ଭଦଭଦଳିଆ: ପକ୍ଷୀ

ଭାରତୀୟ ଲୋଟଣୀ, ଭଦଭଦଳିଆ ଚଢ଼େଇ ଓଡ଼ିଶାର ଗର୍ବ ଓ ସଙ୍କେତ ଅଟେ । ଏହାକୁ ଓଡ଼ିଶାର ରାଜ୍ୟ ପକ୍ଷୀ (State Bird of Odisha) ଭାବେ ଘୋଷଣା କରାଯାଇଅଛି । ଏହି ପକ୍ଷୀ ମୁଖ୍ୟତଃ ଭାରତୀୟ ଉପମହାଦେଶରେ ଦେଖିବାକୁ ମିଳିଥାଏ । ଏହାଛଡା ଥାଇଲାଣ୍ଡ ଓ ଇରାକରେ ମଧ୍ୟ ଏମାନେ ଦେଖା ଯାଆନ୍ତି । ଭାରତର ଅନେକ ରାଜ୍ୟ ଏହି ପକ୍ଷୀକୁ ସେମାନଙ୍କର ରାଜ୍ୟ ପକ୍ଷୀ ଭାବେ ଘୋଷଣା କରିଛନ୍ତି ।

ଭଦଭଦଳିଆ
ଭଦଭଦଳିଆ: ପରିଚୟ, ବିଶେଷତ୍ତ୍ୱ, ଆଧାର
An Indian Roller (ssp. benghalensis) from Bandhavgarh National Park, India
Conservation status
ଭଦଭଦଳିଆ: ପରିଚୟ, ବିଶେଷତ୍ତ୍ୱ, ଆଧାର
Least Concern  (IUCN 3.1)
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Animalia
ସଙ୍ଘ: Chordata
ବର୍ଗ: Aves
ଗଣ: Coraciiformes
କୁଳ: Coraciidae
ପ୍ରଜାତି: Coracias
ଜାତି: C. benghalensis
ବାଇନୋମିଆଲ ନାମ
Coracias benghalensis
(Linnaeus, 1758)
ଭଦଭଦଳିଆ: ପରିଚୟ, ବିଶେଷତ୍ତ୍ୱ, ଆଧାର
Synonyms

Corvus benghalensis
Coracias indica

ପରିଚୟ

ଭଦଭଦଳିଆ ଲୋଟଣୀ (roller) ଜାତିର ଏକ ପକ୍ଷୀ । ଏହାକୁ ହିନ୍ଦୀରେ ନୀଳକଣ୍ଠ ବା ସବଜକ୍ କୁହାଯାଏ।

ଶାରୀରିକ ଗଠନ

ଭଦଭଦଳିଆ: ପରିଚୟ, ବିଶେଷତ୍ତ୍ୱ, ଆଧାର 
ଶୁଭଭାଇ

ଏହାର ଶାରୀରିକ ଗଠନ ମାଛରଙ୍କା (King fisher) ଓ ପାରାର ଶାରୀରିକ ଗଠନ ସହିତ ଊଣାଅଧିକେ ସମାନ । ଏହାର ମୁଣ୍ଡ ପାରାଠାରୁ ବଡ଼ ଓ ଶକ୍ତ, ଥଣ୍ଟଟି ଓଜନିଆ ଓ ମୁନିଆ। ପେଟ ପାଖର ରଙ୍ଗ ଧୂସର, ଲାଞ୍ଜ ପାଣିଚିଆ ନୀଳ, ଡେଣା ଦୁଇଟି ନୀଳ ଓ ଏଥିରେ କଳା ରଙ୍ଗର ପଟା ପଟା ଦାଗ ରହିଥାଏ। ଦୂରରୁ ଦେଖିଲେ ଚକଚକ ନୀଳବର୍ଣ୍ଣର ଦେଖାଯାଏ। ଦେହ ତୁଳନାରେ ଲାଞ୍ଜଟି ଛୋଟ ଓ ଆୟତାକାର। ପିଠି ପାଖ ଚଉଡା।

