ବିନୋଦ ଚନ୍ଦ୍ର ନାୟକ: ଓଡ଼ିଆ କବି

ବିନୋଦ ଚନ୍ଦ୍ର ନାୟକ (୨ ସେପ୍ଟେମ୍ବର ୧୯୧୯ - ୧୫ ନଭେମ୍ବର ୨୦୦୩) ଜଣେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ସାହିତ୍ୟିକ ଥିଲେ । ଗତାନୁଗତିକ ଧାରାରୁ ବାହାରି ଆଧୁନିକତା ସଙ୍ଗେ ରୋମାଣ୍ଟିକ ଚିନ୍ତାଧାରାର ସମ୍ମିଶ୍ରଣ ତାଙ୍କ କବିତାର ବିଶେଷତା ଥିଲା । କବିତା ସଂକଳନ ସରୀସୃପ ପାଇଁ ସେ ୧୯୭୦ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ ହୋଇଥିଲେ । ତାଙ୍କ କବିତା ସାରା ଦେଶରେ ଆଦୃତ ହୋଇଛି ଓ ବହୁ ଭାଷାରେ ଅନୁବାଦିତ ହୋଇଛି । ତାଙ୍କର କୃତି ସମୂହ ଉପରେ ଅନେକ ବିଦ୍ୟାର୍ଥୀ ଉଚ୍ଚତର ଗବେଷଣା କରି ଡକ୍ଟରେଟ ଉପାଧି ପାଇଛନ୍ତି ।

ବିନୋଦ ଚନ୍ଦ୍ର ନାୟକ
Born(1919-09-02)୨ ସେପ୍ଟେମ୍ବର ୧୯୧୯
ତେଲିପାଲି, ସୁନ୍ଦରଗଡ଼
Died୧୫ ନଭେମ୍ବର ୨୦୦୩(2003-11-15) (ବୟସ ୮୪)
Nationalityଭାରତୀୟ
Citizenshipଭାରତୀୟ

