ଶ୍ରୀ

ଶ୍ରୀ ହେଉଛି ଶକ୍ତି। ମହାପ୍ରଭୁ ଜଗନ୍ନାଥ ଶ୍ରୀ ଶକ୍ତିକୁ ଧରିଛନ୍ତି । ସେଥିପାଇଁ କୁହାଯାଇଛି ଶ୍ରୀଜଗନ୍ନାଥ । ଶ୍ରୀଙ୍କ କ୍ଷେତ୍ର ଶ୍ରୀକ୍ଷେତ୍ରରେ ଶ୍ରୀଙ୍କ ମନ୍ଦିର ଶ୍ରୀମନ୍ଦିରରେ ପୂଜିତ ହେଉଛନ୍ତି ମହାପ୍ରଭୁ । ଶ୍ରୀମନ୍ଦିରରେ ରୋଷଶାଳାରେ ହେଉଛି ଛପନ ପଉଟି ଭୋଗ ,ସେହି ଭୋଗକୁ ଶ୍ରୀଙ୍କ ପତି ଶ୍ରୀପତି ଶ୍ରୀଜଗନ୍ନାଥ ସେବନ କରୁଛନ୍ତି । ତେଣୁ ସେହି ପ୍ରସାଦ କେବଳ ମହାପ୍ରସାଦ ନୁହେଁ ତାହା ଶ୍ରୀଶ୍ରୀପ୍ରସାଦ । ଶ୍ରୀଙ୍କ ବିନା ପ୍ରସାଦର ପରିକଳ୍ପନା ହେଉନଥିବାରୁ ଏହାକୁ ଶ୍ରୀପ୍ରସାଦ ବୋଲି କହନ୍ତି । କିନ୍ତୁ ଏବେ ମହାପ୍ରସାଦ ବା ମହାର୍ଦ୍ଦ ବୋଲି କହୁଛନ୍ତି ।

ଶ୍ରୀ
ସଂସ୍କୃତରେ ଶ୍ରୀ

ଐତିହାସିକଙ୍କ ମତ

ମହାପ୍ରଭୁଙ୍କ ପ୍ରସାଦର ନାମ ଶ୍ରୀଶ୍ରୀପ୍ରସାଦ ହେଲେ ଏହାର ଯଥାର୍ଥତା ବିଶାଳ ହବ । ଶାଣ୍ଡିଲ୍ୟ ମହର୍ଷିଙ୍କ ଅମଳ କଥା । ଐତିହାସିକମାନେ ମହର୍ଷି ଶାଣ୍ଡିଲ୍ୟଙ୍କ ସମୟକୁ ଚତୁର୍ଥ ଶତାବ୍ଦୀ ବୋଲି ଧାର୍ଯ୍ୟ କରିଛନ୍ତି । ଧ୍ୟାନରତ ମହର୍ଷି ଅଖଣ୍ଡ ଭାରତର ସମସ୍ତ ଧର୍ମ ପିଠା ବୁଲିବାକୁ ଇଛା କଲେ। ସବୁ ଧର୍ମ ପିଠା ଭ୍ରମଣ କଲେ । ଶେଷରେ ତାଙ୍କର ଇଛା ହେଲା ପୁରୁଷୋତ୍ତମ ଧାମକୁ ଯାନୀ ଦର୍ଶନ କରିବେ । ଶ୍ରୀକ୍ଷେତ୍ରରେ ପହଞ୍ଚି ମହାପ୍ରଭୁଙ୍କ ଚତୁର୍ଦ୍ଧାମୂର୍ତ୍ତିଙ୍କ ଲୀଳା ଦେଖିଲେ, ପ୍ରସାଦ ମଧ୍ୟ ସେବନ କଲେ । ଶ୍ରୀ ପୁରୁଷୋତ୍ତମ କ୍ଷେତ୍ରରୁ ଫେରିଲାପରେ ସେ ପୋଥିଟିଏ ଲେଖିଲେ ଏବଂ ତାରନାମ ଦେଲେ ଶାଣ୍ଡିଲ୍ୟସଂହିତା । ଏହି ସଂହିତାଟି ମୋଟ ୫ ଖଣ୍ଡ ପୋଥିକୁ ନେଇ ରଚନା କଲେ । ୪ ଖଣ୍ଡକୁ ବାଦ ଦେଲେ ପଞ୍ଚମ ଖଣ୍ଡ ପୋଥି ହଉଛି ହରିଭକ୍ତ ଖଣ୍ଡ। ହରିଭକ୍ତ ଖଣ୍ଡର ୪ର୍ଥ ଅଂଶର ୧୧ ଅଧ୍ୟାୟରେ ମହାପ୍ରଭୁଙ୍କୁ ଦର୍ଶନ କରିବାର ଅନୁଭୂତିକୁ ବର୍ଣ୍ଣନା କରାଯାଇଛି ।

