ଅଜଗର: ପ୍ରଜାତିର ସର୍ପ

ଅଜଗର (ଇଂରାଜୀ ଭାଷାରେ Python) ହେଉଛି ପାଇଥନିଡାଏ ପରିବାରର ଏକ ବିଷହୀନ ଓ ବୃହଦାକାର ସର୍ପ ପ୍ରଜାତି । ପ୍ରାଚ୍ୟ ଦେଶମାନଙ୍କ କ୍ରାନ୍ତୀୟ ଓ ଉପ-କ୍ରାନ୍ତୀୟ ଜଳବାୟୁ ଅଞ୍ଚଳରେ ବସବାସ କରୁଥିବା ଏହି ସାପ ପ୍ରଜାତି ନିଜ ଶିକାର ଚାରିପଟେ ଗୁଡ଼ାଇ ହୋଇ ତାକୁ ଚାପି ଶିକାର କରନ୍ତି ।

ଅଜଗର
ଅଜଗଳ
ଅଜଗର: ନାମକରଣ, ଭୌଗୋଳିକ ବିତରଣ ଓ ପରିବାସ, ବର୍ଗୀକରଣ
ବ୍ରହ୍ମଦେଶୀୟ ଅଜଗର (ପାଇଥନ୍ ବିଭିଟାଟସ୍)
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ edit
ସାମ୍ରାଜ୍ୟ: ପ୍ରାଣୀ ସାମ୍ରାଜ୍ୟ
ଗୋଷ୍ଠୀ: ବାଇଲାଟେରିଆ
ପର୍ବ: କୋର୍ଡାଟା
ମହାଶ୍ରେଣୀ: ଟେଟ୍ରାପୋଡା
ଶ୍ରେଣୀ: ରେପ୍ଟିଲିଆ
Order: Squamata
Suborder: Serpentes
Family: Pythonidae
Genus: Python
ଜାତି: Python
ବାଇନୋମିଆଲ ନାମ
Python
ଫ୍ରାଂକୋୟ ମେରି ଡୌଡିନ୍, ୧୮୦୩
Synonyms

ପାଇଥନ୍, ବୋଆ କନ୍‍ଷ୍ଟ୍ରିକ୍ଟର୍

୧୮୦୩ ମସିହାରେ ଫ୍ରାଙ୍କୋୟ ମେରି ଡୌଡିନ୍ ପ୍ରଥମେ ବିଷହୀନ ଓ ଚିତା ଦାଗଯୁକ୍ତ ସାପଙ୍କୁ ଦର୍ଶାଇବା ପାଇଁ ପାଇଥନ୍ (Python) ଶବ୍ଦର ବ୍ୟବହାର କରିଥିଲେ । ବର୍ତ୍ତମାନ ସୁଦ୍ଧା ୧୦ଟି ଅଜଗର ପ୍ରଜାତି ଚିହ୍ନଟ ହୋଇଛନ୍ତି । ପୂର୍ବେ ଉପପ୍ରଜାତି ରୂପେ ପରିଗଣିତ ହେଉଥିବା ତିନୋଟି ଅଜଗରଙ୍କୁ ପରେ ପ୍ରଜାତି ମାନ୍ୟତା ମିଳିଥିଲା ।

ନାମକରଣ

ଇଂରାଜୀରେ ଅଜଗରକୁ ‘ପାଇଥନ୍’ କୁହନ୍ତି । ସର୍ପ ପାଇଁ ବ୍ୟବହୃତ ଲାଟିନ୍ ଭାଷାର ଶବ୍ଦରୁ ‘ପାଇଥନ୍’ ଶବ୍ଦ ଗୃହୀତ । ଓଡ଼ିଆ ଭାଷାରେ ଅଜ ଶବ୍ଦର ଅର୍ଥ ହେଲା ଛେଳି ଏବଂ ଗୃ ଧାତୁର ଅର୍ଥ ଗିଳିବା । ତେଣୁ, ଯିଏ ଛେଳିମାନଙ୍କୁ ଗିଳେ ତା’କୁ ଅଜଗର ବୋଲି କୁହାଯାଏ ।