ସଂକ୍ଷିପ୍ତ ଜୀବନୀ

ବିନୋଦ ଚନ୍ଦ୍ର ନାୟକଙ୍କ ଜନ୍ମ ସୁନ୍ଦରଗଡ଼ ଜିଲ୍ଲାର ତେଲିପାଲିରେ ୧୯୧୯ ମସିହାରେ ହେଇଥିଲା । ଇଂରାଜୀ ଓ ଓଡ଼ିଆ ଭାଷା ସାହିତ୍ୟରେ ସ୍ନାତକୋତ୍ତର କରିବା ସହ ସେ ଶିକ୍ଷା ସମାପନ କରି ପ୍ରଥମେ ଓଡ଼ିଶା ସରକାରୀ ସେବାରେ ଯୋଗ ଦେଇ ପରେ ସରକାରୀ ମହାବିଦ୍ୟାଳୟରେ ଇଂରାଜୀ ଅଧ୍ୟାପକ ଭାବରେ କାର୍ଯ୍ୟ କରିଥିଲେ । ୧୯୭୮ ମସିହାରେ ସେ ଝାରସୁଗୁଡା ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟରୁ ଅଧ୍ୟକ୍ଷ୍ୟ ଭାବରେ ଅବସର ଗ୍ରହଣ କରିଥିଲେ । ତା ମଧ୍ୟରେ ସେ କିଛି ବର୍ଷ ଓଡ଼ିଶା ସାହିତ୍ୟ ଆକାଡେମୀର ସମ୍ପାଦକ ଭାବେ କାର୍ଯ୍ୟ କରିଥିଲେ । ତେବେ ଶିକ୍ଷା ଓ ସାହିତ୍ୟ ପ୍ରତି ନିବିଡ ଆକର୍ଷଣ ଯୋଗୁ ସେ ସରକାରୀ ସେବାରୁ ଅବସର ପରେ ଘରେ ବସି ନ ରହି ନୂତନ କରି ଆରମ୍ଭ ହେଇଥିବା ବ୍ରଜରାଜ ନଗର ମହାବିଦ୍ୟାଳୟରେ ଅଧ୍ୟକ୍ଷ୍ୟ ଭାବରେ ରହି ପ୍ରଶାସନ ସହ ତାଙ୍କର ସାହିତ୍ୟ ସେବା ଜାରି ରଖିଲେ । ତତ୍ ପରେ ସେ ଓଡ଼ିଶା ସାହିତ୍ୟ ଆକାଡେମୀର ଉପସଭାପତି ଆସନ ଅଳଙ୍କୃତ କରିଥିଲେ । ଜୀବନର ଅନ୍ତିମ ମୁହୂର୍ତ ଯାଏ ସାହିତ୍ୟ ଓ କବିତାକୁ ନେଇ ମଜ୍ଜି ରହିଥିବା କବି ବିନୋଦ ନାୟକଙ୍କୁ ସମ୍ବଲପୁର ବିଶ୍ୱବିଦ୍ୟାଳୟ ତରଫରୁ ସମ୍ମାନଜନକ ଡ଼ି.ଲିଟ ଉପାଧି ମଧ୍ୟ ମିଳିଥିଲା । ଅଗଣିତ ସାହିତ୍ୟ ପରିଷଦ ଓ ସଂସ୍ଥା ତରଫରୁ ତାଙ୍କୁ ସମ୍ମାନ ମିଳିଥିଲା । ସେ ଗ୍ରାମ୍ୟ ଜୀବନର ପ୍ରାକୃତିକ ସୌନ୍ଦର୍ଯ୍ୟ ସହ ଦୈନନ୍ଦିନ ଚାଲି ଚଳଣକୁ ନେଇ ତାଙ୍କ କବିତାରେ ସ୍ଥାନିତ କରୁଥିଲେ । ୨୦୦୩ ମସିହାରେ ବିନୋଦ ଚନ୍ଦ୍ରଙ୍କର ତିରୋଧାନ ଘଟିଥିଲା ।

ସାହିତ୍ୟ କୃତି

  • ସରୀସୃପ - ୧୯୭୦
  • ହୈମନ୍ତୀ- ୧୯୩୩
  • ଚନ୍ଦ୍ର ଓ ତାରା - ୧୯୫୧
  • ଇଲାବୃତ୍ତ - ୧୯୬୦
  • ନନ୍ଦାଦେବୀ - ୧୯୬୨
  • ଶତ ତାରାର ଦ୍ୱୀପ - ୧୯୬୨
  • ନୀଳ ଚନ୍ଦ୍ରର ଉପତ୍ୟକା- ୧୯୫୧
  • ପୋହଳା ଦ୍ୱୀପର ଉପତ୍ୟକା- ୧୯୭୦

ତାଙ୍କର କବିତା ଗ୍ରାମପଥର ଏକ ଉଦ୍ଧୃତି ;

“ଏ ପଥରେ ଗ୍ରାମେ ପ୍ରବେଶ ହୁଅଇ ବଧୁ

ବିତରି ବୁକୁର ମମତା ମୁଖର ମଧୁ ପୁଅ ଝିଅ ନାତି ନାତୁଣୀରେ ରଖି ମଶାଣି ଏ ପଥେ ଫେରେ ଆସିବା ଜନର ସାକ୍ଷୀ ଏ ପଥ

ଫେରିବା ଜନର ବନ୍ଧୁ ।। “

ସମ୍ମାନ ଓ ପୁରସ୍କାର

ଆଧାର

Tags:

ବିନୋଦ ଚନ୍ଦ୍ର ନାୟକ ସଂକ୍ଷିପ୍ତ ଜୀବନୀବିନୋଦ ଚନ୍ଦ୍ର ନାୟକ ସାହିତ୍ୟ କୃତିବିନୋଦ ଚନ୍ଦ୍ର ନାୟକ ସମ୍ମାନ ଓ ପୁରସ୍କାରବିନୋଦ ଚନ୍ଦ୍ର ନାୟକ ଆଧାରବିନୋଦ ଚନ୍ଦ୍ର ନାୟକଓଡ଼ିଆ ଭାଷା