ଜୀବନଶୈଳୀ

ଏମାନଙ୍କର ଆମୋଦଦାୟକ ଉଡ଼ିବା ଶୈଳୀପାଇଁ ଏମାନେ ଅତି ଲୋକପ୍ରିୟ। ଘିରିଘିରି ହୋଇ ବୁଲିବା, ତଳୁ ଉପରକୁ ରକେଟ ପରିଯିବା, ଉପରୁ ତଳକୁ ଖସିବାବେଳେ ମୁଣ୍ଡକୁ ଲମ୍ବାଇ ଉଡ଼ିବା, ଚିତ୍ ପଟାଙ୍ଗ ମାରିବା, ଡାହାଣରୁ ବାମକୁ ଓ ବାମରୁ ଡାହାଣକୁ କଡ଼େଇ କଡ଼େଇ ଉଡ଼ିବା ଆଦି ନାନାଦି କରାମତି ନ ଦେଖିଲେ ବିଶ୍ୱାସ କରିବା କଷ୍ଟକର ।

ରହିବାସ୍ଥାନ

ଶାନ୍ତ କୋଳାହଳ ଶୂନ୍ୟ ପଡ଼ିଆ ଏମାନଙ୍କର ପ୍ରିୟ ସ୍ଥାନ । ଏମାନେ ଏକୁଟିଆ ରହିବାକୁ ଭଲ ପାଆନ୍ତି । ଚୁପ୍ ଚାପ୍ ବସିଥାନ୍ତି । ଶିକାର ପାଇଲେ ଝାମ୍ପିପଡ଼ନ୍ତି।

ଖାଦ୍ୟ

ବିଭିନ୍ନ ପ୍ରକାରର ପୋକଜୋକ, କୀଟ, ପ୍ରଜାପତି ଏପରିକି ଏଣ୍ଡୁଅ, ବେଙ୍ଗ, ଝିଟିପିଟି, ଚମ୍ପେଇ ନେଉଳ, ମୂଷା ଆଦି ଏମାନଙ୍କର ପ୍ରିୟ ଖାଦ୍ୟ।

ପ୍ରଜନନ ଓ ବଂଶବୃଦ୍ଧି

ଏମାନେ ଉଚ୍ଚଗଛର କୋରଡ଼କୁ ଅଣ୍ଡାଦେବାପାଇଁ ବାଛିଥାନ୍ତି। ଅଣ୍ଡା ଦେବା ଆଗରୁ କାଠି, କୁଟା, ପକ୍ଷୀମାନଙ୍କର ପର ଓ ଅନ୍ୟାନ୍ୟ ନରମ ଜିନିଷ ଆଣି ନୀଡ଼ ରଚନା ତରନ୍ତି। ଥରକେ ଚାରିଟିରୁ ପାଞ୍ଚଟି ଅଣ୍ଡା ପାଡ଼ିଥାନ୍ତି।

ବିଶେଷତ୍ତ୍ୱ

ଏହାକୁ ଓଡ଼ିଶାରେ ଲୋକେ ଶୁଭ ପକ୍ଷୀ ହିସାବରେ ମାନିଥାନ୍ତି। ଦୁର୍ଗାପୂଜା ଓ ଦଶହରା ସମୟରେ ଅନେକ ଚଢେଇଆ ଗାଁ ଗହଳରେ ଏଇ ପକ୍ଷୀକୁ ବୁଲାଇ ପଇସା ରୋଜଥାନ୍ତି। ଲୋକେ ବିଶ୍ୱାସ କରନ୍ତି ଯେ ଏ ପକ୍ଷୀକୁ ଦେବୀ ପୂଜା ସମୟରେ ଦେଖିଲେ ଶୁଭ ହୁଏ ଓ ପୂଜା ପରେ ନାନାଦି ଅମଙ୍ଗଳ ଓ ଅସୁବିଧା ଦୂର ହୋଇଥାଏ। ସେଥିପାଇଁ ଗାଁ ଗହଳିରେ ପିଲାଏ ଏ ପକ୍ଷୀକୁ ଦେଖିଲେ ‘ଶୁଭ ଭାଇ ନମସ୍କାର’ ବୋଲି କହିଥାନ୍ତି।

ଆଧାର

ଅଧିକ ତଥ୍ୟ

  • ଉତ୍କଳ ପ୍ରସଂଗ, ଜାନୁଆରୀ ୨୦୦୫-‘ଭଦଭଦଳିଆ ପକ୍ଷୀ’-ଡଃ ପ୍ରଫୁଲ୍ଲ କୁମାର ମହାନ୍ତି
  • Indian Roller videos, photos & sounds on the Internet Bird Collection