ଭୌଗୋଳିକ ବିତରଣ ଓ ପରିବାସ

ଅଜଗର: ନାମକରଣ, ଭୌଗୋଳିକ ବିତରଣ ଓ ପରିବାସ, ବର୍ଗୀକରଣ 
ଅଙ୍ଗୋଲୀୟ ଅଜଗର ପ୍ରଜାତି ପାଇଥନ୍ ଆନ୍‍ଚିଟାଏ

ଆଫ୍ରିକା ମହାଦେଶରେ ସାହାରାର ଦକ୍ଷିଣକୁ ରହିଥିବା କ୍ରାନ୍ତୀୟ ଅଞ୍ଚଳର ସ୍ଥାନୀୟ ସାପ ହେଉଛି ଅଜଗର । କିନ୍ତୁ ଆଫ୍ରିକାର ଦକ୍ଷିଣତମ ଅଂଶ ଓ ମାଡାଗାସ୍କାରରେ ଅଜଗର ସ୍ଥାନୀୟ ଜୀବ ନୁହଁନ୍ତି । ଏସିଆ ମହାଦେଶର ବଙ୍ଗଳାଦେଶ, ନେପାଳ, ଭାରତ, ପାକିସ୍ତାନ, ଶ୍ରୀଲଙ୍କା, ନିକୋବର ଦ୍ୱୀପପୁଞ୍ଜ, ବ୍ରହ୍ମଦେଶ, ଦକ୍ଷିଣ ଚୀନ, ହଂକଂ, ହାଇନାନ, ମାଲେସିଆ, ଇଣ୍ଡୋନେସିଆଫିଲିପାଇନ୍ସ ପ୍ରଭୃତି ଦେଶରେ ଅଜଗର ସାପ ଦେଖିବାକୁ ମିଳନ୍ତି ।

ଯୁକ୍ତରାଷ୍ଟ୍ର ଆମେରିକାର ଦକ୍ଷିଣ ଫ୍ଲୋରିଡ଼ା ଅଞ୍ଚଳରେ ଆଫ୍ରିକୀୟ ଓ ବ୍ରହ୍ମଦେଶୀୟ ଅଜଗର ଏକ ଅନୁପ୍ରବେଶକାରୀ ପ୍ରଜାତି ହେବାର ସମ୍ଭାବନା ରହିଛି ଓ ଏଠାକାର ଲୋକଙ୍କ ମୁଣ୍ଡବ୍ୟଥାର କାରଣ ହୋଇଛି । ୨୦୧୬ ମସିହାରେ ୧୦୬ ଅଜଗରରୁ ବର୍ତ୍ତମାନ ଏମାନଙ୍କ ସଂଖ୍ୟା ସହସ୍ରାଧିକ ହେଲାଣି । ଅଜଗରମାନେ ଫ୍ଲୋରିଡ଼ାର ଥଣ୍ଡା ଜଳବାୟୁ ବେଶୀ ଦିନ ସହିପାରିବେ ନାହିଁ ବୋଲି ରହିଥିବା ଧାରଣାକୁ ଅଜଗରମାନେ ଭୁଲ ବୋଲି ପ୍ରମାଣିତ କରିଛନ୍ତି ଓ ବିବିଧ ପରିବେଶରେ ଖାପଖୁଆଇ ଚଳିବା ଏମାନଙ୍କ ପକ୍ଷରେ ସମ୍ଭବପର ବୋଲି ଜଣାପଡ଼ିଛି ।

ବର୍ଗୀକରଣ

୧୮୦୩ ମସିହାରେ ଫ୍ରାଙ୍କୋୟ ମେରି ଡୌଡିନ୍ ପ୍ରଥମେ ବିଷହୀନ, ଲମ୍ବା ଦୁଇ ଫାଳିଆ ଜିଭ ଓ ଚିତା ଦାଗଯୁକ୍ତ ସାପଙ୍କୁ ଦର୍ଶାଇବା ପାଇଁ ପାଇଥନ୍ (Python) ଶବ୍ଦର ବ୍ୟବହାର କରିଥିଲେ ।

୧୯୯୩ ମସିହାରେ ୭ଟି ଅଜଗର ପ୍ରଜାତିଙ୍କୁ ବୈଧ ପ୍ରଜାତିର ମାନ୍ୟତା ଦିଆଯାଇଥିଲା । ପଲିଜେନେଟିକ୍ ବିଶ୍ଳେଷଣକୁ ଭିତ୍ତି କରି ୭ରୁ ୧୩ଟି ଅଜଗର ଥିବା କୁହାଯାଏ ।

