ଭାରତର ଜାତୀୟ ପତାକା: ଜାତୀୟ ପତାକା

ଭାରତର ଜାତୀୟ ପତାକା ସଂପୂର୍ଣ୍ଣ ଭାରତ ଦେଶକୁ ପ୍ରତିନିଧିତ୍ୱ କରୁଥିବା ଏକ ପତାକା ଅଟେ । ଏହା ୧୯୪୭ ମସିହା ଜୁଲାଇ ୨୨ ତାରିଖରେ ପିଙ୍ଗଳି ଭେଙ୍କୟାଙ୍କଦ୍ୱାରା ପ୍ରସ୍ତୁତ ହୋଇଥିଲା । ପତାକାଟି ଏକ ନିର୍ଦ୍ଧିଷ୍ଟ ଶୈଳୀରେ ନିର୍ମିତ, ଯାହାର ପ୍ରତିଟି ଅଂଶର ନିର୍ଦ୍ଧିଷ୍ଟ ଅର୍ଥ ରହିଛି ।


ଭାରତ
ତିରଙ୍ଗା
ଭାରତର ଜାତୀୟ ପତାକା: ଇତିହାସ, ରଙ୍ଗ ଓ ଆକାର, ଜାତୀୟ ପତାକା ଉଡ଼ାଇବା ବିଧି
Name ତ୍ରିରଙ୍ଗା
Use National flag National flag ଭାରତର ଜାତୀୟ ପତାକା: ଇତିହାସ, ରଙ୍ଗ ଓ ଆକାର, ଜାତୀୟ ପତାକା ଉଡ଼ାଇବା ବିଧି
Proportion 3:2
Adopted ୨୨ଜୁଲାଇ ୧୯୪୭
Design Horizontal tricolour flag (deep saffron, white, and green). In the centre of the white is a navy blue wheel with 24 spokes
Designed by ପିଙ୍ଗାଲି ଭେଙ୍କୟା

ଇତିହାସ

ଭାରତର ଜାତୀୟ ପତାକା: ଇତିହାସ, ରଙ୍ଗ ଓ ଆକାର, ଜାତୀୟ ପତାକା ଉଡ଼ାଇବା ବିଧି 
୧୯୨୧ରେ କଂଗ୍ରେସ ସମ୍ମିଳନୀରେ ଗୃହୀତ ଜାତୀୟ ପତାକା
ଭାରତର ଜାତୀୟ ପତାକା: ଇତିହାସ, ରଙ୍ଗ ଓ ଆକାର, ଜାତୀୟ ପତାକା ଉଡ଼ାଇବା ବିଧି 
୧୯୩୧ରେ କଂଗ୍ରେସ ସମ୍ମିଳନୀରେ ଗୃହୀତ ସ୍ୱରାଜ ପତାକା
ଭାରତର ଜାତୀୟ ପତାକା: ଇତିହାସ, ରଙ୍ଗ ଓ ଆକାର, ଜାତୀୟ ପତାକା ଉଡ଼ାଇବା ବିଧି 
୧୯୪୭ ମସିହା ନଭେମ୍ବର ୨୧ ତାରିଖରେ ଲୋକାର୍ପିତ ସ୍ୱାଧୀନ ଭାରତର ପ୍ରଥମ ଷ୍ଟାମ୍ପରୂପେ ଭାରତୀୟ ଜାତୀୟ ପତାକା

