ୍ଷରେ ମୋବାଇଲ କିଣୁ କିଣୁ ଏହାର ବିକ୍ରିମୂଲ୍ୟରେ ହ୍ରାସ ଦେଖାଯାଇଥାଏ, ତେଣୁ ଏହା ଲାୟାବିଲିଟି ଅଟେ ।

ଫନଯିବିଲିଟି

ଗୋଟିଏ ଆର୍ଥିକ ଦ୍ରବ୍ୟର ଗୁଣ ଯାହାଦ୍ୱାରା ଏହା ଅନ୍ୟ କୌଣସି ସମାନ ପ୍ରକାରରର ଆର୍ଥିକ ଦ୍ରବ୍ୟସହ ଅଦଳବଦଳ କରିହୁଏ ତାହାକୁ ଫନଯିବିଲିଟି କୁହାଯାଇଥାଏ । ପ୍ରତ୍ୟେକ ଆସେଟ ଫନଯିବିଲ ହୋଇଥାଏ । ଉଦାହରଣ ସ୍ୱରୂପ ବାବୁଶାନ, ଅନୁଭବଙ୍କୁ ଗୋଟିଏ ୨୦୦୦ ଟଙ୍କା ନୋଟ ଉଧାର ଦେଲେ । ଏବେ ଅନୁଭବ ସେହି ୨୦୦୦ ଟଙ୍କାକୁ ଚାରୋଟି ୫୦୦ ଟଙ୍କିଆ ନୋଟକରି ବା ୨୦ଟି ୧୦୦ ଟଙ୍କିଆ ନୋଟ କରି ଫେରେଇପାରିବେ । ଏଠାରେ ୨୦୦୦ ଟଙ୍କାର ମୂଲ୍ୟ ଫନଯିବିଲ ଅଟେ । ଅନ୍ୟପକ୍ଷରେ ଧରନ୍ତୁ ଶିବାନୀ, ଭୂମିଙ୍କୁ ତାଙ୍କର କାର ଉଧାର ଦେଲେ । ଭୂମି ସେହି ମଡେଲର ଅନ୍ୟ ଏକ କାର ଶିବାନୀଙ୍କୁ ଫେରାଇ ପାରିବେ ନାହିଁ, କାରଣ କାର ଫନଯିବିଲ ନୁହେଁ । କାର ଫନଯିବିଲ ନୁହେଁ କିନ୍ତୁ ପେଟ୍ରୋଲ ଯାହାଦ୍ୱାରା କାର ଚାଲେ ତାହା ଫନଯିବିଲ ଅଟେ ।

ସିକ୍ୟୋରିଟି

ସିକ୍ୟୋରିଟି (Security) ହେଉଛି ଏକ ଫନଯିବିଲ ଏବଂ ମୂଲଚାଲ ହୋଇପାରୁଥିବା ଆର୍ଥିକ ଦ୍ରବ୍ୟ ଯାହାର କିଛି ମୂଲ୍ୟ ଥାଏ । ଏହା ଶେୟାରଦ୍ୱାରା ଏକ କମ୍ପାନୀର ମାଲିକାନା ଜାହିର କରିବା ନିମିତ୍ତ ଉପଯୋଗ ହେଇପାରେ କିମ୍ବା ବଣ୍ଡଦ୍ୱାରା ସରକାରଙ୍କୁ ଧାର ଦେଇଥିବା ଗୋଟିଏ ଲୋକର ସମ୍ପର୍କକୁ ବୁଝାଇପରେ କିମ୍ବା ଅପ୍ସନଦ୍ୱାରା ମାଲିକାନା ବି ଦେଖାଇପାରେ । ସିକ୍ୟୋରିଟିରେ ହିଁ ଏହି ସବୁ ଶେୟାର, ବଣ୍ଡ, ଡେରିଭେଟିଭ ଆର୍ଥିକ ଦ୍ରବ୍ୟଗୁଡ଼ିକ ଅବସ୍ଥାପିତ ।

