ବରଗଛ

ବରଗଛ ହେଉଛି ଭାରତର ଜାତୀୟ ବୃକ୍ଷ। ଏହାକୁ ବଟବୃକ୍ଷ ବୋଲି କୁହାଯାଏ। ଏହା ଫଳ ଖାଉଥିବା ପଶୁ ପକ୍ଷୀଙ୍କଦ୍ୱାରା ବଂଶ ବିସ୍ତାର କରିଥାଏ । ବଡ଼ ହେଲା ପରେ ଏହାର ଡ଼ାଳରୁ ଓହଳ ବାହାରି ମାଟିରେ ଲାଗିଯାଏ, ଯାହାକୁ ଦେଖି ଚେରର ଭ୍ରମ ସୃଷ୍ଟି ହୁଏ । ଆଗକାଳରେ ପ୍ରତିଟି ଗାଁ ମୁଣ୍ଡରେ ନିଶ୍ଚୟ ଗୋଟିଏ ବରଗଛ ରହୁଥିଲା । ରଜ ପର୍ବରେ ପିଲାଏ ଏଥିରେ ଦୋଳି ଖେଳନ୍ତି । ଗାଁର ଲୋକେ ପୁଣ୍ୟ ହେବ ଭାବି ବରଗଛ ଓ ଓସ୍ତଗଛର ବାହାଘର କରିଥାନ୍ତି ।

ବରଗଛ
ବରଗଛ
Illustration of Ficus benghalensis
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Plantae
ଅଶ୍ରେଣୀକୃତ: Angiosperms
ଅଶ୍ରେଣୀକୃତ: Eudicots
ଅଶ୍ରେଣୀକୃତ: Rosids
ଗଣ: Rosales
କୁଳ: Moraceae
ପ୍ରଜାତି: Ficus
ଉପପ୍ରଜାତି: Urostigma
ପ୍ରଜାତି

Many species, including:

  • F. aurea
  • F. benghalensis
  • F. citrifolia
  • F. elastica
  • F. macrophylla
  • F. microcarpa
  • F. pertusa
  • F. rubiginosa
India ଭାରତର ଜାତୀୟ ସଙ୍କେତ
ପତକା ତ୍ରିରଙ୍ଗା
ଚିହ୍ନ ସାରନାଥ ସିଂହ
ସଙ୍ଗୀତ ଜନ ଗଣ ମନ
ଗୀତ ବନ୍ଦେ ମାତରମ
ପଶୁ ବାଘ
ପକ୍ଷୀ ମୟୂର
ଜଳଚର ଜୀବ ଡଲଫିନ
ଫୁଲ ପଦ୍ମ
ବୃକ୍ଷ ବର
ଫଳ ଆମ୍ବ
ଖେଳ ହକି
କ୍ୟାଲେଣ୍ଡର ଶକ
ନଦୀ ଗଙ୍ଗା

ଭାରତୀୟ ପ୍ରାଦେଶିକ ଭାଷା ନାମାବଳୀ

ପ୍ରାଦେଶିକ ଭାଷା ନାମ
ଓଡ଼ିଆ ବର, ବଟ
ସଂସ୍କୃତ ନ୍ୟଗ୍ରୋଥ, ବୃକ୍ଷନାଥ, ବୈଶ୍ରବଣଳୟ, ବହୁପାଦ, ଭାଣ୍ଡୀର, ଯକ୍ଷତରୁ, ସ୍କନ୍ଧରୁହ, ଯକ୍ଷାବାସ, ମହଚ୍ଛାୟା, ଅବରୋହୀ, ଶିପୀରହ, ଧ୍ରୁବ, ଯମପ୍ରିୟ, ରକ୍ତଫଳ, ବୃହତପାଦ ଓ ମହାଦ୍ରୁମ
ତେଲୁଗୁ ମରିଚେଟ୍ଟୁ
ବଙ୍ଗଳା ବଟ୍ଗାଛ୍,ବଡ଼ଗଛ
ହିନ୍ଦୀ ବରଗଦ, ବର ଓ ବଡ଼

ଶାସ୍ତ୍ରୋକ୍ତ ଗୁଣ

ଏହା କଷାୟରସ, ଶୀତବୀର୍ଯ୍ୟ, ଧାରକ, ଗୁରୁପାକ, ରସାୟନ କାନ୍ତିପ୍ରଦ, ସ୍ତମ୍ଭନ କାରକ, ମେହ, ପ୍ରମେହ, ଉପଦଂଶ, ବୀର୍ଯ୍ୟଦୋଷ, ଧାତୁଦୋଷ, ପିତ୍ତ, କଫ, ଦାହ, ପ୍ରଦର, ଯୋନିରୋଗ, ବ୍ରଣ, କ୍ଷତ, ଘା, କାଖଗୁଲି, ଅତିସାର ଆଦି ରୋଗର ନିବାରକ ଅଟେ ।