ଭାରତୀୟ ସ୍ୱାଧୀନତା କ୍ରାନ୍ତି ସମୟ ମଧ୍ୟରେ ଭାରତୀୟ ପତାକାର ନକ୍ସା ବହୁତ ପରିବର୍ତ୍ତନ ଦେଇ ଗତି କରିଥିଲା। ୧୮୫୭ ମସିହା ବିଦ୍ରୋହ ସମୟରେ ପ୍ରଥମେ ଜଣେ ଇଂରେଜ ଶାସକଙ୍କଦ୍ୱାରା ଭାରତର ଏକକୀୟ ପତାକା ନିର୍ମାଣର ପ୍ରସ୍ତାବ ଆସିଥିଲା। ଅତୀତରେ ବହୁ ପରିବର୍ତ୍ତନ ଘଟିବା ପରେ ଶେଷରେ ସ୍ୱାଧୀନ ଭାରତର ଜାତୀୟ ପତାକା ଭାବେ ତ୍ରିରଙ୍ଗାକୁ ଗ୍ରହଣ କରାଯାଇଛି । ଭାରତର ପ୍ରଥମ ଜାତୀୟ ପତାକା ୧୯୦୬ ମସିହା ଅଗଷ୍ଟ ୭ରେ କଲିକତାସ୍ଥିତ ପାର୍ସି ବାଗାନ ଛକ (ଗ୍ରୀନ ପାର୍କ)ରେ ଉତ୍ତୋଳନ କରାଯାଇଥିବା କୁହାଯାଏ । ସେତେବେଳେ ଏହି ପତାକାର ରଙ୍ଗ ଲାଲ, ହଳଦୀ ଓ ସବୁଜ ଥିଲା । ଦ୍ୱିତୀୟ ଜାତୀୟ ପତାକା ଜର୍ମାନୀର ଷ୍ଟୁଟଗାର୍ଟ ସହରରେ ୧୯୦୭ ମସିହା ଅଗଷ୍ଟ ୨୨ରେ ଉତ୍ତୋଳନ କରାଯାଇଥିଲା । ଏହାକୁ ସେତେବେଳେ ସପ୍ତର୍ଷି ପତାକା କୁହାଯାଉଥିଲା । ୧୯୦୬ ପତାକାଠାରୁ ଏହା ଦେଖିବାକୁ ଟିକେ ଭିନ୍ନ ଥିଲା । ଏହି ପତାକାର ଉପରେ ପଦ୍ମ ଚିହ୍ନ ଓ ସପ୍ତର୍ଷିଙ୍କୁ ଦର୍ଶାଉ ଥିବା ୭ଟି ତାରା ଥିଲା । ୧୯୧୭ରେ ୩ୟ ଥର ପାଇଁ ପତାକାର ପରିବର୍ତ୍ତନ ହୋଇଥିଲା । ଡ. ଆନିବେଶାନ୍ତଙ୍କ "ହୋମ ରୁଲ୍‍' ଆନ୍ଦୋଳନ ସମୟରେ ପତାକାର ରଙ୍ଗ ଲାଲ ଓ ସବୁଜ ରଙ୍ଗ ଥିଲା । ୧୯୨୧ ମସିହାରେ ଆନ୍ଧ୍ର ପ୍ରଦେଶର ବିଜୟୱାଡାରେ ଜାତୀୟ କଂଗ୍ରେସ କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା । ପିଙ୍ଗଳି ଭେଙ୍କୟା ନାମକ ଆନ୍ଧ୍ର ପ୍ରଦେଶର ଜଣେ ଯୁବକ ଭାରତୀୟ ଜାତୀୟ ପତାକାର ଏକ ଡିଜାଇନ ପ୍ରସ୍ତୁତ କରି ମହାତ୍ମା ଗାନ୍ଧୀଙ୍କୁ ପ୍ରଦାନ କରିଥିଲେ । ଏହି ପତାକାରେ ଲାଲ ଓ ସବୁଜ ଏହିପରି ୨ଟି ରଙ୍ଗ ଥିଲା । ଏହି ଦୁଇ ରଙ୍ଗ ହିନ୍ଦୁ ଓ ମୁସଲମାନ୍‍ ଦୁଇ ପ୍ରମୁଖ ଧର୍ମର ପ୍ରତୀକ ଥିଲା । ତେବେ ଏହି ଦୁଇ ସମ୍ପ୍ରଦାୟକୁ ଛାଡି ଅନ୍ୟ ଧର୍ମାବଲମ୍ବିଙ୍କ ପାଇଁ ମଝିରେ ଧଳା ରଙ୍ଗ ଦେବାକୁ ଗାନ୍ଧିଜୀ ପ୍ରସ୍ତାବ ଦେଇଥିଲେ । ୧୯୩୧ରେ କେଶରୀ, ଧଳା ଓ ସବୁଜ ରଙ୍ଗରେ ଜାତୀୟ ପତାକା ତିଆରି କରାଯାଇଥିଲା । ପତାକାର ମଝିରେ ଅରଟ ଚିହ୍ନ ଥିଲା । ତେବେ ଏହି ପତାକାର ପରିବର୍ତ୍ତନ କରାଯାଇଥିଲା । ଶେଷରେ ପତାକାର ଶୀର୍ଷ ଭାଗରେ କେଶରୀ, ମଝିରେ ଧଳା ଓ ନିମ୍ନ ଭାଗ ଘନ ସବୁଜ ରଙ୍ଗ ଓ ସମସ୍ତ ରଙ୍ଗ ସମାନ ପ୍ରକାକାର ଆୟତନରେ ସଜ୍ଜିତ ହେବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା । ପତାକାର ମଝିରେ ୨୪ଟି ଅର ବିଶିଷ୍ଟ ନୀଳ ରଙ୍ଗର ଚକ୍ର ରହିବା ଆବଶ୍ୟକ । ଏହି ଆକୃତିର ପତାକାକୁ ୨୨ ଜୁଲାଇ ୧୯୪୭ରେ ସାମ୍ବିଧାନିକ କମିଟି ଗ୍ରହଣ କରି ନେଇଥିଲା । ସେହିଦିନଠାରୁ ଭାରତର ଜାତୀୟ ପତାକାକୁ ତ୍ରିରଙ୍ଗା କୁହାଯାଉଛି ।