ପ୍ରଜାତି ଚିତ୍ର IUCN ତାଲିକାରେ ସ୍ଥିତି ଓ ଭୌଗୋଳିକ ବ୍ୟାପ୍ତି
ଭାରତୀୟ ଅଜଗର (Indian rock python, ପାଇଥନ୍ ମୋଲ୍ୟୁରସ୍) (କାର୍ଲ୍ ଲିନାୟସ୍, ୧୭୫୮) ଅଜଗର: ନାମକରଣ, ଭୌଗୋଳିକ ବିତରଣ ଓ ପରିବାସ, ବର୍ଗୀକରଣ  NE (Not Evaluated) - ସଂରକ୍ଷଣ ସ୍ଥିତି ନିର୍ଣ୍ଣିତ ହୋଇନାହିଁ

ଅଜଗର: ନାମକରଣ, ଭୌଗୋଳିକ ବିତରଣ ଓ ପରିବାସ, ବର୍ଗୀକରଣ 

ଆଫ୍ରିକୀୟ ଅଜଗର (African rock python, ପାଇଥନ୍ ସେବେ) (ୟୋହାନ୍ ଫ୍ରେଡ୍ରିଖ୍ ମେଲିନ୍, ୧୭୮୮)

ପାଇଥନ୍ ସେବେ ନାଟାଲେନ୍ସିସ୍ (ଆଣ୍ଡ୍ର୍ୟୁ ସ୍ମିଥ୍, ୧୮୪୦)

ଅଜଗର: ନାମକରଣ, ଭୌଗୋଳିକ ବିତରଣ ଓ ପରିବାସ, ବର୍ଗୀକରଣ  NE (Not Evaluated) - ସଂରକ୍ଷଣ ସ୍ଥିତି ନିର୍ଣ୍ଣିତ ହୋଇନାହିଁ

ଅଜଗର: ନାମକରଣ, ଭୌଗୋଳିକ ବିତରଣ ଓ ପରିବାସ, ବର୍ଗୀକରଣ 

ଆଫ୍ରିକୀୟ ବଲ୍ ଅଜଗର (Ball python, ପାଇଥନ୍ ରେଜିୟସ୍) (ଜର୍ଜ୍ ଶ, ୧୮୦୨) ଅଜଗର: ନାମକରଣ, ଭୌଗୋଳିକ ବିତରଣ ଓ ପରିବାସ, ବର୍ଗୀକରଣ  LC (Least Concern) – ସଂରକ୍ଷଣ ପଦକ୍ଷେପ ଅନାବଶ୍ୟକ

ଅଜଗର: ନାମକରଣ, ଭୌଗୋଳିକ ବିତରଣ ଓ ପରିବାସ, ବର୍ଗୀକରଣ 

ବ୍ରହ୍ମଦେଶୀୟ ଅଜଗର (Burmese python, ପାଇଥନ୍ ବିଭିଟାଟସ୍) (ହାଇନ୍ରିଖ୍ କୁଃଲ୍, ୧୮୨୦) ଅଜଗର: ନାମକରଣ, ଭୌଗୋଳିକ ବିତରଣ ଓ ପରିବାସ, ବର୍ଗୀକରଣ  VU (Vulnerable) - ସଙ୍କଟାପନ୍ନ

ଦକ୍ଷିଣ ନେପାଳ, ଭାରତ, ବଙ୍ଗଳାଦେଶ, ବ୍ରହ୍ମଦେଶ, ଥାଇଲ୍ୟାଣ୍ଡ, ଲାଓସ୍, କାମ୍ବୋଡ଼ିଆ, ଭିଏତନାମ, ଉତ୍ତର ମାଲେସିଆ, ଦକ୍ଷିଣ ଚୀନ, ହାଇନାନ, ହଂକଂ, ଶିଚୁଆନ ଓ ଇଣ୍ଡୋନେସିଆର ଜାଭା ଓ ବାଲି ଦ୍ୱୀପ