ଶେୟାର

ଶେୟାର ହେଉଛି କୌଣସି ଏକ ଉଦ୍ୟୋଗ କିମ୍ବା ଆର୍ଥିକ ସମ୍ପତ୍ତିର ଏକ ମାଲିକାନା ଭାଗ ଯାହାକି ସେହି ସଂସ୍ଥାର ଲାଭରେ ସମାନ ପରିମାଣର ଅଂଶୀଦାର କରାଇଥାଏ । ମୁଖ୍ୟତଃ ଦୁଇ ପ୍ରକାରର ଶେୟାର ଅଛି ।

  1. ସାଧାରଣ ଶେୟାର
  2. ପ୍ରିଫରଡ ଶେୟାର

ଟ୍ରେଡିଂ

ଶେୟାର ବଜାରରେ ଶେୟାରର ଦାମ ବିକ୍ରେତାଠାରୁ ନେଇ କ୍ରେତାକୁ ହସ୍ତାନ୍ତର କରିବାକୁ ଟ୍ରେଡିଂ ବା କିଣାବିକା କୁହାଯାଇଥାଏ । ଏହି ଟ୍ରେଡିଂ କରିବା ନିମିତ୍ତ ବ୍ୟାଙ୍କରେ ଯେପରି ସଞ୍ଚୟ ଖାତା ଖୋଲାଯାଏ ସେପରି ଟ୍ରେଡିଂ ଖାତା ଖୋଲିବା ଆବଶ୍ୟକ । ଏକ ସାଧାରଣ ଲୋକ କିପରି ଟ୍ରେଡିଂ ଖାତା ଖୋଲିପାରିବ, ତାହା ବିଷୟରେ ବିସ୍ତୃତରେ ଶେୟାର କିଣାବିକା କରିବେ କିପରି ବିଭାଗରେ ଲେଖାହୋଇଛି ।

ଡେରିଭେଟିଭ ଜିନିଷ

ଡେରିଭେଟିଭ ହେଉଛି ଏକ ଆର୍ଥିକ ସିକ୍ୟୋରିଟି ଯାହାର ମୂଲ୍ୟ ଅନ୍ୟ କୌଣସି ଏକ ଆସେଟରୁ ବାହାର କରାଯାଇଥାଏ । ଡେରିଭେଟିଭ ସ୍ୱୟଂ ହେଉଛି ଦୁଇ ବା ତଦ୍ରୁଦ୍ଧ ପକ୍ଷ୍ୟ ମଧ୍ୟରେ ଏକ ପ୍ରକାର ରାଜିନାମା ଯାହା କୌଣସି ଏକ ଆସେଟର ମୂଲ୍ୟ ଉପରେ ହୋଇଥାଏ । ନିମ୍ନଲିଖିତ ଆସେଟ ଗୁଡ଼ିକୁ ଡେରିଭେଟିଭରେ ଉପଯୋଗ କରାଯାଇଥାଏ ଯଥା ଶେୟାର, ବଣ୍ଡ, ଡିବେଞ୍ଚର, କମୋଡିଟି, ମୁଦ୍ରା, ସୁଧହାର ଓ ବଜାର ସୁଚକାଙ୍କ । ମୁଖ୍ୟତଃ ଚାରିପ୍ରକାରର ଡେରିଭେଟିଭ ଜିନିଷ ଅଛି । ସେଗୁଡ଼ିକ ହେଲା:

  1. ଫରୱାର୍ଡ
  2. ଫ୍ୟୁଚର
  3. ଅପ୍ସନ
  4. ସ୍ୱାପ

ଫରୱାର୍ଡ

ଏହା ହେଉଛି ସବୁଠାରୁ ସରଳ ଏବଂ ପୁରୁଣା ଡେରିଭେଟିଭ ଜିନିଷ । ଭବିଷ୍ୟତରେ କିଛି ଦ୍ରବ୍ୟ କିଣାବିକା କରିବାର ଚୁକ୍ତି ବା ରାଜିନାମାକୁ ଫରୱାର୍ଡ କୁହାଯାଇଥାଏ । ଏଠାରେ କେତେ ଟଙ୍କାରେ ଦ୍ରବ୍ୟ କିଣାବିକା ହେବ ତାହା ଭବିଷ୍ୟତ ସମୟରେ ହିଁ କିଣାବିକା ହେବ ସମୟରେ ନିର୍ଦ୍ଧାରଣ କରାଯାଇଥାଏ । କିଣାବିକା ହେବାକୁଥିବା ଦ୍ରବ୍ୟର ମୂଲ୍ୟର କମ ବେଶିନକରିବା ନିମିତ୍ତ ଏହି ଭଳି ଚୁକ୍ତି ସବୁ ସର୍ବ ସାଧାରଣରେ ପ୍ରକାଶ କରାଯାଏ ନାହିଁ ।

ଫ୍ୟୁଚର

ଫ୍ୟୁଚର ଚୁକ୍ତିନାମା ଫରୱାର୍ଡ଼ ସହ ପ୍ରାୟ ସମାନ, ଏଠାରେ କେବଳ କିଣାବିକା ହେବାକୁ ଥିବା ଦ୍ରବ୍ୟର ମୂଲ୍ୟ ଆଗୁଆ ନିର୍ଦ୍ଧାରଣ କରାଯାଇଥାଏ । ଏହାଦ୍ୱାରା ଅଯଥା ଆଶଙ୍କାକୁ ଏଡ଼ାଇହୁଏ । ଯେହେତୁ ଦ୍ରବ୍ୟର ମୂଲ୍ୟ ଆଗୁଆ ନିର୍ଦ୍ଧାରଣ କରାଯାଏ, ତେଣୁ ଫ୍ୟୁଚର ଚୁକ୍ତିନାମା ଗୁଡିକୁ ଷ୍ଟକ ଏକ୍ସଚେଞ୍ଜରେ ଟ୍ରେଡିଂ କରିବା ନିମିତ୍ତ ପ୍ରକାଶ କରାଯାଇଥାଏ । ଫ୍ୟୁଚର ଚୁକ୍ତିନାମାରେ ଦୁଇପକ୍ଷ୍ୟ ନିଜମଧ୍ୟରେ ଚୁକ୍ତି ନକରି ଷ୍ଟକ ଏକ୍ସଚେଞ୍ଜ ସହ ଚୁକ୍ତି କରିଥାନ୍ତି ।

ଅପ୍ସନ

ଉପର ଦୁଇ ଡେରିଭେଟିଭ ଜିନିଷରେ ନିର୍ଦ୍ଧାରିତ ଦିବସରେ କିଣାବିକା କରିବାନିମିତ୍ତ ଦୁଇ ପକ୍ଷ୍ୟ ବାଧ୍ୟ । ମାତ୍ର ଅପ୍ସନରେ ଗୋଟିଏ ପକ୍ଷ୍ୟ ଚାହିଁଲେ କିଛି କ୍ଷତିପୂରଣ ବା ପ୍ରିମିୟମ ଟଙ୍କା ଦେଇ ଚୁକ୍ତିରୁ ଓହରି ଯାଇପାରେ ।

ପାର୍ଥକ୍ୟ
ଫରୱାର୍ଡ଼ ଫ୍ୟୁଚର ଅପ୍ସନ
ଚୁକ୍ତିନାମା ସମୟରେ ହିଁ କିଣାବିକା ହୋଇଯାଏ କି ? ନାଁ, ଭବିଷ୍ୟତରେ ହୁଏ ନାଁ, ଭବିଷ୍ୟତରେ ହୁଏ ନାଁ, ଭବିଷ୍ୟତରେ ହୁଏ
ଚୁକ୍ତିନାମା ସମୟରେ କିଣାବିକା ମୂଲ୍ୟ ଧାର୍ଯ୍ୟ ହୋଇଥାଏ କି ? ନାଁ ହଁ ହଁ
ଷ୍ଟକ ଏକ୍ସଚେଞ୍ଜରେ ଏହି ଟ୍ରେଡିଂ ହୁଏ କି ? ନାଁ ହଁ ହଁ
କେତୋଟି ପକ୍ଷ୍ୟ ଏକ ଟ୍ରେଡିଂ ବା କିଣାବିକା ପଛରେ ରହନ୍ତି ?
ଚୁକ୍ତିନାମରୁ ଓହରିବା ସମ୍ଭବ କି ? ନାଁ ନାଁ ହଁ, କିଛି କ୍ଷତିପୂରଣ ଦେଇ ଚୁକ୍ତିନାମରୁ ବାହାରି ହବ