ରଙ୍ଗ ଓ ଆକାର

Materials 3.1.2.2: Colours
ରଙ୍ଗ X Y Z ଚମକ
ଧଳା ୦.୩୧୩ ୦.୩୧୯ ୦.୩୬୮ ୭୨.୬
ନାରଙ୍ଗୀ ୦.୫୩୮ ୦.୩୬୦ ୦.୧୦୨ ୨୧.୫
ସବୁଜ ୦.୨୮୮ ୦.୩୮୫ ୦.୩୧୭ ୮.୯
ଭାରତୀୟ ଜାତୀୟ ପତାକାର ଆକାର
ପତାକା ଆକାର ଲମ୍ବ ଓ ଚଉଡା(ମିମି) ଅଶୋକ ଚକ୍ରର ଆକାର(ମିମି)
୬୩୦୦x୪୨୦୦ ୧୨୯୫
୩୬୦୦ × ୨୪୦୦ ୭୪୦
୨୭୦୦ × ୧୮୦୦ ୫୫୫
୧୮୦୦ × ୧୨୦୦ ୩୭୦
୧୩୫୦ × ୯୦୦ ୨୮୦
୯୦୦ × ୬୦୦ ୧୮୫
୪୫୦ × ୩୦୦ ୯୦
୨୨୫ × ୧୫୦ ୪୦
୧୫୦ × ୧୦୦ ୨୫

ଏହି ପତାକାର ଉପରେ ନାରଙ୍ଗୀ, ମଝିରେ ଧଳା ଓ ତଳେ ସବୁଜ ରହିଛି । ମଝିରେ ଥିବା ଧଳା ରଙ୍ଗ ଉପରେ ୨୪ ଅଖ ଥିବା ଅଶୋକ ଚକ୍ର ମଧ୍ୟ ରହିଛି । ପତାକାର ଉପରେ ଥିବା କେଶରୀ ରଙ୍ଗ ଦେଶବାସୀଙ୍କ ସାହସ ଓ ବୀରତ୍ୱକୁ ସୂଚାଇ ଥାଏ । ସେହିରି ମଝିରେ ଥିବା ଧଳା ରଙ୍ଗ ସତ୍ୟ ଓ ଶାନ୍ତିର ପ୍ରତୀକ ଏବଂ ନିମ୍ନରେ ଥିବା ଘନ ସବୁଜ ରଙ୍ଗ ଭ୍ରାତୃତ୍ୱର ପ୍ରତୀକ ବହନ କରେ । ମଝିରେ ଥିବା ଅଶୋକ ଚକ୍ର ଦେଶର ପ୍ରଗତିକୁ ସୂଚାଇ ଥାଏ । ପତାକାର ମଝିରେ ଶୋଭା ପାଉଥିବା ଅଶୋକ ଚକ୍ର ବା ଧର୍ମ ଚକ୍ର ଦେଶ ପ୍ରଗତିର ପ୍ରତୀକ । ଏଥିରୁ ନାଗରିକଙ୍କୁ ଦେଶ ଭକ୍ତିର ପ୍ରେରଣା ମିଳିଥାଏ । ମୌର୍ଯ୍ୟ ସମ୍ରାଟ ଅଶୋକ ସାରନାଥଠାରେ ଏକ ସିଂହ ସହ ଏହି ଚକ୍ରର ନିର୍ମାଣ କରିଥିଲେ ।ଏହାର ସବୁ ରଙ୍ଗ ମହାନତାର ପ୍ରତିକ ଅଛି ।

