ଚଇତି ଘୋଡ଼ା ନାଚ: ଭାରତୀୟ ଲୋକନୃତ୍ୟ

ଚଇତି ଘୋଡ଼ା ନାଚ (ଘୋଡ଼ା ନାଚ, ଚଇତାଳି ଘୋଡ଼ା ନାଟ ନାମରେ ମଧ୍ୟ ଜଣା) ଓଡ଼ିଶାର ଏକ ପାରମ୍ପରିକ ଲୋକନୃତ୍ୟ । ଏହା ମୁଖ୍ୟତଃ ଓଡ଼ିଶାର ଉପକୂଳ ଅଞ୍ଚଳରେ କେଉଟମାନଙ୍କଦ୍ୱାରା ଆରମ୍ଭ ହୋଇ ସେହି ଅଞ୍ଚଳମାନଙ୍କରେ ଚୈତ୍ର ମାସ ପୂର୍ଣ୍ଣିମା ତିଥିରେ ପରିବେଷିତ ହୋଇଥାଏ । କେଉଟମାନେ ବାଉଁଶ ବତାରେ ଘୋଡ଼ାର ପାଦହୀନ ଦେହ ଓ ବେକ ଆକାରର ଗୋଟିଏ ଥାଟ ତିଆରି କରି ତା ଉପରେ ଲୁଗା ଆଦି ଘୋଡ଼ାନ୍ତି ଓ ବେକ ଉପରେ ଘୋଡ଼ାମୁହଁ ପରି ଚିତ୍ରିତ ମୁଖାଟିଏ ଲଗାନ୍ତି ଉକ୍ତ ଚଇତିଘୋଡ଼ାର ପିଠିରେ ଗୋଟିଏ କଣା ଥାଏ ସେହି କଣାବାଟେ ମନୁଷ୍ୟ ଅଣ୍ଟା ପର୍ଯ୍ୟନ୍ତ ପଶି କରି ଭୂମିରେ ଠିଆହୁଏ ଓ ଘୋଡ଼ାରୂପର ଆଗରୁ ଓ ପଛରୁ ଡ଼ୋରି ଲଟକା ଯାଏ ମନୁଷ୍ୟର ଅଣ୍ଟାଠାରୁ ନିମ୍ନ ଅଂଶ ଘୋଡ଼ା ଭିତରେ ଲୁଚି ଥାଏ ଓ ଅଣ୍ଟାଠାରୁ ଉପର ଅଂଶ ଘୋଡ଼ା ଭିତରେ ବସିବା ପରି ଅନୁମିତ ହୁଏ । ଏ ବ୍ୟକ୍ତି ନାଚିବା ସଙ୍ଗେ ସଙ୍ଗେ ଘୋଡ଼ା ମଧ୍ୟ ନାଚେ ଘୋଡ଼ାର ମୁହଁଆଡ଼େ ଲଗାମପରି କନାଡ଼ୋରି ବନ୍ଧା ହୋଇଥାଏ ଉକ୍ତ ଡ଼ୋରିକୁ ନାଚିବାବାଲା ଧରି ଘୋଡ଼ାର ଲଗାମ ଧରିବାର ଅଭିନୟ କରେ କେଉଟମାନେ ଏହି ପର୍ବ ଉପଲକ୍ଷରେ ଚଢ଼େଇବା ଓ ଚଢ଼ଉଣୀ ବେଶ ହୋଇ ନାଚନ୍ତି ଓ ଗୀତ ବୋଲନ୍ତି । ଘୋଡ଼ାନାଚରେ ଜଣେ ଲେଖାଏଁ ଗାୟକ, ପାଳିଆ, ଢୋଲକିଆ, ମହୁରିଆ, ରାଉତ, ରାଉତାଣୀ ଥାଆନ୍ତି । ଗାୟକ ବିଷୟବସ୍ତୁ ଗାଉଥିବା ବେଳେ ପାଳିଆ ପାଳିଧରେ, ଢୋଲକିଆ ବାଜା ବଜାଏ ଓ ରାଉତ ସଜ୍ଜିତ କାଠଘୋଡ଼ା ଚଢ଼ି ରାଉତାଣୀ ସହ ନୃତ୍ୟ କରୁଥାଏ । ମା’ ବାସେଳୀଙ୍କ ବନ୍ଦନାରୁ ଆରମ୍ଭ ହୁଏ ଘୋଡ଼ାନାଚ, ପରେ ରାଧାକୃଷ୍ଣଙ୍କ ଲୀଳା, ଶିବପାର୍ବତୀଙ୍କ କାହାଣୀକୁ ଗୀତ ଓ ନୃତ୍ୟ ମାଧ୍ୟମରେ ପରିବେଷଣ କରାଯାଏ । ଏଥିପାଇଁ କୌଣସି ନିର୍ଦ୍ଧିଷ୍ଟ ବହି ନଥାଏ କୈବର୍ତ୍ତ ଗୀତା, କୈବର୍ତ୍ତ ପୁରାଣ ଓ କୈବର୍ତ୍ତ ସଂହିତାରୁ ବିଷୟବସ୍ତୁ ଉଦ୍ଧାର କରି ଗାୟକ ସେଗୁଡ଼ିକୁ ପାରମ୍ପରିକ ସ୍ୱରରେ ପଡ଼ିବା ଭଳି ଶବ୍ଦ ସଂଯୋଜନା କରି ସ୍ୱର ଦେଇଥାନ୍ତି ।