ବଜାରର ପ୍ରକାର

ଶେୟାର ବଜାର ମୁଖ୍ୟତଃ ଦୁଇ ପ୍ରକାରର ଅଟେ । ପ୍ରାଥମିକ ଏବଂ ମାଧ୍ୟମିକ ବଜାର, ଯାହାକୁ ପ୍ରାଇମେରୀ ଓ ସେକେଣ୍ଡାରୀ ମାର୍କେଟ ଇଂରାଜୀରେ କୁହାଯାଏ ।

ପ୍ରାଥମିକ ବଜାର

ଯେତେବେଳେ ଗୋଟିଏ ଉଦ୍ୟୋଗ ସର୍ବସାଧାରଣରେ ତାହାର ନୂଆ ଶେୟାର ବା ଷ୍ଟକ ବିକ୍ରୀକରେ ତାହା ପ୍ରାଥମିକ ବଜାରରେ ଅନୁଷ୍ଠିତ ହୋଇଥାଏ । ଏହା ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ଇନିସିଆଲ ପବ୍ଲିକ ଅଫରିଂ (ଆଇ.ପି.ଓ.)ର ରୂପ ନେଇଥାଏ । କୌଣସି ଏକ ତୃତୀୟ ପକ୍ଷ୍ୟର ସହାୟତାରେ, କମ୍ପାନୀଟି ତା ନିଜ ବିଷୟରେ ନିବେଶକାରୀମାନଙ୍କ ନିମିତ୍ତ ଏକ ଲେଖା ପ୍ରସ୍ତୁତ କରିଥାଏ, ଯାହାକୁ ପ୍ରସପେକ୍ଟସ କୁହାଯାଇଥାଏ । ଏଥିରେ କମ୍ପାନୀରେ ନିବେଶ କରିଲେ ଭବିଷ୍ୟତରେ ଥିବା ସୁଯୋଗ, ମୂଲ୍ୟ, ଆଶଙ୍କା ଆଦି ବିଷୟରେ ବିସ୍ତୃତ ରୂପେ ଲେଖାହୋଇଥାଏ ।

ମାଧ୍ୟମିକ ବଜାର

କମ୍ପାନୀଟି ତାହାର ଷ୍ଟକ ସର୍ବସାଧାରଣାଙ୍କୁ ବିକ୍ରି କରିଦେଲାପରେ, ସର୍ବସାଧାରଣ ନିଜ ନିଜ ଭିତରେ ଶେୟାର କିଣାବିକା ନିମିତ୍ତ ମାଧ୍ୟମିକ ବଜାର ଉପଯୋଗ କରିଥାନ୍ତି । ଏହି ବଜାରରେ ଷ୍ଟକ କିଣାବିକା କରୁଥିବା ନିବେଶକାରୀମାନେ ସିଧାସଳଖରୂପେ କମ୍ପାନୀ ସଂପର୍ଶରେ ଆସନ୍ତି ନାହିଁ । ଏହି ବଜାରରେ ମୁଖ୍ୟତଃ ଏକ ମଧ୍ୟସ୍ଥି ନିବେଶକାରୀଙ୍କୁ କିଣାବିକାରେ ସହାୟତା କରେ ଓ କିଛି କମିଶନ ରୋଜଗାର କରିଥାଏ ।