ଜାତୀୟ ପତାକା ଉଡ଼ାଇବା ବିଧି

ଭାରତର ଜାତୀୟ ପତାକା: ଇତିହାସ, ରଙ୍ଗ ଓ ଆକାର, ଜାତୀୟ ପତାକା ଉଡ଼ାଇବା ବିଧି 
ପତାକା ଶୋଭାଯାତ୍ରା
ଭାରତର ଜାତୀୟ ପତାକା: ଇତିହାସ, ରଙ୍ଗ ଓ ଆକାର, ଜାତୀୟ ପତାକା ଉଡ଼ାଇବା ବିଧି 
ଲାଲ କିଲ୍ଲା(ଦିଲ୍ଲୀ)ଠାରେ ଭାରତୀୟ ପତାକା

୨୬ ଜାନୁୟାରୀ ୨୦୦୨ରେ ଜାତୀୟ ପତାକା କୋଡରେ ସଂଶୋଧନ କରାଯାଇଥିଲା । ଜଣେ ନାଗରିକ ବା ଯେକୌଣସି ସରକାରୀ ଓ ବେସରକାରୀ ଅନୁଷ୍ଠାନ ଜାତୀୟ ପତାକା ଉଡ଼ାଇବାକୁ ଚାହୁଁଥିଲେ ନିମ୍ନୋକ୍ତ ନିୟମ ଅନୁକରଣ କରିବା ଉଚିତ୍‍:

  • ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ସରକାରୀ, ବେସରକାରୀ କାର୍ଯ୍ୟାଳୟ ଯେକୌଣସି ଦିନ ପତାକା ଉତ୍ତୋଳନ କରିପାରିବେ । ପତାକାର ଗରିମା ଯେପରି କ୍ଷୁଣ୍ଣ ନହୁଏ ସେଥିପ୍ରତି ଧ୍ୟାନ ଦେବା ଆବଶ୍ୟକ ।
  • ବିଦେଶୀ ନାଗରିକମାନେ ମଧ୍ୟ ଭାରତ ମଧ୍ୟରେ ପତାକା ଉତ୍ତୋଳନ କରିପାରିବେ । ସେମାନଙ୍କ ଘର ବା କାର୍ଯ୍ୟାଳୟ ଉପରେ ପତାକା ଲଗାଇ ପାରିବେ ।
  • କୌଣସି ନିର୍ଦିଷ୍ଟ ସମ୍ପ୍ରଦାୟ ପୃଥକ୍‍ ଭାବେ ଜାତୀୟ ପତାକା ବ୍ୟବହାର କରିପାରିବେ ନାହିଁ । ଏହା ବ୍ୟତୀତ ଜାତୀୟ ପତାକାରେ କୌଣସି ପୋଷାକ କିମ୍ବା ଅନ୍ୟ ବ୍ୟବହୃତ ବା ପରିଧାନ ସାମଗ୍ରୀ ପ୍ରସ୍ତୁତ କରିବା ଉଚିତ୍‍ ନୁହେଁ । ପାଗ ଯେପରି ହେଉ ନା କାହିକି ସୂର୍ଯ୍ୟୋଦୟ ପରଠାରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଜାତୀୟ ପତାକା ଉଡ଼ାଇବା ବିଧି ରହିଛି ।
  • ପତାକାକୁ ଭୂମିରେ ଛୁଆଁଇବା କିମ୍ବା ପାଣିରେ ବୁଡ଼ାଇବା ବେଆଇନ । କୌଣସି ଗାଡି, ଟ୍ରେନ, ପାଣି ଜାହାଜ ଓ ଉଡ଼ାଜାହାଜରେ ଜାତୀୟ ପତାକା ଲଗାଇବା ଉଚିତ୍‍ ନୁହେଁ । ପତାକାଠାରୁ ଉଚ୍ଚରେ ଅନ୍ୟ କୌଣସି ଜିନିଷ ରଖିବା ବେଆଇନ ।
  • ଖଦି କିମ୍ବା ହସ୍ତତନ୍ତରେ ଜାତୀୟ ପତାକା ତିଆରି ହେବା ଆବଶ୍ୟକ । ଅନ୍ୟ କୌଣସି ସାମଗ୍ରୀରେ ପତାକା ପ୍ରସ୍ତୁତ କରିବା ବେଆଇନ । ଏଥିପାଇଁ ଜୋରିମାନା ସହ ୩ ବର୍ଷ ଜେଲ ହୋଇପାରେ ।

