ଭିତରକନିକା ଜାତୀୟ ଉଦ୍ୟାନ

ଭିତରକନିକା ଜାତୀୟ ଉଦ୍ୟାନ ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାରେ ଥିବା ଗୋଟିଏ ଜାତୀୟ ଉଦ୍ୟାନ । ୧୯୭୫ ମସିହାରେ ବନ୍ୟ ଜୀବ ଅଭୟାରଣ୍ୟ (୬୭୨ବର୍ଗ କି,ମି ) ଓ ୧୯୯୮ରେ ଜାତୀୟ ଉଦ୍ୟାନ (୧୪୫ ବର୍ଗ କି.ମି) ଘୋଷିତ ହେଲା । ୨୦୦୨ ମାସିହାରେରେ ଏହାକୁ ଆନ୍ତର୍ଜାତିକ ଆଦ୍ରର୍ଭୁମି ଘୋଷଣା ହୋଇଥିଲା ।

ଭିତରକନିକା ଜାତୀୟ ଉଦ୍ୟାନ
IUCN Category II (National Park)
ଭିତରକନିକା ଜାତୀୟ ଉଦ୍ୟାନ
Map showing the location of ଭିତରକନିକା ଜାତୀୟ ଉଦ୍ୟାନ.
Map showing the location of ଭିତରକନିକା ଜାତୀୟ ଉଦ୍ୟାନ.
ଅବସ୍ଥାନଓଡ଼ିଶା, ଭାରତ
ପାଖ ସହରକେନ୍ଦ୍ରାପଡ଼ା
ଦିଗବାରେଣି20°45′N 87°0′E / 20.750°N 87.000°E / 20.750; 87.000
କ୍ଷେତ୍ରଫଳ୬୭୨ ବର୍ଗ କି.ମି.
ସ୍ଥାପିତ୧୯୭୫
ପରିଚାଳନାପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ, ଭାରତ ସରକାର

ଅବସ୍ଥିତି

କେନ୍ଦ୍ରପଡ଼ା ଜିଲ୍ଲାର ରାଜନଗର ବିଧାନ ସଭା ମଣ୍ଡଳୀରେ ରାଜନଗର ବନ୍ୟମଣ୍ଡଳୀ ମଧ୍ୟରେ ଭିତର କନିକା ଓ ଗହିରମଥା ଅବସ୍ଥିତ । ୬୭୨ ବର୍ଗ କି.ମି.ର ଏହି ଜାତୀୟ ଉଦ୍ୟାନ ଭିତରକନିକା ହେନ୍ତାଳ ବଣ, ଯାହା ବ୍ରାହ୍ମଣୀ, ବୈତରଣୀ ଓ ଧାମରା ନଦୀମାନଙ୍କ ତ୍ରିକୋଣ ଭୂମିରେ ଅଛି । ଏହି ଜାତୀୟ ଉଦ୍ୟାନଟି ଭିତରକନିକା ପଶୁ ଅଭୟାରଣ୍ୟଦ୍ୱାରା ପରିବେଷ୍ଟିତ । ଏହାର ପୂର୍ବରେ ଗହୀରମଥା ବେଳାଭୂମି ଅଛି ଯାହା ବଙ୍ଗୋପସାଗରରୁ ହେନ୍ତାଳ ବଣକୁ ଅଲଗା କରିଥାଏ ।

ଜୈବ ବିବିଧତା

ଜୈବ ବିବିଧତା ମଧ୍ୟରେ ୬୩ ପ୍ରକାର ଲୁଣି ହେନ୍ତାଳ ଗଛ, ୩୨୨ ପ୍ରକାର ପକ୍ଷୀ (ମାଛରଙ୍କା, ଗେନ୍ଦାଖିଆ,ବଣୀ, ବଗ, କାଠହଣା) ସରୀସୃପ ଅହିରାଜ, ଅଜଗର, ଗୋଖର, ତମ୍ପ ସାପ, ଘଡ଼ିଆଳ କୁମ୍ଭିର(୧୮୪୦ଟି), ସାମୁଦ୍ରିକ ଗୋଧି ଓ ସାପ, ଭେକଟି, ବାଳିଆ, ଚିତଳ, ଖଙ୍ଗା, ଈଲିଶି ମାଛ, କଙ୍କଡ଼ା, ଚିଙ୍ଗୁଡ଼ି ପ୍ରଚୁର ମିଳେ । ଏହା ବ୍ୟତିତ ହରିଣ, ସମ୍ବର, ବାରହା, ହେଟା, ବିଲୁଆ, ବଣମଇଁଷି, ଗାଈ, କୁକୁଡ଼ା ଦେଖିବାକୁ ମିଳେ । ଏହି ଉଦ୍ୟାନ ଲୁଣିପାଣିରେ ବଞ୍ଚୁଥିବା କୁମ୍ବୀର (Crocodylus porosus), ଭାରତୀୟ ଅଜଗର Indian python, କଳା ଆଇବିସ (Black ibis) ଓ ଡାର୍ଟର (Darters)ମାନଙ୍କ ବାସସ୍ଥଳୀ । ଲକ୍ଷ ଲକ୍ଷ ଅଲିଭ ରିଡ଼ଲେ ସାମୁଦ୍ରିକ କଇଁଛ (Lepidochelys olivacea) ଗହୀର ମଥା ମୁହାଣରେ ଅଣ୍ଡା ଦେଇଥାନ୍ତି । ବେଳେବେଳେ ଏଠାରେ ଇରୱାଡ଼ୀ ଡଲଫିନ ମଧ୍ୟ ଦେଖିବାକୁ ମିଳନ୍ତି ।