ଚେତାବନୀ

ଶେୟାର ବଜାରରେ ନିବେଶ କରିବା କେତେଯେ ରିସ୍କି ବା ସଙ୍କଟାପର୍ଣ୍ଣ ତାହା ଜାଣିବା ନିମିତ୍ତ ଆମକୁ ବେଶୀ ଦୁରକୁ ଯିବାକୁ ପଡ଼ିବନି । ୧୯୯୨ରେ ହୋଇଥିବା ହର୍ଷଦ ମେହେଟା ସ୍କାମ ହେଉ, କି ୨୦୦୯ ମସିହା ସତ୍ୟମ ସ୍କାମ ହେଉ, କି ନିକଟରେ ଘଟିଥିବା କିଙ୍ଗଫିସର କମ୍ପାନୀ ଦେବାଳିଆ ହେଇଯିବା ସମାଚାର ହେଉ ଏସବୁ ଘଟଣାରୁ ସ୍ପଷ୍ଟ ପ୍ରମାଣିତ କି ଶେୟାର ବଜାରରେ ଜଣେ ଟ୍ରେଡର ଆଖିବୁଜି ନିଶ୍ଚେତ ହୋଇ ନିବେଶ କରିପାରିବେ ନାହିଁ । ବିଭିନ୍ନ କଟକଣା ସୁଦ୍ଧା ଏଭଳି ଘଟଣା ଘଟିଛି ଏବଂ ଆଗକୁ ଘଟିବ ମଧ୍ୟ, ଏସବୁକୁ ବଜାରରୁ ପୋଛି ହେବନାହିଁ । ମାତ୍ର ଏହାରମାନେ ନୁହଁକି ଟ୍ରେଡର ହାର ମାନି ପୁଣି ସେହି ଚିରାଚରିତ ଏଫଡି ଜାବୁଡ଼ିକି ରହିଯିବେ । ଆଜିକାଲିକାର ବିଟକଏନ ଦୁନିଆରେ ଭଲ ଭାବରେ ସଜାଗ ରହି ଶେୟାର ବଜାରରେ ନିବେଶ କରିହେବ । କିଛି ଉପଦେଶ ନିମ୍ନରେ ପ୍ରଦାନ କରାଗଲା ।

  • ଅନ୍ୟମାନଂକ କଥାରେ ଅନ୍ଧ ଭଳି ବିଶ୍ୱାସ ନକରି ନିଜେ ନିଜର ଗବେଷଣା କରି ନିବେଶ କରନ୍ତୁ ।
  • କୌଣସି ଚମତ୍କାର କାହାଣୀରେ ଭାବ ବିହ୍ୱଳିତ ନହୋଇଯାଇ ନମ୍ବରଗୁଡ଼ିକୁ ଦେଖନ୍ତୁ ।
  • ଯଦି ଆପଣଙ୍କୁ କଥାଟି ଅସମ୍ଭବମାନେ ହଉଛି ତେବେ ଏହା ସତରେ ସେୟା ହୋଇଥାଇପାରେ ।
  • ମନେରଖନ୍ତୁ ରାତାରାତି ଧନୀ ହୋଇଯିବା ଅର୍ଥ ରାତାରାତି ଗରିବ ହୋଇଯିବ ସହ ସମାନ ।
  • ନିଜର ସବୁତକ ଅଣ୍ଡା ଗୋଟିଏ ଝୁଡ଼ିରେ ନରଖି ଖେଳାଇ କରି ରଖନ୍ତୁ । ନିଜର ବିପତ୍ତିକୁ ଜଣକ ହାତରେ ଟେକି ନଦେଇ ଅନ୍ୟମାନଙ୍କୁ ମଧ୍ୟ ସୁଯୋଗ ଦିଅନ୍ତୁ ।
  • ଯେତିକି ଟଙ୍କା ଆପଣଙ୍କର ପାଣିରେ ପଡ଼ିଗଲେ ଚଳିବ, ସେତିକିହିଁ ନିବେଶ କରନ୍ତୁ । ଯେତିକି ହରିପାରିବେ ସେତିକି ଜିତିବା ନିମିତ୍ତ ଖେଳାନ୍ତୁ ।
  • ଭିଡ଼ଠୁ ଦୂରରେ ରୁହନ୍ତୁ । ସମସ୍ତେ ଯାହା କଲେ ଆପଣ ମଧ୍ୟ ସେଇଆ କରନ୍ତୁ ନାହିଁ । ଉପରଲିଖିତ ପ୍ରଥମ ବିନ୍ଦୁ ମନେରଖନ୍ତୁ ।
  • ଦ୍ୱିତୀୟ ଥର ଭାବନ୍ତୁ ।
  • କାହାଠାରୁ କିଛି ଉପଦେଶ ନିଅନ୍ତୁ ନାହିଁ । ଏଠାରୁ ମଧ୍ୟ ନୁହେଁ ।

