ସମ୍ବର

ସମ୍ବର ହେଉଛି ଓଡ଼ିଶାର ରାଜ୍ୟ ପଶୁ

ସମ୍ବର / ଶମ୍ବର
ଜୀବାଶ୍ମ କାଳ: Early Oligocene–Recent
PreЄ
Є
O
S
D
C
P
T
J
K
Pg
N
ସମ୍ବର
Conservation status
ସମ୍ବର
Vulnerable  (IUCN 3.1)
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Animalia
ସଙ୍ଘ: Chordata
ବର୍ଗ: Mammalia
ଗଣ: Artiodactyla
ଉପଗଣ: Ruminantia
କୁଳ: Cervidae
ଉପକୁଳ: Cervinae
ପ୍ରଜାତି: Rusa
ଜାତି: R. unicolor
ବାଇନୋମିଆଲ ନାମ
Rusa unicolor
(Kerr, 1792)
Synonyms
  • Cervus unicolor

ସେରଭିଡା (Cervidae) ପରିବାରର ପ୍ରାଣୀ ସମ୍ବର ଏକ ପ୍ରକାର ମୃଗ। ଏହାର ପ୍ରଜାତିମାନେ ହେଲେ, ବାରଶିଙ୍ଘା, ପାରା ହରିଣ, ଚିତଳ, କୁଟୁରା, କସ୍ତୁରୀ ମୃଗ, ଖୁରାଣ୍ଟ, ସାଙ୍ଗାଇ ହରିଣ, ହାଙ୍ଗଲ। କେବଳ ଅଣ୍ଡିରା ମୃଗର ଶିଙ୍ଗ ଥାଏ, ମାଈ ମୃଗର ଶିଙ୍ଗ ନ ଥାଏ।

ଚଉଶିଙ୍ଘା, ନୀଳଗାଇ, କୃଷ୍ଣସାର ଓ ଚିଙ୍କାରା ବା ଭାରତୀୟ ଗେଜେଲ ଏମାନେ ଏଣ୍ଟିଲୋପ (antelope) ପରିବାରର, ଏମାନେ ହରିଣ ନୁହଁନ୍ତି। ଏ ଜାତୀୟ ମାଈ, ଅଣ୍ଡିରା ସବୁ ହରିଣଙ୍କର ଶିଙ୍ଗଥାଏ।

ସମ୍ବର
ଶମ୍ବର ବାଙ୍ଗାଲୋରରେ

ଅଞ୍ଚଳ

ସମ୍ବର ଭାରତରେ ବହୁତ ସଂଖ୍ୟାରେ ଦେଖାଯାଆନ୍ତି । ଏହାଛଡା ବର୍ମା, ଶ୍ରୀଲଙ୍କା ଓ ଫିଲିପାଇନସରେ ମଧ୍ୟ ଏମାନେ ଦେଖିବାକୁ ମିଳନ୍ତି । ଭାରତରେ ଦେଖା ଯାଉଥିବା ସମ୍ବର ବଡ଼ ହୋଇଥାଏ ଓ ଏହାର ଶିଙ୍ଗ ମଧ୍ୟ ବଡ଼ ହୋଇଥାଏ ।

ଆକାର

ସମ୍ବର 
କଉତୁକିଆ ସମ୍ବର ଛୁଆ, ମା ପାଖରେ ହୋଇଛି ଠିଆ

ଭାରତରେ ଦେଖାଯାଉଥିବା ହରିଣମାନଙ୍କ ଭିତରେ ହରିଣ ସବୁଠାରୁ ବଡ଼। କାନ୍ଧଠାରେ ଏହା ପ୍ରାୟ ପାଞ୍ଚଫୁଟ ଉଚ୍ଚ। ଓଜନ ୩୦୦ କିଲୋଗ୍ରାମ। ଶିଙ୍ଗର ଉଚ୍ଚତା ୩ରୁ ୪ ଫୁଟ। ଦେହସାରା ଟାଉଁସିଆ ଲୋମରେ ପୂର୍ଣ୍ଣ। ଖରାଦିନେ ଏ ଲୋମ ଝଡ଼ିଯାଏ। ଦେହର ବର୍ଣ୍ଣ ସାମାନ୍ୟ ହଳଦିଆ ବା ଧୂସର ବାଦାମୀ ମିଶା । ମାଈ ସମ୍ବରର ରଙ୍ଗ ଅଣ୍ଡିରା ସମ୍ବରର ରଙ୍ଗଠାରୁ ଟିକେ ଫିକା। ସମ୍ବରର ଶିଙ୍ଗରେ ଶାଖାଥାଏ। ଏହି ଶାଖା ପ୍ରତି ବର୍ଷ ଝଡ଼ିପଡେ ଓ ନୂଆ ଶାଖା ଜାତ ହୁଏ। ଗାଈ ମଇଁଷିଙ୍କ ପରି ଏମାନଙ୍କ ଶିଙ୍ଗ ପୋଲା ନୁହେଁ, ନିଦା। ସମ୍ବର ବୁଢ଼ା ହୋଇଗଲେ ଦେହର ରଙ୍ଗ ସାମାନ୍ୟ କଳା ହୋଇଯାଏ।