ସୁମାତ୍ରା ଛୋଟଲାଙ୍ଗୁଡ଼ିଆ ଅଜଗର (Sumatran short-tailed python, ପାଇଥନ୍ କର୍ଟସ୍) (ହର୍‍ମାନ୍ ଶ୍ଲେଗେଲ୍, ୧୮୭୨) ଅଜଗର: ନାମକରଣ, ଭୌଗୋଳିକ ବିତରଣ ଓ ପରିବାସ, ବର୍ଗୀକରଣ  LC (Least Concern) – ସଂରକ୍ଷଣ ପଦକ୍ଷେପ ଅନାବଶ୍ୟକ

ଦକ୍ଷିଣ-ପୂର୍ବ ଏସିଆର ଦକ୍ଷିଣ ଥାଇଲ୍ୟାଣ୍ଡ, ମାଲେସିଆ, ଇଣ୍ଡୋନେସିଆ (ସୁମାତ୍ରା ଓ ଅନ୍ୟ ଦ୍ୱୀପ)

ବୋର୍ଣ୍ଣିଓ ଛୋଟଲାଙ୍ଗୁଡ଼ିଆ ଅଜଗର (Borneo short-tailed python, ପାଇଥନ୍ ବ୍ରାଇଟେନ୍‍ଷ୍ଟାଇନି) (ଫ୍ରାନ୍‍ଜ୍ ଷ୍ଟାଇନ୍‍ଡାଖ୍‍ନର୍, ୧୮୮୧) ଅଜଗର: ନାମକରଣ, ଭୌଗୋଳିକ ବିତରଣ ଓ ପରିବାସ, ବର୍ଗୀକରଣ  LC (Least Concern) – ସଂରକ୍ଷଣ ପଦକ୍ଷେପ ଅନାବଶ୍ୟକ

ବୋର୍ଣ୍ଣିଓ

ଅଙ୍ଗୋଲୀୟ ଅଜଗର (Angolan python, ପାଇଥନ୍ ଆନ୍‍ଚିଏଟେ) (ହୋଜେ ଭିସେଣ୍ଟେ ବୋକାଜେ, ୧୮୮୭) ଅଜଗର: ନାମକରଣ, ଭୌଗୋଳିକ ବିତରଣ ଓ ପରିବାସ, ବର୍ଗୀକରଣ  LC (Least Concern) – ସଂରକ୍ଷଣ ପଦକ୍ଷେପ ଅନାବଶ୍ୟକ

ଦକ୍ଷିଣ ଅଙ୍ଗୋଲା ଓ ଉତ୍ତର ନାମିବିଆ

ବ୍ରୋଙ୍ଗେରସ୍ମା ଛୋଟଲାଙ୍ଗୁଡ଼ିଆ ଅଜଗର (Brongersma's short-tailed python, ପାଇଥନ୍ ବ୍ରୋଙ୍ଗେରସ୍ମାଇ) (ଅଲିଭ୍ ଗ୍ରିଫିଥ୍ ଷ୍ଟଲ୍, ୧୯୩୮) (ପୂର୍ବେ ଏହାକୁ ପାଇଥନ୍ କର୍ଟସ୍ ବ୍ରୋଙ୍ଗେରସ୍ମାଇ କୁହାଯାଉଥିଲା) ଅଜଗର: ନାମକରଣ, ଭୌଗୋଳିକ ବିତରଣ ଓ ପରିବାସ, ବର୍ଗୀକରଣ  LC (Least Concern) – ସଂରକ୍ଷଣ ପଦକ୍ଷେପ ଅନାବଶ୍ୟକ

ମାଲେସିଆ, ସୁମାତ୍ରା, ବଂଗ୍‍କା ଦ୍ୱୀପ, ଲିଂଗ୍‍କା ଦ୍ୱୀପ, ରିଆଉ ଦ୍ୱୀପ ଓ ପେନାଂଗ୍

ବ୍ରହ୍ମଦେଶୀୟ ଛୋଟଲାଙ୍ଗୁଡ଼ିଆ ଅଜଗର (Myanmar short-tailed python, ପାଇଥନ୍ କ୍ୟାଇକ୍ତିୟୋ) (ଜୁଗ୍, ଗୋଟ୍ଟେ ଓ ଜାକବ୍‍ସ୍, ୨୦୧୧) ଅଜଗର: ନାମକରଣ, ଭୌଗୋଳିକ ବିତରଣ ଓ ପରିବାସ, ବର୍ଗୀକରଣ  VU (Vulnerable) - ସଙ୍କଟାପନ୍ନ