ଶେୟାର ବଜାରରେ ନିବେଶ ନିମିତ୍ତ ଖାତାର ପ୍ରକାର

ମୁଖ୍ୟତଃ ତିନିପ୍ରକାରର ଖାତାଦ୍ୱାରା ଶେୟାର ବଜାରରେ ନିବେଶ କରିହେବ । ସେଗୁଡିକ ହେଲା:

  1. ସଞ୍ଚୟ ଖାତା
  2. ଟ୍ରେଡିଂ ଖାତା
  3. ଡିମାଟ ଖାତା

ସଞ୍ଚୟ ଖାତା

ସଞ୍ଚୟ ଖାତା ହେଉଛି ସାଧାରଣ ବ୍ୟାଙ୍କ ଖାତାଟିଏ ଯେଉଁଠାରେ ଜଣେ ଭାରତୀୟ ନାଗରିକ ଟଙ୍କାପଇସା ରଖନ୍ତି । ଏହି ସଞ୍ଚୟ ଖାତାଟିକୁ ଟ୍ରେଡିଂ ଖାତା ସହିତ ସଂଯୋଗ କରିବାକୁ ପଡ଼ିଥାଏ ।

ଟ୍ରେଡିଂ ଖାତା

ଟ୍ରେଡିଂ ଖାତାରେ ଶେୟାର କିଣାବିକା ହୁଏ । ସଞ୍ଚୟ ଖାତା ଯୋଗ କରିବା ପରେ, ପ୍ରଥମେ ବା କିଛି ଦିନ ମଧ୍ୟରେ ଆବଶ୍ୟକୀୟ ପାଣ୍ଠି ଏହି ଟ୍ରେଡିଂ ଖାତାକୁ ପଠାଯାଏ, ପରେ ଶେୟାର କିଣା ହୁଏ । ସେହିପରି ଭାବେ ଶେୟାର ବିକ୍ରି ସମୟରେ ଶେୟାରର ବିକ୍ରି ମୂଲ୍ୟ ହିସାବରେ ଆପଣଙ୍କୁ ଟଙ୍କା ଯୋଡ଼ା ଯାଇଥିବା ସଞ୍ଚୟ ଖାତାକୁ ଫେରିଆସିବ ।

ଡିମାଟ ଖାତା

ଡିମ୍ୟାଟରିଆଲାଇଜଡ ଖାତା ଏ ସଂକ୍ଷେପରେ ଡିମାଟ ଖାତା କହିଲେ ସେହି ଖାତା ଯେଉଁଥିରେ ଜଣେ ଟ୍ରେଡର ଶେୟାର ଇଲେକଟ୍ରୋନିକ୍ସ ହିସାବରେ ଜମା କରିଥାନ୍ତି । ଏହି ଖାତାରେ ଟ୍ରେଡର ଶେୟର କିଣାବିକା କରିପାରିବେ ନାହିଁ କେବଳ ଶେୟାର ଗୁଡ଼ିକ ଯେତେଦିନ ପାରିବେ ସମ୍ଭବ ରଖିପାରିବେ ।

ପାର୍ଥକ୍ୟ

ଖାତା ମଧ୍ୟରେ ଥିବା ପାର୍ଥକ୍ୟ
ପାର୍ଥକ୍ୟର ଭିତ୍ତି ଡିମାଟ ଖାତା ଟ୍ରେଡିଂ ଖାତା
ଖାତା ଖୋଲିବା ନିମିତ୍ତ ଏସଇବିଆଇର (SEBI) ଅନୁମୋଦନ ଆବଶ୍ୟକ କି ? ହଁ ନାଁ
କିଣାବିକା କରିହେବ ? ନାଁ ହଁ
ବାର୍ଷିକ ରକ୍ଷଣାବେକ୍ଷଣ ପଇସା ପଡ଼େ କି ? ହଁ ନାଁ
ସଞ୍ଚୟ ଖାତା ସହ ସିଧାସଳଖ ଯୋଡ଼ି ହୋଇପାରିବ କି ? ନାଁ ହଁ

