ନବଯୌବନ ବେଶ

ନବଯୌବନ ବେଶ ଶ୍ରୀଜୀଉମାନେ ଆଷାଢ଼ ଅମାବାସ୍ୟା ତଥା ଉଭା ଅମାବାସ୍ୟା ତିଥିରେ ଧାରଣ କରୁଥିବା ବିଶେଷ ବେଶ ଅଟେ । ସ୍ନାନ ପୂର୍ଣ୍ଣିମାର ସ୍ନାନ ପରେ ଠାକୁରମାନେ ଅଣସର ଘରେ ଯାଇ ରହନ୍ତି । ପନ୍ଦର ଦିନ ଭକ୍ତମାନେ ତାଙ୍କର ଦର୍ଶନ ଲାଭରୁ ବଞ୍ଚିତ ହୁଅନ୍ତି । ଅଣସର ଶେଷରେ ପୁଣି ସେ ଯେଉଁଦିନ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି ତାହାକୁ ନବଯୌବନ ଦର୍ଶନ କହନ୍ତି । ଖଡ଼ି ଲାଗି ଓ ବନକଲାଗି ପରେ ମହାପ୍ରଭୁଙ୍କ ପ୍ରତିମା ନୂଆ ପରି ଉଜ୍ଜ୍ୱଳ ଦିଶୁଥିବାରୁ ଏହାକୁ ନବଯୌବନ କୁହାଯାଇଥାଏ । ଏହି ସମୟରେ ମହାପ୍ରଭୁ ରତ୍ନ ସିଂହାସନକୁ ଆଉ ବିଜେ କରନ୍ତି ନାହିଁ । ନବଯୌବନ ଓ ନେତ୍ରୋତ୍ସବ ପରେ ଆଷାଢ଼ ଶୁକ୍ଳପକ୍ଷ ଦ୍ୱିତୀୟା ଦିନ ରଥଯାତ୍ରାରେ ଶ୍ରୀଗୁଣ୍ଡିଚା ମନ୍ଦିର ବିଜେ କରନ୍ତି । ନବଯୌବନ ଦର୍ଶନ ଲାଭ ସୁଯୋଗକୁ ଶ୍ରଦ୍ଧାଳୁ ଭକ୍ତମାନେ ବର୍ଷ ବ୍ୟାପି ପ୍ରତୀକ୍ଷା କରିଥାଆନ୍ତି । କେତେକ ସମୟରେ ନେତ୍ରୋତ୍ସବ ଓ ନବଯୌବନ ତିଥିରେ ସାମାନ୍ୟ ଏପଟ ସେପଟ ମଧ୍ୟ ହୋଇଥାଏ । ନେତ୍ରୋତ୍ସବର ଅର୍ଥ ହେଲା ମହାପ୍ରଭୁମାନଙ୍କ ଚକ୍ଷୁରେ ନବଯୌବନ ବେଶର ଅନ୍ତିମ ସ୍ପର୍ଶ ।

ନୀତି

ସ୍ନାନଯାତ୍ରା ହେତୁ ରଥଯାତ୍ରାର ଚାରିଦିନ ପୂର୍ବରୁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପୁନଶ୍ଚ ରଞ୍ଜିବାର ଆବଶ୍ୟକତା ପଡ଼ିଥାଏ, ଏହାକୁ ଅଙ୍ଗରାଗ କୁହାଯାଏ । ଏହାପରେ ନବଯୌବନର ଦିନର ପ୍ରାତଃକାଳରେ ନେତ୍ରୋତ୍ସବ ପାଳନ କରାଯାଏ ।

ଠାକୁରମାନଙ୍କୁ ଅର୍ଦ୍ଧ-ସମାନ୍ତର ସ୍ଥିତିରେ ରଖାଯାଇ ସେମାନଙ୍କୁ ଉପଯୁକ୍ତ ଭାବେ ଚିତ୍ରିତ କରାଯାଏ । ଏହି ସେବା ସରିବାପରେ ନେତ୍ରୋନ୍ମୀଲନ ନୀତି ପାଳିତ ହୁଏ । ଏଥିରେ ପ୍ରତ୍ୟେକ ଠାକୁରଙ୍କ ଉଭୟ ଚକ୍ଷୁରେ ତୁଳସୀ ପତ୍ର ସାହାଯ୍ୟରେ ଔଷଧୀ ପ୍ରୟୋଗ କରାଯାଇଥାଏ । ଏତଦପରେ କଜ୍ୱଳ ଲାଗି କରାଯାଏ । ନେତ୍ରୋନ୍ମୀଲନ ପରେ ଶ୍ରୀଜୀଉମାନଙ୍କର କ୍ଷୁଧା ଫେରିଥାଏ ଏବଂ ସ୍ନାନଯାତ୍ରା ପରେ ସେମାନେ ପ୍ରଥମଥର ପାଇଁ ରାଜଭୋଗ ଗ୍ରହଣ କରିଥାନ୍ତି । ଏହାପରେ ଜନସାଧାରଣ ନବଯୌବନ ବେଶ ସହ ନିଜ ଆରାଧ୍ୟଙ୍କ ପ୍ରଥମ ଦର୍ଶନ ଲାଭ କରିଥାନ୍ତି ।