ଘୋଡ଼ା ନାଚ
ଚଇତି ଘୋଡ଼ା ନାଚ: ଭାରତୀୟ ଲୋକନୃତ୍ୟ
ଘୋଡ଼ା ନାଚ ପରିବେଷଣ
ମାଧ୍ୟମଗୀତ-ନାଟ
ସଂସ୍କୃତିଓଡ଼ିଆ ଚଳଣି
ସୃଷ୍ଟିଓଡ଼ିଶା, ଚଇତି ଘୋଡ଼ା ନାଚ: ଭାରତୀୟ ଲୋକନୃତ୍ୟ ଭାରତ
ସମୟ କାଳମଧ୍ୟଯୁଗ
କଳାକାରଗାୟକ, ପାଳିଆ, ରାଉତ, ରାଉତାଣୀ, ବାଦ୍ୟଯନ୍ତ୍ର ଶିଳ୍ପୀ

ପୌରାଣିକ କିମ୍ବଦନ୍ତୀ

ଭୁବନେଶ୍ୱରରେ ଘୋଡ଼ା ନାଚର ମଞ୍ଚ ପରିବେଷଣ

ପୌରାଣିକ ମତେ ସତ୍ୟଯୁଗରେ ପୃଥିବୀ ଜଳାର୍ଣ୍ଣବ ହୋଇଥିଲା । କଳ୍ପବଟ ଛଡ଼ା ଆଉସବୁ ଜଳ ମଧ୍ୟରେ ବୁଡ଼ିରହିଥିଲା । କଳ୍ପବଟରେ ଅନନ୍ତ ଶୟନରେ ଥିବା ବିଷ୍ଣୁ ନିଜ କର୍ଣ୍ଣମୂଳ ମଳିରୁ ପୁରୁଷ ତିଆରି କଲେ । ପାଣି ଭିତରେ ଥିବା ରାଘବ ମତ୍ସ୍ୟ ସେହି ପୁରୁଷକୁ ଗିଳିଦେଲା । ଚୈତ୍ର ପୂର୍ଣ୍ଣିମା ଦିନ ବିଷ୍ଣୁଙ୍କ ନିଦ୍ରାଭଙ୍ଗ ହେବାପରେ ସେ ରାଘବ ମତ୍ସ୍ୟକୁ ହତ୍ୟାକରି ପୁରୁଷକୁ ଉଦ୍ଧାର କଲେ ଓ ସେ ପୁରୁଷ କୈବର୍ତ୍ତ ନାମରେ ନାମିତ ହେଲା । ପୃଥିବୀ ପୂର୍ବ ଅବସ୍ଥାକୁ ଫେରିଲା । ବିଷ୍ଣୁ କୈବର୍ତ୍ତକୁ ଘୋଡ଼ା ଦେଇ ତାର ଆରାଧ୍ୟ ଦେବୀ ବାସେଳୀ ଠାକୁରାଣୀଙ୍କୁ ଆରାଧନା କରି ସୁଖରେ ବଞ୍ଚିବାକୁ କହିଲେ । ସେବେଠାରୁ କୈବର୍ତ୍ତ ମାଛ ମାରିଲା ଓ ଚୈତ୍ର ପୂର୍ଣ୍ଣିମାରେ ବାସେଳୀଙ୍କୁ ପୂଜା କରି ତାଙ୍କ ପାଖରେ ଘୋଡ଼ା ନାଚ କଲା । ଏହିଦିନ କୈବର୍ତ୍ତମାନେ ନୂଆବସ୍ତ୍ର ପିନ୍ଧିବା ସହ ଡ଼ଙ୍ଗା ଓ ଜାଲ ପୂଜା କରିଥାନ୍ତି ।