ଶେୟାର କିଣାବିକା କରିବେ କିପରି

୨୦୧୭ ମସିହା ସେପ୍ଟେମ୍ବର ମାସରୁ ଭାରତରେ କିଭଳି ଶେୟାର କିଣାବିକା କରିବେ ତାହାର ପଦ୍ଧତି ନିମ୍ନରେ ଦିଆହେଲା:

ପ୍ୟାନ କାର୍ଡ଼ କିମ୍ବା ଆଧାର କାର୍ଡ଼

ଶେୟାର ବଜାରରେ ନିବେଶ କରିବା ନିମିତ୍ତ ପ୍ୟାନ କାର୍ଡ଼ କିମ୍ବା ଆଧାର କାର୍ଡ଼ ଥିବା ଆବଶ୍ୟକ । ଏହା ଖାତା ଖୋଲିବା ସମୟରେ କେ.ୱାଇ.ସି. (Know Your Client) ନିମିତ୍ତ ଆବଶ୍ୟକ । ଏହାଛଡ଼ା ସରକାର ଛଅ ମାସର ବ୍ୟାଙ୍କରେ ଟଙ୍କା ଜମାଉଠା ଚିଠା (ଷ୍ଟେଟମେଣ୍ଟ) ଏବଂ ଏକ ରଦ୍ଧ କରାଯାଇଥିବା ଚେକବୁକ ମଧ୍ୟ ଦେବାକୁ ବାଧ୍ୟ କରିଛନ୍ତି । ଯେହେତୁ ବ୍ୟାଙ୍କ ଖାତା ହିସାବ ଦେବାକୁ ପଡ଼ିବ ତେଣୁ ପାଖରେ ସଞ୍ଚୟ ଖାତା ରହିବା ମଧ୍ୟ ଆବଶ୍ୟକ ।

ବ୍ରୋକର

ଗୋଟିଏ ସାଧାରଣ ଭାରତୀୟ ନାଗରିକ ସିଧାସଳଖ ଶେୟାର କିଣାବିକା କରିପାରିବ ନାହିଁ, ଏଥିପାଇଁ ଏକ ତୃତୀୟ ପକ୍ଷ୍ୟ, ବ୍ରୋକର ଆବଶ୍ୟକ । ଗୋଟିଏ ବ୍ରୋକର ଜଣେ ଏସଇବିଆଇ(SEBI) ସ୍ୱୀକୃତିପ୍ରାପ୍ତ ବ୍ୟକ୍ତି, କମ୍ପାନୀ କିମ୍ବା ଏଜେନ୍ସି ହୋଇପାରେ । ବ୍ରୋକରମାନେ ସେମାନଙ୍କର ସେବା ନିମିତ୍ତ କିଛି ମୂଲ୍ୟ ନେଇଥାନ୍ତି । ବିନା ବା ଅତିକମ ମୂଲ୍ୟରେ ମଧ୍ୟ କିଛି ବ୍ରୋକର ସେବା ପ୍ରଦାନ କରିଥାନ୍ତି ।

ଡିମାଟ ଖାତା

ବ୍ରୋକର ମିଳିସାରିଲାପରେ ବ୍ରୋକର ସହାୟତାରେ ଡିମାଟ ଖାତା ଏବଂ ଟ୍ରେଡିଂ ଖାତା ଖୋଲିବାକୁ ପଡ଼ିଥାଏ ।

କିଣାବିକା

କେତେ ପରିମାଣର, କେଉଁ ଦାମରେ ଓ କେବେ ଶେୟାର କିଣିବାକୁ ବା ବିକିବାକୁ ଚାହୁଁଛନ୍ତି ବ୍ରୋକରମାନେ ସୁବିଧାନୁସାରେ କିଣାବିକା କରିଥାନ୍ତି ।