ରହିବାସ୍ଥାନ ହେଉଛି ଜଙ୍ଗଲ। ଘାସପତ୍ର ଓ ଜଙ୍ଗଲି ଫଳ ଏମାନଙ୍ଗର ଖାଦ୍ୟ। ଏମାନେ ଦିନରେ ଲୁଚି ରହନ୍ତି ରାତିରେ ବାହାରନ୍ତି। ଏମାନଙ୍କ ଦୃଷ୍ଟି ଶକ୍ତି କମ୍ କିନ୍ତୁ ଶ୍ରବଣ ଓ ଘ୍ରାଣ ଶକ୍ତି ପ୍ରଖର। ଏତେ ବଡ଼ ଆକାରର ପ୍ରାଣୀ ହେଲେ ମଧ୍ୟ ଏମାନେ ଯିବା ଆସିବା କରିଲା ବେଳେ ଶବ୍ଦ ହୁଏ ନାହିଁ। ଏମାନେ ଜଙ୍ଗଲର ଏକ ନିର୍ଦ୍ଦିଷ୍ଟ ଇଲାକାରେ ରହିଥାନ୍ତି। ଏମାନଙ୍କ ଦଳରେ ଗୋଟିଏ ଅଣ୍ଡିରା ସମ୍ବର ରାଜା ହୋଇଥାଏ। ସେ ତା ରାଜ୍ୟ ଭିତରକୁ ଅନ୍ୟ ଅଣ୍ଡିରା ସମ୍ବରକୁ ପୁରାଇ ଦିଏ ନାହିଁ। ନଭେମ୍ବର, ଡିସେମ୍ବର ଏମାନଙ୍କର ପ୍ରଜନନ ସମୟ, ଏହାପରେ ଅଣ୍ଡିରା ସମ୍ବର ମାଈ ସମ୍ବରଠାରୁ ଅଲଗା ରହିଥାଏ। ବର୍ଷା ଆରମ୍ଭ ବେଳକୁ ଛୁଆ ଜନ୍ମ ନିଅନ୍ତି। ଏମାନେ ଦଳରେ ରହିବାକୁ ଭଲ ପାଆନ୍ତି। ଗୋଟିଏ ଦଳରେ ୪ରୁ ୧୦ଟି ସମ୍ବର ରହିଥାନ୍ତି।

ଆଧାର

ଅଧିକ ତଥ୍ୟ

Tags:

ସମ୍ବର ଅଞ୍ଚଳସମ୍ବର ଆକାରସମ୍ବର ଆଧାରସମ୍ବର ଅଧିକ ତଥ୍ୟସମ୍ବର

🔥 Trending searches on Wiki ଓଡ଼ିଆ:

ଜାପାନମୋରୋକ୍କୋଆମ୍ବପ୍ରତିଭା ଶତପଥୀବାରାକ ଓବାମାଯୋଗଓଡ଼ିଶା ବିଧାନ ସଭାବନ୍ଦେ ମାତରମଜୀଜାଜୀ ଛତ୍ ପର୍ ହେଁରଣା ସାପଆସିକାଉଦୟନାଥ ଷଡ଼ଙ୍ଗୀ୨୬ ଅପ୍ରେଲସାଦୃଶ୍ୟଗାଲୁଆବଳରାମ ଦାସ୬ ଫେବୃଆରୀରାଜ୍ୟଦୀନକୃଷ୍ଣ ଦାସଚକ୍ରଧର ମହାପାତ୍ରଅଶୋକ (ସମ୍ରାଟ)ସୌର ଜଗତରାଜକିଶୋର ରାୟଉଇକିପିଡ଼ିଆ ସମୂହର ତାଲିକାଲକ୍ଷ୍ମଣ ନାୟକରାଜା ରାମମୋହନ ରାୟଧର୍ମେନ୍ଦ୍ର ପ୍ରଧାନସେପ୍ଟେମ୍ବରଚଉଷଠି ଯୋଗିନୀ ମନ୍ଦିର, ହୀରାପୁରସୁବର୍ଣ୍ଣରେଖା ନଦୀ୧୭୩୬ଓଡ଼ିଆ ସାହିତ୍ୟଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିଜଳ ପ୍ରଦୂଷଣହିନ୍ଦୁ ଧର୍ମରାକ୍ଷୀ ପୂର୍ଣ୍ଣିମାଦ୍ୱିତୀୟ ବିଶ୍ୱଯୁଦ୍ଧଚନ୍ଦନ ଯାତ୍ରାଜଗନ୍ନାଥ ଦାସବାଜି ରାଉତଗଣନ ସଂଖ୍ୟାପରିବେଶବିଜୟ ମିଶ୍ରମହା ଶିବରାତ୍ରିଆଲେକ୍‌ଜାଣ୍ଡର୍ ମହାନସୋରିଷବୈଶାଖଭଗବତ ଗୀତାଓଡ଼ିଶାର ଇତିହାସମେସିନ ଟ୍ରାନ୍ସଲେସନରତ୍ନାକର ଚଇନିହାଡ଼ଫୁଟିବିମ୍ବାଧର କୁଅଁରଭାରତୀୟ ଦଣ୍ଡ ସଂହିତା, ୧୮୬୦ବୋବ୍ୱିଲିଜ୍ଞାନପୀଠ ପୁରସ୍କାରଅଚ୍ୟୁତାନନ୍ଦ ଦାସମି ଠୁ (ହ୍ୟାସଟ୍ୟାଗ)ଜଗନ୍ନାଥରାମଚନ୍ଦ୍ର ମିଶ୍ରଉଇକିପିଡ଼ିଆଛାନ୍ଦଶ୍ରୀରାମ ପଣ୍ଡାଦ୍ରାଘିମାwiki.phtmlନେମାଳମାଟିର ମଣିଷ (ଉପନ୍ୟାସ)ହନୁମାନଅଜନ୍ତା ଗୁମ୍ଫାପଖାଳଉତ୍କଳ🡆 More