ଶାଣ୍ଡିଲ୍ୟ ଲେଖିଛନ୍ତି ଭାରତର ଅନେକ କ୍ଷେତ୍ରକୁ ଯିବାପରେ ଶେଷରେ ଜଗନ୍ନାଥ କ୍ଷେତ୍ରରେ ପହଞ୍ଚିଥିଲେ । ମହାପ୍ରଭୁ କ୍ଷେତ୍ରର ବହୁ ପ୍ରସିଦ୍ଧି ସେ ଶୁଣିଥିଲେ । ହେଲେ ସେସବୁ ତାଙ୍କ ମନକୁ ପାଇଲା ନାହିଁ । ଏହାପରେ ସେ ଆଖି ବନ୍ଦ କରି ଦୀର୍ଘ ସମୟ ଢେର ବିଚାର କଲେ । ମୁଦ୍ରିତ ଚକ୍ଷୁ ଖୋଲିଲେ, ସେତେବେଳକୁ ସେ ଭାବରେ ଗଦଗଦ ହୋଇ ପଡିଥିଲେ ସେ । ଶିଷ୍ୟମାନଙ୍କ ଆଗରେ ତାଙ୍କ ପାଟିରୁ ବାହାରି ଆସିଲା 'ଆଃ! ଏହି ତ ପ୍ରକୃତ ସତକ୍ଷେତ୍ର' । ସତ୍ୟର ଯେପରି ବିନାଶ ନାହିଁ ,ସେହିପରି ସତକ୍ଷେତ୍ରର ମଧ୍ୟ ବିନାଶ ନାହିଁ । ତେଣୁ ଶ୍ରୀକ୍ଷେତ୍ରରେ ମହର୍ଷି ବହୁଦିନ ପର୍ଯ୍ୟନ୍ତ ରହିଯାଇଥିଲେ ଓ ରହଣି କଳାରେ ସେ ପ୍ରସାଦ ସେବା କଲେ । ପ୍ରସାଦ ସେବା କଲା ପରେ ସେ ବୁଝିଲେ ,ଏହି ପ୍ରସାଦ ହେଉଛି ଦିବ୍ୟପ୍ରସାଦ । ଶିଷ୍ୟଙ୍କୁ ଡାକିକହିଲେ, ଏହା ମହାପ୍ରସାଦ ନୁହେଁ । ଏହି କ୍ଷେତ୍ର ଓ ମନ୍ଦିର ହେଉଛି 'ଶ୍ରୀ'ଦେବୀଙ୍କର । ତାଙ୍କରି ନାମରେ ଏହା 'ଶ୍ରୀକ୍ଷେତ୍ର' ଓ ତାଙ୍କ ଋ ନାମରେ ଏହା ଶ୍ରୀମନ୍ଦିର। ତାଙ୍କଦ୍ୱାରା ହିଁ ପାକଶାଳାରେ ରନ୍ଧନ କାର୍ଯ୍ୟ ହଉଛି । ତେଣୁ ତାଙ୍କ ପ୍ରସ୍ତୁତ ପ୍ରସାଦ ମହାପ୍ରସାଦ କାହିଁକି 'ଶ୍ରୀପ୍ରସାଦ'କାହିଁକି ନହେବ ।

ସେ ଆହୁରି କହିଛନ୍ତି  : ମହାପ୍ରଭୁଙ୍କର ଶକ୍ତି ବା ପତ୍ନୀ । ତେଣୁ ମହାପ୍ରଭୁ ହୋଉଛନ୍ତି ଶ୍ରୀପତି । ପାକାଶାଳାରେ ରୋଷେଇ ହେଉଛି ପ୍ରସାଦ । ପ୍ରସାଦ ରୋଷେଇ ହେବା ପୂର୍ବରୁ ହେଉଛି ପାଗ , ଯାହା 'ଶ୍ରୀ'ପାଗ । ଶ୍ରୀଦେବୀ ରୋଷେଇ କରିଥିବା ପ୍ରସାଦକୁ ଶ୍ରୀପତି ସେବନ କରୁଛନ୍ତି । ଦୁଇ ଶକ୍ତିର ମିଶ୍ରଣରେ ସୃଷ୍ଟି ଏହି ଦିବ୍ୟ ପ୍ରସାଦ 'ଶ୍ରୀଶ୍ରୀପ୍ରସାଦ' ହେବ ।

