ବଳରାମ ଦାସ: ଓଡ଼ିଆ କବି ଓ ଦାଣ୍ଡି ରାମାୟଣର ରଚୟିତା

ବଳରାମ ଦାସ ପଞ୍ଚଦଶ ଶତାବ୍ଦୀର ଓଡ଼ିଆ ସନ୍ଥକବି ଓ ପଞ୍ଚସଖାଙ୍କ ମଧ୍ୟରୁ ଜ୍ୟେଷ୍ଠ । ସେ ଓଡ଼ିଆରେ ଅନେକ ପୁରାଣ ଓ ଭକ୍ତିମୂଳକ କାବ୍ୟକବିତା ରଚନା କରିଛନ୍ତି । ଦାଣ୍ଡି ବା ଜଗମୋହନ ରାମାୟଣ ଓ ଲକ୍ଷ୍ମୀ ପୁରାଣ ତହିଁ ମଧ୍ୟରୁ ଅନ୍ୟତମ । ବଳରାମ ଦାସଙ୍କର ଜନ୍ମବର୍ଷ ୧୪୮୪ ବୋଲି ଅନୁମାନ କରାଯାଇଥାଏ l ତାଙ୍କ ବାପାଙ୍କ ନାମ ଶ୍ରୀ ସୋମନାଥ ମହାପାତ୍ର ଓ ମାଆଙ୍କ ନାମ ମନୋମାୟା ବା ମହାମାୟା l ସୋମନାଥ ପ୍ରତାପରୁଦ୍ରଦେବଙ୍କ ଶାସନକାଳରେ ଜଣେ ମନ୍ତ୍ରୀରୂପେ ନିଯୁକ୍ତ ଥିଲେ । ବଳରାମ ଦାସ ପୁରୀ ଶ୍ରୀକ୍ଷେତ୍ରରେ ଅବସ୍ଥାନ କରୁଥିଲେ ବୋଲି ଉଲ୍ଲେଖ ରହିଥିଲେ ମଧ୍ୟ କଟକ ଜିଲ୍ଲାର ଯାଜପୁର ତାଙ୍କର ପ୍ରକୃତ ଜନ୍ମସ୍ଥାନ ଥିଲା ବୋଲି ଆଉ ଗୋଟିଏ ମତ ମଧ୍ୟରହିଛି । ଶ୍ରୀ ଚୈତନ୍ୟ ପୁରୀକୁ ଆସିବା ସମୟକୁ ବଳରାମ ପୁରୀକୁ ଆସିସାରିଥିଲେ ଓ ଓଡ଼ିଆ ରାମାୟଣ(ଜଗମୋହନ ରାମାୟଣ)ର ରଚନା କରିସାରିଥିଲେ l

କୃପାସିଦ୍ଧା ମତ୍ତ

ବଳରାମ ଦାସ
ବଳରାମ ଦାସ: ଓଡ଼ିଆ କବି ଓ ଦାଣ୍ଡି ରାମାୟଣର ରଚୟିତା
ବଳରାମ ଦାସ: ଓଡ଼ିଆ କବି ଓ ଦାଣ୍ଡି ରାମାୟଣର ରଚୟିତା
ଉପର : ବଳରାମ ଦାସଙ୍କ ଗାଦି ପ୍ରତିମା, ତଳ : ବଳରାମ ଦାସଙ୍କ ପ୍ରତିମୂର୍ତ୍ତି
ଜନ୍ମ୧୪୮୪
ଜାତୀୟତାବଳରାମ ଦାସ: ଓଡ଼ିଆ କବି ଓ ଦାଣ୍ଡି ରାମାୟଣର ରଚୟିତା ଭାରତୀୟ
ବୃତ୍ତିପୌରାଣିକ କବି
ଉଲ୍ଲେଖନୀୟ କୃତିଦାଣ୍ଡି ରାମାୟଣ
ପିତାମାତାସୋମନାଥ ମହାପାତ୍ର

ବଳରାମ ଓଡ଼ିଆ ସାହିତ୍ୟର ପଞ୍ଚସଖା(ଜଗନ୍ନାଥ ଦାସ, ଅଚ୍ୟୁତାନନ୍ଦ ଦାସ, ବଳରାମ ଦାସ, ଅନନ୍ତ ଦାସ, ଯଶୋବନ୍ତ ଦାସ)ଙ୍କ ଭିତରୁ ଜଣେ । ଏହି ପଞ୍ଚସଖା ଓଡ଼ିଶାରେ "ଭକ୍ତି" ଧାରାର ଆବାହକ ଥିଲେ ।

