ତ୍ରିପୁରା ମିଶ୍ର

ତ୍ରିପୁରା ମିଶ୍ର ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ । ସେ ଅଭିନେତା ଶ୍ରୀରାମ ପଣ୍ଡାଙ୍କର ପତ୍ନୀ । ୧୯୯୨ ମସିହାରେ ଶ୍ରୀରାମ ସାଂସାରିକ ଜୀବନରୁ ସନ୍ୟାସ ନେବା ପରେ ତ୍ରିପୁରା ଅଭିନୟକୁ ଛାଡ଼ି ମହାବିଦ୍ୟାଳୟରେ ଅଧ୍ୟାପିକା ଭାବରେ କାର୍ଯ୍ୟ କରୁଛନ୍ତି । ତ୍ରିପୁରା ଯାଯାବର, ସମୟ , ସିନ୍ଦୂର ବିନ୍ଦୁ, କୃଷ୍ଣ ସୁଦାମା ଆଦି ଚଳଚ୍ଚିତ୍ରରେ ଅଭିନୟ କରଛନ୍ତି ।

ତ୍ରିପୁରା ମିଶ୍ର
ତ୍ରିପୁରା ମିଶ୍ର
ଭୁବନେଶ୍ୱରରେ ୨୦୧୪ ଓଡ଼ିଆ ରାଜ୍ୟ ଟେଲି ପୁରସ୍କାର ଗ୍ରହଣ କରୁଛନ୍ତି ତ୍ରିପୁରା ମିଶ୍ର
ଜନ୍ମ
ତ୍ରିପୁରା ମିଶ୍ର

ବୃତ୍ତି(ଓଡ଼ିଆ) ଅଭିନେତ୍ରୀ
ସକ୍ରିୟ ବର୍ଷ୧୯୭୫-୧୯୮୮
ବୈବାହିକ-ସାଥୀଶ୍ରୀରାମ ପଣ୍ଡା
ସନ୍ତାନ
ପିତାମାତାପୁଷ୍ପଲତା ମିଶ୍ର

୨୬ତମ ରାଜ୍ୟ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର ବିତରଣ ଉତ୍ସବରେ ତ୍ରିପୁରାଙ୍କୁ ଜୁରି ଭାବରେ ସମ୍ମାନୀତ କରାଯାଇଥିଲା । ୨୦୧୮ ମସିହାରେ ଫେବୃଆରୀ ୪ ତାରିଖରେ ଦ୍ୱାଦଶ ଚଳଚ୍ଚିତ୍ର ଓ ଟେଲିଭିଜିନ ଆୱାର୍ଡ ଶୋ ଟାଇମ୍‌-୨୦୧୮ରେ ତ୍ରିପୁରା ମିଶ୍ରଙ୍କୁ ଜୀବନବ୍ୟାପି ସାଧନା ସମ୍ମାନ ପ୍ରଦାନ କରାଯାଇଥିଲା ।

ପ୍ରାରମ୍ଭିକ ଜୀବନ

ତ୍ରିପୁରା ଗଞ୍ଜାମ ଜିଲ୍ଲାର ଖଲିକୋଟ ଅଞ୍ଚଳର ଶ୍ୟାମସୁନ୍ଦରପୁର ଶାସନରେ ଜନ୍ମଗ୍ରହଣ କରିଥିଲେ । ମା ପୁଷ୍ପଲତା ମିଶ୍ର ଥିଲେ ତାଙ୍କର ସଙ୍ଗୀତ ଶିକ୍ଷାର ଆଦ୍ୟଗୁରୁ । ସେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଇତିହାସ ବିଭାଗରେ ସ୍ନାତକୋତ୍ତର ହାସଲ କରିଥିଲେ । ସେ ଇତିହାସର ପର୍ବପର୍ବାଣି ଉପରେ ଗବେଷଣା କରି ଡକ୍ଟରେଟ ଉପାଧି ହାସଲ କରିଛନ୍ତି ।

ଅଭିନୟ ଜୀବନ

ତ୍ରିପୁରା ମିଶ୍ର 
ଭୁବନେଶ୍ୱରରେ ୨୦୧୪ ଓଡ଼ିଆ ରାଜ୍ୟ ଟେଲି ପୁରସ୍କାର ଗ୍ରହଣ କରୁଛନ୍ତି ତ୍ରିପୁରା ମିଶ୍ର ।