🔥 Trending searches on Wiki ଓଡ଼ିଆ:

ରଣା ସାପଲବଣ ସତ୍ୟାଗ୍ରହଉତ୍କଳ ସମ୍ମିଳନୀଚନ୍ଦ୍ରଶେଖର ରଥରାୟଗଡ଼ା ଜିଲ୍ଲାମୋ କୋଳ ତୋ ଝୁଲଣାନବୀନ ପଟ୍ଟନାୟକଇଣ୍ଟର ମିଲାନ ଫୁଟବଲ କ୍ଲବବିଲେଇ ଜଗା ଖୁଣ୍ଟିଆ୨୩ ଫେବୃଆରୀପୂର୍ଣ୍ଣିମାସମଲେଶ୍ୱରୀ ମନ୍ଦିରରାଜକିଶୋର ରାୟମୁଁ ଏକା ତୁମରଉଇକିମିଡ଼ିଆ ମୁଭମେଣ୍ଟଅଷ୍ଟ୍ରେଲିଆଓଡ଼ିଶାର ପର୍ବପର୍ବାଣିପାକିସ୍ତାନଜାତୀୟ ଯୁବ ଦିବସ (ଭାରତ)କାଳିନ୍ଦୀ ଚରଣ ପାଣିଗ୍ରାହୀନୂଆ ଦିଲ୍ଲୀପ୍ରମିଳା ମଲ୍ଲିକଦ୍ୱିତୀୟ ବିଶ୍ୱଯୁଦ୍ଧଋଷିଆତାଳଚେର ତାପଜ ବିଦ୍ୟୁତ କେନ୍ଦ୍ରଗୁଲାବ କୌରରାଧାନାଥ ରାୟଗଉଡ଼ ବାଡ଼ି ଖେଳଭାରତ ରତ୍ନଆର୍ଯ୍ୟଭଟ୍ଟସୋଟ୍ରୋଭିମାବସାନ୍ତାଳୀ ସଙ୍ଗୀତମଧୁସୂଦନ ରାଓତୁ ମୋ ମନର ମିତମୋଗଲ ସାମ୍ରାଜ୍ୟରାଧାମୋହନ ଗଡ଼ନାୟକବିଶ୍ୱଓଡ଼ିଆ ବାହାଘରଫତୁରାନନ୍ଦତାରାତାରିଣୀ ମନ୍ଦିରହୃଦାନନ୍ଦ ପାଣିଗ୍ରାହୀଅଭିରାମ ପରମହଂସଉତ୍କଳ ଦୀପିକାସିନ୍ଧୁ ନଦୀଦାମୋଦର ରାଉତମନ୍ଦାରବନ୍ଦେ ଉତ୍କଳ ଜନନୀତୁମ ପରି ଛୋଟ ପିଲାଟିଏଓଡ଼ିଆ କଥାଚିତ୍ର ଜଗତଟୁଇଟରବୀଣାପାଣି ମହାନ୍ତିଗାଲିଲିଓଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିମାଟିପାତ୍ର୨୦୨୨ ରୁଷର ୟୁକ୍ରେନ ଉପରେ ଆକ୍ରମଣତେଜସ୍କ୍ରିୟ କ୍ଷୟଅଯୋଧ୍ୟାଅନନ୍ତ ପଟ୍ଟନାୟକଓଡ଼ିଶାଫକୀର ମୋହନ ସେନାପତିରମାକାନ୍ତ ରଥବିରାଟ କୋହଲୀକାଳୀଚରଣ ପଟ୍ଟନାୟକଉଦ୍‌ଜାନବରାହପ୍ରାଣକୃଷ୍ଣ ପରିଜାହରଗୋବିନ୍ଦ ଖୁରାନାଶେୟାର ବଜାରବେଦାଙ୍ଗଦାସ ମହାନ୍ତି🡆 More