ଆଧାର

ଆହୁରି ଦେଖିପାରିବେ

Tags:

ଭାରତର ଜାତୀୟ ପତାକା ଇତିହାସଭାରତର ଜାତୀୟ ପତାକା ରଙ୍ଗ ଓ ଆକାରଭାରତର ଜାତୀୟ ପତାକା ଜାତୀୟ ପତାକା ଉଡ଼ାଇବା ବିଧିଭାରତର ଜାତୀୟ ପତାକା ଆଧାରଭାରତର ଜାତୀୟ ପତାକା ଆହୁରି ଦେଖିପାରିବେଭାରତର ଜାତୀୟ ପତାକା

🔥 Trending searches on Wiki ଓଡ଼ିଆ:

ଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାହୃଷୀକେଶ ପଣ୍ଡାଶ୍ରୀ ଅରବିନ୍ଦପ୍ରଧାନ ପୃଷ୍ଠାକାଞ୍ଚନ ଅୱସ୍ତିଯୌନ ସମ୍ଭୋଗଗୋଦାବରୀଶ ମହାପାତ୍ରଶ୍ରୀରାଧାସାରଳା ସମ୍ମାନପୁରୀଗଙ୍ଗଶିଉଳୀସେପ୍ଟେମ୍ବର୧୦ ଅଗଷ୍ଟସମ୍ବଲପୁରଚନ୍ଦ୍ରଗୁପ୍ତବନ୍ଧୁ ମହାନ୍ତିରାସାୟନିକ ମୌଳିକ୧୨ ଫେବୃଆରୀଗୋପାଳ ଚନ୍ଦ୍ର ପ୍ରହରାଜପ୍ରଦ୍ୟୁମ୍ନ ଲେଙ୍କାଏଚଆଇଭି/ଏଡସହୋଲିଦ୍ରାଘିମାଭାରତର ଜାତୀୟ ପତାକାଲୋକ ସଭାହରେକୃଷ୍ଣ ମହତାବହିଙ୍ଗୁଳା ମନ୍ଦିରସ୍ଵପ୍ନେଶ୍ଵର ମନ୍ଦିର,କେନ୍ଦୁସାହିଓଡ଼ିଶା ବିଧାନ ସଭାଲଣ୍ଡନ୧୭୩୬ବାରାକ ଓବାମାମାସଯକୃତକବିସୂର୍ଯ୍ୟ ବଳଦେବ ରଥପ୍ରଥମାଷ୍ଟମୀଓଡ଼ିଆ ଭାଷାଅଚ୍ୟୁତାନନ୍ଦ ଦାସଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିଭାରତୀୟ ସ୍ୱାଧୀନତା ଆନ୍ଦୋଳନପୁରୁଷୋତ୍ତମ ଦେବଏସିଆଜଣ୍ଡିସ୍ତରଭୁଜଓଡ଼ିଆ ଲିପିମି ଠୁ (ହ୍ୟାସଟ୍ୟାଗ)ମାଳିକାପଟ୍ଟଚିତ୍ରଯଶୋବନ୍ତ ଦାସଅପରାଜିତା ଷଡ଼ଙ୍ଗୀମାୟାଧର ମାନସିଂହକଦଳୀଗଛଓଡ଼ିଆ କବି ମାନଙ୍କର ତାଲିକାଦେଓମାଳୀଅମର ପ୍ରସାଦ ଶତପଥୀମହିମା ଧର୍ମଭଦଭଦଳିଆବିଅରଚକ୍ରଧର ବେହେରାମଧୁସୂଦନ ରାଓରଥଯାତ୍ରାପ୍ରତିଭା ଶତପଥୀରାଷ୍ଟ୍ରପତି ଭବନଅଷ୍ଟ୍ରେଲିଆଦୀନକୃଷ୍ଣ ଦାସଚିନ୍ତାମଣି ବେହେରାଛବିଳ ମଧୁ ବର୍ଣ୍ଣବୋଧଇଣ୍ଡିଆନ ପ୍ରିମିଅର ଲିଗକାଳୀଚରଣ ପଟ୍ଟନାୟକବୋବ୍ୱିଲି🡆 More