ଅନ୍ୟ ଏକ ମତ ଅନୁସାର ରାମଚନ୍ଦ୍ର ବନବାସ କରିବାକୁ ଯିବା ସମୟରେ ତାଙ୍କୁ ଯେଉଁ ଧୀବର ବା ଦାସରାଜ ଡଙ୍ଗାରେ ବସାଇ ସରଯୁନଦୀକୁ ପାର କରାଇଥିଲା, ରାମଚନ୍ଦ୍ର ତାକୁ ଗୋଟିଏ ଘୋଡ଼ା ପୁରସ୍କାର ରୂପେ ଦେଇଥିଲେ; ସେହି ଦିନରୁ କେଉଟମାନେ ଘୋଡ଼ାର ରୂପ ନିର୍ମାଣ କରି ପୂଜା କରି ଆସୁଅଛନ୍ତି ।

ଆଧାର

ବାହାର ଆଧାର

Tags:

ଓଡ଼ିଶାଚୈତ୍ରପୂର୍ଣ୍ଣିମାଶିବ

🔥 Trending searches on Wiki ଓଡ଼ିଆ:

ଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାଖୋର୍ଦ୍ଧା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଅନୁଗୋଳ ଜିଲ୍ଲାଦେଓମାଳୀ୨୪ ଅକ୍ଟୋବରଅବସାଦବି. ଆର. ଆମ୍ବେଦକରଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିକମ୍ପ୍ୟୁଟରହନୁମାନ ଚାଳିଶାମଟର ସାଇକେଲ୫ ଡିସେମ୍ବରବାନ୍ତିମୁକ୍ତେଶ୍ୱର ଦେଉଳଗୁଗଲଭାରତ ଲୀଳା୧୪ ମାର୍ଚ୍ଚଅଶ୍ୱିନୀ କୁମାର ଘୋଷ୨୨ ଅଗଷ୍ଟମହାପାତ୍ର ନୀଳମଣି ସାହୁଲକ୍ଷ୍ମଣ ନାୟକରାମ ନବମୀଅଖିଳ ମୋହନ ପଟ୍ଟନାୟକକିଶୋରୀ ଚରଣ ଦାସଦୀପକ ମିଶ୍ରକୁନ୍ତଳା କୁମାରୀ ସାବତଗୀତଗୋବିନ୍ଦଅଷ୍ଟଶମ୍ଭୁ ପୀଠତାରିଣୀ ଚରଣ ପାତ୍ରଫତୁରାନନ୍ଦ୧୭ ଜୁଲାଇଲୋପାମୁଦ୍ରା ମିତ୍ରଗୋପୀନାଥ ମହାନ୍ତି୨୫ ନଭେମ୍ବରକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଆର୍ତ୍ତବଲ୍ଲଭ ମହାନ୍ତିତୁଳସୀ ଦାସଶିବାଜୀବିପିନ ବିହାରୀ ମିଶ୍ରଦଣ୍ଡ ନାଟଆଚାର୍ଯ୍ୟ ହରିହରୟୁଭିଆଇଟିସସମ୍ବାଦ (ଖବରକାଗଜ)ବିଲଙ୍କା ରାମାୟଣଓଡ଼ିଶାର ଇତିହାସନନ୍ଦିନୀ ଶତପଥୀସମ୍ବଲପୁରଭୂଗୋଳନିମାପଡ଼ା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ପରିବେଶନିଗମାନନ୍ଦ ପରମହଂସଓଡ଼ିଶାର ଭୂଗୋଳପାଇରାସନ କାର୍ଡ଼ (ଭାରତ)ଇରା ମହାନ୍ତିରସାବଳିସାର୍ସ-ସିଓଭି-୨ ଓମାଇକ୍ରୋନ ପ୍ରକାରଣଦ୍ୱିତୀୟ ବିଶ୍ୱଯୁଦ୍ଧଚୈତ୍ରପୃଥିବୀପକ୍ଷୀଘର୨ ଅପ୍ରେଲ୯ ଅଗଷ୍ଟକାନାଡ଼ାଯତୀନ୍ଦ୍ର କୁମାର ନାୟକ୩ ମାର୍ଚ୍ଚ🡆 More