ବ୍ରହ୍ମଦେଶର ଟେଂଗହ୍ୟୋ ପର୍ବତମାଳାର ପଶ୍ଚିମ ପାର୍ଶ୍ୱରେ

ପାଇଥନ୍ ୟୁରୋପିୟସ୍ (Python europaeus) (ସିଣ୍ଡଲର୍ ଓ ରେଜ୍, ୨୦୦୩) EX (Extinct) – ବିଲୁପ୍ତ

ମଧ୍ୟନୂତନ ଯୁଗ (Miocene) ସମୟର ଏହି ସାପ ପ୍ରଜାତି ବର୍ତ୍ତମାନ ସମ୍ପୂର୍ଣ୍ଣ ବିଲୁପ୍ତ । ଫ୍ରାନ୍ସରେ ମିଳିଥିବା ଏକ ଜୀବାଶ୍ମ ଅବଶେଷକୁ ଭିତ୍ତି କରି ଏହି ପ୍ରଜାତିର ବର୍ଣ୍ଣନା କରାଯାଇଛି ।

ବ୍ୟବହାର

ଅଜଗର: ନାମକରଣ, ଭୌଗୋଳିକ ବିତରଣ ଓ ପରିବାସ, ବର୍ଗୀକରଣ 
ବଲ୍ ପାଇଥନ୍ ସାପର “ବୁଢ଼ିଆଣୀ” ରୂପ । ଦେହର ରୂପ ବଦଳାଇ ପାରୁଥିବାରୁ ଏହାକୁ ସାପ ଧରାଳୀମାନେ ପୋଷା ମନାଇ ପ୍ରଦର୍ଶନୀରେ ରଖିଥାନ୍ତି

ଅଜଗରର ଚମଡ଼ାରୁ ବସ୍ତ୍ର, କମର ବନ୍ଧ (ବେଲ୍‍ଟ୍), ଯୋତା, ମୁଣା ଆଦି ତିଆରି କରାଯାଏ । କିଛି ତାରବିଶିଷ୍ଟ ବାଦ୍ୟଯନ୍ତ୍ର ନିର୍ମାଣରେ ମଧ୍ୟ ଅଜଗର ଚମଡ଼ା ବ୍ୟବହୃତ ହୁଏ ।

ପୋଷା ଅଜଗର

ଆଫ୍ରିକୀୟ ବଲ୍ ଅଜଗର, ବ୍ରୋଙ୍ଗେରସ୍ମା ଛୋଟଲାଙ୍ଗୁଡ଼ିଆ ଅଜଗର, ବ୍ରହ୍ମଦେଶୀୟ ଅଜଗରମାଲେସୀୟ ରେଟିକ୍ୟୁଲେଟେଡ୍ ଅଜଗର (Python reticulatus) ପ୍ରଭୃତିଙ୍କୁ ଲୋକ ପୋଷା ମନାଇ ରଖିବା ପସନ୍ଦ କରନ୍ତି । ଏମାନଙ୍କ ଯତ୍ନ ନେବା ସହଜ, ଏମାନେ ଅଧିକ ଆକ୍ରମଣାତ୍ମକ ନୁହଁନ୍ତି ଓ ଏମାନଙ୍କ ରୂପରଙ୍ଗ ବଦଳୁଥିବାରୁ ଏମାନଙ୍କ ବ୍ୟବସାୟରୁ ବହୁ ଲାଭ ମିଳିଥାଏ । ଗଣମାଧ୍ୟମରେ ପୋଷା ଅଡଗରଙ୍କଠାରୁ ରହିଥିବା ବିପଦ ବିଷୟରେ ଅନେକ ସମୟରେ ରିପୋର୍ଟ ପ୍ରକାଶ ପାଇଥାଏ । କିନ୍ତୁ ଅନ୍ୟ କିଛି ପୋଷା ଜୀବଙ୍କ (ଯଥା : କେତେକ ନିର୍ଦ୍ଦିଷ୍ଟ ପ୍ରଜାତିର କୁକୁରଘୋଡ଼ା) ତୁଳନାରେ ଏମାନଙ୍କଠାରୁ କମ୍ ବିପଦ ଥାଏ ।