"ମହର୍ଷି ଶାଣ୍ଡିଲ୍ୟ" ହେଉଛନ୍ତି ପ୍ରଥମ ମହର୍ଷି, ମହାପ୍ରସାଦକୁ 'ଶ୍ରୀପ୍ରସାଦ' ଭାବେ ଘୋଷଣା କରିଛନ୍ତି । ସେ ଲେଖିଯାଇଛନ୍ତି ବହୁ ଅକୁହା କଥା । ସେହି ସଂହିତାରେ ସେ ବର୍ଣ୍ଣ କରିଛନ୍ତି , ଶ୍ରୀକ୍ଷେତ୍ର ବା ଶ୍ରୀମନ୍ଦିର ଅଧିପତି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ କେବଳ ଜଗତର ସୃଷ୍ଟି କର୍ତ୍ତା ବୋଲି ଗ୍ରହଣ କରିପାରି ନାହାଁନ୍ତି । ତାଙ୍କ ମହାପ୍ରଭୁ କେବଳ ଜଗତର ସୃଷ୍ଟି କର୍ତ୍ତା ନୁହଁନ୍ତି ,ତାଙ୍କ ମତରେ ମହାପ୍ରଭୁ ହେଉଛନ୍ତି ଜଗତରସ୍ୱରୂପ । ବହୁ ଦିନର ସାଧନା ପରେ ମହର୍ଷି ଶାଣ୍ଡିଲ୍ୟ ଦିନେ ଶିଷ୍ୟଙ୍କୁ ଡାକି କହିଲେ , ଜଗତ ଓ ଜଗନ୍ନାଥ ମଧ୍ୟରେ ମୁଁ କୌଣସି ପାର୍ଥକ୍ୟ ଦେଖି ପାରୁ ନହିଁ । ଜଗତ ହିଁ ଜଗନ୍ନାଥ ଓ ଜଗନ୍ନାଥ ହିଁ ଜଗତ । ତେଣୁ ଏ ହେଉଛନ୍ତି ସାକ୍ଷାତ ପରଂବ୍ରହ୍ମ । ==ଆଧାର==}} 787858094483

Tags:

ଜଗନ୍ନାଥମହାପ୍ରସାଦଶ୍ରୀମନ୍ଦିର

🔥 Trending searches on Wiki ଓଡ଼ିଆ:

ମୟୂରଭଞ୍ଜ ଜିଲ୍ଲାଶ୍ରୀନିବାସ ରାମାନୁଜନଗୌତମ ବୁଦ୍ଧଭୂଗୋଳରେଶମ ପଥଜଗନ୍ନାଥ ଦାସଟମ୍ ଖା କାଇନନ୍ଦନକାନନ ଜୀବ ଉଦ୍ୟାନଓଡ଼ିଆ କବି ମାନଙ୍କର ତାଲିକାଚିନ୍ତାମଣି ବେହେରାଦାସିଆ ବାଉରୀଜନ୍ମ ନିରୋଧବୁଧମଦର ଟେରେସାଚଇତି ଘୋଡ଼ା ନାଚକଳାହାଣ୍ଡି ଜିଲ୍ଲାସୋନାଲ ମାନସିଂହବାଘ୧୯୮୪ଅଣ୍ଡାଭଗବତୀ ଚରଣ ପାଣିଗ୍ରାହୀପ୍ରତିଭା ଶତପଥୀଭାଷାଏଞ୍ଜେଲା ମେର୍କେଲ୍ଗଙ୍ଗାଧର ମେହେରକୋଣାର୍କ ସୂର୍ଯ୍ୟ ମନ୍ଦିରଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିକାଗଜନେତୃତ୍ୱମନୋରଞ୍ଜନ ଦାସମଙ୍ଗଳା ମନ୍ଦିରଓଡ଼ିଆ ସାହିତ୍ୟର ଇତିହାସଓଡ଼ିଶାର ଭୂଗୋଳଅଚ୍ୟୁତ ଗୋକୁଳ ନାୟକବୈଶାଖଜଗନ୍ନାଥଙ୍କ ଧୂପହୃଷୀକେଶ ମଲ୍ଲିକଶୈଳବାଳା ଦାସଢଗ ଢମାଳିଶରତ କୁମାର ମହାନ୍ତିଆନନ୍ଦ ଭବନ ସଂଗ୍ରହାଳୟ ଓ ଅଧ୍ୟୟନ କେନ୍ଦ୍ରଶ୍ରୀଜଗନ୍ନାଥ ଓ ପଞ୍ଚସଖା ସାହିତ୍ୟଭାରତର ଜାତୀୟ ପତାକାମୁକୁନ୍ଦ ଦେବଗିରିଧର ଗମାଙ୍ଗଲକ୍ଷ୍ମୀନାରାୟଣ ସାହୁ୧୯୦୫ହନୁମାନ ଚାଳିଶାଅପରେଟିଙ୍ଗ ସିଷ୍ଟମକୋଚିଲାଉଦ୍ଭିଦତାଳଚେର ତାପଜ ବିଦ୍ୟୁତ କେନ୍ଦ୍ରରାଜକିଶୋର ରାୟଗଣ୍ଡାଅଷ୍ଟ୍ରେଲିଆବନ୍ଦେ ଉତ୍କଳ ଜନନୀକୁଞ୍ଜବିହାରୀ ଦାଶଫସ୍‌ଫରସଉତ୍କଳ ବ୍ରାହ୍ମଣରବୀନ୍ଦ୍ରନାଥ ଠାକୁରକୋଷ୍ଠକାଠିନ୍ୟଚିଲିକା ହ୍ରଦଶ୍ରୀତମ ଦାସକୁନ୍ତଳା କୁମାରୀ ସାବତପୋଟଳ ରସାବିଜ୍ଞାନବର୍ଷାଧର୍ମଆମ୍ବ🡆 More