ତ୍ରିପୁରା ୧୯୭୫ ମସିହାରେ ଯାଯାବର କଥାଚିତ୍ରରେ ଅଭିନୟ କରିଥିଲେ । ଏହା ପରେ ସେ ସେହି ବର୍ଷ ସମୟ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ୧୯୭୬ରେ ସିନ୍ଦୂର ବିନ୍ଦୁ ଏବଂ କୃଷ୍ଣ ସୁଦାମାରେ ଅଭିନୟ କରିଥିଲେ । ୧୯୮୦ ମସିହାରେ ତପସ୍ୟା, ୧୯୮୧ରେ ମାନସୀ, ୧୯୮୩ରେ ସୁବର୍ଣ୍ଣ ସୀତା, ୧୯୮୮ରେ କୁରୁକ୍ଷେତ୍ର ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।

ଅଭିନୀତ କଥାଚିତ୍ର

ବର୍ଷ ଚଳଚ୍ଚିତ୍ର ଭୂମିକା ମନ୍ତବ୍ୟ
୧୯୭୫ ଯାଯାବର ସୁଜାତା
ସମୟ ସୁଲେଖା
୧୯୭୬ ସିନ୍ଦୂର ବିନ୍ଦୁ
କୃଷ୍ଣ ସୁଦାମା ସୁମତୀ
୧୯୮୦ ତପସ୍ୟା
୧୯୮୧ ମାନସୀ
୧୯୮୩ ସୁବର୍ଣ୍ଣ ସୀତା
୧୯୮୮ କୁରୁକ୍ଷେତ୍ର

ବୈବାହିକ ଜୀବନ ଏବଂ ପରିବାର

୧୯୭୮ ମସିହାରେ ତ୍ରିପୁରା ମିଶ୍ର ଅଭିନେତା ଶ୍ରୀରାମ ପଣ୍ଡାଙ୍କୁ ବିବାହ କରିଥିଲେ । ତାଙ୍କର ଦୁଇଟି ସନ୍ତାନ ଅଛନ୍ତି । ଶ୍ରୀରାମ ପଣ୍ଡା ୧୯୯୨ ମସିହାରେ ଗୃହସ୍ଥ ଜୀବନରୁ ସନ୍ୟାସ ନେବା ପରେ ତ୍ରିପୁରା ଏକୁଟିଆ ତାଙ୍କର ସନ୍ତାନ‌ଦ୍ୱୟଙ୍କୁ ବଡ଼ କରିଛନ୍ତି । ସେତେବେଳେ ଶ୍ରୀରାମଙ୍କ କଥାଚିତ୍ରର ଚରିତ୍ରରେ କ୍ୟାଭେଣ୍ଡର ସିଗାରେଟର ମଡ଼େଲ ଭାବରେ ସିଗାରେଟ ଟାଣିବା ଅନେକଙ୍କୁ ସିଗାରେଟ ଟାଣିବା ପାଇଁ ଅନୁପ୍ରାଣିତ କରିଥିଲା । ଏହି କଥାରେ ମର୍ମାହତ ହୋଇ ଶ୍ରୀରାମ ସନ୍ୟାସ ଧର୍ମ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଥିଲେ । ତ୍ରିପୁରା ଅଭିନୟ ଛାଡ଼ି ପରେ ମହାବିଦ୍ୟାଳୟର ଅଧ୍ୟାପିକା ଭାବରେ ଯୋଗଦେଇଥିଲେ ।

ଆଧାର

ଅଧିକ ତ‌ଥ୍ୟ

Tags:

ତ୍ରିପୁରା ମିଶ୍ର ପ୍ରାରମ୍ଭିକ ଜୀବନତ୍ରିପୁରା ମିଶ୍ର ଅଭିନୟ ଜୀବନତ୍ରିପୁରା ମିଶ୍ର ଅଭିନୀତ କଥାଚିତ୍ରତ୍ରିପୁରା ମିଶ୍ର ବୈବାହିକ ଜୀବନ ଏବଂ ପରିବାରତ୍ରିପୁରା ମିଶ୍ର ଆଧାରତ୍ରିପୁରା ମିଶ୍ର ଅଧିକ ତ‌ଥ୍ୟତ୍ରିପୁରା ମିଶ୍ରକୃଷ୍ଣ ସୁଦାମାଯାଯାବର (୧୯୭୫ର ସିନେମା)ଶ୍ରୀରାମ ପଣ୍ଡାସମୟ (୧୯୭୫ର ଚଳଚ୍ଚିତ୍ର)ସିନ୍ଦୂର ବିନ୍ଦୁ

🔥 Trending searches on Wiki ଓଡ଼ିଆ:

ପିଙ୍କି ପ୍ରଧାନହରେକୃଷ୍ଣ ମହତାବସାରଳା ମନ୍ଦିରଜଗନ୍ନାଥ ମନ୍ଦିରଟ୍ରାଲୋକିନୁମାବଡାକ ମୁନସୀଧର୍ମେନ୍ଦ୍ର ପ୍ରଧାନଧନୁ (ରାଶି)ମାଛସାମାଜିକ ଆନ୍ଦୋଳନବନ୍ଦେ ଉତ୍କଳ ଜନନୀନଅଙ୍କ ଦୁର୍ଭିକ୍ଷଡାଲମା୧୭୪୬ରାଜକିଶୋର ପଟ୍ଟନାୟକ୪ (ସଂଖ୍ୟା)୨୫ ଅପ୍ରେଲଜଗନ୍ନାଥ ପ୍ରସାଦ ଦାସଗୋପବନ୍ଧୁ ଚୌଧୁରୀନୀଳକଣ୍ଠ ଦାସକବିସୂର୍ଯ୍ୟ ବଳଦେବ ରଥଦଗ୍ଧବରଗଛସାଲଭାଡୋର ଡାଲିଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରବିଶ୍ୱ ମ୍ୟାଲେରିଆ ଦିବସଆନନ୍ଦ ଶଙ୍କର ଦାସମଧୁସୂଦନ ରାଓଅଭିମନ୍ୟୁ ସାମନ୍ତସିଂହାରପ୍ରହ୍ଲାଦ ନାଟକଓଡ଼ିଆ ନାଟକମାସହେମନ୍ତ କୁମାର ଦାସରାସନ କାର୍ଡ଼ (ଭାରତ)ଅନ୍ନଦା ଶଙ୍କର ରାୟରଥଫେବୃଆରୀ ୨୯ନନ୍ଦିନୀ ଶତପଥୀପ୍ରଥମ ଭାସ୍କରମ୍ୟାଲେରିଆଲକ୍ଷ୍ମୀକାନ୍ତ ମହାପାତ୍ରପରୀକ୍ଷାଗ୍ରହଟମ୍ ଖା କାଇବଣ୍ଡ (ଅର୍ଥ)ମନମୋହନ ସାମଲରାମାୟଣସତ୍ୟବାଦୀ ବନ ବିଦ୍ୟାଳୟବିନୋଦ ଚନ୍ଦ୍ର ନାୟକଚିକୁନ‌ଗୁନିଆବିର୍ସା ମୁଣ୍ଡାସରୋଜିନୀ ସାହୁହମିଦା ବାନୁ ବେଗମନବକଳେବରମାଟିର ମଣିଷବ୍ୟାଙ୍କଶାସ୍ତିଜୀବସାର ଗରାମ ନବମୀଉଦୟନାଥ ଷଡ଼ଙ୍ଗୀଗୋପାଳ କୃଷ୍ଣ ରଥଭଗବତୀ ଚରଣ ପାଣିଗ୍ରାହୀଓଡ଼ିଆ କାବ୍ୟ କବିତାକୃଷ୍ଣଚନ୍ଦ୍ର ପାଣିଗ୍ରାହୀମହିଳା ଯୌନାଙ୍ଗ ଛେଦନ୧୯୬୧ଚୈତନ୍ୟସରସ୍ୱତୀ ସମ୍ମାନହୃତ୍‌ପିଣ୍ଡବିରାଟ କୋହଲୀ🡆 More