ଆହୁରି ଦେଖନ୍ତୁ

ଆଧାର

ଅନ୍ୟାନ୍ୟ ଲିଂକ୍

  • ଛାଞ୍ଚ:NRDB genus

Tags:

ଅଜଗର ନାମକରଣଅଜଗର ଭୌଗୋଳିକ ବିତରଣ ଓ ପରିବାସଅଜଗର ବର୍ଗୀକରଣଅଜଗର ବ୍ୟବହାରଅଜଗର ଆହୁରି ଦେଖନ୍ତୁଅଜଗର ଆଧାରଅଜଗର ଅନ୍ୟାନ୍ୟ ଲିଂକ୍ଅଜଗର

🔥 Trending searches on Wiki ଓଡ଼ିଆ:

ଉମେଶଚନ୍ଦ୍ର ସରକାର୧୯୮୧ବୀର ସୁରେନ୍ଦ୍ର ସାଏରୁକ୍ମିଣୀ ବିବାହବେଲବଜରଙ୍ଗୀ (ଓଡ଼ିଆ କଥାଚିତ୍ର)ସରୋଜିନୀ ନାଇଡୁଗୀତଗୋବିନ୍ଦଅଷ୍ଟ୍ରେଲିଆବାହୁଡ଼ା ଯାତ୍ରାଗୋପାଳ ଛୋଟରାୟସଖୀ କଣ୍ଢେଇ ନାଚପ୍ରତିଭା ରାୟଅଖିଳ ମୋହନ ପଟ୍ଟନାୟକରୋନାଲ୍ଡ ରେଗନଉତ୍କଳ ବ୍ରାହ୍ମଣଚଉତିଶାଯୋଗଟର (ବେନାମୀ ନେଟୱାର୍କ)ପୁରୀବିରାଜ ଦାଶବିଜୁ କୃଷକ କଲ୍ୟାଣ ଯୋଜନାଶିଶୁ ଅନନ୍ତ ଦାସଜର୍ମାନୀଗୋପବନ୍ଧୁ ଚୌଧୁରୀଆମ୍ବଜୟ ଜଗନ୍ନାଥଗୌତମ ବୁଦ୍ଧଶାରଳା ପୁରସ୍କାରଏମିତି ଭାଇ ଜଗତେ ନାହିଁଆନ୍ତର୍ଜାତିକ ନୃତ୍ୟ ଦିବସମହାପାତ୍ର ନୀଳମଣି ସାହୁଅଜନ୍ତା ଗୁମ୍ଫାଜହ୍ନିଓଷାଶାସ୍ତିଭାରତର ସଂସ୍କୃତିଓଡ଼ିଶାର ଭୂଗୋଳଅଭିମନ୍ୟୁ ସାମନ୍ତସିଂହାରଶିମିଳିପାଳ ଜାତୀୟ ଉଦ୍ୟାନଶ୍ରୀରାମ ପଣ୍ଡାଭାରତ ଛାଡ଼ ଆନ୍ଦୋଳନଭାରତୀୟ ମୁଦ୍ରାଓଡ଼ିଶାର ଜିଲ୍ଲାମାନଙ୍କର ତାଲିକା୨୯ ମାର୍ଚ୍ଚସ୍ୱାଧୀନତା ଦିବସ‌ (ଭାରତ)ସୁରେନ୍ଦ୍ର ମହାନ୍ତିମୁଚୁକୁନ୍ଦଗଜପତି ଜିଲ୍ଲାଜୀବସାରହୃଷୀକେଶ ପଣ୍ଡାଛବିଳ ମଧୁ ବର୍ଣ୍ଣବୋଧଇଣ୍ଡିଆନ ପ୍ରିମିଅର ଲିଗନିତ୍ୟାନନ୍ଦ ମହାପାତ୍ରଜୟୀ ରାଜଗୁରୁହାତୀରାମବି. ଆର. ଆମ୍ବେଦକରସୋରିଷପୁଷ୍ଟିସାର୧ (ସଂଖ୍ୟା)ଓଡ଼ିଆ କବି ମାନଙ୍କର ତାଲିକାରଞ୍ଜିତା ନାୟକବିଶ୍ୱତାପନଆଇଓଏସକବାଡିବାଇଶି ପାହାଚତପସ୍ୱିନୀ🡆 More