ଏପରି ମନୋରମ ବେଶ ଦର୍ଶନ ଅଭିପ୍ରାୟେ ନେତ୍ରମାନଙ୍କର ସମାଗମ ତଥା ଉତ୍ସବ କାରଣରୁ ଏହି ନୀତିକୁ ନେତ୍ରୋତ୍ସବ କୁହାଯାଇଥାଏ ।

ଆଧାର

ବାହାର ତଥ୍ୟ

Tags:

ଅଣସରରଥଯାତ୍ରା

🔥 Trending searches on Wiki ଓଡ଼ିଆ:

ଜ୍ଞାନପୀଠ ପୁରସ୍କାରଭଗବତ ଗୀତାହରିହର ବେଶଗଣେଶ ପୂଜାହାଡ଼ଫୁଟିସୀତା ବିବାହଦଣ୍ଡ ନାଟନବୀନ ପଟ୍ଟନାୟକଖଣ୍ଡଗିରି ମେଳାଉଇକିକଥାବଡ଼ସିଂହାର ବେଶରାମଲାଓସଦକ୍ଷିଣ ଆଫ୍ରିକାବରଗଛଉମେଶଚନ୍ଦ୍ର ସରକାରଭାରତୀୟ ଜାତୀୟ କଂଗ୍ରେସବନ୍ଦେ ଉତ୍କଳ ଜନନୀଓଡ଼ିଶାର ଇତିହାସ୨୦୦୧ଜାତୀୟ ଆୟଭୂଇଁନିମହସ୍ତମୈଥୁନବାଘରାସନ କାର୍ଡ଼ (ଭାରତ)ଫକୀର ମୋହନ ସେନାପତିଭୀମ ଭୋଇକଳିଙ୍ଗ ଯୁଦ୍ଧପକ୍ଷଏ ଦିଲ୍ ତତେ ଦେଲି୨୬ ଜୁନମଣିଷତରଳ ଝାଡ଼ାକୃଷ୍ଣଚନ୍ଦ୍ର ପାଣିଗ୍ରାହୀ୫ ଜୁଲାଇହସ୍ତା (ନକ୍ଷତ୍ର)କାଜାଖସ୍ତାନଭାରତରଜପ୍ରଯୁକ୍ତି ବିଦ୍ୟାଏକଲବ୍ୟ ପୁରସ୍କାରଜଗନ୍ନାଥ୧୯୭୬୧୯୬୧ର ଓଡ଼ିଆ କଥାଚିତ୍ରଲିଙ୍ଗରାଜ ମନ୍ଦିରଯଶୋବନ୍ତ ଦାସଅଳେଇଚମନୋଜ କୁମାର ମିଶ୍ରକାର୍ତ୍ତିକ ମହାପାତ୍ର୪ (ବହୁବିକଳ୍ପ)ତ୍ରିପୁରା ମିଶ୍ରମହାତ୍ମା ଗାନ୍ଧୀଚିତାଲାଗି ଅମାବାସ୍ୟାଜାପାନୀ ଭାଷାwiki.phtmlଜାଭା (ପ୍ରୋଗ୍ରାମିଂ ଭାଷା)ତାରିଣୀ ମନ୍ଦିର, ଘଟଗାଁଉଇକିପିଡ଼ିଆମାଳିକାମୁସଲମାନଭଣ୍ଡ ଗଣେଶକନ୍ୟା (ରାଶି)ପୂର୍ବ ଭାଦ୍ରପଦ (ନକ୍ଷତ୍ର)ମହାରାଷ୍ଟ୍ରଭୂମିକମ୍ପଚିଲିକା ହ୍ରଦମାଲେସିଆସୂର୍ଯ୍ୟଅକ୍ଷୟ ତୃତୀୟାକୋଳିପଣସଚୋଡ଼ଗଙ୍ଗ ଦେବଓଡ଼ିଆ କାବ୍ୟ କବିତା🡆 More