ଜୀବନକାଳ

ବଳରାମଙ୍କର ପୀଠସ୍ଥାନ ହେଉଛି ପୁରୀର ନିକଟବର୍ତ୍ତୀ ସମଗରା ପାଟ l ସେହି ପୀଠ ଆଜି ବିଲୁପ୍ତ ହୋଇଯାଇଛି କିନ୍ତୁ ପୁରୀ ସମୁଦ୍ରକୂଳରେ ଯେଉଁ ଗୁମ୍ଫାଟିରେ ସାଧନା କରୁଥିଲେ,ସେହି ଗୁମ୍ଫାଟି ଏବେ ମଧ୍ୟ ରହିଛି l ସେହିଠାରେ ହିଁ ଧ୍ୟାନକରି ସେ ଜଗନ୍ନାଥଙ୍କ ରଥକୁ ବଡଦାଣ୍ଡରେ ଅଟକାଇଦେଇଥିଲେ lପୁରୀ ଜିଲ୍ଲା ଗୋପ ଥାନା ବେଦପୁର ପଞ୍ଚାୟତ ବେଗୁନିଆ ନିକଟ କୂଶଭଦ୍ରା ନଦୀକୂଳରେ ବଳରାମ ଦାସଙ୍କର ଗାଦି ଅଛି lସେ ସେଠାରେ ଦେହରକ୍ଷା କରିଥିଲେ l ଏବେ ମଧ୍ୟ ସମାଧି ମନ୍ଦିର ରହିଛି lପ୍ରତ୍ନତାତ୍ତ୍ୱିକ ବିଭାଗ ସହାୟତାରେ କିଛି ଉନ୍ନୟନ ମୂଳକ କାର୍ଯ୍ୟ ହୋଇଥିବା ବେଳେ ମନ୍ଦିର ନିର୍ମାଣ କରାଯାଇଛି।

ରଚନାବଳୀ

ବଳରାମ ଦାସ: ଓଡ଼ିଆ କବି ଓ ଦାଣ୍ଡି ରାମାୟଣର ରଚୟିତା 
ବଳରାମ ଦାସଙ୍କ ଅର୍ଚ୍ଚା ଚତୁର୍ଦ୍ଧାମୂର୍ତ୍ତି, ଏରବଙ୍ଗ

ବଳରାମ ଦାସ ଓଡ଼ିଆ ରାମାୟଣର ରଚୟିତା ହିସାବରେ ସର୍ବପ୍ରଥମେ ପରିଚିତ ହେଇ ରହିଛନ୍ତି l ତାହାହିଁ ତାଙ୍କର ଶ୍ରେଷ୍ଠକୃତି । ସେ ଶ୍ରୀମଦ୍ ଭଗବତ ଗୀତାର ଅନୁବାଦ ମଧ୍ୟ କରିଛନ୍ତି l ଏହାକୁ ଜଗମୋହନ ରାମାୟଣ ବୋଲି ମଧ୍ୟ କୁହାଯାଏ।

  • ଅମରକୋଷ ଗୀତା
  • କମଳଲୋଚନ ଚଉତିଶା
  • କାନ୍ତ କୋଇଲି
  • ଗଣେଶ ବିଭୂତି ଟୀକା (ସିଦ୍ଧାନ୍ତ ଡମ୍ବର)
  • ଦୀପ୍ତିସାର ଗୀତା
  • ପଣସ ଚୋରୀ
  • ବଟ ଅବକାଶ
  • ବଉଳା ଅଧ୍ୟାୟ
  • ବିରାଟ ଗୀତା
  • ବେଢ଼ା ପରିକ୍ରମା
  • ବେଦାନ୍ତସାର ଗୁପ୍ତଗୀତା
  • ବ୍ରହ୍ମଜ୍ଞାନ ଏକାକ୍ଷର
  • ବ୍ରହ୍ମାଣ୍ଡ ଭୂଗୋଳ
  • ଭାବ ସମୁଦ୍ର
  • ମନୁ ଗୀତା
  • ମୃଗୁଣୀ ସ୍ତୁତି
  • ଶ୍ରୀମଦ ଭଗବଦ ଗୀତା (ସଂସ୍କୃତ ଗୀତାର ଓଡ଼ିଆ ଅନୁବାଦ)
  • ଶ୍ରୀରୋଢ଼ା
  • ଜ୍ଞାନ ଉଜ୍ଜ୍ୱଳମଣି ଗୀତା
  • ଜ୍ଞାନ ଚୁଡାମଣି
  • ଲକ୍ଷ୍ମୀ ପୁରାଣ