ଗମନାଗମନ

ଗାଡି ଓ ନୌକାରେ ରାଜନଗରଠାରୁ ଭିତରକନିକା ଯାଇହୁଏ ।

ଆଖପାଖ ଦର୍ଶନୀୟ ସ୍ଥାନ

ନିକଟରେ ଧାମରା ବନ୍ଦର ଓ ତାଳଚ୍ଚୁଆ ମାଛ ଜେଟି, ହୁଇଲର ଦ୍ୱୀପ ଓ କାଳୀଭଞ୍ଜଡ଼ିଆ ଅବସ୍ଥିତ । ରିଘାଗଡା ଗ୍ରାମରେ ଜଗନ୍ନାଥ ମନ୍ଦିର ଅଛି । ଏହା ଆଗରୁ କନିକା ରାଜା ଜମିଦାରିରେ ଥିଲା ।

ଚିତ୍ରପଟ୍ଟ

ଆଧାର

Tags:

ଭିତରକନିକା ଜାତୀୟ ଉଦ୍ୟାନ ଅବସ୍ଥିତିଭିତରକନିକା ଜାତୀୟ ଉଦ୍ୟାନ ଜୈବ ବିବିଧତାଭିତରକନିକା ଜାତୀୟ ଉଦ୍ୟାନ ଗମନାଗମନଭିତରକନିକା ଜାତୀୟ ଉଦ୍ୟାନ ଆଖପାଖ ଦର୍ଶନୀୟ ସ୍ଥାନଭିତରକନିକା ଜାତୀୟ ଉଦ୍ୟାନ ଚିତ୍ରପଟ୍ଟଭିତରକନିକା ଜାତୀୟ ଉଦ୍ୟାନ ଆଧାରଭିତରକନିକା ଜାତୀୟ ଉଦ୍ୟାନଓଡ଼ିଶାକେନ୍ଦ୍ରାପଡ଼ା ଜିଲ୍ଲା

🔥 Trending searches on Wiki ଓଡ଼ିଆ:

ଋଷିଆଧାମରା ବନ୍ଦରକିରଣ ବେଦୀସମ୍ବଲପୁର ଜିଲ୍ଲାଟାଇଫଏଡଅଭିମନ୍ୟୁ ସାମନ୍ତସିଂହାରସରଳା ଦେବୀସୂର୍ଯ୍ୟୋଦୟଶ୍ରୀ ଦେବ ରାମେଶ୍ଵର ମନ୍ଦିରଗିରିଜା କୁମାର ବଳୀୟାରସିଂହଚୁଡ଼ାଇସଲାମ ଧର୍ମ୨୮ ଅପ୍ରେଲଗୌରୀଶଙ୍କର ରାୟଜଗନ୍ନାଥ ପ୍ରସାଦ ଦାସଓଡ଼ିଶୀନନ୍ଦିନୀ ଶତପଥୀପଣାପଣିକିଆତରଳ ଝାଡ଼ାଧରଣୀଧର ଭୂୟାଁସୌର ଜଗତହୃଷୀକେଶ ମଲ୍ଲିକଯୋଗଲକ୍ଷ୍ମଣ ନାୟକତୃପ୍ତି ଦାସଧାତୁଭାରତୀୟ ଦଣ୍ଡବିଧି ଆଇନର ଧାରା ୩୭୭ନଅଙ୍କ ଦୁର୍ଭିକ୍ଷଜନ ଗଣ ମନନାରାୟଣ ସାହୁ (୧୯୨୮ ଜନ୍ମ)ଫକୀର ମୋହନ ସେନାପତିଭାରତର ରାଷ୍ଟ୍ରପତିଗୋପୀନାଥ ମହାନ୍ତିଚିତ୍ରା (ନକ୍ଷତ୍ର)ଦୁଃଶାସନସମୟ (କାଳ)ପ୍ରଣବ ପ୍ରକାଶ ଦାସଜାନକୀ ବଲ୍ଲଭ ପଟ୍ଟନାୟକଓଡ଼ିଶାର ଲୋକନୃତ୍ୟଜୟନାରାୟଣ ମିଶ୍ରସୁନାବେଶଏମିତି ଭାଇ ଜଗତେ ନାହିଁଅମୃତ ଫଳଜାତୀୟ ଖାଦ୍ୟ ସୁରକ୍ଷା ନୀତି ୨୦୧୩ଭାରତର ନଦୀ ସମୂହର ତାଲିକାଗୀତଗୋବିନ୍ଦଆତ୍ମହତ୍ୟାକଟକ ଜିଲ୍ଲାକାଞ୍ଚନ ଅବସ୍ତିବେଦସୀତାକାନ୍ତ ମହାପାତ୍ରଲକ୍ଷ୍ମୀନାରାୟଣ ସାହୁ୨ ଅପ୍ରେଲବୀରକିଶୋର ଦାସପରମାନନ୍ଦ ଆଚାର୍ଯ୍ୟହିନ୍ଦୁ ମନ୍ଦିର ସ୍ଥାପତ୍ୟକଳାକବିସୂର୍ଯ୍ୟ ବଳଦେବ ରଥଅଖିଳ ମୋହନ ପଟ୍ଟନାୟକରାଜନୀତି ବିଜ୍ଞାନଶଶି ଭୂଷଣ ରଥଦଗ୍ଧକୋଣାର୍କ ସୂର୍ଯ୍ୟ ମନ୍ଦିରଧୃତରାଷ୍ଟ୍ର (ମହାଭାରତ)🡆 More