ବ୍ୟବହାର

ପ୍ରମେହ ଓ ସ୍ୱପ୍ନଦୋଷର ଏକ ପ୍ରମୁଖ ଔଷଧରୂପେ ଏହାର କ୍ଷୀରକୁ ବ୍ୟବହାର କରାଯାଏ । ଏହାର ଓହଳରେ ଦାନ୍ତ ଘସିଲେ ମୁଖକାନ୍ତି ବଢେ ବୋଲି କୁହାଯାଏ । ଏହାର ଫଳକୁ ଔଷଧିରୂପେ ବ୍ୟବହାର କରାଯାଏ ।

ଆଧାର

ବାହାର ଆଧାର

  • ବନୌଷଧି ବିଜ୍ଞାନ. କୃଷ୍ଣବ୍ରହ୍ମା ଶତପଥୀ
  • ଅନୁଭୂତ ଯୋଗମାଳା ବା ସହଜ ଚିକିତ୍ସା. ଲକ୍ଷ୍ମଣ ମିଶ୍ର

Tags:

ବରଗଛ ଭାରତୀୟ ପ୍ରାଦେଶିକ ଭାଷା ନାମାବଳୀବରଗଛ ଶାସ୍ତ୍ରୋକ୍ତ ଗୁଣବରଗଛ ବ୍ୟବହାରବରଗଛ ଆଧାରବରଗଛ ବାହାର ଆଧାରବରଗଛ

🔥 Trending searches on Wiki ଓଡ଼ିଆ:

୪ ଇଡିଅଟସ୍ଜଗନ୍ନାଥ ମନ୍ଦିରଓଡ଼ିଆwiki.phtmlମହାନଦୀଓଡ଼ିଶୀ ସଙ୍ଗୀତରାଜେନ୍ଦ୍ର କିଶୋର ପଣ୍ଡାଶ୍ରୀନିବାସ ରାମାନୁଜନଜାଭା (ପ୍ରୋଗ୍ରାମିଂ ଭାଷା)ଲସିପଖିଆଓଡ଼ିଆ ମସଲାର ଇଂରାଜୀ ପ୍ରତିଶବ୍ଦକୃଷ୍ଣବିଶ୍ୱ ଏଡ୍‌ସ ଦିବସହୃଷୀକେଶ ପଣ୍ଡାନଟବର ସାମନ୍ତରାୟ୪ (ସଂଖ୍ୟା)ହେମନ୍ତ କୁମାର ଦାସମନୋଜ ଦାସନନ୍ଦିଘୋଷସୋନାଲ ମାନସିଂହକଳସା ଚଉତିଶାଜୟୀରାମ ସାମଲପରିବେଶଶେର ଶାହ ସୁରୀପାକ୍ରିଟିନିବଆଖିମଙ୍ଗଳା ମନ୍ଦିରସ୍ତନ୍ୟପାୟୀଅଚ୍ୟୁତ ନାୟକଜାପାନ ସାଗରସତ୍ୟନାରାୟଣ ରାଜଗୁରୁଶାରଳା ପୁରସ୍କାରପ୍ରଥମ ଭାସ୍କରଏଞ୍ଜେଲା ମେର୍କେଲ୍ବିଶ୍ୱତାପନଶ୍ରଦ୍ଧାକର ସୂପକାରଶାନ୍ତନୁ କୁମାର ଆଚାର୍ଯ୍ୟପାଇକ ଆଖଡ଼ାଜଗନ୍ନାଥଙ୍କ ବେଶଭଦ୍ରକ ଜିଲ୍ଲାଚାଟ୍ ଜିପିଟିଶ୍ରବଣା (ନକ୍ଷତ୍ର)ସାମାଜିକ ଆନ୍ଦୋଳନବ୍ରାହ୍ମ ସମାଜଜୟ ଜଗନ୍ନାଥଡାଲମାରାଜା ରାମମୋହନ ରାୟଓଡ଼ିଆ ଭାଗବତଭାରତୀୟ ସ୍ୱାଧୀନତା ଆନ୍ଦୋଳନସୀତାକାନ୍ତ ମହାପାତ୍ରବୀଣାପାଣି ମହାନ୍ତିସାଲଭାଡୋର ଡାଲିପ୍ରଯୁକ୍ତି ବିଦ୍ୟାଶ୍ରୀଜ୍ୟୋତିର୍ଲିଙ୍ଗଲୋକ ସଭାଯୁକ୍ତରାଷ୍ଟ୍ର ଆମେରିକାଜଣ୍ଡିସ୍ଗୋଲୋକ ବିହାରୀ ଧଳଓଡ଼ିଶାର କଳାମଙ୍ଗଳୁ ଚରଣ ବିଶ୍ୱାଳକୋଷ୍ଠକାଠିନ୍ୟଶ୍ରାଦ୍ଧୟୁ ଟ୍ୟୁବୟୁକ୍ରେନଆନନ୍ଦ ଭବନ ସଂଗ୍ରହାଳୟ ଓ ଅଧ୍ୟୟନ କେନ୍ଦ୍ରଶନିବାରଆଲେକ୍‌ଜାଣ୍ଡର ଫ୍ଲେମିଙ୍ଗମଇ ଦିବସ🡆 More