ଆଧାର

'ଜଗମୋହନ ରାମାୟଣ' ବଳରାମ ଦାସଙ୍କ ସର୍ବଶ୍ରେଷ୍ଠ କୃତି । ଏହା ଦାଣ୍ଡିବୃତ୍ତରେ ରଚିତ ହୋଇଥିବାରୁ ଦାଣ୍ଡି ରାମାୟଣ ଭାବରେ ପରିଚିତ । ଏହା ଏକ ଅନୁବାଦ ଗ୍ରନ୍ଥ ନୁହେଁ, ଅନୁସୃଜିତ ଗ୍ରନ୍ଥ । 'ଜଗମୋହନ ରାମାୟଣ' ସଂସ୍କୃତ ରାମାୟଣକୁ ଆଧାର କରିଥିଲେ ମଧ୍ୟ ତାହା ଏକ ମୌଳିକ ସୃଷ୍ଟି ଭାବରେ ବିଦିତ । ଜୀବନ୍ତ ଚରିତ୍ର ଚିତ୍ରଣ, ସେ ସମୟର ସମାଜ ଚିତ୍ର, ମୌଳିକ ପ୍ରକାସଭଙ୍ଗି ଓ ମନୋଜ୍ଞ ବର୍ଣ୍ଣନା ଶୈଳୀ ତାଙ୍କ ରାମାୟଣର ବୈଶିଷ୍ଟ୍ୟ । ତାଙ୍କର ଅନ୍ୟାନ୍ୟ ପ୍ରମୁଖ ରଚନା ଗୁଡ଼ିକ ହେଲା, - 'ବ୍ରହ୍ମପୁରାଣ',' ଲକ୍ଷ୍ମୀପୁରାଣ','ବାଟ ଅବକାଶ',' ବ୍ରହ୍ମାଣ୍ଡ ଭୁଗୋଳ','ଭବ ସମୁଦ୍ର','ମୃଗୁଣୀ ସ୍ତୁତି',' ବ୍ରହ୍ମଗୀତା, ।

JagamohanaRamayana-BalaKanda.djvu 

Tags:

🔥 Trending searches on Wiki ଓଡ଼ିଆ:

ଗୌତମ ବୁଦ୍ଧ୨୧ ମାର୍ଚ୍ଚପ୍ରଥମ ବିଶ୍ୱଯୁଦ୍ଧଭୁବନେଶ୍ୱର ବେହେରାଭାନୁଜୀ ରାଓରମାକାନ୍ତ ପଣ୍ଡାଭିତରକନିକା ଜାତୀୟ ଉଦ୍ୟାନବୀର ସୁରେନ୍ଦ୍ର ସାଏଦି ଟାଇମସ୍ ଅଫ୍ ଇଣ୍ଡିଆକଳାପାହାଡ଼ନଟବର ଶତପଥୀଓଡ଼ିଆ କଥାଚିତ୍ର ଜଗତଉଇକିକମନ୍ସ୨୧ ଅପ୍ରେଲଭାରତୀୟ ଜନତା ପାର୍ଟିପ୍ରତିଭା ଶତପଥୀଦହି ହାଣ୍ଡିବ୍ରଜ କିଶୋର ପ୍ରଧାନଲକ୍ଷ୍ମୀକାନ୍ତ ମହାପାତ୍ରଆପେଣ୍ଡିସାଇଟିସଉଇକିପିଡ଼ିଆ ସମୂହର ତାଲିକାପର୍ଫେନାଜାଇନବୁଧେଇ ଓଷାକାଟୁଲୁ ରବି କୁମାରକୋରାପୁଟବିଜୟ ପ୍ରସାଦ ମହାପାତ୍ରକାନନ ମିଶ୍ରକୋଣାର୍କ ସୂର୍ଯ୍ୟ ମନ୍ଦିରକଟକପୂଜା (ଉପାସନା)ଟୀକା ଗୋବିନ୍ଦ ଚନ୍ଦ୍ରରାଜନୀତି ବିଜ୍ଞାନଜଗନମୋହ‌ନ ଲାଲଗ୍ରହଅକ୍ଷୟ ମହାନ୍ତିଶୈଳବାଳା ଦାସମାୟାଧର ମାନସିଂହବୈକୁଣ୍ଠନାଥ ପଟ୍ଟନାୟକଗଙ୍ଗାଧର ମେହେରଡଙ୍ଗରିଆ କନ୍ଧଭଦ୍ରକ ଜିଲ୍ଲାବିଦ୍ୟାଳୟଭୂମିକା ଦାଶତାରିଣୀ ମନ୍ଦିର, ଘଟଗାଁପୁରୀଭି. କାର୍ତ୍ତିକେୟ ପାଣ୍ଡିଆନଦୀନକୃଷ୍ଣ ଦାସତରଳ ଝାଡ଼ାମହାତ୍ମା ଗାନ୍ଧୀଙ୍କ ପରିବାରମୌଳିକ ସଂଖ୍ୟାଚୈତ୍ର ପୂର୍ଣ୍ଣିମାଜାଭା (ପ୍ରୋଗ୍ରାମିଂ ଭାଷା)ଗୋଲୋକ ବିହାରୀ ଧଳଭାରତର ସଂସ୍କୃତିନାରାୟଣ ସାହୁ (୧୯୨୮ ଜନ୍ମ)ମଦର ଟେରେସାଅର୍ଥଶାସ୍ତ୍ରଧଉଳିଜୁଲିଅସ ସିଜରଦେବସ୍ନାନ ପୂର୍ଣ୍ଣିମାସୀତା ବିବାହ🡆 More