ତାଳଚେର ତାପଜ ବିଦ୍ୟୁତ କେନ୍ଦ୍ର ବା ତାଳଚେର ଥର୍ମାଲ୍ ଓଡ଼ିଶାରେ ବର୍ତ୍ତମାନ ଚାଲୁଥିବା ତାପଜ ବିଦ୍ୟୁତ କେନ୍ଦ୍ର ମାନଂକ ଭିତରେ ସର୍ବ ପୁରାତନ ତାପଜ ବିଦ୍ୟୁତ କେନ୍ଦ୍ର ଅଟେ । ଏହା ଭାରତ ସର୍ବ ବୃହତ ବିଦ୍ୟୁତ୍ ତଥା ମହାରତ୍ନ କମ୍ପାନୀ ଏନ୍ଟିପିସିର ଏକ ଅଂଶ ଅଟେ । ଅନୁଗୋଳ ଜିଲ୍ଲା ତାଳଚେର ନିକଟରେ ଏହା ଅବସ୍ଥିତ ।
ତାଳଚେର ତାପଜ ବିଦ୍ୟୁତ କେନ୍ଦ୍ର | |
---|---|
ଦେଶ | ଭାରତ |
ଅବସ୍ଥିତି | ତାଳଚେର, ଅନୁଗୋଳ ଜିଲ୍ଲା |
ଦିଗବାରେଣି | 20°54′37″N 85°12′24″E / 20.91028°N 85.20667°E |
ସ୍ଥିତି | Operational |
ମାଲିକାନା | NTPC |
ଶକ୍ତି କେନ୍ଦ୍ର ତଥ୍ୟ | |
ପ୍ରାଥମିକ ଜାଳେଣି | କୋଇଲା |
Generation units | 4 X 60 MW 2 X 110 MW |
ଶକ୍ତି ଉତ୍ପାଦନ ତଥ୍ୟ | |
ସ୍ଥାପିତ କ୍ଷମତା | 460 MW |
୧୯୬୪ ମସିହା ଜାନୁଯାରୀ ୫ ତାରିଖରେ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଏହାର ଶିଳାନ୍ୟାସ କରିଥିଲେ ଏବଂ ୭ ଫେବୃୟାରୀ ୧୯୬୮ ମସିହାରେ ପ୍ରଧାନ ମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କଦ୍ୱାରା ଏହାର ପ୍ରଥମ ୟୁନିଟ୍ ସିଙ୍କ୍ରୋନାଇଜେସନ୍ ବା ବିଦ୍ୟୁତ୍ ଉତ୍ପାଦନକ୍ଷମ ହୋଇଥିଲା । ସେତେବେଳେ ଏହା ଓଡ଼ିଶା ରାଜ୍ୟ ବିଦ୍ୟୁତ ବୋର୍ଡ ଅଧୀନରେ ଥିଲା । ସେତେବେଳେ ଏହା ଓଡ଼ିଶା ରାଜ୍ୟ ବିଦ୍ୟୁତ ବୋର୍ଡ ଅଧୀନରେ ଥିଲା । ପରେ ପରେ ଏହି ବିଦ୍ୟୁତ କେଂଦ୍ରରେ ଆଉ ପାଂଚଟି ୟୁନିଟ୍ ଯୋଡି ହୋଇଥିଲା ।
୧୯୯୫ ମସିହା ଜୁନ ୩ ତାରିଖରେ ଓଡ଼ିଶା ସରକାର ଏହି ବିଦ୍ୟୁତ କେଂଦ୍ରକୁ ଭାରତ ସରକାରଙ୍କ ଉପକ୍ରମ ଏନ୍ଟିପିସିକୁ ହସ୍ତାନ୍ତର କରିଦେଇଥିଲେ |
ଏହି ତାପଜ ବିଦ୍ୟୁତ କେନ୍ଦ୍ରର କ୍ଷମତା ୪୬୦ ମେଗାଓ୍ବାଟ । ଏଥିରେ ୬ଟି ୟୁନିଟ ରହିଛି ।ggg
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
This article uses material from the Wikipedia ଓଡ଼ିଆ article ତାଳଚେର ତାପଜ ବିଦ୍ୟୁତ କେନ୍ଦ୍ର, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 4.0 ରେ ଉପଲବ୍ଧ । Images, videos and audio are available under their respective licenses.
®Wikipedia is a registered trademark of the Wiki Foundation, Inc. Wiki ଓଡ଼ିଆ (DUHOCTRUNGQUOC.VN) is an independent company and has no affiliation with Wiki Foundation.