ଆଧାର

Tags:

ଶେୟାର ବଜାର ଷ୍ଟକ୍ ଏକ୍ସଚେଞ୍ଜଶେୟାର ବଜାର ଷ୍ଟକ୍ ଇଣ୍ଡେକ୍ସଶେୟାର ବଜାର କିଛି ଗୁରୁତ୍ୱପୂର୍ଣ୍ଣ ଜାଣିବା କଥାଶେୟାର ବଜାର ବଜାରର ପ୍ରକାରଶେୟାର ବଜାର ଚେତାବନୀଶେୟାର ବଜାର ରେ ନିବେଶ ନିମିତ୍ତ ଖାତାର ପ୍ରକାରଶେୟାର ବଜାର ଶେୟାର କିଣାବିକା କରିବେ କିପରିଶେୟାର ବଜାର ଆଧାରଶେୟାର ବଜାରଶେୟାରଶେୟାର ମାର୍କେଟଷ୍ଟକ୍ ମାର୍କେଟ

🔥 Trending searches on Wiki ଓଡ଼ିଆ:

ବରାବ୍ରହ୍ମପୁରସିଲଡେନାଫିଲରାଧାକେନ୍ଦୁଝର ଜିଲ୍ଲାବିକ୍ରମ କେଶରୀ ଦେଓକୋଣାର୍କ ସୂର୍ଯ୍ୟ ମନ୍ଦିରଫକୀର ମୋହନ ସେନାପତିବର୍ଷାଗ୍ରେଗୋରି ପାଞ୍ଜି୧୯୩୯ଆଟୋପିକ ଡର୍ମାଟାଇଟିସବୀର ସୁରେନ୍ଦ୍ର ସାଏମେଲାଟୋନିନ୧୯୪୨ହଳଧର ନାଗଦୋହାକୋଷ ଓ ବୌଦ୍ଧ ଗାନଦୁର୍ଗା ପୂଜାରାମଚନ୍ଦ୍ର ମିଶ୍ରଉଇକିପାଠାଗାରକ୍ରସ ସାଇଟ୍ ସ୍କ୍ରିପଟିଂଓଡ଼ିଶା ବିଧାନ ସଭାମହୁଲପାଳୁଅ ଲଡୁଆଜ୍‌ମାଜଗନ୍ନାଥଙ୍କ ବେଶଗୁରୁ ପ୍ରସାଦ ମହାନ୍ତିଗ୍ରେଭସ ରୋଗ୧୫୩୩ପୁରୀମୁକ୍ତେଶ୍ଵର ଦେଉଳକାନ୍ଦଣା ଗୀତ୧୪୭୫ପୁରୀ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ଅରୁଣା ମହାନ୍ତିପଖାଳ ଦିବସଗାୟତ୍ରୀ ସରାଫସୁନାବେଶପଣା ସଂକ୍ରାନ୍ତିଚୈତନ୍ୟରାମଶଙ୍କର ରାୟହରିଶଙ୍କର ମନ୍ଦିରବେଲମନମୋହନ ସାମଲଶାରଳା ପୁରସ୍କାରକଳ୍କୀ (ଓଡ଼ିଆ କଥାଚିତ୍ର)ଅଶୋକ (ସମ୍ରାଟ)ଶାମ୍ବ ଦଶମୀଚିତ୍ତରଞ୍ଜନ ଦାସରାଜକିଶୋର ରାୟଭୀମ ପୃଷ୍ଟିସାବିତ୍ରୀ ଓଷାଶଙ୍ଖ୧୧ ମାର୍ଚ୍ଚମଙ୍ଗଳବାର୭ ଫେବୃଆରୀନାଗ ପଞ୍ଚମୀଭାରତ ସରକାରନିତ୍ୟାନନ୍ଦ ଶତପଥୀ୨୬ ମାର୍ଚ୍ଚଆଡ଼ୋବିନବକଳେବରPimecrolimusଆଣ୍ଟିଅକ୍ସିଡାଣ୍ଟହସ୍ତମୈଥୁନ🡆 More