Tags:

ଭଦଭଦଳିଆ ପରିଚୟଭଦଭଦଳିଆ ବିଶେଷତ୍ତ୍ୱଭଦଭଦଳିଆ ଆଧାରଭଦଭଦଳିଆ ଅଧିକ ତଥ୍ୟଭଦଭଦଳିଆ

🔥 Trending searches on Wiki ଓଡ଼ିଆ:

ପୁଷ୍ଟିସାରଆପଲ ଇନକର୍ପୋରେଟେଡବାନ୍ତିନାରାୟଣ ସାହୁ (୧୯୩୮ ଜନ୍ମ)ଅପ୍ରେଲପାଇଥନ୍ (ପ୍ରୋଗ୍ରାମିଂ ଭାଷା)ଜଗନ୍ନାଥ ମିଶ୍ର (ରାଜନେତା)ସଦାଶିବ ତ୍ରିପାଠୀପରଶୁରାମସୂର୍ଯ୍ୟ ଦେବତାଲୋକନାଥ ମନ୍ଦିରମାଧବୀ ଦାସୀଗୁରୁ ପ୍ରସାଦ ମହାନ୍ତିବେଣୁଧର ରାଉତଛଉ ନାଚଅମିତାଭ ବଚ୍ଚନଭାଷାବବ୍‌ଲିଦୀନକୃଷ୍ଣ ଦାସଖୋର୍ଦ୍ଧା ଜିଲ୍ଲା୧୫ ଡିସେମ୍ବରଜୟା ବଚ୍ଚନମଧୁସୂଦନ ଦାସଦଅଣାଆର୍ତ୍ତବଲ୍ଲଭ ମହାନ୍ତିସଚ୍ଚି ଦାସ୨୬ ଅପ୍ରେଲପୂର୍ବ ଭାଦ୍ରପଦ (ନକ୍ଷତ୍ର)ଭର୍ତ୍ତୃହରି ମହତାବଚନ୍ଦ୍ରଗୁପ୍ତଚଇତି ଘୋଡ଼ା ନାଚଗୀତଗୋବିନ୍ଦଉଇକିପିଡ଼ିଆ ସମୂହର ତାଲିକାମହେନ୍ଦ୍ର ସିଂହ ଧୋନିପର୍ଶୁରାମ ପାଣିଗ୍ରାହୀଆରିଷ୍ଟୋଟଲ୩୦ ସେପ୍ଟେମ୍ବରନବକୃଷ୍ଣ ଚୌଧୁରୀବିଜୁ ଜନତା ଦଳହିନା ରବାନି ଖର୨୫ ନଭେମ୍ବରମଧୁସୂଦନ ରାଓଇତିହାସବିଶ୍ୱନାଥ କରକଙ୍କାଳଶ୍ରୀରାମ ପଣ୍ଡାବୈଦେହୀଶ ବିଳାସତନ୍ଦ୍ରାଲୋକର ପ୍ରହରୀଓମ୍ଜଗନ୍ନାଥଙ୍କ ଷୋଳକଳାଥାଇଲାଣ୍ଡ୮ ଅପ୍ରେଲକୁଞ୍ଜବିହାରୀ ଦାଶଉଇକିମିଡ଼ିଆ ମୁଭମେଣ୍ଟଲକ୍ଷ୍ମଣ ନାୟକନକ୍ଷତ୍ରହେପାଟାଇଟିସଭକ୍ତ ଚରଣ ଦାସବଲ୍ଲଭଭାଇ ପଟେଲଉଇକିପାଠାଗାରସମୟ (କାଳ)୧୪ ଅପ୍ରେଲବିବାହଗୁରୁ ନାନକଦିଗମ୍ବର ଜୈନ ମନ୍ଦିର, ଖଣ୍ଡଗିରିପକ୍ଷୀଘରବୈଶାଖବାସୁଦେବ ସୁନାନୀ୨୯ ଅପ୍ରେଲତୃପ୍ତି ଦାସଗୋକର୍ଣ୍ଣେଶ୍ୱର ଦେଉଳ🡆 More